or_tn/gal/front/intro.md

14 KiB
Raw Permalink Blame History

ଗାଲାତୀୟ ପୂସ୍ତକର ପରିଚୟ

ଭାଗ ୧: ସାଧାରଣ ପରିଚୟ

ଗାଲାତୀୟ ପୁସ୍ତକର ରୂପରେଖା

୧: ପାଉଲ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ ଭାବେ ତାହାଙ୍କ ଅଧିକାର ଘୋଷଣା କରନ୍ତି; ସେ କହନ୍ତି ଯେ ସେ ଭ୍ରାନ୍ତଶିକ୍ଷାରେ ଆଶ୍ଚର୍ଯ୍ୟ ହୁଅନ୍ତି ଯାହା ଗାଲାତୀୟରେ ଖ୍ରୀଷ୍ଟିୟାନମାନେ ଅନ୍ୟ ଲୋକମାନଙ୍କଠାରୁ ଗ୍ରହଣ କରିଛନ୍ତି (୧:୧-୧୦) । ୧. ପାଉଲ କହନ୍ତି ଯେ ଲୋକମାନେ କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ଉଦ୍ଧାର ପାଇଛନ୍ତି, ବ୍ୟବସ୍ଥା ପାଳନ କରିବା ଦ୍ବାରା ନୁହେଁ (୧:୧୧-:୨୧) । ୧. ଈଶ୍ବର ଲୋକମାନଙ୍କୁ ତାହଙ୍କ ସହିତ ଧାର୍ମିକ କରିଛନ୍ତି ଯେତେବେଳେ ସେମାନେ କେବଳ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରନ୍ତି; ଅବ୍ରାହାମଙ୍କ ଉଦାହରଣ; ଯେଉଁ ଅଭିଶାପ ବ୍ୟବସ୍ଥା ଆଣିଥାଏ (ଏବଂ ପରିତ୍ରାଣ ସାଧନ ନିମନ୍ତେ ନୁହେଁ); ଦାସତ୍ବ ଓ ସ୍ବାଧିନତାକୁ ହାଗର ଓ ସାରାଙ୍କ ଉଦାହରଣ ସ୍ବରୂପେ ବ୍ୟବହାର କରି ତୁଳନା କରାଯାଇଛି (୩:୧-୪:୩୧) । ୧. ଯେତେବେଳେ ଲୋକମାନେ ଖ୍ରୀଷ୍ଟଙ୍କଠାରେ ସଂଯୁକ୍ତ ହୁଅନ୍ତି, ସେମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାଠାରୁ ମୁକ୍ତ ହୋଇଛନ୍ତି । ପବିତ୍ର ଆତ୍ମା ସେମାନଙ୍କୁ ଯେପରି ପରିଚାଳନ କରନ୍ତି ତଦ୍ଅନୁସାରେ ବଞ୍ଚିବା ନିମନ୍ତେ ମଧ୍ୟ ସେମାନେ ସ୍ବାଧିନ ପାଇଛନ୍ତି । ସେମାନେ ପାପର ମାର୍ଗକୁ ଅଗ୍ରାହ୍ୟ କରିବା ନିମନ୍ତେ ସ୍ବାଧିନ ପାଇଛନ୍ତି । ସେମାନେ ପରସ୍ପରର ବୋଝକୁ ବୋହି ନେବା ନିମନ୍ତେ ସ୍ବାଧିନ ପାଇଛନ୍ତି (୫:୧-୬:୧୦) । ୧. ସୁନ୍ନତପ୍ରାପ୍ତ ଲୋକମାନଙ୍କଠାରେ ଏବଂ ମୋଶାଙ୍କ ବ୍ୟବସ୍ଥା ପାଳନ କରୁଥିବା ଲୋକମାନଙ୍କଠାରେ ବିଶ୍ବାସ ନକରିବା ନିମନ୍ତେ ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ଚେତାବନୀ ଦିଅନ୍ତି । ତାହାର ପରିବର୍ତ୍ତେ, ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଉଚିତ୍ । (୬:୧୧-୧୮) ।

ଗାଲାତୀୟ ପୁସ୍ତକ କିଏ ଲେଖିଥିଲେ ?

ତର୍ଶୀଶ ସହରର ପାଉଲ ଲେଖକ ଥିଲେ । ସେ ପୂର୍ବରୁ ଶାଉଲ ନାମରେ ପରିଚିତ ଥିଲେ । ଜଣେ ଖ୍ରୀଷ୍ଟିଆନ ହେବା ପୂର୍ବରୁ, ପାଉଲ ଜଣେ ଫାରୂଶି ଥିଲେ । ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ । ସେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ପରେ, ସେ ଯୀଶୁଙ୍କ ବିଷୟରେ ଲୋକମାନଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ ଅନେକଥର ସମଗ୍ର ରୋମୀୟ ସମ୍ରାଜ୍ୟ ପରିଭ୍ରମଣ କରିଥିଲେ । ଏହି ପତ୍ର ପାଉଲ କେଉ ସମୟରେ ବା କେବେ ଲେଖିଥିଲେ ଏବଂ ଏହି ପତ୍ର ଲେଖିବା ସମୟରେ ସେ କେଉଁଠାରେ ଥିଲେ ତାହା ଅନିଶ୍ଚିତ ଅଟେ । କେତେକ ବିଦ୍ବାନମାନେ କହନ୍ତି ଯେ ସେ ଏହି ପତ୍ର ଲେଖିବା ସମୟରେ ପାଉଲ ଏଫୀସ ସହରରେ ଥିଲେ ଏବଂ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ କହିବା ନିମନ୍ତେ ଦ୍ବିତୀୟ ଥର ଯାତ୍ରା କରିବା ପରେ ଏହି ପତ୍ର ଲେଖିଥିଲେ । ଅନ୍ୟ କେତେକ ବିଦ୍ବାନମାନେ କହନ୍ତି ଯେ ପାଉଲ ଏହି ପତ୍ର ଲେଖିବା ସମୟରେ ସୁରିଆର ଅନ୍ତିଖିୟ ସହରରେ ଥିଲେ ଏବଂ ପ୍ରଥମ ଥର ଯାତ୍ରା କରିବା ପରେ ପରେ ଲେଖିଥିଲେ ।

ଗାଲାତୀୟ ପୁସ୍ତକ କେଉଁ ବିଷୟରେ ଲେଖା ହୋଇଛି ?

ପାଉଲ ଏହି ପତ୍ର ଗାଲାତୀୟ ଅଞ୍ଚଳରେ ଥିବା ଉଭୟ ଯିହୁଦୀ ଏବଂ ଅଣ-ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ଲେଖିଥିଲେ । ସେ ଭଣ୍ଡ ଶିକ୍ଷକମାନଙ୍କ ବିରୁଦ୍ଧରେ ଲେଖିବାକୁ ଚାହୁଁଥିଲେ ଯେଉଁମାନେ ଖ୍ରୀଷ୍ଟିୟାନମାନେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ ବୋଲି କହୁଥିଲେ । ପାଉଲ ସୁସମାଚାରର ପ୍ରତିରକ୍ଷା କରି ଏହା ବର୍ଣ୍ଣନା କରି କହନ୍ତି ଯେ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବା ଦ୍ବାରା ଜଣେ ବ୍ୟକ୍ତି ଉଦ୍ଧାର ପାଇଥାଏ । ଲୋକମାନେ ଈଶ୍ବରଙ୍କ ଦୟା ସକାଶୁ ଉଦ୍ଧାର ହୋଇଛନ୍ତି, ଲୋକମାନଙ୍କ ଉତ୍ତମ କାର୍ଯ୍ୟ ସକାଶୁ ସେମାନେ ଉଦ୍ଧାର ପାଇ ନଥାନ୍ତି । କୌଣସି ବ୍ୟକ୍ତି ସମ୍ପୁର୍ଣ୍ଣରୂପେ ବ୍ୟବସ୍ଥା ପାଳନ କରି ପାରିବ ନାହିଁ । ଯଦି କେହି ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଦ୍ବାରା ଇଶ୍ବରଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରେ ପରିଶେଷରେ ସେହି ବ୍ୟକ୍ତି ଇଶ୍ବରଙ୍କ ଦଣ୍ଡର ପାତ୍ର ହୋଇଥାଏ । (ଦେଖ: [[rc:///tw/dict/bible/kt/goodnews]], [[rc:///tw/dict/bible/kt/save]],[[rc:///tw/dict/bible/kt/faith]] ଏବଂ [[rc:///tw/dict/bible/kt/lawofmoses]] ଏବଂ rc://*/tw/dict/bible/kt/works)

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ କରାଯିବା ଉଚିତ ?

ଅନୁବାଦକମାନେ ହୁଏତ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ “ଗାଲାତୀୟ” ନାମିତ କରିଥାଇ ପାରନ୍ତି । କିମ୍ବା ସେମାନେ ଏକ ସ୍ପଷ୍ଟ ଶୀର୍ଷକ, ଯେପରିକି “ଗାଲାତୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପତ୍ର” ଭାବେ ନାମିତ କରିଥାଇ ପାରନ୍ତି । (ଦେଖ: rc://*/ta/man/translate/translate-names)

ଭାଗ : ଗୁରୁତ୍ବପୂର୍ଣ୍ଣ ଧାର୍ମିକ ଏବଂ ସଂସ୍କୃତିକ ଧାରଣା

“ଯିହୁଦୀମାନଙ୍କ ସଦୃଶ ଜୀବନ ଅତିବାହିତ କରିବା”ର ଅର୍ଥ କ’ଣ ଅଟେ (:୧୪) ?

“ଯିହୁଦୀମାନଙ୍କ ସଦୃଶ ବାସ କରିବା”ର ଅର୍ଥ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା, ଏପରିକି ଯଦ୍ୟପି ଜଣେ ଖ୍ରୀଷ୍ଟଙ୍କଠାରେ ଭରସା କରେ । ଆଦ୍ୟ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରୁ ଯେଉଁ ଲୋକମାନେ ଶିକ୍ଷା ଦେଉଥିଲେ ଯେ ଏହା ଆବଶ୍ୟକ ଥିଲା ସେମାନଙ୍କୁ“ଯୁଡାଇଜର୍ସ” କୁହାଗଲା ।

ଭାଗ ୩: ଗୁରୁତ୍ବପୁର୍ଣ୍ଣ ଅନୁବାଦ ସମସ୍ୟା

ପାଉଲ “ବ୍ୟବସ୍ଥା” ଏବଂ “ଅନୁଗ୍ରହ” ଶବ୍ଦକୁ ଗାଲାତୀୟ ପୁସ୍ତକରେ କିପରି ବ୍ୟବହାର କରିଛନ୍ତି । ଏହି ଶବ୍ଦଗୁଡିକର ପ୍ରୟୋଗ ଗାଲାତୀୟରେ ଏକ ଅଦ୍ବିତୀୟ ରୂପରେ ବ୍ୟବହୃତ ହୋଇଛି । ଖ୍ରୀଷ୍ଟିୟାନ ଜୀବନ ଅତିବାହିତ କରିବା ବିଷୟରେ ଗାଲାତୀୟରେ ଗୁରୁତ୍ବପୁର୍ଣ୍ଣ ଶିକ୍ଷା ଅଛି । ମୋଶାଙ୍କ ବ୍ୟବସ୍ଥାର ଅଧିନରେ, ଧାର୍ମିକ ଓ ପବିତ୍ର ଜୀବନଯାପନ ଏକ ବ୍ୟକ୍ତିକୁ ନିୟମ ଏବଂ ବିଦ୍ଧି ପାଳନ କରିବାର ଆବଶ୍ୟକତା ରହିଅଛି । ଖ୍ରୀଷ୍ଟିୟାନ ଭାବରେ, ପବିତ୍ର ଜୀବନ ବର୍ତ୍ତମାନ ଅନୁଗ୍ରହ ଦ୍ବାରା ପ୍ରେରିତ ହୋଇଛି । ଏହାର ଅର୍ଥ ଏହା ଅଟେ ଯେ ଖ୍ରୀଷ୍ଟିୟାନମାନଙ୍କର ଖ୍ରୀଷ୍ଟଙ୍କଠାରେ ସ୍ବାଧିନତା ଅଛି ଏବଂ ସେମାନଙ୍କର ଏକ ବିଶେଷ ନିୟମର କୋଠୋରତା ପାଳନ କରିବା ଆବଶ୍ୟକତା ନାହିଁ । ଏହା ବଦଳରେ, ଖ୍ରୀଷ୍ଟିୟାନମାନେ ପବିତ୍ର ଜୀବନଯାପନ କରିବେ କାରଣ ସେମାନେ ଧନ୍ୟବାଦୀ ଅଟନ୍ତି କି ଈଶ୍ବର ସେମାନଙ୍କ ପ୍ରତି ଅତି ଦୟାଳୁ ଅଟନ୍ତି । ଏହାକୁ “ଖ୍ରୀଷ୍ଟଙ୍କର ବ୍ୟବସ୍ଥା” କୁହାଯାଏ । (ଦେଖ: [[rc:///tw/dict/bible/kt/righteous]] ଏବଂ [[rc:///tw/dict/bible/kt/holy]])

ପାଉଲ କି “ଖ୍ରୀଷ୍ଟଙ୍କଠାରେ”, “ପ୍ରଭୁରେ” ଇତ୍ୟଦିର ଅର୍ଥ ପ୍ରକାଶ କରନ୍ତି ?

ଏହି ପ୍ରକାର ପ୍ରକାଶନ ୧:; :୪, ୧୭; ୩:୧୪, ୨୬, ୨୮; ୫:୬, ୧୦ରେ ଦେଖାଯାଏ । ପାଉଲଙ୍କ ଅର୍ଥରେ ଖ୍ରୀଷ୍ଟ ଏବଂ ବିଶ୍ବାସୀମାନଙ୍କ ସହିତ ଏକ ଘନିଷ୍ଟ ମିଳନର ବିଚାର ପ୍ରକାଶନ ଥିଲା । ସେହି ସମୟରେ, ସେ ଅନ୍ୟ ଅର୍ଥକୁ ପ୍ରକାଶ କରି କହନ୍ତି । ଦେଖ, ଉଦାହରଣ ସ୍ବରୁପ, “ଯେତେବେଳେ ଆମ୍ଭେମାନେ ଈଶ୍ବରଙ୍କଠାରେ ଆପଣାକୁ ଧାର୍ମିକଭାବରେ ଦେଖିବାକୁ ଚାହୁଁ (:୧୭), ଯେଉଁଠାରେ ପାଉଲ ଖ୍ରୀଷ୍ଟଙ୍କଠାରେ ଧାର୍ମିକ ହେବା ନିମନ୍ତେ କହିଲେ

ଏହି ପ୍ରକାରର ଭାବୋକ୍ତି ବିଷୟରେ ଅଧିକ ଜାଣିବା ନିମନ୍ତେ ରୋମିୟ ପୁସ୍ତକର ପରିଚୟକୁ ଦେଖ ।

ଗାଲାତିୟ ପୁସ୍ତକରେ କେଉଁ ସବୁ ମୁଖ୍ୟ ସମସ୍ୟାଗୁଡିକ ରହିଛି ?

  • ""ନିର୍ବୋଧ ଗାଲାତୀୟମାନେ, କାହାର ମନ୍ଦ ଦୃଷ୍ଟି ତୁମମାନଙ୍କୁ ମୋହିତ କରିଅଛି ? ଯୀଶୁ ଖ୍ରୀଷ୍ଟ କି ତୁମ ଚକ୍ଷୁ ସମ୍ମୁଖରେ କୃଶାପିତ ହୋଇନଥିଲେ” (୩:୧) ? ULT, UST, ଏବଂ ଅନ୍ୟ ଆଧୁନିକ ସଂସ୍କରଣରେ ଏହି ବାକ୍ୟାଂଶ ରହିଅଛି । ଯାହାହେଉ, ବାଇବଲର ପୁରୁଣା ସଂସ୍କରଣ ସଂଯୁକ୍ତ କରନ୍ତି, “[ତେଣୁ] ତୁମମାନେ ସତ୍ୟର ପାଳନ ନକରିବା ଉଚିତ୍ । ”ଅନୁବାଦକମାନଙ୍କୁ ଏହି ଅଭିବ୍ୟକ୍ତକୁ ସଂଯୁକ୍ତ ନକରିବା ନିମନ୍ତେ ଉପଦେଶ ଦିଆଯାଇଛି । ଯାହାହେଉ, ଯଦି ଅନୁବାଦକଙ୍କ କ୍ଷତ୍ରରେ ପୁରାତନ ବାଇବଲର ସଂସ୍କରଣ ଅଛି ଯେଉଁଠାରେ ଅନୁଛେଦ ଅଛି, ଅନୁବାଦକ ଏହାକୁ ସମ୍ପୃକ୍ତ କରି ପାରିବେ । ଯଦି ଏହାର ଅନୁବାଦ କରାଯାଏ, ଏହାକୁ ଚିହିଁତ କରିବା ପାଇଁ ଏହାକୁ ବର୍ଗ ବନ୍ଧନୀରେ ([]) ରଖାଯିବା ଉଚିତ । ଯାହା ସମ୍ଭବତଃ ଗଲାତୀୟରେ ମୁଲତଃ ନାହି । (ଦେଖ: rc://*/ta/man/translate/translate-textvariants)

(ଦେଖ: rc://*/ta/man/translate/translate-textvariants)