or_tn/jhn/06/intro.md

27 lines
5.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# ଯୋହନ ୦୬ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା
### ରାଜା
ଯେ କୌଣସି ରାଜ୍ୟର ଜଣେ ରାଜା ସେହି ଦେଶର ସବୁଠାରୁ ଧନଶାଳୀ ଓ ପରାକ୍ରମୀ ବ୍ୟକ୍ତି ହେଉଥିଲେ I ଲୋକମାନେ ଯୀଶୁଙ୍କୁ ସେମାନଙ୍କ ରାଜା ହେବାକୁ ଚାହୁଁଥିଲେ, କାରଣ ସେ ସେମାନଙ୍କୁ ଖାଦ୍ୟ ଦେଇଥିଲେ ଓ ତେଣୁ ସେମାନେ ଭାବୁଥିଲେ ଯେ ସେ ଯିହୂଦୀମାନଙ୍କ ଦେଶକୁ ଜଗତରେ ସବୁଠାରୁ ଧନଶାଳୀ ଓ ସବୁଠାରୁ ପରାକ୍ରମୀ ଦେଶ କରିଦେବେ I ସେମାନେ ବୁଝି ନଥିଲେ ଯେ ଯୀଶୁ ମୃତ୍ୟୁଭୋଗ କରିବାକୁ ଆସିଥିଲେ ଓ ଯେପରି ଈଶ୍ବର ଲୋକମାନଙ୍କ ପାପକୁ କ୍ଷମା କରିବେ ଏବଂ ଜଗତ ତାହାଙ୍କ ଲୋକମାନଙ୍କୁ ତାଡନା କରିବ I
## ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ରୂପକସମୂହ
### ରୋଟୀ
ଯୀଶୁଙ୍କ ସମୟରେ ରୋଟୀ ଅତି ସାଧାରଣ ଓ ଗୁରୁତ୍ବପୂର୍ଣ୍ଣ ଖାଦ୍ୟ ଥିଲା, ଏବଂ ତେଣୁ “ଆହାର” ନିମନ୍ତେ “ରୋଟୀ” ସେମାନଙ୍କର ଏକ ସାଧାରଣ ଶବ୍ଦ ଥିଲା I ଯେଉଁମାନେ ରୋଟୀ ଖାଆନ୍ତି ନାହିଁ, ସେମାନଙ୍କ ଭାଷାରେ “ରୋଟୀ” ଶବ୍ଦକୁ ଅନୁବାଦ କରିବା ପ୍ରାୟତଃ କଷ୍ଟକର ହୋଇଥାଏ, କାରଣ କେତେକ ଭାଷାରେ ଖାଦ୍ୟ ନିମନ୍ତେ ବୁଝାଉଥିବା ସାଧାରଣ ଶବ୍ଦ ଯୀଶୁଙ୍କ ସଂସ୍କୃତିର ଶବ୍ଦ ସହିତ ସମାନ ନୁହେଁ I ଯୀଶୁ ଆପଣାକୁ ବୁଝାଇବା ନିମନ୍ତେ “ରୋଟୀ” ଶବ୍ଦ ବ୍ୟବହାର କରିଥିଲେ I ସେ ସେମାନେ ଏହା ବୁଝିବା ଚାହୁଁଥିଲେ ଯେ ସେ ସେମାନଙ୍କ ପ୍ରୟୋଜନ ଅଟନ୍ତି, ଯେପରି ସେମାନେ ଅନନ୍ତଜୀବନ ପ୍ରାପ୍ତ କରିବେ I (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-synecdoche]])
### ମାଂସ ଭୋଜନ କରିବା ଓ ରକ୍ତ ପାନ କରିବା
ଯେତେବେଳେ ଯୀଶୁ କହିଲେ, “ତୁମ୍ଭେମାନେ ମନୁଷ୍ୟପୁତ୍ରଙ୍କ ମାଂସ ଭୋଜନ ନକଲେ ଓ ତାହାଙ୍କର ରକ୍ତ ପାନ ନକଲେ, ତୁମ୍ଭେମାନେ ଜୀବନ ପାଇବ ନାହିଁ,” ସେ ଜାଣିଥିଲେ ଯେ ଆପଣା ମୃତ୍ୟୁ ପୂର୍ବରୁ ରୋଟୀ ଭୋଜନ କରି ଓ ଦ୍ରାକ୍ଷାରସ ପାନ କରି ଏହା କରିବାକୁ ଆପଣା ଶିଷ୍ୟମାନଙ୍କୁ କହିବେ I ଏହି ଅଧ୍ୟାୟ ବର୍ଣ୍ଣନା କରୁଥିବା ଘଟଣାରେ ସେ ଆଶା କରୁଥିଲେ ଯେ ସେ ରୂପକ ବ୍ୟବହାର କରି ଯାହା ବୁଝାଉଛନ୍ତି, ତାହା ତାହାଙ୍କ ଶ୍ରୋତାମାନେ ବୁଝି ପାରିବେ I (ଦେଖ: [[rc://*/tw/dict/bible/kt/flesh]] ଓ [[rc://*/tw/dict/bible/kt/blood]])
## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟା
### ବନ୍ଧନୀ ସମନ୍ବିତ ଚିନ୍ତାଧାରା
ଏହି ଅନୁଚ୍ଛେଦରେ ଅନେକ ଥର ଯୋହନ କିଛିବିଷୟ ବୁଝାଉଛନ୍ତି ବା ଘଟଣାକୁ ଭଲ ଭାବରେ ବୁଝିବା ନିମନ୍ତେ ପାଠକଙ୍କୁ କେତେକ ପ୍ରସଙ୍ଗ ଦେଉଛନ୍ତି Iଏହି ବ୍ୟାଖ୍ୟାସମୁହର ଉଦ୍ଦେଶ୍ୟ ଯେ ବିବରଣୀର ପ୍ରବାହରେ କୌଣସି ବାଧା ନ ଆଣି ପାଠକଙ୍କୁ କିଛି ଅତିରିକ୍ତ ଜ୍ଞାନ ଦେବା I ସେହି ସୂଚନାଗୁଡିକ ବନ୍ଧନୀ ମଧ୍ୟରେ ରଖାଯାଇଛି I
### “ମନୁଷ୍ୟପୁତ୍ର”
ଏହି ଅଧ୍ୟାୟରେ ଯୀଶୁ ଆପଣାକୁ “ମନୁଷ୍ୟ ପୁତ୍ର” ଭାବେ କହୁଛନ୍ତି ([ଯୋହନ ୬:୨୬](./26.md)) I ତୁମର ଭାଷା ହୁଏତ ଅନ୍ୟ କାହା ବିଷୟରେ କହୁଥିବା ଭଳି ଲୋକମାନଙ୍କୁ ଆପଣା ଆପଣା ବିଷୟରେ କହିବାକୁ ଦେଉ ନଥିବ I (ଦେଖ: [[rc://*/tw/dict/bible/kt/sonofman]] ଓ [[rc://*/ta/man/translate/figs-123person]])