or_tn/luk/08/intro.md

22 lines
3.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# ଲୂକ 08 ସାଧାରଣ ଟିପ୍ପଣୀ
## ଗଠନ ଏବଂ ଆକୃତି
ଏହି ଅଧ୍ୟାୟରେ ଲୂକ ଅନେକ ଥର ପରିବର୍ତ୍ତନକୁ ଚିହ୍ନିତ ନ କରି ତାଙ୍କର ପ୍ରସଙ୍ଗକୁ ପରିବର୍ତ୍ତନ କରନ୍ତି I ତୁମେ ଏହି ଖଦଡା ପରିବର୍ତ୍ତନଗୁଡିକୁ ମସୃଣ କରିବା ନିମନ୍ତେ ଚେଷ୍ଟା କରିବା ଉଚିତ ନୁହେଁ I
## ଏହି ଅଧ୍ୟାୟରେ ବିଶେଷ ଚିନ୍ତାଧାରାଗୁଡିକ
### ଯୀଶୁ ଏକ ଝଡକୁ କଥା କହି ବନ୍ଦ କଲେ, ସେ ଏକ ମୃତ ଝିଅକୁ କଥା କହି ଜୀବିତ କଲେ, ଏବଂ ସେ ମନ୍ଦ ଆତ୍ମାଗୁଡିକୁ କଥା କହି ସେମାନଙ୍କୁ ଜଣେ ଲୋକଠାରୁ ଛଡାଇ ବାହାର କରିଦେଲେ I (ଦେଖ: [[rc://*/tw/dict/bible/kt/miracle]])
## ଏହି ଅଧ୍ୟାୟରେ ମହତ୍ତ୍ଵପୂର୍ଣ୍ଣ ଅଳଙ୍କାରଗୁଡିକ
### ଦୃଷ୍ଟାନ୍ତଗୁଡିକ
ଦୃଷ୍ଟାନ୍ତଗୁଡିକ ଯୀଶୁ କହିଥିବା ଛୋଟ କାହାଣୀଗୁଡିକ ଅଟେ, ଯେପରି ସେ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଚେଷ୍ଟା କରୁଥିବା ଶିକ୍ଷାକୁ ସେମାନେ ସହଜରେ ବୁଝିପାରିବେ I ସେ ମଧ୍ୟ କାହାଣୀଗୁଡିକ କହିଲେ ଯେପରି ଯେଉଁମାନେ ତାଙ୍କୁ ବିଶ୍ୱାସ କରିବାକୁ ଇଚ୍ଛା କରୁ ନ ଥିଲେ ସେମାନେ ସେହି ସତ୍ୟକୁ ବୁଝିପାରିବେ ନାହିଁ ([ଲୂକ 8:4-15] (./04. ମଝି )) I
## ଏହି ଅଧ୍ୟାୟରେ ଅନ୍ୟାନ୍ୟ ସାମ୍ଭାବ୍ୟ ଅନୁବାଦଜନିତ ଅସୁବିଧାଗୁଡିକ
### ଭାଇମାନେ ଓ ଭଉଣୀମାନେ
ଅଧିକାଂଶ ଲୋକ ଯେଉଁମାନଙ୍କର ସମାନ ପିତାମାତା ରହିଥାନ୍ତି, ସେମାନେ ପରସ୍ପରକୁ “ଭାଇ” ଓ “ଭଉଣୀ” ବୋଲି ସମ୍ବୋଧନ କରନ୍ତି ଏବଂ ସେମାନେ ସେମାନଙ୍କୁ ଆପଣାମାନଙ୍କ ଜୀବନରେ ଅତି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ବୋଲି ବିବେଚନା କରନ୍ତି I ଅନେକ ଲୋକ ଯେଉଁମାନଙ୍କର ସମାନ ସାନ୍ତବାପା ସାନ୍ତମାଆ ରହିଛନ୍ତି, ସେମାନେ ମଧ୍ୟ ପରସ୍ପରକୁ “ଭାଇ” ଓ “ଭଉଣୀ” ବୋଲି ମଧ୍ୟ ସମ୍ବୋଧନ କରନ୍ତି I ଏହି ଅଧ୍ୟାୟରେ ଯୀଶୁ କହନ୍ତି ଯେ ତାଙ୍କ ଜୀବନରେ ମହତ୍ତ୍ଵପୂର୍ଣ୍ଣ ବ୍ୟକ୍ତି ସେମାନେ ଅଟନ୍ତି ଯେଉଁମାନେ ତାଙ୍କ ସ୍ୱର୍ଗସ୍ଥ ପିତାଙ୍କର ଆଜ୍ଞା ପାଳନ କରନ୍ତି I (ଦେଖ: [[rc://*/tw/dict/bible/kt/brother]] )