or_tn/luk/01/03.md

2.4 KiB

having investigated

ଯତ୍ନର ସହ ଗବେଷଣା କରାଯାଇଛି I ସଠିକ୍ ଭାବରେ କ’ଣ ସବୁ ଘଟିଥିଲା, ସେ ସମ୍ପର୍କରେ ଅନୁସନ୍ଧାନ କରିବାରେ ଲୂକ ଯତ୍ନଶୀଳ ଥିଲେ I ସେ ହୁଏତ ବିଭିନ୍ନ ଲୋକମାନଙ୍କ ସହିତ କଥାବାର୍ତ୍ତା କରିଥିଲେ ଯେଉଁମାନେ ଯାହା ସବୁ ଘଟିଥିଲା ସେସବୁ ଦେଖିଥିଲେ ଯେପରି ସେ ନିଶ୍ଚିତ ହେବେ ଯେ ସେ ଏହି ଘଟଣାଗୁଡିକ ସମ୍ପର୍କରେ ଯାହା ଲେଖିଛନ୍ତି, ତାହା ସଠିକ୍ ଅଟେ I

most excellent Theophilus

ଥିୟଫିଲଙ୍କ ନିମନ୍ତେ ସମ୍ମାନ ଓ ସମାଦର ପ୍ରଦର୍ଶନ କରିବା ନିମନ୍ତେ ଲୂକ ଏହା କହିଲେ I ଏହାର ଅର୍ଥ ଏପରି ହୋଇପାରେ ଯେ ଥିୟଫିଲ ଜଣେ ମହତ୍ତ୍ଵପୂର୍ଣ୍ଣ ସରକାରୀ ପଦାଧିକାରୀ ଥିଲେ I ଏହି ବିଭାଗ ସେହି ଶୈଳୀ ବ୍ୟବହାର କରିବା ଉଚିତ ଯାହା ତୁମର ସଂସ୍କୃତି ଉଚ୍ଚ ପଦବୀରେ ଥିବା ଲୋକମାନଙ୍କୁ ସମ୍ବୋଧନ କରିବା ନିମନ୍ତେ ବ୍ୟବହାର କରେ I କିଛି ଲୋକ ମଧ୍ୟ ଏହି ସମ୍ବୋଧନକୁ ଆରମ୍ଭରେ ରଖିବା ନିମନ୍ତେ ପସନ୍ଦ କରି ଏପରି କହି ପାରନ୍ତି,” ଥିୟଫିଲଙ୍କ ପ୍ରତି” କିମ୍ବା ପ୍ରିୟ... ଥିୟଫିଲ I”

most excellent

ସମ୍ମାନୀୟ ବା “ସମ୍ଭ୍ରାନ୍ତ”

Theophilus

ଏହି ନାମର ଅର୍ଥ “ଈଶ୍ୱରଙ୍କ ବନ୍ଧୁ I” ଏହା ଏହି ବ୍ୟକ୍ତିଙ୍କର ଚରିତ୍ରକୁ ବର୍ଣ୍ଣନା କରିପାରେ ବା ଏହା ହୁଏତ ତାହାଙ୍କ ପ୍ରକୃତ ନାମ ଥିଲା I ଅନେକ ଅନୁବାଦକ ଏହା ତାଙ୍କର ନାମ ବୋଲି କହନ୍ତି I (ଦେଖ: rc://*/ta/man/translate/translate-names)