or_tn/gal/front/intro.md

47 lines
14 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଗାଲାତୀୟ ପୂସ୍ତକର ପରିଚୟ
## ଭାଗ ୧: ସାଧାରଣ ପରିଚୟ
### ଗାଲାତୀୟ ପୁସ୍ତକର ରୂପରେଖା
୧: ପାଉଲ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ ଭାବେ ତାହାଙ୍କ ଅଧିକାର ଘୋଷଣା କରନ୍ତି; ସେ କହନ୍ତି ଯେ ସେ ଭ୍ରାନ୍ତଶିକ୍ଷାରେ ଆଶ୍ଚର୍ଯ୍ୟ ହୁଅନ୍ତି ଯାହା ଗାଲାତୀୟରେ ଖ୍ରୀଷ୍ଟିୟାନମାନେ ଅନ୍ୟ ଲୋକମାନଙ୍କଠାରୁ ଗ୍ରହଣ କରିଛନ୍ତି (୧:୧-୧୦) ।
୧. ପାଉଲ କହନ୍ତି ଯେ ଲୋକମାନେ କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ଉଦ୍ଧାର ପାଇଛନ୍ତି, ବ୍ୟବସ୍ଥା ପାଳନ କରିବା ଦ୍ବାରା ନୁହେଁ (୧:୧୧-:୨୧) ।
୧. ଈଶ୍ବର ଲୋକମାନଙ୍କୁ ତାହଙ୍କ ସହିତ ଧାର୍ମିକ କରିଛନ୍ତି ଯେତେବେଳେ ସେମାନେ କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି; ଅବ୍ରାହାମଙ୍କ ଉଦାହରଣ; ଯେଉଁ ଅଭିଶାପ ବ୍ୟବସ୍ଥା ଆଣିଥାଏ (ଏବଂ ପରିତ୍ରାଣ ସାଧନ ନିମନ୍ତେ ନୁହେଁ); ଦାସତ୍ବ ଓ ସ୍ବାଧିନତାକୁ ହାଗର ଓ ସାରାଙ୍କ ଉଦାହରଣ ସ୍ବରୂପେ ବ୍ୟବହାର କରି ତୁଳନା କରାଯାଇଛି (୩:୧-୪:୩୧) ।
୧. ଯେତେବେଳେ ଲୋକମାନେ ଖ୍ରୀଷ୍ଟଙ୍କଠାରେ ସଂଯୁକ୍ତ ହୁଅନ୍ତି, ସେମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାଠାରୁ ମୁକ୍ତ ହୋଇଛନ୍ତି । ପବିତ୍ର ଆତ୍ମା ସେମାନଙ୍କୁ ଯେପରି ପରିଚାଳନ କରନ୍ତି ତଦ୍ଅନୁସାରେ ବଞ୍ଚିବା ନିମନ୍ତେ ମଧ୍ୟ ସେମାନେ ସ୍ବାଧିନ ପାଇଛନ୍ତି । ସେମାନେ ପାପର ମାର୍ଗକୁ ଅଗ୍ରାହ୍ୟ କରିବା ନିମନ୍ତେ ସ୍ବାଧିନ ପାଇଛନ୍ତି । ସେମାନେ ପରସ୍ପରର ବୋଝକୁ ବୋହି ନେବା ନିମନ୍ତେ ସ୍ବାଧିନ ପାଇଛନ୍ତି (୫:୧-୬:୧୦) ।
୧. ସୁନ୍ନତପ୍ରାପ୍ତ ଲୋକମାନଙ୍କଠାରେ ଏବଂ ମୋଶାଙ୍କ ବ୍ୟବସ୍ଥା ପାଳନ କରୁଥିବା ଲୋକମାନଙ୍କଠାରେ ବିଶ୍ବାସ ନକରିବା ନିମନ୍ତେ ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ଚେତାବନୀ ଦିଅନ୍ତି । ତାହାର ପରିବର୍ତ୍ତେ, ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଉଚିତ୍ । (୬:୧୧-୧୮) ।
### ଗାଲାତୀୟ ପୁସ୍ତକ କିଏ ଲେଖିଥିଲେ ?
ତର୍ଶୀଶ ସହରର ପାଉଲ ଲେଖକ ଥିଲେ । ସେ ପୂର୍ବରୁ ଶାଉଲ ନାମରେ ପରିଚିତ ଥିଲେ । ଜଣେ ଖ୍ରୀଷ୍ଟିଆନ ହେବା ପୂର୍ବରୁ, ପାଉଲ ଜଣେ ଫାରୂଶି ଥିଲେ । ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ । ସେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ପରେ, ସେ ଯୀଶୁଙ୍କ ବିଷୟରେ ଲୋକମାନଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ ଅନେକଥର ସମଗ୍ର ରୋମୀୟ ସମ୍ରାଜ୍ୟ ପରିଭ୍ରମଣ କରିଥିଲେ ।
ଏହି ପତ୍ର ପାଉଲ କେଉ ସମୟରେ ବା କେବେ ଲେଖିଥିଲେ ଏବଂ ଏହି ପତ୍ର ଲେଖିବା ସମୟରେ ସେ କେଉଁଠାରେ ଥିଲେ ତାହା ଅନିଶ୍ଚିତ ଅଟେ । କେତେକ ବିଦ୍ବାନମାନେ କହନ୍ତି ଯେ ସେ ଏହି ପତ୍ର ଲେଖିବା ସମୟରେ ପାଉଲ ଏଫୀସ ସହରରେ ଥିଲେ ଏବଂ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ କହିବା ନିମନ୍ତେ ଦ୍ବିତୀୟ ଥର ଯାତ୍ରା କରିବା ପରେ ଏହି ପତ୍ର ଲେଖିଥିଲେ । ଅନ୍ୟ କେତେକ ବିଦ୍ବାନମାନେ କହନ୍ତି ଯେ ପାଉଲ ଏହି ପତ୍ର ଲେଖିବା ସମୟରେ ସୁରିଆର ଅନ୍ତିଖିୟ ସହରରେ ଥିଲେ ଏବଂ ପ୍ରଥମ ଥର ଯାତ୍ରା କରିବା ପରେ ପରେ ଲେଖିଥିଲେ ।
### ଗାଲାତୀୟ ପୁସ୍ତକ କେଉଁ ବିଷୟରେ ଲେଖା ହୋଇଛି ?
ପାଉଲ ଏହି ପତ୍ର ଗାଲାତୀୟ ଅଞ୍ଚଳରେ ଥିବା ଉଭୟ ଯିହୁଦୀ ଏବଂ ଅଣ-ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ଲେଖିଥିଲେ । ସେ ଭଣ୍ଡ ଶିକ୍ଷକମାନଙ୍କ ବିରୁଦ୍ଧରେ ଲେଖିବାକୁ ଚାହୁଁଥିଲେ ଯେଉଁମାନେ ଖ୍ରୀଷ୍ଟିୟାନମାନେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ ବୋଲି କହୁଥିଲେ । ପାଉଲ ସୁସମାଚାରର ପ୍ରତିରକ୍ଷା କରି ଏହା ବର୍ଣ୍ଣନା କରି କହନ୍ତି ଯେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ଜଣେ ବ୍ୟକ୍ତି ଉଦ୍ଧାର ପାଇଥାଏ । ଲୋକମାନେ ଈଶ୍ବରଙ୍କ ଦୟା ସକାଶୁ ଉଦ୍ଧାର ହୋଇଛନ୍ତି, ଲୋକମାନଙ୍କ ଉତ୍ତମ କାର୍ଯ୍ୟ ସକାଶୁ ସେମାନେ ଉଦ୍ଧାର ପାଇ ନଥାନ୍ତି । କୌଣସି ବ୍ୟକ୍ତି ସମ୍ପୁର୍ଣ୍ଣରୂପେ ବ୍ୟବସ୍ଥା ପାଳନ କରି ପାରିବ ନାହିଁ । ଯଦି କେହି ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଦ୍ବାରା ଇଶ୍ବରଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରେ ପରିଶେଷରେ ସେହି ବ୍ୟକ୍ତି ଇଶ୍ବରଙ୍କ ଦଣ୍ଡର ପାତ୍ର ହୋଇଥାଏ । (ଦେଖ: [[rc://*/tw/dict/bible/kt/goodnews]], [[rc://*/tw/dict/bible/kt/save]],[[rc://*/tw/dict/bible/kt/faith]] ଏବଂ [[rc://*/tw/dict/bible/kt/lawofmoses]] ଏବଂ [[rc://*/tw/dict/bible/kt/works]])
### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ କରାଯିବା ଉଚିତ ?
ଅନୁବାଦକମାନେ ହୁଏତ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ “ଗାଲାତୀୟ” ନାମିତ କରିଥାଇ ପାରନ୍ତି । କିମ୍ବା ସେମାନେ ଏକ ସ୍ପଷ୍ଟ ଶୀର୍ଷକ, ଯେପରିକି “ଗାଲାତୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପତ୍ର” ଭାବେ ନାମିତ କରିଥାଇ ପାରନ୍ତି । (ଦେଖ: [[rc://*/ta/man/translate/translate-names]])
## ଭାଗ : ଗୁରୁତ୍ବପୂର୍ଣ୍ଣ ଧାର୍ମିକ ଏବଂ ସଂସ୍କୃତିକ ଧାରଣା
### “ଯିହୁଦୀମାନଙ୍କ ସଦୃଶ ଜୀବନ ଅତିବାହିତ କରିବା”ର ଅର୍ଥ କ’ଣ ଅଟେ (:୧୪) ?
“ଯିହୁଦୀମାନଙ୍କ ସଦୃଶ ବାସ କରିବା”ର ଅର୍ଥ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା, ଏପରିକି ଯଦ୍ୟପି ଜଣେ ଖ୍ରୀଷ୍ଟଙ୍କଠାରେ ଭରସା କରେ । ଆଦ୍ୟ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରୁ ଯେଉଁ ଲୋକମାନେ ଶିକ୍ଷା ଦେଉଥିଲେ ଯେ ଏହା ଆବଶ୍ୟକ ଥିଲା ସେମାନଙ୍କୁ“ଯୁଡାଇଜର୍ସ” କୁହାଗଲା ।
## ଭାଗ ୩: ଗୁରୁତ୍ବପୁର୍ଣ୍ଣ ଅନୁବାଦ ସମସ୍ୟା
### ପାଉଲ “ବ୍ୟବସ୍ଥା” ଏବଂ “ଅନୁଗ୍ରହ” ଶବ୍ଦକୁ ଗାଲାତୀୟ ପୁସ୍ତକରେ କିପରି ବ୍ୟବହାର କରିଛନ୍ତି । ଏହି ଶବ୍ଦଗୁଡିକର ପ୍ରୟୋଗ ଗାଲାତୀୟରେ ଏକ ଅଦ୍ବିତୀୟ ରୂପରେ ବ୍ୟବହୃତ ହୋଇଛି । ଖ୍ରୀଷ୍ଟିୟାନ ଜୀବନ ଅତିବାହିତ କରିବା ବିଷୟରେ ଗାଲାତୀୟରେ ଗୁରୁତ୍ବପୁର୍ଣ୍ଣ ଶିକ୍ଷା ଅଛି । ମୋଶାଙ୍କ ବ୍ୟବସ୍ଥାର ଅଧିନରେ, ଧାର୍ମିକ ଓ ପବିତ୍ର ଜୀବନଯାପନ ଏକ ବ୍ୟକ୍ତିକୁ ନିୟମ ଏବଂ ବିଦ୍ଧି ପାଳନ କରିବାର ଆବଶ୍ୟକତା ରହିଅଛି । ଖ୍ରୀଷ୍ଟିୟାନ ଭାବରେ, ପବିତ୍ର ଜୀବନ ବର୍ତ୍ତମାନ ଅନୁଗ୍ରହ ଦ୍ବାରା ପ୍ରେରିତ ହୋଇଛି । ଏହାର ଅର୍ଥ ଏହା ଅଟେ ଯେ ଖ୍ରୀଷ୍ଟିୟାନମାନଙ୍କର ଖ୍ରୀଷ୍ଟଙ୍କଠାରେ ସ୍ବାଧିନତା ଅଛି ଏବଂ ସେମାନଙ୍କର ଏକ ବିଶେଷ ନିୟମର କୋଠୋରତା ପାଳନ କରିବା ଆବଶ୍ୟକତା ନାହିଁ । ଏହା ବଦଳରେ, ଖ୍ରୀଷ୍ଟିୟାନମାନେ ପବିତ୍ର ଜୀବନଯାପନ କରିବେ କାରଣ ସେମାନେ ଧନ୍ୟବାଦୀ ଅଟନ୍ତି କି ଈଶ୍ବର ସେମାନଙ୍କ ପ୍ରତି ଅତି ଦୟାଳୁ ଅଟନ୍ତି । ଏହାକୁ “ଖ୍ରୀଷ୍ଟଙ୍କର ବ୍ୟବସ୍ଥା” କୁହାଯାଏ । (ଦେଖ: [[rc://*/tw/dict/bible/kt/righteous]] ଏବଂ [[rc://*/tw/dict/bible/kt/holy]])
### ପାଉଲ କି “ଖ୍ରୀଷ୍ଟଙ୍କଠାରେ”, “ପ୍ରଭୁରେ” ଇତ୍ୟଦିର ଅର୍ଥ ପ୍ରକାଶ କରନ୍ତି ?
ଏହି ପ୍ରକାର ପ୍ରକାଶନ ୧:; :୪, ୧୭; ୩:୧୪, ୨୬, ୨୮; ୫:୬, ୧୦ରେ ଦେଖାଯାଏ । ପାଉଲଙ୍କ ଅର୍ଥରେ ଖ୍ରୀଷ୍ଟ ଏବଂ ବିଶ୍ବାସୀମାନଙ୍କ ସହିତ ଏକ ଘନିଷ୍ଟ ମିଳନର ବିଚାର ପ୍ରକାଶନ ଥିଲା । ସେହି ସମୟରେ, ସେ ଅନ୍ୟ ଅର୍ଥକୁ ପ୍ରକାଶ କରି କହନ୍ତି । ଦେଖ, ଉଦାହରଣ ସ୍ବରୁପ, “ଯେତେବେଳେ ଆମ୍ଭେମାନେ ଈଶ୍ବରଙ୍କଠାରେ ଆପଣାକୁ ଧାର୍ମିକଭାବରେ ଦେଖିବାକୁ ଚାହୁଁ (:୧୭), ଯେଉଁଠାରେ ପାଉଲ ଖ୍ରୀଷ୍ଟଙ୍କଠାରେ ଧାର୍ମିକ ହେବା ନିମନ୍ତେ କହିଲେ
ଏହି ପ୍ରକାରର ଭାବୋକ୍ତି ବିଷୟରେ ଅଧିକ ଜାଣିବା ନିମନ୍ତେ ରୋମିୟ ପୁସ୍ତକର ପରିଚୟକୁ ଦେଖ ।
### ଗାଲାତିୟ ପୁସ୍ତକରେ କେଉଁ ସବୁ ମୁଖ୍ୟ ସମସ୍ୟାଗୁଡିକ ରହିଛି ?
* ""ନିର୍ବୋଧ ଗାଲାତୀୟମାନେ, କାହାର ମନ୍ଦ ଦୃଷ୍ଟି ତୁମମାନଙ୍କୁ ମୋହିତ କରିଅଛି ? ଯୀଶୁ ଖ୍ରୀଷ୍ଟ କି ତୁମ ଚକ୍ଷୁ ସମ୍ମୁଖରେ କୃଶାପିତ ହୋଇନଥିଲେ” (୩:୧) ? ULT, UST, ଏବଂ ଅନ୍ୟ ଆଧୁନିକ ସଂସ୍କରଣରେ ଏହି ବାକ୍ୟାଂଶ ରହିଅଛି । ଯାହାହେଉ, ବାଇବଲର ପୁରୁଣା ସଂସ୍କରଣ ସଂଯୁକ୍ତ କରନ୍ତି, “[ତେଣୁ] ତୁମମାନେ ସତ୍ୟର ପାଳନ ନକରିବା ଉଚିତ୍ । ”ଅନୁବାଦକମାନଙ୍କୁ ଏହି ଅଭିବ୍ୟକ୍ତକୁ ସଂଯୁକ୍ତ ନକରିବା ନିମନ୍ତେ ଉପଦେଶ ଦିଆଯାଇଛି । ଯାହାହେଉ, ଯଦି ଅନୁବାଦକଙ୍କ କ୍ଷତ୍ରରେ ପୁରାତନ ବାଇବଲର ସଂସ୍କରଣ ଅଛି ଯେଉଁଠାରେ ଅନୁଛେଦ ଅଛି, ଅନୁବାଦକ ଏହାକୁ ସମ୍ପୃକ୍ତ କରି ପାରିବେ । ଯଦି ଏହାର ଅନୁବାଦ କରାଯାଏ, ଏହାକୁ ଚିହିଁତ କରିବା ପାଇଁ ଏହାକୁ ବର୍ଗ ବନ୍ଧନୀରେ ([]) ରଖାଯିବା ଉଚିତ । ଯାହା ସମ୍ଭବତଃ ଗଲାତୀୟରେ ମୁଲତଃ ନାହି । (ଦେଖ: [[rc://*/ta/man/translate/translate-textvariants]])
(ଦେଖ: [[rc://*/ta/man/translate/translate-textvariants]])