or_tn/luk/08/intro.md

3.3 KiB

ଲୂକ 08 ସାଧାରଣ ଟିପ୍ପଣୀ

ଗଠନ ଏବଂ ଆକୃତି

ଏହି ଅଧ୍ୟାୟରେ ଲୂକ ଅନେକ ଥର ପରିବର୍ତ୍ତନକୁ ଚିହ୍ନିତ ନ କରି ତାଙ୍କର ପ୍ରସଙ୍ଗକୁ ପରିବର୍ତ୍ତନ କରନ୍ତି I ତୁମେ ଏହି ଖଦଡା ପରିବର୍ତ୍ତନଗୁଡିକୁ ମସୃଣ କରିବା ନିମନ୍ତେ ଚେଷ୍ଟା କରିବା ଉଚିତ ନୁହେଁ I

ଏହି ଅଧ୍ୟାୟରେ ବିଶେଷ ଚିନ୍ତାଧାରାଗୁଡିକ

ଯୀଶୁ ଏକ ଝଡକୁ କଥା କହି ବନ୍ଦ କଲେ, ସେ ଏକ ମୃତ ଝିଅକୁ କଥା କହି ଜୀବିତ କଲେ, ଏବଂ ସେ ମନ୍ଦ ଆତ୍ମାଗୁଡିକୁ କଥା କହି ସେମାନଙ୍କୁ ଜଣେ ଲୋକଠାରୁ ଛଡାଇ ବାହାର କରିଦେଲେ I (ଦେଖ: rc://*/tw/dict/bible/kt/miracle)

ଏହି ଅଧ୍ୟାୟରେ ମହତ୍ତ୍ଵପୂର୍ଣ୍ଣ ଅଳଙ୍କାରଗୁଡିକ

ଦୃଷ୍ଟାନ୍ତଗୁଡିକ

ଦୃଷ୍ଟାନ୍ତଗୁଡିକ ଯୀଶୁ କହିଥିବା ଛୋଟ କାହାଣୀଗୁଡିକ ଅଟେ, ଯେପରି ସେ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଚେଷ୍ଟା କରୁଥିବା ଶିକ୍ଷାକୁ ସେମାନେ ସହଜରେ ବୁଝିପାରିବେ I ସେ ମଧ୍ୟ କାହାଣୀଗୁଡିକ କହିଲେ ଯେପରି ଯେଉଁମାନେ ତାଙ୍କୁ ବିଶ୍ୱାସ କରିବାକୁ ଇଚ୍ଛା କରୁ ନ ଥିଲେ ସେମାନେ ସେହି ସତ୍ୟକୁ ବୁଝିପାରିବେ ନାହିଁ ([ଲୂକ 8:4-15] (./04. ମଝି )) I

ଏହି ଅଧ୍ୟାୟରେ ଅନ୍ୟାନ୍ୟ ସାମ୍ଭାବ୍ୟ ଅନୁବାଦଜନିତ ଅସୁବିଧାଗୁଡିକ

ଭାଇମାନେ ଓ ଭଉଣୀମାନେ

ଅଧିକାଂଶ ଲୋକ ଯେଉଁମାନଙ୍କର ସମାନ ପିତାମାତା ରହିଥାନ୍ତି, ସେମାନେ ପରସ୍ପରକୁ “ଭାଇ” ଓ “ଭଉଣୀ” ବୋଲି ସମ୍ବୋଧନ କରନ୍ତି ଏବଂ ସେମାନେ ସେମାନଙ୍କୁ ଆପଣାମାନଙ୍କ ଜୀବନରେ ଅତି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ବୋଲି ବିବେଚନା କରନ୍ତି I ଅନେକ ଲୋକ ଯେଉଁମାନଙ୍କର ସମାନ ସାନ୍ତବାପା ସାନ୍ତମାଆ ରହିଛନ୍ତି, ସେମାନେ ମଧ୍ୟ ପରସ୍ପରକୁ “ଭାଇ” ଓ “ଭଉଣୀ” ବୋଲି ମଧ୍ୟ ସମ୍ବୋଧନ କରନ୍ତି I ଏହି ଅଧ୍ୟାୟରେ ଯୀଶୁ କହନ୍ତି ଯେ ତାଙ୍କ ଜୀବନରେ ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତି ସେମାନେ ଅଟନ୍ତି ଯେଉଁମାନେ ତାଙ୍କ ସ୍ୱର୍ଗସ୍ଥ ପିତାଙ୍କର ଆଜ୍ଞା ପାଳନ କରନ୍ତି I (ଦେଖ: rc://*/tw/dict/bible/kt/brother )