or_tn/eph/front/intro.md

70 lines
16 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଏଫିସୀୟ ପୁସ୍ତକର ପରିଚୟ
## ପ୍ରଥମ ଭାଗ: ସାଧାରଣ ପରିଚୟ
### ଏଫିସୀୟ ପୁସ୍ତକର ରୂପରେଖା
1. ଅଭିବାଦନ ଓ ଖ୍ରୀଷ୍ଟଙ୍କଠାରେ ଥିବା ଆତ୍ମିକ ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା (୧:୧-୨୩)
1. ପାପ ଓ ପରିତ୍ରାଣ (:୧-୧୦)
1. ଏକତା ଓ ଶାନ୍ତି (:୧୧-)
1. ତୁମ୍ଭମାନଙ୍କ ମଧ୍ୟରେ ଥିବା ନିଗୂଢତତ୍ତ୍ବ ପ୍ରକାଶିତ ହୋଇଅଛି (୩:୧-୧୩)
1. ସେମାନଙ୍କୁ ଦୃଢ଼କରିବା ନିମନ୍ତେ ତାହାଙ୍କ ଗୌରବର ନିଧି ନିମନ୍ତେ ପ୍ରାର୍ଥନା (୩:୧୪-୨୧)
1. ଆତ୍ମାଙ୍କର ଏକତା, ଖ୍ରୀଷ୍ଟଙ୍କର ଶରୀର ନିର୍ମାଣ (୪:୧-୧୬)
1. ନୂତନ ଜୀବନ (୪:୧୭-୩୨)
1. ଈଶ୍ବରଙ୍କ ଅନୁକାରୀ (୫:୧-୨୧)
1. ସ୍ତ୍ରୀ ଓ ସ୍ବାମୀମାନେ; ପିଲା ଓ ପିତାମାନେ; ଦାସ ଓ କର୍ତ୍ତାମାନେ (୫:-୬:୯)
1. ଈଶ୍ବରଙ୍କ ସଜ୍ଜା (୬:୧୦-)
1. ଶେଷ ଅଭିବାଦନ (୬:୨୧-୨୪)
### ଏଫିସୀୟ ପୁସ୍ତକ କିଏ ଲେଖିଥିଲେ?
ପାଉଲ ଏଫିସୀୟ ପୁସ୍ତକ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ଜଣେ ଖ୍ରୀଷ୍ଟିୟାନ ହେଲାପରେ, ସେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହିବା ପାଇଁ ଅନେକ ଥର ସମଗ୍ର ରୋମ୍ ସାମ୍ରାଜ୍ୟରେ ଯାତ୍ରା କରିଥିଲେ I
ପ୍ରେରିତ ପାଉଲ, ତାହାଙ୍କର ଗୋଟିଏ ପ୍ରଚାର ଯାତ୍ରା ସମୟରେ ଏଫିସରେ ମଣ୍ଡଳୀ ଆରମ୍ଭ କରିବାକୁ ସାହାଯ୍ୟ କରିଥିଲେ I ସେ ମଧ୍ୟ ଏଫିସରେ ଦେଢ଼ ବର୍ଷ କାଳ ବାସକରି ବିଶ୍ବାସୀମାନଙ୍କୁ ସାହାଯ୍ୟ କରୁଥିଲେ I ପାଉଲ ସମ୍ଭବତଃ ରୋମ୍ ରେ ବନ୍ଦୀ ଥିବା ସମୟରେ ଏହି ପତ୍ର ଲେଖିଥିଲେ I
### ଏଫିସୀୟ ପୁସ୍ତକରେ କେଉଁ ବିଷୟ ଲେଖାଅଛି?
ପାଉଲ ଏଫିସୀୟ ଖ୍ରୀଷ୍ଟିୟାନମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ସେମାନଙ୍କ ପ୍ରତି ଥିବା ଈଶ୍ବରଙ୍କ ପ୍ରେମ ବିଷୟରେ ବୁଝାଇବାକୁ ଏହି ପତ୍ର ଲେଖିଛନ୍ତି I ଈଶ୍ବର ସେମାନଙ୍କୁ ଦେଉଥିବା ଆଶୀର୍ବାଦ ବିଷୟରେ ସେ ବର୍ଣ୍ଣନା କରିଥିଲେ, କାରଣ ବର୍ତ୍ତମାନ ସେମାନେ ଖ୍ରୀଷ୍ଟଙ୍କଠାରେ ସଂଯୁକ୍ତ ହୋଇଅଛନ୍ତି I ସେ ବୁଝାଇଥିଲେ ଯେ ଯିହୂଦୀ କି ବିଜାତି, ସମସ୍ତ ବିଶ୍ବାସୀମାନେ, ଏକତ୍ର ସଂଯୁକ୍ତ ହୋଇଅଛନ୍ତି I ପାଉଲ ସେମାନଙ୍କୁ ଈଶ୍ବରଙ୍କ ସନ୍ତୋଷଜନକ ଜୀବନଯାପନ କରିବା ନିମନ୍ତେ ମଧ୍ୟ ଉତ୍ସାହ ପ୍ରଦାନ କରୁଅଛନ୍ତି I
### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?
ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପାରିକ ଶୀର୍ଷକ ନେଇ “ଏଫିସୀୟ” ବୋଲି କହିପାରନ୍ତି I କିମ୍ବା ସେମାନେ “ଏଫିସୀୟ ମଣ୍ଡଳୀକୁ ପାଉଲଙ୍କର ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ବାଛିପାରନ୍ତି କିମ୍ବା ଏଫିସରେ ଥିବା ଖ୍ରୀଷ୍ଟିଆନ୍ ମାନଙ୍କ ନିକଟକୁ ପତ୍ର ବୋଲି କହି ପାରନ୍ତି I (ଦେଖ: [[rc://*/ta/man/translate/translate-names]])
## ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା
### ଏଫିସୀୟ ପୁସ୍ତକରେ “ନିଗୂଢ ସତ୍ୟ” କଅଣ?
ULTରେ ଅନୁବାଦ ହୋଇଥିବା “ନିଗୂଢତତ୍ତ୍ବ” ବା “ନିଗୂଢ଼” ଭାବଟି ଛଅ ଥର ଲେଖାଯାଇଛି I ଏହା ଉଲ୍ଲେଖ କରି ପାଉଲ ସର୍ବଦା ଏପରି କିଛି ଅର୍ଥରେ ଏହା କହୁଛନ୍ତି ଯେ ଈଶ୍ବରଙ୍କୁ ମନୁଷ୍ୟମାନଙ୍କ ନିମନ୍ତେ ପ୍ରକାଶ କରିବାକୁ ପଡିଲା, ଯାହା ସେମାନେ ସେମାନଙ୍କର ନିଜ ଚେଷ୍ଟାଦ୍ବାରା ଜାଣିପାରି ନ ଥାନ୍ତେ I ଏହା ସର୍ବଦା କିଛି ବିଷୟକୁ ବୁଝାଉଥିଲା ଯେ କିପରି ଈଶ୍ବର ମନୁଷ୍ୟଜାତିକୁ ଉଦ୍ଧାର କରିବା ନିମନ୍ତେ ଯୋଜନା କଲେ I ବେଳେବେଳେ ଏହା ଆପଣା ଓ ମନୁଷ୍ୟଜାତି ମଧ୍ୟରେ ଶାନ୍ତି ସ୍ଥାପନ କରିବାପାଇଁ ତାହାଙ୍କ ଯୋଜନା ବିଷୟରେ ଥିଲା I ବେଳେବେଳେ ଖ୍ରୀଷ୍ଟଙ୍କ ଦ୍ବାରା ଯିହୂଦୀ ଓ ବିଜାତିମାନଙ୍କୁ ଏକତ୍ର କରିବାପାଇଁ ତାହାଙ୍କ ଯୋଜନା ବିଷୟରେ ଥିଲା I ବର୍ତ୍ତମାନ ବିଜାତିମାନେ ଯିହୂଦୀମାନଙ୍କ ସହ ସମାନ ଭାବରେ ଖ୍ରୀଷ୍ଟଙ୍କର ପ୍ରତିଜ୍ଞାରୁ ଉପକୃତ ହେବାକୁ ସକ୍ଷମ ହୋଇଅଛନ୍ତି I
### ପରିତ୍ରାଣ ଓ ଧାର୍ମିକ ଜୀବନଯାପନ ବିଷୟରେ ପାଉଲ କଅଣ କହିଥିଲେ?ଏହି ପତ୍ରରେ ଓ ତାହାଙ୍କର ଅନେକ ପତ୍ରରେ ପାଉଲ ପରିତ୍ରାଣ ଓ ଧାର୍ମିକ ଜୀବନଯାପନ ବିଷୟରେ ଅନେକ କିଛି କହିଛନ୍ତି I ସେ କହିଲେ ଯେ ଈଶ୍ବର ଅତି ଦୟାଳୁ ହୋଇ ଖ୍ରୀଷ୍ଟିୟାନମାନଙ୍କୁ ପରିତ୍ରାଣ କରିଅଛନ୍ତି, କାରଣ ସେମାନେ ଯୀଶୁଙ୍କଠାରେ ବିଶ୍ବାସ କରିଅଛନ୍ତି I ଅତଏବ, ସେମାନେ ଖ୍ରୀଷ୍ଟିୟାନ ହେଲାପରେ ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଅଛନ୍ତି ବୋଲି ଦେଖାଇବାକୁ ଧାର୍ମିକ ଜୀବନଯାପନ କରିବା ଉଚିତ I(See: [[rc://*/tw/dict/bible/kt/righteous]])
## ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା
### “ତୁମ୍ଭେମାନେ”ର ଏକବଚନ ଓ ବହୁବଚନ
ଏହି ପୁସ୍ତକରେ “ମୁଁ” ଶବ୍ଦଟି ପାଉଲଙ୍କୁ ବୁଝାଏ I “ତୁମ୍ଭେମାନେ” ଶବ୍ଦଟି ପ୍ରାୟତଃ ବହୁବାଚକ ଓ ଏହା ବିଶ୍ବାସୀମାନଙ୍କୁ ବୁଝାଏ ଯେଉଁମାନେ ଏହି ପତ୍ର ପାଠ କରିବେ I ଏଥିର ତିନୋଟି ବ୍ୟତିକ୍ରମ ହେଉଛି: ୫:୧୪, ୬: ଓ ୬:୩ I (ଦେଖ: [[rc://*/ta/man/translate/figs-you]])
### ପାଉଲ କେଉଁ ଅର୍ଥରେ “ନୂତନ ସ୍ବଭାବ” ବା “ନୂତନ ପୁରୁଷ” ବୋଲି କହୁଛନ୍ତି?
ଯେତେବେଳେ ପାଉଲ “ନୂତନ ସ୍ବଭାବ” ବା “ନୂତନ ପୁରୁଷ” ବୋଲି କହୁଛନ୍ତି, ସେ ଜଣେ ବିଶ୍ବାସୀ ପବିତ୍ର ଆତ୍ମାଙ୍କଠାରୁ ପ୍ରାପ୍ତ ହୋଇଥିବା ନୂତନ ସ୍ବଭାବକୁ ବୁଝାଉଛନ୍ତି I ଏହି ନୂତନ ସ୍ବଭାବ ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟ ଅଟେ (ଦେଖ: ୪:୨୪)I “ନୂତନ ପୁରୁଷ” ବାକ୍ୟାଂଶଟି ମଧ୍ୟ ଈଶ୍ବର ଯିହୂଦୀ ଓ ବିଜାତିମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରାଉଥିବା ବିଷୟରେ ବ୍ୟବହାର କରାଯାଇଛି I ଈଶ୍ବର ସେମାନଙ୍କୁ ତାହାଙ୍କର ଏକ ଲୋକ ଭାବରେ ଏକତ୍ର କରିଅଛନ୍ତି (ଦେଖ: :୧୫) I
### ULTରେ ଏଫିସୀୟ ପୁସ୍ତକରେ କିପରି “ପବିତ୍ର” ଓ “ପବିତୃକୃତ ହେବା” ଚିନ୍ତାଧାରାକୁ ପ୍ରକାଶ କରାଯାଇଛି?
ବିଭିନ୍ନ ଚିନ୍ତାଧାରା ମଧ୍ୟରୁ ଗୋଟିଏକୁ ସୂଚାଇବାପାଇଁ ଶାସ୍ତ୍ର ସେହିଭଳି ଶବ୍ଦକୁ ବ୍ୟବହାର କରିଥାଏ I ଏହି କାରଣ ନିମନ୍ତେ, ଅନୁବାଦକମାନଙ୍କପାଇଁ ସେମାନଙ୍କ ସଂସ୍କରଣ ଗୁଡିକରେ ତାହା ଭଲ ଭାବରେ ପ୍ରକାଶ କରିବାକୁ କଷ୍ଟକର ହୋଇଥାଏ I ଇଂରାଜୀରେ ଅନୁବାଦ କରିବା ନିମନ୍ତେ, ULT ନିମ୍ନଲିଖିତ ନିୟମ ବ୍ୟବହାର କରିଥାଏ:
* ବେଳେବେଳେ ଗୋଟିଏ ଅନୁଚ୍ଛେଦରେ ଅର୍ଥଟି ନୈତିକ ପବିତ୍ରତାକୁ ସୂଚାଇଥାଏ I ଈଶ୍ବର ଖ୍ରୀଷ୍ଟିୟାନମାନଙ୍କୁ ପାପରହିତ ଭାବରେ ଦେଖନ୍ତି ବୋଲି ପ୍ରକାଶ କରିବା ସକାଶେ, ବିଶେଷକରି ସୁସମାଚାର ବୁଝିବାପାଇଁ “ପବିତ୍ର” ଶବ୍ଦର ବ୍ୟବହାର ଗୁରୁତ୍ବପୂର୍ଣ୍ଣ ଅଟେ, କାରଣ ସେମାନେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଅଛନ୍ତି I “ପବିତ୍ର” ଶବ୍ଦର ଆଉ ଗୋଟିଏ ବ୍ୟବହାର ହେଉଛି ଈଶ୍ବର ସିଦ୍ଧ ଓ ଦୋଷଶୂନ୍ୟ ବୋଲି ପ୍ରକାଶ କରିବାର ଚିନ୍ତାଧାରା I ତୃତୀୟ ବ୍ୟବହାର ହେଉଛି ଖ୍ରୀଷ୍ଟିୟାନମାନେ ଜୀବନରେ ନିର୍ଦ୍ଦୋଷ ଓ ତୃଟିଶୂନ୍ୟହୋଇ ଆଚରଣ କରିବାର ଚିନ୍ତାଧାରାକୁ ପ୍ରକାଶ କରିବା I ଏହିସବୁ କ୍ଷେତ୍ରରେ, ULT “ପବିତ୍ର,” “ପବିତ୍ର ଈଶ୍ବର,” “ପବିତ୍ର ବ୍ୟକ୍ତି” ଓ “ପବିତ୍ର ଲୋକ” ବୋଲି ବ୍ୟବହାର କରିଥାଏ I (ଦେଖ: ୧:୧, ୪)
* ବେଳେବେଳେ ଗୋଟିଏ ଅନୁଚ୍ଛେଦରେ ଅର୍ଥଟି ସେମାନଙ୍କ ଦ୍ବାରା କୌଣସି ନିର୍ଦ୍ଦିଷ୍ଟ ଭୂମିକା ପୂରଣ ହେଉଥିବା ବିଷୟ ନ ସୂଚାଇ ସରଳ ଭାବରେ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଇଥାଏ I ଏହିସବୁ କ୍ଷେତ୍ରରେ, ULT “ବିଶ୍ବାସୀ” କିମ୍ବା “ବିଶ୍ବାସୀମାନେ” ବୋଲି ବ୍ୟବହାର କରିଥାଏ I
* ବେଳେବେଳେ ଗୋଟିଏ ଅନୁଚ୍ଛେଦରେ ଥିବା ଅର୍ଥ, କେବଳ ଈଶ୍ବରଙ୍କ ନିମନ୍ତେ କେହି ଜଣେ କିମ୍ବା କିଛି ଜିନିଷ ପୃଥକ୍ ହୋଇଥିବା ଚିନ୍ତାଧାରାକୁ ସୂଚାଇଥାଏ I ଏହିସବୁ କ୍ଷେତ୍ରରେ, ULT “ପୃଥକୀକୃତ,” “ଉତ୍ସର୍ଗୀକୃତ” ଓ “ସଂରକ୍ଷିତ” ଶବ୍ଦଗୁଡିକ ବ୍ୟବହାର କରିଥାଏ I (ଦେଖ: ୩:୫)
, ସେମାନଙ୍କ ନିଜ ସଂସ୍କରଣଗୁଡିକରେ ଏହି ଚିନ୍ତାଧାରାଗୁଡିକ କିପରି ଉପସ୍ଥାପନ କରାଯିବ, ସେ ବିଷୟରେ ଅନୁବାଦକମାନେ ଚିନ୍ତାକରିବା ସମୟରେ UST ପ୍ରାୟତଃ ସାହାଯ୍ୟକାରୀ ହେବ I “ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ସଦୃଶ ଭାବର ଅର୍ଥ କ’ଣ ବୋଲି ପାଉଲ ଭାବୁଥିଲେ?
ଏହି ପ୍ରକାର ଭାବ ୧:୧, ୩, ୪, ୬, ୭, ୯, ୧୦, ୧୧, ୧୨, ୧୩, ୧୫, ; :୬, ୭, ୧୦, ୧୩, ୧୫, ୧୬, ୧୮, ୨୧, ; ୩:୫, ୬, ୯, ୧୧, ୧୨, ୨୧; ୪:୧, ୧୭, ୨୧, ୩୨; ୫:୮, ୧୮, ୧୯; ୬:୧, ୧୦, ୧୮, ୨୧ ରେ ଉଲ୍ଲେଖ ଅଛି I ପାଉଲ ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କର ଏକ ଅତି ଘନିଷ୍ଠ ସମ୍ମିଳନର ଚିନ୍ତାଧାରାକୁ ବୁଝାଇବା ନିମନ୍ତେ ଏହା ପ୍ରକାଶ କରନ୍ତି I ଏହି ପ୍ରକାର ଭାବର ଅଧିକ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟ ଅଂଶକୁ ଦୟାକରି ଦେଖନ୍ତୁ I
### ଏଫିସୀୟ ପୁସ୍ତକର ଶାସ୍ତ୍ରାଂଶରେ କଅଣ ସବୁ ମୁଖ୍ୟ ସମସ୍ୟା ଅଛି?
* ""ଏଫିସରେ” (୧:୧)I କେତେକ ପ୍ରାଚୀନ ହସ୍ତଲିପିରେ ଏହି ସବୁ ଭାବ ନାହିଁ, କିନ୍ତୁ ସମ୍ଭବତଃ ମୂଳ ପତ୍ରରେ ତାହା ଥିଲା I ULT, UST ଓ ଅନେକ ଆଧୁନିକ ସଂସ୍କରଣ ଏହାକୁ ଅନ୍ତର୍ଭୁକ୍ତ କରନ୍ତି I
* ""କାରଣ ଆମ୍ଭେମାନେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅଟୁ” (୫:୩୦)I ULT ଓ USTକୁ ମିଶାଇ, ଅଧିକାଂଶ ଆଧୁନିକ ସଂସ୍କରଣ ଗୁଡିକରେ ଏପରି ଲେଖାଯାଇଛି I କେତେକ ପ୍ରାଚୀନ ସଂସ୍କରଣରେ ଲେଖାଅଛି,”କାରଣ ଆମ୍ଭେମାନେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ଅସ୍ଥି ଅଟୁ I” ଅନୁବାଦକମାନେ ଦ୍ବିତୀୟ ଲେଖାଟିକୁ ମନୋନୀତ କରିପାରନ୍ତି, ଯଦି ସେମାନଙ୍କ ଅଞ୍ଚଳରେ ଥିବା ସଂସ୍କରଣ ଗୁଡିକରେ ସେପରି ଲେଖାଅଛି I ଯଦି ଅନୁବାଦକମାନେ ଦ୍ବିତୀୟ ଲେଖାକୁ ମନୋନୀତ କରନ୍ତି, ତେବେ ଏଫିସୀୟ ପୁସ୍ତକର ମୂଳ ଲେଖାରେ ସମ୍ଭବତଃ ତାହା ଉଲ୍ଲେଖ ନାହିଁ ବୋଲି ସୂଚାଇ ସେମାନେ ଅତିରିକ୍ତ ଶବ୍ଦଗୁଡିକ ବର୍ଗ ବନ୍ଧନୀ[]ରେ ରଖିବା ଉଚିତ I
(ଦେଖ: [[rc://*/ta/man/translate/translate-textvariants]])