or_tn/luk/03/intro.md

4.7 KiB

ଲୂକ 03 ସାଧାରଣ ଟିପ୍ପଣୀ ବା ବିବରଣୀଗୁଡିକ

ଗଠନ ଏବଂ ଆକୃତି ପ୍ରଣାଳୀ

କେତେକ ଅନୁବାଦଗୁଡିକ ପଦ୍ୟର ପ୍ରତ୍ୟେକ ଧାଡିକୁ ପାଠର ବାକି ଅଂଶଠାରୁ ଦକ୍ଷିଣକୁ ବହୁଦୂରରେ ସଜ୍ଜିତ କରନ୍ତି ଯେପରି ପାଠ କରିବାକୁ ସହଜ ହେବ I 3:4-6 ରେ ଥିବା ପଦ୍ୟ ସହିତ ULT ଏହା କରିଥାଏ, ଯାହା ପୁରାତନ ନିୟମର ଶବ୍ଦଗୁଡିକ ଅଟେ I

ଏହି ଅଧ୍ୟାୟରେ ବିଶେଷ ବିଚାରଧାରାଗୁଡିକ

ନ୍ୟାୟ

ଏହି ଅଧ୍ୟାୟରେ ସୈନିକମାନଙ୍କୁ ଏବଂ କରଗ୍ରାହୀମାନଙ୍କୁ ଯୋହନ ଦେଇଥିବା ପରାମର୍ଶଗୁଡିକ ଜଟିଳ ନୁହେଁ I ସେଗୁଡିକ ଏଭଳି ବିଷୟସବୁ ଅଟେ ଯାହା ସେମାନେ ସ୍ୱତଃସିଦ୍ଧ ଭାବରେ କରିବା ଉଚିତ I ନ୍ୟାୟସଙ୍ଗତ ଭାବରେ ଜୀବନ କାଟିବା ନିମନ୍ତେ ସେ ସେମାନଙ୍କୁ ପରାମର୍ଶ ଦେଲେ I (ଦେଖ: rc://*/tw/dict/bible/kt/justice ଏବଂ [ଲୂକ 3:12-15] (./12.ମଝି) )

ବଂଶାବଳୀ

A ବଂଶାବଳୀ ଏକ ତାଲିକା ଅଟେ, ଯାହା ଜଣେ ବ୍ୟକ୍ତିର ପୂର୍ବପୁରୁଷମାନଙ୍କୁ ଏବଂ ବଂଶଧରମାନଙ୍କୁ ଲିପିବଦ୍ଧ କରେ I କିଏ ରାଜା ହେବ, ତାହା ନିର୍ଣ୍ଣୟ କରିବା ନିମନ୍ତେ ସେଭଳି ତାଲିକାଗୁଡିକ ଅତିଶୟ ମହତ୍ତ୍ଵପୂର୍ଣ୍ଣ ଥିଲା, କାରଣ ରାଜାଙ୍କ କ୍ଷମତା ସାଧାରଣତଃ ତାଙ୍କ ବାପାଙ୍କଠାରୁ ଗଡି ଆସୁଥିଲା ବା ଉତ୍ତରାଧିକାର ଭାବରେ ମିଳୁଥିଲା I ଅନ୍ୟ ମହତ୍ତ୍ଵପୂର୍ଣ୍ଣ ଲୋକମାନଙ୍କ ନିମନ୍ତେ ଲିପିବଦ୍ଧ ହୋଇଥିବା ବଂଶାବଳୀ ମଧ୍ୟ ସାଧାରଣ ଥିଲା I

ଏହି ଅଧ୍ୟାୟରେ ମହତ୍ତ୍ଵପୂର୍ଣ୍ଣ ଅଳଙ୍କାରଗୁଡ଼ିକ

ରୂପକ

ଆପଣାର ଅର୍ଥକୁ ପ୍ରକାଶିତ କରିବା ନିମନ୍ତେ ଭାବବାଣୀ ଅନେକ ସମୟରେ ରୂପକଗୁଡିକୁ ସାମିଲ କରୁଥିଲା I ଭାବବାଣୀର ଯଥୋଚିତ ବ୍ୟାଖ୍ୟାନ୍ତର କରିବା ନିମନ୍ତେ ଆତ୍ମିକ ବିବେଚନାର ଜ୍ଞାନ ଆବଶ୍ୟକ ଅଟେ I ଯିଶାଇୟଙ୍କ ଭାବବାଣୀ ଏକ ସଂପ୍ରସାରିତ ରୂପକ ଅଟେ, ଯାହା ବାପ୍ତିଜକ ଯୋହନଙ୍କର ସେବାକାର୍ଯ୍ୟକୁ ବର୍ଣ୍ଣନା କରିଥାଏ ( ଲୂକ 3:4-6) I ଅନୁବାଦ କରିବା କଷ୍ଟକର ଅଟେ I ଏହା ପ୍ରସ୍ତାବ ଦିଆଯାଏ ଯେ ଅନୁବାଦକ ULT ର ପ୍ରତ୍ୟେକ ଧାଡିକୁ ଏକ ବିଶେଷ ରୂପକ ଭାବରେ ବିଚାର କରିବେ I (ଦେଖ: [[rc:///tw/dict/bible/kt/prophet]] ଏବଂ [[rc:///ta/man/translate/figs-metaphor]])

ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ସାମ୍ଭାବ୍ୟ ଅନୁବାଦ ଜନିତ କଷ୍ଟକର ବିଷୟଗୁଡିକ

“(ହେରୋଦ) ଯୋହନଙ୍କୁ କାରାଗାରରେ ବନ୍ଦୀ କଲେ”

ଏହି ଘଟଣା ଦ୍ୱନ୍ଦ ସୃଷ୍ଟି କରିପାରେ କାରଣ ଲେଖକ କହନ୍ତି ଯେ ଯୋହନ ବନ୍ଦୀଶାଳାରେ ବନ୍ଦୀ ହେଲେ ଏବଂ ତା’ପରେ କହନ୍ତି ଯେ ସେ ଯୀଶୁଙ୍କୁ ବାପ୍ତିଜିତ କରୁଥିଲେ I ଲେଖକ ହୁଏତ ହେରୋଦ ଦ୍ୱାରା ଯୋହନ କାରାଗାରରେ ବନ୍ଦୀ କରିବା ବିଷୟ ଅପେକ୍ଷା କରୁଥିବା ବେଳେ ଏହି ପଦ ବ୍ୟବହାର କରନ୍ତି I ଏହାର ଏହି ଅର୍ଥ ହୋଇପାରେ ଯେ ବର୍ଣ୍ଣନା କରିବା ସମୟରେ ଏହି ଉକ୍ତିଟି ତଥାପି ଭବିଷ୍ୟତରେ ରହିଥିଲା I