or_tn/luk/03/08.md

2.2 KiB

produce fruits that are worthy of repentance

ଏହି ରୂପକରେ, ଜଣେ ବ୍ୟକ୍ତିର ବ୍ୟବହାରକୁ ଫଳ ସହିତ ତୁଳନା କରାଯାଇଛି I ଯେପରି ଏକ ବୃକ୍ଷଠାରୁ ଫଳ ଉତ୍ପନ୍ନ କରିବ ବୋଲି ଅପେକ୍ଷା କରାଯାଇଥାଏ, ଯାହା ସେପ୍ରକାର ବୃକ୍ଷ ପକ୍ଷରେ ଯଥୋଚିତ ଅଟେ, ଜଣେ ବ୍ୟକ୍ତି ଯିଏ କହେ ଯେ ସେ ଅନୁତାପ କରିଛି, ତାହାଠାରୁ ଧାର୍ମିକ ଜୀବନ କାଟିବା ଅପେକ୍ଷା କରାଯାଏ I ବିକଳ୍ପ ଅନୁବାଦ: “ସେପରି ଫଳ ଉତ୍ପନ୍ନ କର ଯାହା ଦର୍ଶାଇବ ଯେ ତୁମେ ମନପରିବର୍ତ୍ତନ କରିଛ” ବା “ଉତ୍ତମ କାର୍ଯ୍ୟଗୁଡିକ କର, ଯାହା ଦର୍ଶାଇବ ଯେ ତୁମର ପାପରୁ ବିମୁଖ ହୋଇ ତୁମେ ଫେରିଛ” (ଦେଖ: rc://*/ta/man/translate/figs-metaphor )

to say within yourselves

ତୁମ୍ଭେମାନେ ନିଜନିଜକୁ କହିବା ବା “ଚିନ୍ତା କରିବା”

We have Abraham for our father

ଅବ୍ରହାମ ଆମ୍ଭମାନଙ୍କର ପୂର୍ବପୁରୁଷ ବା “ଆମ୍ଭେମାନେ ଅବ୍ରହାମଙ୍କ ବଂଶଧରଗଣ I” ଯଦି ଏହା ଅସ୍ପଷ୍ଟ ଯେ ସେମାନେ କାହିଁକି ଏହା କହିବେ, ତେବେ ତୁମେ ଅନ୍ତର୍ନିହିତ ତଥ୍ୟକୁ ମଧ୍ୟ ଯୋଗ କରିପାରିବ: “ଅତଏବ ଈଶ୍ୱର ଆମ୍ଭମାନଙ୍କୁ ଦଣ୍ଡ ଦେବେ ନାହିଁ I” (ଦେଖ: rc://*/ta/man/translate/figs-explicit)

to raise up children for Abraham

ଅବ୍ରହାମଙ୍କ ନିମନ୍ତେ ସନ୍ତାନଗଣ ସୃଷ୍ଟି କରିବେ

from these stones

ହୁଏତ ଯୋହନ ଯର୍ଦ୍ଦନ ନଦୀ କୂଳରେ ଥିବା ବାସ୍ତବ ପ୍ରସ୍ତରଗୁଡିକ ଆଡ଼କୁ ଇଙ୍ଗିତ କରୁଥିଲେ I