or_tn/luk/10/intro.md

12 lines
2.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# ଲୂକ 10 ସାଧାରଣ ଟିପ୍ପଣୀଗୁଡିକ
## ଏହି ଅଧ୍ୟାୟରେ ଥିବା ବିଶେଷ ଚିନ୍ତାଧାରାଗୁଡିକ
### ଶସ୍ୟ ଅମଳ
ଶସ୍ୟ ଅମଳ ହେଉଛି ଲୋକମାନେ ରୋପଣ କରିଥିବା ଗଛରୁ ଖାଦ୍ୟ ନିମନ୍ତେ ପାଇବାକୁ ବାହାରକୁ ଯିବା ଅଟେ ଯେପରି ସେମାନେ ତାହା ସେମାନଙ୍କ ଘରକୁ ଆଣିପାରିବେ ଓ ତାହା ଖାଇପାରିବେ I ଯୀଶୁ ତାଙ୍କର ଅନୁଗାମୀମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏହାକୁ ଏକ ରୂପକ ଭାବରେ ବ୍ୟବହାର କରନ୍ତି ଯେ ସେମାନଙ୍କର ଯିବା ଏବଂ ଯୀଶୁଙ୍କ ସମ୍ପର୍କରେ କହିବା ଆବଶ୍ୟକ ଯେପରି ସେହି ଲୋକମାନେ ଈଶ୍ୱରଙ୍କ ରାଜ୍ୟର ଅଂଶବିଶେଷ ହୋଇପାରିବେ (ଦେଖ: [[rc://*/tw/dict/bible/kt/faith]])
### ପ୍ରତିବାସୀ
ନିକଟରେ ବାସ କରୁଥିବା ଯେକୌଣସି ବ୍ୟକ୍ତି ପ୍ରତିବାସୀ ହୋଇପାରେ I ଯିହୂଦୀମାନେ ସାହାଯ୍ୟ ଆବଶ୍ୟକ କରୁଥିବା ତାଙ୍କର ଯିହୂଦୀ ପ୍ରତିବାସୀମାନଙ୍କୁ ସାହାଯ୍ୟ କରୁଥିଲେ, ଏବଂ ସେମାନେ ତାଙ୍କର ଯିହୂଦୀ ପ୍ରତିବାସୀମାନଙ୍କଠାରୁ ଅପେକ୍ଷା କରୁଥିଲେ ଯେପରି ସେମାନେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରନ୍ତି I ଯୀଶୁ ଚାହିଁଲେ ଯେପରି ସେମାନେ ବୁଝି ପାରିବେ ଯେ ଯେଉଁ ଲୋକମାନେ ଯିହୂଦୀ ନୁହଁନ୍ତି, ସେମାନେ ମଧ୍ୟ ସେମାନଙ୍କର ପ୍ରତିବାସୀଗଣ ଅଟନ୍ତି, ତେଣୁ ସେ ସେମାନଙ୍କୁ ଏକ ଦୃଷ୍ଟାନ୍ତ କହିଲେ ([ଲୂକ 10:29-36](./29.md)). (ଦେଖ: [[rc://*/ta/man/translate/figs-parables]])