or_tn/luk/06/01.md

2.7 KiB

General Information:

ଏହି ସ୍ଥାନରେ ଥିବା “ତୁମ୍ଭେମାନେ” ଶବ୍ଦ ବହୁବଚନ ଅଟେ, ଏବଂ ଏହା ଶିଷ୍ୟମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-explicit )

Connecting Statement:

ଯୀଶୁ ଓ ତାଙ୍କର ଶିଷ୍ୟମାନେ ଶସ୍ୟକ୍ଷେତ୍ର ମଧ୍ୟ ଦେଇ ଯାତ୍ରା କରୁଥିବା ସମୟରେ, କେତେକ ଫାରୁଶୀମାନେ ଶିଷ୍ୟମାନଙ୍କୁ ପ୍ରଶ୍ନ ପଚାରିବା ଆରମ୍ଭ କଲେ ଯେ ବିଶ୍ରାମବାରରେ, ଯାହାକି ଈଶ୍ୱରଙ୍କ ବ୍ୟବସ୍ଥା ଅଟେ ଓ ଯାହା ଈଶ୍ୱରଙ୍କ ପାଇଁ ପୃଥକ୍ କରାଯାଇଛି, ସେହି ଦିନରେ ସେମାନେ କ'ଣ କରୁଛନ୍ତି I

Now it happened that

ଏହି ସ୍ଥାନରେ ଏହି ବାକ୍ୟାଂଶ କାହାଣୀର ଏକ ନୂତନ ଅଂଶର ଆରମ୍ଭକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହୃତ ହୋଇଛି I ଯଦି ତୁମର ଭାଷାରେ ଏହା କରିବା ନିମନ୍ତେ ଏକ ଶୈଳୀ ରହିଛି, ତେବେ ତୁମେ ତାହା ଏଠାରେ ବ୍ୟବହାର କରିବା ନିମନ୍ତେ ବିଚାର କରିପାର I (ଦେଖ: rc://*/ta/man/translate/figs-you )

the grainfields

ଏକ୍ଷେତ୍ରରେ, ଏଗୁଡିକ ଭୂମିର ବିଶାଳ ଅଂଶଗୁଡିକ ଅଟେ ଯେଉଁଠାରେ ଲୋକମାନେ ଗହମ ବୀଜକୁ ବିଞ୍ଚି ଦେଇଥିଲେ ଯେପରି ଅଧିକ ଗହମ ଉତ୍ପନ୍ନ ହେବ I

heads of grain

ଏହା ଶସ୍ୟ ଗଛର ସର୍ବାଗ୍ର ଅଂଶ ଅଟେ, ଯାହା ଏକ ପ୍ରକାର ବଡ଼ ଘାସ ଅଟେ I ଏହା ଗଛର ପରିପକ୍ବ, ଭକ୍ଷଣୀୟ ବୀଜଗୁଡିକୁ ଧାରଣ କରିଥାଏ I

rubbing them in their hands

ସେମାନେ ଶସ୍ୟ ବୀଜଗୁଡିକୁ ପୃଥକ୍ କରିବା ନିମନ୍ତେ ଏହା କଲେ I ଏହାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେମାନେ ଚଷୁରୁ ଶସ୍ୟ ଦାନାଗୁଡିକୁ ପୃଥକ୍ କରିବା ନିମନ୍ତେ ସେମାନଙ୍କ ହାତରେ ମଳିଲେ” (ଦେଖ: rc://*/ta/man/translate/writing-newevent )