or_tn/luk/01/03.md

16 lines
2.4 KiB
Markdown

# having investigated
ଯତ୍ନର ସହ ଗବେଷଣା କରାଯାଇଛି I ସଠିକ୍ ଭାବରେ କ’ଣ ସବୁ ଘଟିଥିଲା, ସେ ସମ୍ପର୍କରେ ଅନୁସନ୍ଧାନ କରିବାରେ ଲୂକ ଯତ୍ନଶୀଳ ଥିଲେ I ସେ ହୁଏତ ବିଭିନ୍ନ ଲୋକମାନଙ୍କ ସହିତ କଥାବାର୍ତ୍ତା କରିଥିଲେ ଯେଉଁମାନେ ଯାହା ସବୁ ଘଟିଥିଲା ସେସବୁ ଦେଖିଥିଲେ ଯେପରି ସେ ନିଶ୍ଚିତ ହେବେ ଯେ ସେ ଏହି ଘଟଣାଗୁଡିକ ସମ୍ପର୍କରେ ଯାହା ଲେଖିଛନ୍ତି, ତାହା ସଠିକ୍ ଅଟେ I
# most excellent Theophilus
ଥିୟଫିଲଙ୍କ ନିମନ୍ତେ ସମ୍ମାନ ଓ ସମାଦର ପ୍ରଦର୍ଶନ କରିବା ନିମନ୍ତେ ଲୂକ ଏହା କହିଲେ I ଏହାର ଅର୍ଥ ଏପରି ହୋଇପାରେ ଯେ ଥିୟଫିଲ ଜଣେ ମହତ୍ତ୍ଵପୂର୍ଣ୍ଣ ସରକାରୀ ପଦାଧିକାରୀ ଥିଲେ I ଏହି ବିଭାଗ ସେହି ଶୈଳୀ ବ୍ୟବହାର କରିବା ଉଚିତ ଯାହା ତୁମର ସଂସ୍କୃତି ଉଚ୍ଚ ପଦବୀରେ ଥିବା ଲୋକମାନଙ୍କୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହାର କରେ I କିଛି ଲୋକ ମଧ୍ୟ ଏହି ସମ୍ବୋଧନକୁ ଆରମ୍ଭରେ ରଖିବା ନିମନ୍ତେ ପସନ୍ଦ କରି ଏପରି କହି ପାରନ୍ତି,” ଥିୟଫିଲଙ୍କ ପ୍ରତି” କିମ୍ବା ପ୍ରିୟ... ଥିୟଫିଲ I”
# most excellent
ସମ୍ମାନୀୟ ବା “ସମ୍ଭ୍ରାନ୍ତ”
# Theophilus
ଏହି ନାମର ଅର୍ଥ “ଈଶ୍ୱରଙ୍କ ବନ୍ଧୁ I” ଏହା ଏହି ବ୍ୟକ୍ତିଙ୍କର ଚରିତ୍ରକୁ ବର୍ଣ୍ଣନା କରିପାରେ ବା ଏହା ହୁଏତ ତାହାଙ୍କ ପ୍ରକୃତ ନାମ ଥିଲା I ଅନେକ ଅନୁବାଦକ ଏହା ତାଙ୍କର ନାମ ବୋଲି କହନ୍ତି I (ଦେଖ: [[rc://*/ta/man/translate/translate-names]])