# ଗାଲତୀୟ ୦୨ ସାଧାରଣ ଟିପ୍ପଣୀ ## ଗଠନ ପ୍ରଣାଳୀ ଏବଂ ଆକୃତି ପାଉଲ ସତ୍ୟ ସୁସମାଚାର ବିଷୟରେ ପ୍ରତିରକ୍ଷା କରିବା ଜାରି ରଖିଛନ୍ତି । ଏହା [ଗାଲତୀୟ ୧:୧୧] (../../gal/୦୧ /୧୧.md)ରେ ଆରମ୍ଭ ହୋଇଅଛି । ## ଏହି ଅଧ୍ୟାୟରେ ବିଶେଷ ଧାରଣା ### ସ୍ବାଧିନତା ଏବଂ ଦାସତ୍ବ ଏହି ସର୍ବତ୍ର ପତ୍ରରେ, ପାଉଲ ସ୍ବାଧିନତା ଏବଂ ଦସତ୍ବର ବିପରାର୍ଥକ ବିଷୟରେ କହନ୍ତି । ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କଠାରେ ରହି ବିଭିନ୍ନ ପ୍ରକାରର କାର୍ଯ୍ୟ କରିବା ନିମନ୍ତେ ସ୍ବାଧିନତା ପ୍ରାପ୍ତ ଅଟନ୍ତି । କିନ୍ତୁ ଯେଉଁ ଖ୍ରୀଷ୍ଟିୟାନମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ ପ୍ରୟାସ କରନ୍ତି ସେମାନେ ମୋଶାଙ୍କ ସମ୍ପୁର୍ଣ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ କରନ୍ତି । ପାଉଲ ବର୍ଣ୍ଣନା କରନ୍ତି ଯେ ବ୍ୟବସ୍ଥା ପାଳନ କରିବାକୁ ଚେଷ୍ଟା କରିବା ଏକ ପ୍ରକାରରେ ଦାସତ୍ବ ଅଟେ । (ଦେଖ: [[rc://*/tw/dict/bible/kt/lawofmoses]]) ## ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା । ### ”ମୁଁ ଇଶ୍ବରଙ୍କ ଅନୁଗ୍ରହକୁ ଅନ୍ୟଥା କରୁନାହିଁ” ପାଉଲ ଶିକ୍ଷା ଦିଅନ୍ତି ଯେ, ଯଦି ଜଣେ ଖ୍ରୀଷ୍ଟିୟାନ ମୋଶାଙ୍କ ବ୍ୟବସ୍ଥା ପାଳନ କରିବାକୁ ଚେଷ୍ଟା କରେ, ଯେଉଁ ଅନୁଗ୍ରହ ଈଶ୍ବର ସେମାନଙ୍କୁ ଦେଖାଇଛନ୍ତି ସେମାନେ ତାହାକୁ ବୁଝି ପାରନ୍ତି ନାହି । ଏହା ଏକ ମୌଳିକ ତ୍ରୁଟି ଅଟେ । କିନ୍ତୁ ପାଉଲ “ମୁଁ ଇଶ୍ବରଙ୍କ ଅନୁଗ୍ରହ ଅନ୍ୟଥା କରୁନାହିଁ” ବାକ୍ୟକୁ ଏକ ଅନୁମାନିକ ବାକ୍ୟଭାବେ ବ୍ୟବହାର କରନ୍ତି । ଏହି କଥନର ଉଦ୍ଦେଶ୍ୟ ଏହି ରୂପରେ ପ୍ରକାଶିତ କାରାଯାଇ ପାରିବ ଯେପରିକି, ଯଦି ତୁମେମାନେ ବ୍ୟବସ୍ଥା ପାଳନ କରିବା ଦ୍ବାରା ଉଦ୍ଧାର ପାଇ ପାରିଥାନ୍ତ, ତେବେ ଏହା ଇଶ୍ବରଙ୍କ ଅନୁଗ୍ରହ ଅନ୍ୟଥା ବା ବ୍ୟର୍ଥ କରୁଅଛୁ ।” (ଦେଖ: [[rc://*/tw/dict/bible/kt/grace]] ଏବଂ [[rc://*/ta/man/translate/figs-hypo]])