or_tn/gal/02/intro.md

17 lines
3.1 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଗାଲତୀୟ ସାଧାରଣ ଟିପ୍ପଣୀ
## ଗଠନ ପ୍ରଣାଳୀ ଏବଂ ଆକୃତି
ପାଉଲ ସତ୍ୟ ସୁସମାଚାର ବିଷୟରେ ପ୍ରତିରକ୍ଷା କରିବା ଜାରି ରଖିଛନ୍ତି । ଏହା [ଗାଲତୀୟ ୧:୧୧] (../../gal/୦୧ /୧୧.md)ରେ ଆରମ୍ଭ ହୋଇଅଛି ।
## ଏହି ଅଧ୍ୟାୟରେ ବିଶେଷ ଧାରଣା
### ସ୍ବାଧିନତା ଏବଂ ଦାସତ୍ବ
ଏହି ସର୍ବତ୍ର ପତ୍ରରେ, ପାଉଲ ସ୍ବାଧିନତା ଏବଂ ଦସତ୍ବର ବିପରାର୍ଥକ ବିଷୟରେ କହନ୍ତି । ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କଠାରେ ରହି ବିଭିନ୍ନ ପ୍ରକାରର କାର୍ଯ୍ୟ କରିବା ନିମନ୍ତେ ସ୍ବାଧିନତା ପ୍ରାପ୍ତ ଅଟନ୍ତି । କିନ୍ତୁ ଯେଉଁ ଖ୍ରୀଷ୍ଟିୟାନମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ ପ୍ରୟାସ କରନ୍ତି ସେମାନେ ମୋଶାଙ୍କ ସମ୍ପୁର୍ଣ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ କରନ୍ତି । ପାଉଲ ବର୍ଣ୍ଣନା କରନ୍ତି ଯେ ବ୍ୟବସ୍ଥା ପାଳନ କରିବାକୁ ଚେଷ୍ଟା କରିବା ଏକ ପ୍ରକାରରେ ଦାସତ୍ବ ଅଟେ । (ଦେଖ: [[rc://*/tw/dict/bible/kt/lawofmoses]])
## ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା ।
### ”ମୁଁ ଇଶ୍ବରଙ୍କ ଅନୁଗ୍ରହକୁ ଅନ୍ୟଥା କରୁନାହିଁ”
ପାଉଲ ଶିକ୍ଷା ଦିଅନ୍ତି ଯେ, ଯଦି ଜଣେ ଖ୍ରୀଷ୍ଟିୟାନ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ ଚେଷ୍ଟା କରେ, ଯେଉଁ ଅନୁଗ୍ରହ ଈଶ୍ବର ସେମାନଙ୍କୁ ଦେଖାଇଛନ୍ତି ସେମାନେ ତାହାକୁ ବୁଝି ପାରନ୍ତି ନାହି । ଏହା ଏକ ମୌଳିକ ତ୍ରୁଟି ଅଟେ । କିନ୍ତୁ ପାଉଲ “ମୁଁ ଇଶ୍ବରଙ୍କ ଅନୁଗ୍ରହ ଅନ୍ୟଥା କରୁନାହିଁ” ବାକ୍ୟକୁ ଏକ ଅନୁମାନିକ ବାକ୍ୟଭାବେ ବ୍ୟବହାର କରନ୍ତି । ଏହି କଥନର ଉଦ୍ଦେଶ୍ୟ ଏହି ରୂପରେ ପ୍ରକାଶିତ କାରାଯାଇ ପାରିବ ଯେପରିକି, ଯଦି ତୁମେମାନେ ବ୍ୟବସ୍ଥା ପାଳନ କରିବା ଦ୍ବାରା ଉଦ୍ଧାର ପାଇ ପାରିଥାନ୍ତ, ତେବେ ଏହା ଇଶ୍ବରଙ୍କ ଅନୁଗ୍ରହ ଅନ୍ୟଥା ବା ବ୍ୟର୍ଥ କରୁଅଛୁ ।” (ଦେଖ: [[rc://*/tw/dict/bible/kt/grace]] ଏବଂ [[rc://*/ta/man/translate/figs-hypo]])