or_tn/jhn/06/intro.md

5.1 KiB

ଯୋହନ ୦୬ ସାଧାରଣ ସୂଚନା

ଏହି ଅଧ୍ୟାୟର ବିଶେଷ ଧାରଣା

ରାଜା

ଯେ କୌଣସି ରାଜ୍ୟର ଜଣେ ରାଜା ସେହି ଦେଶର ସବୁଠାରୁ ଧନଶାଳୀ ଓ ପରାକ୍ରମୀ ବ୍ୟକ୍ତି ହେଉଥିଲେ I ଲୋକମାନେ ଯୀଶୁଙ୍କୁ ସେମାନଙ୍କ ରାଜା ହେବାକୁ ଚାହୁଁଥିଲେ, କାରଣ ସେ ସେମାନଙ୍କୁ ଖାଦ୍ୟ ଦେଇଥିଲେ ଓ ତେଣୁ ସେମାନେ ଭାବୁଥିଲେ ଯେ ସେ ଯିହୂଦୀମାନଙ୍କ ଦେଶକୁ ଜଗତରେ ସବୁଠାରୁ ଧନଶାଳୀ ଓ ସବୁଠାରୁ ପରାକ୍ରମୀ ଦେଶ କରିଦେବେ I ସେମାନେ ବୁଝି ନଥିଲେ ଯେ ଯୀଶୁ ମୃତ୍ୟୁଭୋଗ କରିବାକୁ ଆସିଥିଲେ ଓ ଯେପରି ଈଶ୍ବର ଲୋକମାନଙ୍କ ପାପକୁ କ୍ଷମା କରିବେ ଏବଂ ଜଗତ ତାହାଙ୍କ ଲୋକମାନଙ୍କୁ ତାଡନା କରିବ I

ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ରୂପକସମୂହ

ରୋଟୀ

ଯୀଶୁଙ୍କ ସମୟରେ ରୋଟୀ ଅତି ସାଧାରଣ ଓ ଗୁରୁତ୍ବପୂର୍ଣ୍ଣ ଖାଦ୍ୟ ଥିଲା, ଏବଂ ତେଣୁ “ଆହାର” ନିମନ୍ତେ “ରୋଟୀ” ସେମାନଙ୍କର ଏକ ସାଧାରଣ ଶବ୍ଦ ଥିଲା I ଯେଉଁମାନେ ରୋଟୀ ଖାଆନ୍ତି ନାହିଁ, ସେମାନଙ୍କ ଭାଷାରେ “ରୋଟୀ” ଶବ୍ଦକୁ ଅନୁବାଦ କରିବା ପ୍ରାୟତଃ କଷ୍ଟକର ହୋଇଥାଏ, କାରଣ କେତେକ ଭାଷାରେ ଖାଦ୍ୟ ନିମନ୍ତେ ବୁଝାଉଥିବା ସାଧାରଣ ଶବ୍ଦ ଯୀଶୁଙ୍କ ସଂସ୍କୃତିର ଶବ୍ଦ ସହିତ ସମାନ ନୁହେଁ I ଯୀଶୁ ଆପଣାକୁ ବୁଝାଇବା ନିମନ୍ତେ “ରୋଟୀ” ଶବ୍ଦ ବ୍ୟବହାର କରିଥିଲେ I ସେ ସେମାନେ ଏହା ବୁଝିବା ଚାହୁଁଥିଲେ ଯେ ସେ ସେମାନଙ୍କ ପ୍ରୟୋଜନ ଅଟନ୍ତି, ଯେପରି ସେମାନେ ଅନନ୍ତଜୀବନ ପ୍ରାପ୍ତ କରିବେ I (ଦେଖ: [[rc:///ta/man/translate/figs-metaphor]] ଓ [[rc:///ta/man/translate/figs-synecdoche]])

ମାଂସ ଭୋଜନ କରିବା ଓ ରକ୍ତ ପାନ କରିବା

ଯେତେବେଳେ ଯୀଶୁ କହିଲେ, “ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କ ମାଂସ ଭୋଜନ ନକଲେ ଓ ତାହାଙ୍କର ରକ୍ତ ପାନ ନକଲେ, ତୁମ୍ଭେମାନେ ଜୀବନ ପାଇବ ନାହିଁ,” ସେ ଜାଣିଥିଲେ ଯେ ଆପଣା ମୃତ୍ୟୁ ପୂର୍ବରୁ ରୋଟୀ ଭୋଜନ କରି ଓ ଦ୍ରାକ୍ଷାରସ ପାନ କରି ଏହା କରିବାକୁ ଆପଣା ଶିଷ୍ୟମାନଙ୍କୁ କହିବେ I ଏହି ଅଧ୍ୟାୟ ବର୍ଣ୍ଣନା କରୁଥିବା ଘଟଣାରେ ସେ ଆଶା କରୁଥିଲେ ଯେ ସେ ରୂପକ ବ୍ୟବହାର କରି ଯାହା ବୁଝାଉଛନ୍ତି, ତାହା ତାହାଙ୍କ ଶ୍ରୋତାମାନେ ବୁଝି ପାରିବେ I (ଦେଖ: [[rc:///tw/dict/bible/kt/flesh]] ଓ [[rc:///tw/dict/bible/kt/blood]])

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା

ବନ୍ଧନୀ ସମନ୍ବିତ ଚିନ୍ତାଧାରା

ଏହି ଅନୁଚ୍ଛେଦରେ ଅନେକ ଥର ଯୋହନ କିଛିବିଷୟ ବୁଝାଉଛନ୍ତି ବା ଘଟଣାକୁ ଭଲ ଭାବରେ ବୁଝିବା ନିମନ୍ତେ ପାଠକଙ୍କୁ କେତେକ ପ୍ରସଙ୍ଗ ଦେଉଛନ୍ତି Iଏହି ବ୍ୟାଖ୍ୟାସମୁହର ଉଦ୍ଦେଶ୍ୟ ଯେ ବିବରଣୀର ପ୍ରବାହରେ କୌଣସି ବାଧା ନ ଆଣି ପାଠକଙ୍କୁ କିଛି ଅତିରିକ୍ତ ଜ୍ଞାନ ଦେବା I ସେହି ସୂଚନାଗୁଡିକ ବନ୍ଧନୀ ମଧ୍ୟରେ ରଖାଯାଇଛି I

“ମନୁଷ୍ୟପୁତ୍ର”

ଏହି ଅଧ୍ୟାୟରେ ଯୀଶୁ ଆପଣାକୁ “ମନୁଷ୍ୟ ପୁତ୍ର” ଭାବେ କହୁଛନ୍ତି (ଯୋହନ ୬:୨୬) I ତୁମର ଭାଷା ହୁଏତ ଅନ୍ୟ କାହା ବିଷୟରେ କହୁଥିବା ଭଳି ଲୋକମାନଙ୍କୁ ଆପଣା ଆପଣା ବିଷୟରେ କହିବାକୁ ଦେଉ ନଥିବ I (ଦେଖ: [[rc:///tw/dict/bible/kt/sonofman]] ଓ [[rc:///ta/man/translate/figs-123person]])