or_tn/jhn/14/intro.md

1.6 KiB

ଯୋହନ ୧୪ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

“ମୋହର ପିତାଙ୍କ ଗୃହ”

ଯୀଶୁ ସ୍ବର୍ଗ ସମ୍ବନ୍ଧରେ ଏହି ଶବ୍ଦଗୁଡିକ କହିଥିଲେ, ଯେଉଁଠାରେ ଈଶ୍ବର ବାସ କରନ୍ତି; ମନ୍ଦିର ସମ୍ବନ୍ଧରେ ନୁହେଁ I (ଦେଖ: rc://*/tw/dict/bible/kt/heaven)

ପବିତ୍ର ଆତ୍ମା

ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ ଯେ ସେ ସେମାନଙ୍କ ନିକଟକୁ ପବିତ୍ର ଆତ୍ମା ପଠାଇବେ I ପବିତ୍ର ଆତ୍ମା ସାହାଯ୍ୟକାରୀ ଅଟନ୍ତି (ଯୋହନ ୧୪:୧୬) ଯେ ସର୍ବଦା ଈଶ୍ବରଙ୍କ ଲୋକମାନଙ୍କ ସହିତ ରହି ସେମାନଙ୍କୁ ସାହାଯ୍ୟ କରନ୍ତି ଓ ସେମାନଙ୍କ ନିମନ୍ତେ ଈଶ୍ବରଙ୍କୁ କଥା କହନ୍ତି I ସେ ମଧ୍ୟ ସତ୍ୟମୟ ଆତ୍ମା ଅଟନ୍ତି (ଯୋହନ ୧୪:୧୭) ଯେ ଈଶ୍ବରଙ୍କ ବିଷୟରେ ସତ୍ୟ କଅଣ, ତାହା ଈଶ୍ବରଙ୍କ ଲୋକମାନଙ୍କୁ କହନ୍ତି, ଯେପରି ସେମାନେ ତାହାଙ୍କୁ ଭଲରୂପେ ଜାଣି ତାହାଙ୍କ ସେବା କରି ପାରିବେ I (ଦେଖ: rc://*/tw/dict/bible/kt/holyspirit)