or_tn/heb/04/intro.md

1.6 KiB

ଏବ୍ରୀ ୦୪ ସାଧାରଣ ସୂଚନା

ଗଠନ ଏବଂ ଆକୃତି

ଯୀଶୁ କାହିଁକି ସର୍ବଶ୍ରେଷ୍ଠ ମହାଯାଜକ ଅଟନ୍ତି ତାହା ଏହି ଅଧ୍ୟାୟ ପ୍ରକାଶ କରେ I

କେତେକ ଅନୁବାଦ ସହଜରେ ପାଠ କରିବା ନିମନ୍ତେ କବିତାର ପ୍ରତ୍ୟେକ ଧାଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ, ୪:୩-୪, ୭ ପଦରେ ଏହା କରୁଅଛି, ଯାହାକି ପୁରାତନ ନିୟମରୁ ଆସିଥିବା ପଦସବୁ ଅଟେ I

ଏହି ଅଧ୍ୟାୟର ବିଶେଷ ଧାରଣା

ଈଶ୍ବରଙ୍କ ବିଶ୍ରାମ

ଏହି ଅଧ୍ୟାୟରେ ”ବିଶ୍ରାମ” ଶବ୍ଦ ଅନ୍ୟୁନ ଦୁଇଟି ବିଷୟକୁ ବୁଝାଉଥିବା ପରି ମନେ ହୁଏ I ଏହା ଗୋଟିଏ ସ୍ଥାନ ଅବା ସମୟକୁ ସୁଚିତ କରେ ଯେତେବେଳେ ଈଶ୍ବର ଆପଣା ଲୋକମାନଙ୍କୁ ସେମାନଙ୍କ କାର୍ଯ୍ୟରୁ ବିଶ୍ରାମ ନେବାକୁ ଅନୁମତି ଦେବେ (ଏବ୍ରୀ ୪:୩) ଏବଂ ଏହା ଈଶ୍ବରଙ୍କ ସପ୍ତମ ଦିନରେ ବିଶ୍ରାମ ନେବା ବିଷୟକୁ ବୁଝାଏ (ଏବ୍ରୀ ୪:୪) I