or_tn/luk/03/intro.md

26 lines
4.7 KiB
Markdown

# ଲୂକ 03 ସାଧାରଣ ଟିପ୍ପଣୀ ବା ବିବରଣୀଗୁଡିକ
## ଗଠନ ଏବଂ ଆକୃତି ପ୍ରଣାଳୀ
କେତେକ ଅନୁବାଦଗୁଡିକ ପଦ୍ୟର ପ୍ରତ୍ୟେକ ଧାଡିକୁ ପାଠର ବାକି ଅଂଶଠାରୁ ଦକ୍ଷିଣକୁ ବହୁଦୂରରେ ସଜ୍ଜିତ କରନ୍ତି ଯେପରି ପାଠ କରିବାକୁ ସହଜ ହେବ I 3:4-6 ରେ ଥିବା ପଦ୍ୟ ସହିତ ULT ଏହା କରିଥାଏ, ଯାହା ପୁରାତନ ନିୟମର ଶବ୍ଦଗୁଡିକ ଅଟେ I
## ଏହି ଅଧ୍ୟାୟରେ ବିଶେଷ ବିଚାରଧାରାଗୁଡିକ
## ନ୍ୟାୟ
ଏହି ଅଧ୍ୟାୟରେ ସୈନିକମାନଙ୍କୁ ଏବଂ କରଗ୍ରାହୀମାନଙ୍କୁ ଯୋହନ ଦେଇଥିବା ପରାମର୍ଶଗୁଡିକ ଜଟିଳ ନୁହେଁ I ସେଗୁଡିକ ଏଭଳି ବିଷୟସବୁ ଅଟେ ଯାହା ସେମାନେ ସ୍ୱତଃସିଦ୍ଧ ଭାବରେ କରିବା ଉଚିତ I ନ୍ୟାୟସଙ୍ଗତ ଭାବରେ ଜୀବନ କାଟିବା ନିମନ୍ତେ ସେ ସେମାନଙ୍କୁ ପରାମର୍ଶ ଦେଲେ I (ଦେଖ: [[rc://*/tw/dict/bible/kt/justice]] ଏବଂ [ଲୂକ 3:12-15] (./12.ମଝି) )
## ବଂଶାବଳୀ
A ବଂଶାବଳୀ ଏକ ତାଲିକା ଅଟେ, ଯାହା ଜଣେ ବ୍ୟକ୍ତିର ପୂର୍ବପୁରୁଷମାନଙ୍କୁ ଏବଂ ବଂଶଧରମାନଙ୍କୁ ଲିପିବଦ୍ଧ କରେ I କିଏ ରାଜା ହେବ, ତାହା ନିର୍ଣ୍ଣୟ କରିବା ନିମନ୍ତେ ସେଭଳି ତାଲିକାଗୁଡିକ ଅତିଶୟ ମହତ୍ତ୍ଵପୂର୍ଣ୍ଣ ଥିଲା, କାରଣ ରାଜାଙ୍କ କ୍ଷମତା ସାଧାରଣତଃ ତାଙ୍କ ବାପାଙ୍କଠାରୁ ଗଡି ଆସୁଥିଲା ବା ଉତ୍ତରାଧିକାର ଭାବରେ ମିଳୁଥିଲା I ଅନ୍ୟ ମହତ୍ତ୍ଵପୂର୍ଣ୍ଣ ଲୋକମାନଙ୍କ ନିମନ୍ତେ ଲିପିବଦ୍ଧ ହୋଇଥିବା ବଂଶାବଳୀ ମଧ୍ୟ ସାଧାରଣ ଥିଲା I
## ଏହି ଅଧ୍ୟାୟରେ ମହତ୍ତ୍ଵପୂର୍ଣ୍ଣ ଅଳଙ୍କାରଗୁଡ଼ିକ
## ରୂପକ
ଆପଣାର ଅର୍ଥକୁ ପ୍ରକାଶିତ କରିବା ନିମନ୍ତେ ଭାବବାଣୀ ଅନେକ ସମୟରେ ରୂପକଗୁଡିକୁ ସାମିଲ କରୁଥିଲା I ଭାବବାଣୀର ଯଥୋଚିତ ବ୍ୟାଖ୍ୟାନ୍ତର କରିବା ନିମନ୍ତେ ଆତ୍ମିକ ବିବେଚନାର ଜ୍ଞାନ ଆବଶ୍ୟକ ଅଟେ I ଯିଶାଇୟଙ୍କ ଭାବବାଣୀ ଏକ ସଂପ୍ରସାରିତ ରୂପକ ଅଟେ, ଯାହା ବାପ୍ତିଜକ ଯୋହନଙ୍କର ସେବାକାର୍ଯ୍ୟକୁ ବର୍ଣ୍ଣନା କରିଥାଏ ([ ଲୂକ 3:4-6](./04.ମଝି)) I ଅନୁବାଦ କରିବା କଷ୍ଟକର ଅଟେ I ଏହା ପ୍ରସ୍ତାବ ଦିଆଯାଏ ଯେ ଅନୁବାଦକ ULT ର ପ୍ରତ୍ୟେକ ଧାଡିକୁ ଏକ ବିଶେଷ ରୂପକ ଭାବରେ ବିଚାର କରିବେ I (ଦେଖ: [[rc://*/tw/dict/bible/kt/prophet]] ଏବଂ [[rc://*/ta/man/translate/figs-metaphor]])
## ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ସାମ୍ଭାବ୍ୟ ଅନୁବାଦ ଜନିତ କଷ୍ଟକର ବିଷୟଗୁଡିକ
## “(ହେରୋଦ) ଯୋହନଙ୍କୁ କାରାଗାରରେ ବନ୍ଦୀ କଲେ”
ଏହି ଘଟଣା ଦ୍ୱନ୍ଦ ସୃଷ୍ଟି କରିପାରେ କାରଣ ଲେଖକ କହନ୍ତି ଯେ ଯୋହନ ବନ୍ଦୀଶାଳାରେ ବନ୍ଦୀ ହେଲେ ଏବଂ ତା’ପରେ କହନ୍ତି ଯେ ସେ ଯୀଶୁଙ୍କୁ ବାପ୍ତିଜିତ କରୁଥିଲେ I ଲେଖକ ହୁଏତ ହେରୋଦ ଦ୍ୱାରା ଯୋହନ କାରାଗାରରେ ବନ୍ଦୀ କରିବା ବିଷୟ ଅପେକ୍ଷା କରୁଥିବା ବେଳେ ଏହି ପଦ ବ୍ୟବହାର କରନ୍ତି I ଏହାର ଏହି ଅର୍ଥ ହୋଇପାରେ ଯେ ବର୍ଣ୍ଣନା କରିବା ସମୟରେ ଏହି ଉକ୍ତିଟି ତଥାପି ଭବିଷ୍ୟତରେ ରହିଥିଲା I