or_tn/heb/04/intro.md

14 lines
1.6 KiB
Markdown

# ଏବ୍ରୀ ୦୪ ସାଧାରଣ ସୂଚନା
## ଗଠନ ଏବଂ ଆକୃତି
ଯୀଶୁ କାହିଁକି ସର୍ବଶ୍ରେଷ୍ଠ ମହାଯାଜକ ଅଟନ୍ତି ତାହା ଏହି ଅଧ୍ୟାୟ ପ୍ରକାଶ କରେ I
କେତେକ ଅନୁବାଦ ସହଜରେ ପାଠ କରିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ, ୪:୩-୪, ୭ ପଦରେ ଏହା କରୁଅଛି, ଯାହାକି ପୁରାତନ ନିୟମରୁ ଆସିଥିବା ପଦସବୁ ଅଟେ I
## ଏହି ଅଧ୍ୟାୟର ବିଶେଷ ଧାରଣା
### ଈଶ୍ବରଙ୍କ ବିଶ୍ରାମ
ଏହି ଅଧ୍ୟାୟରେ ”ବିଶ୍ରାମ” ଶବ୍ଦ ଅନ୍ୟୁନ ଦୁଇଟି ବିଷୟକୁ ବୁଝାଉଥିବା ପରି ମନେ ହୁଏ I ଏହା ଗୋଟିଏ ସ୍ଥାନ ଅବା ସମୟକୁ ସୁଚିତ କରେ ଯେତେବେଳେ ଈଶ୍ବର ଆପଣା ଲୋକମାନଙ୍କୁ ସେମାନଙ୍କ କାର୍ଯ୍ୟରୁ ବିଶ୍ରାମ ନେବାକୁ ଅନୁମତି ଦେବେ ([ଏବ୍ରୀ ୪:୩](../../heb/04/03.md)) ଏବଂ ଏହା ଈଶ୍ବରଙ୍କ ସପ୍ତମ ଦିନରେ ବିଶ୍ରାମ ନେବା ବିଷୟକୁ ବୁଝାଏ ([ଏବ୍ରୀ ୪:୪](../../heb/04/04.md)) I