or_tn/jhn/07/intro.md

5.2 KiB

ଯୋହନ ୦୭ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ସମ୍ପୂର୍ଣ୍ଣ ଅଧ୍ୟାୟଟି ଯୀଶୁ ଯେ ମଶୀହ, ତାହା ବିଶ୍ବାସ କରିବାର ଚିନ୍ତାଧାରା ଉପରେ ଆଧାରିତ ଅଟେ I କେତେକ ଲୋକ ଏହା ସତ୍ୟ ବୋଲି ଗ୍ରହଣ କରିଥିବା ବେଳେ ଆଉ କେତେକ ଅଗ୍ରାହ୍ୟ କରିଥିଲେ I କେତେକ ତାହାଙ୍କର ଶକ୍ତିକୁ ଓ ଏପରିକି ସେ ସମ୍ଭବତଃ ଜଣେ ଭାବବାଦୀ ହୋଇଥିବେ ବୋଲି ଚିହ୍ନିବାକୁ ଇଚ୍ଛା କରୁଥିଲେ, କିନ୍ତୁ ଅଧିକାଂଶ ଲୋକେ ସେ ମସୀହ ଭାବେ ବିଶ୍ବାସ କରିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ I (See: [[rc:///tw/dict/bible/kt/christ]] and [[rc:///tw/dict/bible/kt/prophet]])

ପାଠକମାନଙ୍କୁ ବୁଝାଇବା ନିମନ୍ତେ, ୫୩ ପଦରେ ଅନୁବାଦକମାନେ ଏକ ଟିପ୍ପଣୀ ସଂଯୁକ୍ତ କରିବା ନିମନ୍ତେ ଇଛା କରି ପାରନ୍ତି ଯେ ସେମାନେ କାହିଁକି ୭:୫୩-୮:୧୧ ଅନୁବାଦ କରିବାକୁ ଚାହୁଁଛନ୍ତି ଅବା ଚାହୁଁ ନାହାନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ଏହି ଅଧ୍ୟୟରେ ବ୍ୟବହୃତ ଏହି ବାକ୍ୟାଂଶ ଓ “ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇନାହିଁ” ସୁଚିତ କରେ ଯେ ଯୀଶୁ ତାହାଙ୍କ ଜୀବନରେ ଘଟୁଥିବା ଘଟଣାଗୁଡିକ ଉପରେ ତାହାଙ୍କର ନିୟନ୍ତ୍ରଣ ଅଛି I

“ଜୀବନ୍ତଜଳ”

ଏହା ନୂତନ ନିୟମରେ ବ୍ୟବହୃତ ଏକ ଗୁରୁତ୍ବପୂର୍ଣ୍ଣ ପ୍ରତିଛବି ଅଟେ I ଏହା ଏକ ରୂପକ ଅଟେ, କାରଣ ଏହା ଏକ ମରୁଭୂମିର ପରିବେଶକୁ ଚିତ୍ରଣ କରେ, ଏହା ସମ୍ଭବତଃ ଗୁରୁତ୍ବ ଦିଏ ଯେ ଯୀଶୁ ଜୀବନ ପୋଷକ ଦେବାକୁ ସମର୍ଥ ଅଟନ୍ତି I (ଦେଖ: rc://*/ta/man/translate/figs-metaphor)

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଭାବବାଣୀ

ଯୋହନ ଯୋହନ ୭:୩୩-୩୪ରେ ଯୀଶୁ ଏକ ସ୍ପଷ୍ଟ ଉକ୍ତି ନଥାଇ ଆପଣା ଜୀବନ ସମ୍ବନ୍ଧରେ ଏକ ଭାବବାଣୀ ଦେଉଛନ୍ତି I

ବ୍ୟଙ୍ଗ

ନୀକଦୀମ ଅନ୍ୟ ଫାରୂଶୀମାନଙ୍କୁ ବୁଝାଉଛନ୍ତି ଯେ ଜଣେ ବ୍ୟକ୍ତିର ବିଚାର କରିବା ପୂର୍ବରୁ ତାହାଠାରୁ ପ୍ରତ୍ୟକ୍ଷ ଭାବରେ ଶୁଣିବା ନିମନ୍ତେ ବ୍ୟବସ୍ଥା ଆବଶ୍ୟକ କରେ I ତା’ ପରିବର୍ତ୍ତେ ଫାରୁଶୀମାନେ ଯୀଶୁଙ୍କ ସହ କଥାବାର୍ତ୍ତା ନକରି ଯୀଶୁଙ୍କ ବିଷୟରେ ବିଚାର ନିଷ୍ପତ୍ତି କରିଥିଲେ I

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

“ତାହାଙ୍କଠାରେ ବିଶ୍ବାସ କଲେ ନାହିଁ”

ଯୀଶୁଙ୍କ ଭାଇମାନେ ଯୀଶୁଙ୍କୁ ମସୀହ ଭାବେ ବିଶ୍ବାସ କଲେ ନାହିଁ I (ଦେଖ: rc://*/tw/dict/bible/kt/believe)

“ଯିହୂଦୀମାନେ”

ଏହି ଅନୁଚ୍ଛେଦରେ ଏହି ଶବ୍ଦ ଦୁଇ ପ୍ରକାରେ ବ୍ୟବହୃତ ହୋଇଛି I ଏହା ନିର୍ଦ୍ଦିଷ୍ଟ ଭାବରେ ଯୀଶୁଙ୍କୁ ବିରୋଧ କରି ତାହାଙ୍କୁ ବଧ କରିବାକୁ ଚେଷ୍ଟା କରୁଥିବା ଯିହୂଦୀ ନେତାମାନଙ୍କ ସମ୍ବନ୍ଧରେ ଉଲ୍ଲେଖ କରାଯାଇଛି (ଯୋହନ ୭:୧) I ଏହା ମଧ୍ୟ ଯୀଶୁଙ୍କ ସମ୍ବନ୍ଧରେ ସର୍ବ ସାଧାରଣରେ ଏକ ସକାରାତ୍ମକ ମତ ରଖିଥିବା ଯିହୂଦା ପ୍ରଦେଶର ଲୋକମାନଙ୍କ ନିମନ୍ତେ ବ୍ୟବହାର କରାଯାଇଛି (ଯୋହନ ୭:୧୩) I ଅନୁବାଦକ “ଯିହୂଦୀ ନେତାମାନେ” ଓ “ଯିହୂଦୀ ଲୋକମାନେ” କିମ୍ବା “ଯିହୂଦୀ (ନେତାମାନେ)” ଓ “ଯିହୂଦୀ (ସାଧାରଣଭାବରେ)” ବ୍ୟବହାର କରିବାକୁ ଇଚ୍ଛା କରି ପାରନ୍ତି I