or_tn/jhn/09/intro.md

3.7 KiB

ଯୋହନ ୦୯ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

“କିଏ ପାପ କରିଥିଲେ ?”

ଯୀଶୁଙ୍କ ସମୟରେ ଅନେକ ଯିହୂଦୀମାନେ ବିଶ୍ବାସ କରୁଥିଲେ ଯେ ଯଦି କୌଣସି ଲୋକ ଅନ୍ଧ କିମ୍ବା ବଧିର ଅବା ଖଞ୍ଜ ଥିଲା, ତେବେ ଏହାର କାରଣ ହେଉଛି ଯେ ସେ କିମ୍ବା ତାହାର ପିତାମାତା ବା ତାଙ୍କ ପରିବାରର କେହି ପାପ କରିଥିଲେ I ଏହା ମୋଶାଙ୍କ ବ୍ୟବସ୍ଥାର ଶିକ୍ଷା ନ ଥିଲା I (ଦେଖ: [[rc:///tw/dict/bible/kt/sin]] ଓ [[rc:///tw/dict/bible/kt/lawofmoses]])

“ସେ ବିଶ୍ରାମବାରକୁ ପାଳନ କରୁନାହିଁ”

ଫାରୂଶୀମାନେ ଭାବୁଥିଲେ ଯେ ଯୀଶୁ କାର୍ଯ୍ୟ କରୁଛନ୍ତି, ଆଉ ସେଥିପାଇଁ କାଦୁଅ ପ୍ରସ୍ତୁତକରି, ବିଶ୍ରାମବାରକୁ ଲଂଘନ କରୁଛନ୍ତି I (ଦେଖ: rc://*/tw/dict/bible/kt/sabbath)

ଏହି ଅଧ୍ୟାୟର ମୁଖ୍ୟ ରୂପକ

ଜ୍ୟୋତିଃ ଓ ଅନ୍ଧକାର

ବାଇବଲ ସର୍ବଦା ଅଧାର୍ମିକ ଲୋକମାନଙ୍କ ବିଷୟରେ, ଅର୍ଥାତ୍, ଯେଉଁ ଲୋକମାନେ ଈଶ୍ବରଙ୍କ ସନ୍ତୋଷଜନକ କାର୍ଯ୍ୟ କରନ୍ତି ନାହିଁ, ସେମାନଙ୍କ ବିଷୟରେ କହେ ଯେପରି ସେମାନେ ଅନ୍ଧକାରରେ ଦରାଣ୍ଡି ହେଉଥିଲେ I ଏହା ଜ୍ୟୋତିଃ ବିଷୟରେ କହେ ଯେପରି ଏହା ପାପପୂର୍ଣ୍ଣ ଜୀବନ କାଟୁଥିବା ଲୋକମାନଙ୍କୁ ଧାର୍ମିକ ହେବା ନିମନ୍ତେ ସକ୍ଷମ କରାଏ, ଅର୍ଥାତ୍ ସେମାନେ କରୁଥିବା ମନ୍ଦ କାର୍ଯ୍ୟ ସମ୍ବନ୍ଧରେ ବୁଝି ଈଶ୍ବରଙ୍କ ବାଧ୍ୟ ହେବା ନିମନ୍ତେ ଆରମ୍ଭ କରିବାକୁ ସକ୍ଷମ କରାଏ I (ଦେଖ: rc://*/tw/dict/bible/kt/righteous)

ଦେଖିବା ଓ ଅନ୍ଧହେବା

ଯୀଶୁ ଫାରୂଶୀମାନଙ୍କୁ ଅନ୍ଧ କହୁଛନ୍ତି, କାରଣ ସେମାନେ ଦେଖୁଛନ୍ତି ଯେ ଯୀଶୁ ଅନ୍ଧ ଲୋକମାନଙ୍କୁ ସୁସ୍ଥ କରୁଛନ୍ତି, ତଥାପି ସୁଦ୍ଧା ସେମନେ ଈଶ୍ବର ତାହାଙ୍କୁ ପ୍ରେରଣ କରିଥିବା ବିଶ୍ବାସ କରୁ ନାହାନ୍ତି (ଯୋହନ ୯:୩୯-୪୦) I (ଦେଖ: rc://*/ta/man/translate/figs-metaphor)

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

“ମନୁଷ୍ୟପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ଆପଣାକୁ ମନୁଷ୍ୟପୁତ୍ର କହୁଛନ୍ତି (ଯୋହନ ୯:୩୫) I ତୁମର ଭାଷା ହୁଏତ ଅନ୍ୟ କାହା ବିଷୟରେ କହିବା ନିମନ୍ତେ ଅନୁମତି ଦିଏନାହି ଯେପରି ସେମାନେ ଅନ୍ୟ ଲୋକମାନଙ୍କ ବିଷୟରେ କହନ୍ତି I (ଦେଖ: [[rc:///tw/dict/bible/kt/sonofman]] ଓ [[rc:///ta/man/translate/figs-123person]])