or_tn/jhn/19/intro.md

5.1 KiB

ଯୋହନ ୧୯ ସାଧାରଣ ସୂଚନା

ଗଠନ ପ୍ରଣାଳୀ ଓ ଆକୃତି

କେତେକ ଅନୁବାଦ ସହଜରେ ପାଠ କରିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ, ୧୯:୧୪ ପଦରେ ତାହା କରୁଅଛି, ଯାହା ପୁରାତନ ନିୟମରୁ ଆସିଥିବା ପଦ ଅଟେ I

ଏହି ଅଧ୍ୟାୟର ବିଶେଷ ଧାରଣା

“କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର”

କୃଷ୍ଣଲୋହିତ ଏକ ନାଲି କିମ୍ବା ନୀଳ ସଦୃଶ ବର୍ଣ୍ଣ ଅଟେ I ଲୋକମାନେ ଯୀଶୁଙ୍କୁ ପରିହାସ କରୁଥିଲେ, ତେଣୁ ସେମାନେ ତାହାଙ୍କୁ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧାଇଲେ I ଏଥିନିମନ୍ତେ ଯେ ରାଜାମାନେ କୃଷ୍ଣଲୋହିତ ବର୍ଣ୍ଣର ବସ୍ତ୍ର ପିନ୍ଧୁଥିଲେ I ସେମାନେ ଜଣେ ରାଜାଙ୍କୁ ସମ୍ମାନ ଦେବା ସ୍ବରୁପ କଥା କହୁଥିଲେ ଓ ଅଭିନୟ କରୁଥିଲେ, କିନ୍ତୁ ସମସ୍ତେ ଜାଣିଥିଲେ ଯେ ସେମାନେ ଯୀଶୁଙ୍କୁ ଘୃଣା କରୁଥିବା କାରଣରୁ ତାହା କରୁଥିଲେ I (ଦେଖ: rc://*/ta/man/translate/figs-irony)

“ତୁମ୍ଭେ କାଇସରଙ୍କ ମିତ୍ର ନୁହ”

ପୀଲାତ ଜାଣିଥିଲେ ଯେ ଯୀଶୁ ଜଣେ ଅପରାଧୀ ନଥିଲେ, ସେଥିପାଇଁ ସେ ଆପଣା ସୈନ୍ୟମାନଙ୍କ ଦ୍ବାରା ତାହାଙ୍କୁ ବଧ କରିବାକୁ ଚାହିଁଲେ ନାହିଁ I କିନ୍ତୁ ଯିହୂଦୀମାନେ ତାହାଙ୍କୁ କହିଲେ ଯେ ଯୀଶୁ ଆପଣାକୁ ଜଣେ ରାଜା ବୋଲି ଦାବୀ କରୁଅଛି, ଆଉ ଯେକେହି ତାହା କରେ, ସେ କାଇସରଙ୍କ ବ୍ୟବସ୍ଥା ଉଲଂଘନ କରେ (ଯୋହନ ୧୯:୧୨) I

ସମାଧି

ଯୀଶୁ ଯେଉଁ ସମାଧିରେ କବର ପ୍ରାପ୍ତ ହୋଇଥିଲେ (ଯୋହନ ୧୯:୪୧), ତାହା ଏପ୍ରକାର ସମାଧି ଥିଲା, ଯେଉଁଠି ସମ୍ଭ୍ରାନ୍ତ ଯିହୂଦୀ ପରିବାର ସେମାନଙ୍କ ମୃତ ଲୋକମାନଙ୍କୁ କବର ଦେଉଥିଲେ I ଏହା ଏକ ବୃହତ୍ ପଥରକୁ ଖୋଳାଯାଇ କରା ଯାଇଥିବା ଏକ ବାସ୍ତବ କୋଠାରୀ ଥିଲା I ଏହାର ଗୋଟିଏ ପାଖରେ ସମତଳ ସ୍ଥାନ ଥିଲା, ଯେଉଁଥିରେ ମୃତ ଶରୀରକୁ ତୈଳ ଓ ସୁଗନ୍ଧିଦ୍ରବ୍ୟ ଲଗାଇ ବସ୍ତ୍ରରେ ଗୁଡାଇଲା ପରେ ରଖା ଯାଉଥିଲା I ତତ୍ପରେ ସେମାନେ ଗୋଟିଏ ବୃହତ୍ ପଥରକୁ ଗଡାଇ ସମାଧି ଦ୍ବାର ସମ୍ମୁଖରେ ରଖି ଦେଉଥିଲେ, ଯେପରି କେହି ଭିତରକୁ ଦେଖି ପାରିବନାହିଁ କି ପ୍ରବେଶ କରିପାରିବ ନାହିଁ I

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ବ୍ୟଙ୍ଗ

ସୈନ୍ୟମାନେ ଯୀଶୁଙ୍କୁ “ହେ ଯିହୂଦୀମାନଙ୍କ ରାଜା” କହି ତାହାଙ୍କୁ ପରିହାସ କରୁଥିଲେ I ପୀଲାତ ଯିହୂଦୀମାନଙ୍କୁ ଅପମାନ କରି ପଚାରିଲେ, “ମୁଁ କ”ଣ ତୁମ୍ଭମାନଙ୍କ ରାଜାଙ୍କୁ କ୍ରୁଶାର୍ପିତ କରାଇବି ? ସେ ସମ୍ଭବତଃ ଉଭୟ ଯୀଶୁ ଓ ଯିହୂଦୀମାନଙ୍କୁ ଅପମାନ କରୁଥିଲେ, ଯେତେବେଳେ ସେ “ନାଜରିତୀୟ ଯୀଶୁ, ଯିହୂଦୀମାନଙ୍କ ରାଜା” ଲେଖିଥିଲେ I (ଦେଖ: rc://*/ta/man/translate/figs-irony)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

ଗବ୍ବାଥା, ଗଲଗଥା

ଏହି ଦୁଇଟି ଏବ୍ରୀୟ ଶବ୍ଦ I ଏହି ଶବ୍ଦ ଗୁଡିକୁ (“ପ୍ରସ୍ତର ମଣ୍ଡପ” ଓ “କପାଳ ସ୍ଥଳ”) ଅର୍ଥକୁ ଅନୁବାଦ କଲାପରେ, ଲେଖକ ସେଗୁଡିକର ଭାବାର୍ଥକୁ ଗ୍ରୀକ୍ ଅକ୍ଷରରେ ଲିପିବଦ୍ଧ କରନ୍ତି I