or_tn/eph/front/intro.md

16 KiB
Raw Permalink Blame History

ଏଫିସୀୟ ପୁସ୍ତକର ପରିଚୟ

ପ୍ରଥମ ଭାଗ: ସାଧାରଣ ପରିଚୟ

ଏଫିସୀୟ ପୁସ୍ତକର ରୂପରେଖା

  1. ଅଭିବାଦନ ଓ ଖ୍ରୀଷ୍ଟଙ୍କଠାରେ ଥିବା ଆତ୍ମିକ ଆଶୀର୍ବାଦ ନିମନ୍ତେ ପ୍ରାର୍ଥନା (୧:୧-୨୩)
  2. ପାପ ଓ ପରିତ୍ରାଣ (:୧-୧୦)
  3. ଏକତା ଓ ଶାନ୍ତି (:୧୧-)
  4. ତୁମ୍ଭମାନଙ୍କ ମଧ୍ୟରେ ଥିବା ନିଗୂଢତତ୍ତ୍ବ ପ୍ରକାଶିତ ହୋଇଅଛି (୩:୧-୧୩)
  5. ସେମାନଙ୍କୁ ଦୃଢ଼କରିବା ନିମନ୍ତେ ତାହାଙ୍କ ଗୌରବର ନିଧି ନିମନ୍ତେ ପ୍ରାର୍ଥନା (୩:୧୪-୨୧)
  6. ଆତ୍ମାଙ୍କର ଏକତା, ଖ୍ରୀଷ୍ଟଙ୍କର ଶରୀର ନିର୍ମାଣ (୪:୧-୧୬)
  7. ନୂତନ ଜୀବନ (୪:୧୭-୩୨)
  8. ଈଶ୍ବରଙ୍କ ଅନୁକାରୀ (୫:୧-୨୧)
  9. ସ୍ତ୍ରୀ ଓ ସ୍ବାମୀମାନେ; ପିଲା ଓ ପିତାମାନେ; ଦାସ ଓ କର୍ତ୍ତାମାନେ (୫:-୬:୯)
  10. ଈଶ୍ବରଙ୍କ ସଜ୍ଜା (୬:୧୦-)
  11. ଶେଷ ଅଭିବାଦନ (୬:୨୧-୨୪)

ଏଫିସୀୟ ପୁସ୍ତକ କିଏ ଲେଖିଥିଲେ?

ପାଉଲ ଏଫିସୀୟ ପୁସ୍ତକ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ଜଣେ ଖ୍ରୀଷ୍ଟିୟାନ ହେଲାପରେ, ସେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହିବା ପାଇଁ ଅନେକ ଥର ସମଗ୍ର ରୋମ୍ ସାମ୍ରାଜ୍ୟରେ ଯାତ୍ରା କରିଥିଲେ I

ପ୍ରେରିତ ପାଉଲ, ତାହାଙ୍କର ଗୋଟିଏ ପ୍ରଚାର ଯାତ୍ରା ସମୟରେ ଏଫିସରେ ମଣ୍ଡଳୀ ଆରମ୍ଭ କରିବାକୁ ସାହାଯ୍ୟ କରିଥିଲେ I ସେ ମଧ୍ୟ ଏଫିସରେ ଦେଢ଼ ବର୍ଷ କାଳ ବାସକରି ବିଶ୍ବାସୀମାନଙ୍କୁ ସାହାଯ୍ୟ କରୁଥିଲେ I ପାଉଲ ସମ୍ଭବତଃ ରୋମ୍ ରେ ବନ୍ଦୀ ଥିବା ସମୟରେ ଏହି ପତ୍ର ଲେଖିଥିଲେ I

ଏଫିସୀୟ ପୁସ୍ତକରେ କେଉଁ ବିଷୟ ଲେଖାଅଛି?

ପାଉଲ ଏଫିସୀୟ ଖ୍ରୀଷ୍ଟିୟାନମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ସେମାନଙ୍କ ପ୍ରତି ଥିବା ଈଶ୍ବରଙ୍କ ପ୍ରେମ ବିଷୟରେ ବୁଝାଇବାକୁ ଏହି ପତ୍ର ଲେଖିଛନ୍ତି I ଈଶ୍ବର ସେମାନଙ୍କୁ ଦେଉଥିବା ଆଶୀର୍ବାଦ ବିଷୟରେ ସେ ବର୍ଣ୍ଣନା କରିଥିଲେ, କାରଣ ବର୍ତ୍ତମାନ ସେମାନେ ଖ୍ରୀଷ୍ଟଙ୍କଠାରେ ସଂଯୁକ୍ତ ହୋଇଅଛନ୍ତି I ସେ ବୁଝାଇଥିଲେ ଯେ ଯିହୂଦୀ କି ବିଜାତି, ସମସ୍ତ ବିଶ୍ବାସୀମାନେ, ଏକତ୍ର ସଂଯୁକ୍ତ ହୋଇଅଛନ୍ତି I ପାଉଲ ସେମାନଙ୍କୁ ଈଶ୍ବରଙ୍କ ସନ୍ତୋଷଜନକ ଜୀବନଯାପନ କରିବା ନିମନ୍ତେ ମଧ୍ୟ ଉତ୍ସାହ ପ୍ରଦାନ କରୁଅଛନ୍ତି I

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପାରିକ ଶୀର୍ଷକ ନେଇ “ଏଫିସୀୟ” ବୋଲି କହିପାରନ୍ତି I କିମ୍ବା ସେମାନେ “ଏଫିସୀୟ ମଣ୍ଡଳୀକୁ ପାଉଲଙ୍କର ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ବାଛିପାରନ୍ତି କିମ୍ବା ଏଫିସରେ ଥିବା ଖ୍ରୀଷ୍ଟିଆନ୍ ମାନଙ୍କ ନିକଟକୁ ପତ୍ର ବୋଲି କହି ପାରନ୍ତି I (ଦେଖ: rc://*/ta/man/translate/translate-names)

ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

ଏଫିସୀୟ ପୁସ୍ତକରେ “ନିଗୂଢ ସତ୍ୟ” କଅଣ?

ULTରେ ଅନୁବାଦ ହୋଇଥିବା “ନିଗୂଢତତ୍ତ୍ବ” ବା “ନିଗୂଢ଼” ଭାବଟି ଛଅ ଥର ଲେଖାଯାଇଛି I ଏହା ଉଲ୍ଲେଖ କରି ପାଉଲ ସର୍ବଦା ଏପରି କିଛି ଅର୍ଥରେ ଏହା କହୁଛନ୍ତି ଯେ ଈଶ୍ବରଙ୍କୁ ମନୁଷ୍ୟମାନଙ୍କ ନିମନ୍ତେ ପ୍ରକାଶ କରିବାକୁ ପଡିଲା, ଯାହା ସେମାନେ ସେମାନଙ୍କର ନିଜ ଚେଷ୍ଟାଦ୍ବାରା ଜାଣିପାରି ନ ଥାନ୍ତେ I ଏହା ସର୍ବଦା କିଛି ବିଷୟକୁ ବୁଝାଉଥିଲା ଯେ କିପରି ଈଶ୍ବର ମନୁଷ୍ୟଜାତିକୁ ଉଦ୍ଧାର କରିବା ନିମନ୍ତେ ଯୋଜନା କଲେ I ବେଳେବେଳେ ଏହା ଆପଣା ଓ ମନୁଷ୍ୟଜାତି ମଧ୍ୟରେ ଶାନ୍ତି ସ୍ଥାପନ କରିବାପାଇଁ ତାହାଙ୍କ ଯୋଜନା ବିଷୟରେ ଥିଲା I ବେଳେବେଳେ ଖ୍ରୀଷ୍ଟଙ୍କ ଦ୍ବାରା ଯିହୂଦୀ ଓ ବିଜାତିମାନଙ୍କୁ ଏକତ୍ର କରିବାପାଇଁ ତାହାଙ୍କ ଯୋଜନା ବିଷୟରେ ଥିଲା I ବର୍ତ୍ତମାନ ବିଜାତିମାନେ ଯିହୂଦୀମାନଙ୍କ ସହ ସମାନ ଭାବରେ ଖ୍ରୀଷ୍ଟଙ୍କର ପ୍ରତିଜ୍ଞାରୁ ଉପକୃତ ହେବାକୁ ସକ୍ଷମ ହୋଇଅଛନ୍ତି I

ପରିତ୍ରାଣ ଓ ଧାର୍ମିକ ଜୀବନଯାପନ ବିଷୟରେ ପାଉଲ କଅଣ କହିଥିଲେ?ଏହି ପତ୍ରରେ ଓ ତାହାଙ୍କର ଅନେକ ପତ୍ରରେ ପାଉଲ ପରିତ୍ରାଣ ଓ ଧାର୍ମିକ ଜୀବନଯାପନ ବିଷୟରେ ଅନେକ କିଛି କହିଛନ୍ତି I ସେ କହିଲେ ଯେ ଈଶ୍ବର ଅତି ଦୟାଳୁ ହୋଇ ଖ୍ରୀଷ୍ଟିୟାନମାନଙ୍କୁ ପରିତ୍ରାଣ କରିଅଛନ୍ତି, କାରଣ ସେମାନେ ଯୀଶୁଙ୍କଠାରେ ବିଶ୍ବାସ କରିଅଛନ୍ତି I ଅତଏବ, ସେମାନେ ଖ୍ରୀଷ୍ଟିୟାନ ହେଲାପରେ ସେମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଅଛନ୍ତି ବୋଲି ଦେଖାଇବାକୁ ଧାର୍ମିକ ଜୀବନଯାପନ କରିବା ଉଚିତ I(See: rc://*/tw/dict/bible/kt/righteous)

ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା

“ତୁମ୍ଭେମାନେ”ର ଏକବଚନ ଓ ବହୁବଚନ

ଏହି ପୁସ୍ତକରେ “ମୁଁ” ଶବ୍ଦଟି ପାଉଲଙ୍କୁ ବୁଝାଏ I “ତୁମ୍ଭେମାନେ” ଶବ୍ଦଟି ପ୍ରାୟତଃ ବହୁବାଚକ ଓ ଏହା ବିଶ୍ବାସୀମାନଙ୍କୁ ବୁଝାଏ ଯେଉଁମାନେ ଏହି ପତ୍ର ପାଠ କରିବେ I ଏଥିର ତିନୋଟି ବ୍ୟତିକ୍ରମ ହେଉଛି: ୫:୧୪, ୬: ଓ ୬:୩ I (ଦେଖ: rc://*/ta/man/translate/figs-you)

ପାଉଲ କେଉଁ ଅର୍ଥରେ “ନୂତନ ସ୍ବଭାବ” ବା “ନୂତନ ପୁରୁଷ” ବୋଲି କହୁଛନ୍ତି?

ଯେତେବେଳେ ପାଉଲ “ନୂତନ ସ୍ବଭାବ” ବା “ନୂତନ ପୁରୁଷ” ବୋଲି କହୁଛନ୍ତି, ସେ ଜଣେ ବିଶ୍ବାସୀ ପବିତ୍ର ଆତ୍ମାଙ୍କଠାରୁ ପ୍ରାପ୍ତ ହୋଇଥିବା ନୂତନ ସ୍ବଭାବକୁ ବୁଝାଉଛନ୍ତି I ଏହି ନୂତନ ସ୍ବଭାବ ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ସୃଷ୍ଟ ଅଟେ (ଦେଖ: ୪:୨୪)I “ନୂତନ ପୁରୁଷ” ବାକ୍ୟାଂଶଟି ମଧ୍ୟ ଈଶ୍ବର ଯିହୂଦୀ ଓ ବିଜାତିମାନଙ୍କ ମଧ୍ୟରେ ଶାନ୍ତି ସ୍ଥାପନ କରାଉଥିବା ବିଷୟରେ ବ୍ୟବହାର କରାଯାଇଛି I ଈଶ୍ବର ସେମାନଙ୍କୁ ତାହାଙ୍କର ଏକ ଲୋକ ଭାବରେ ଏକତ୍ର କରିଅଛନ୍ତି (ଦେଖ: :୧୫) I

ULTରେ ଏଫିସୀୟ ପୁସ୍ତକରେ କିପରି “ପବିତ୍ର” ଓ “ପବିତୃକୃତ ହେବା” ଚିନ୍ତାଧାରାକୁ ପ୍ରକାଶ କରାଯାଇଛି?

ବିଭିନ୍ନ ଚିନ୍ତାଧାରା ମଧ୍ୟରୁ ଗୋଟିଏକୁ ସୂଚାଇବାପାଇଁ ଶାସ୍ତ୍ର ସେହିଭଳି ଶବ୍ଦକୁ ବ୍ୟବହାର କରିଥାଏ I ଏହି କାରଣ ନିମନ୍ତେ, ଅନୁବାଦକମାନଙ୍କପାଇଁ ସେମାନଙ୍କ ସଂସ୍କରଣ ଗୁଡିକରେ ତାହା ଭଲ ଭାବରେ ପ୍ରକାଶ କରିବାକୁ କଷ୍ଟକର ହୋଇଥାଏ I ଇଂରାଜୀରେ ଅନୁବାଦ କରିବା ନିମନ୍ତେ, ULT ନିମ୍ନଲିଖିତ ନିୟମ ବ୍ୟବହାର କରିଥାଏ:

  • ବେଳେବେଳେ ଗୋଟିଏ ଅନୁଚ୍ଛେଦରେ ଅର୍ଥଟି ନୈତିକ ପବିତ୍ରତାକୁ ସୂଚାଇଥାଏ I ଈଶ୍ବର ଖ୍ରୀଷ୍ଟିୟାନମାନଙ୍କୁ ପାପରହିତ ଭାବରେ ଦେଖନ୍ତି ବୋଲି ପ୍ରକାଶ କରିବା ସକାଶେ, ବିଶେଷକରି ସୁସମାଚାର ବୁଝିବାପାଇଁ “ପବିତ୍ର” ଶବ୍ଦର ବ୍ୟବହାର ଗୁରୁତ୍ବପୂର୍ଣ୍ଣ ଅଟେ, କାରଣ ସେମାନେ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଅଛନ୍ତି I “ପବିତ୍ର” ଶବ୍ଦର ଆଉ ଗୋଟିଏ ବ୍ୟବହାର ହେଉଛି ଈଶ୍ବର ସିଦ୍ଧ ଓ ଦୋଷଶୂନ୍ୟ ବୋଲି ପ୍ରକାଶ କରିବାର ଚିନ୍ତାଧାରା I ତୃତୀୟ ବ୍ୟବହାର ହେଉଛି ଖ୍ରୀଷ୍ଟିୟାନମାନେ ଜୀବନରେ ନିର୍ଦ୍ଦୋଷ ଓ ତୃଟିଶୂନ୍ୟହୋଇ ଆଚରଣ କରିବାର ଚିନ୍ତାଧାରାକୁ ପ୍ରକାଶ କରିବା I ଏହିସବୁ କ୍ଷେତ୍ରରେ, ULT “ପବିତ୍ର,” “ପବିତ୍ର ଈଶ୍ବର,” “ପବିତ୍ର ବ୍ୟକ୍ତି” ଓ “ପବିତ୍ର ଲୋକ” ବୋଲି ବ୍ୟବହାର କରିଥାଏ I (ଦେଖ: ୧:୧, ୪)
  • ବେଳେବେଳେ ଗୋଟିଏ ଅନୁଚ୍ଛେଦରେ ଅର୍ଥଟି ସେମାନଙ୍କ ଦ୍ବାରା କୌଣସି ନିର୍ଦ୍ଦିଷ୍ଟ ଭୂମିକା ପୂରଣ ହେଉଥିବା ବିଷୟ ନ ସୂଚାଇ ସରଳ ଭାବରେ ଖ୍ରୀଷ୍ଟିୟାନମାନଙ୍କୁ ବୁଝାଇଥାଏ I ଏହିସବୁ କ୍ଷେତ୍ରରେ, ULT “ବିଶ୍ବାସୀ” କିମ୍ବା “ବିଶ୍ବାସୀମାନେ” ବୋଲି ବ୍ୟବହାର କରିଥାଏ I
  • ବେଳେବେଳେ ଗୋଟିଏ ଅନୁଚ୍ଛେଦରେ ଥିବା ଅର୍ଥ, କେବଳ ଈଶ୍ବରଙ୍କ ନିମନ୍ତେ କେହି ଜଣେ କିମ୍ବା କିଛି ଜିନିଷ ପୃଥକ୍ ହୋଇଥିବା ଚିନ୍ତାଧାରାକୁ ସୂଚାଇଥାଏ I ଏହିସବୁ କ୍ଷେତ୍ରରେ, ULT “ପୃଥକୀକୃତ,” “ଉତ୍ସର୍ଗୀକୃତ” ଓ “ସଂରକ୍ଷିତ” ଶବ୍ଦଗୁଡିକ ବ୍ୟବହାର କରିଥାଏ I (ଦେଖ: ୩:୫)

, ସେମାନଙ୍କ ନିଜ ସଂସ୍କରଣଗୁଡିକରେ ଏହି ଚିନ୍ତାଧାରାଗୁଡିକ କିପରି ଉପସ୍ଥାପନ କରାଯିବ, ସେ ବିଷୟରେ ଅନୁବାଦକମାନେ ଚିନ୍ତାକରିବା ସମୟରେ UST ପ୍ରାୟତଃ ସାହାଯ୍ୟକାରୀ ହେବ I “ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ସଦୃଶ ଭାବର ଅର୍ଥ କ’ଣ ବୋଲି ପାଉଲ ଭାବୁଥିଲେ?

ଏହି ପ୍ରକାର ଭାବ ୧:୧, ୩, ୪, ୬, ୭, ୯, ୧୦, ୧୧, ୧୨, ୧୩, ୧୫, ; :୬, ୭, ୧୦, ୧୩, ୧୫, ୧୬, ୧୮, ୨୧, ; ୩:୫, ୬, ୯, ୧୧, ୧୨, ୨୧; ୪:୧, ୧୭, ୨୧, ୩୨; ୫:୮, ୧୮, ୧୯; ୬:୧, ୧୦, ୧୮, ୨୧ ରେ ଉଲ୍ଲେଖ ଅଛି I ପାଉଲ ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କର ଏକ ଅତି ଘନିଷ୍ଠ ସମ୍ମିଳନର ଚିନ୍ତାଧାରାକୁ ବୁଝାଇବା ନିମନ୍ତେ ଏହା ପ୍ରକାଶ କରନ୍ତି I ଏହି ପ୍ରକାର ଭାବର ଅଧିକ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟ ଅଂଶକୁ ଦୟାକରି ଦେଖନ୍ତୁ I

ଏଫିସୀୟ ପୁସ୍ତକର ଶାସ୍ତ୍ରାଂଶରେ କଅଣ ସବୁ ମୁଖ୍ୟ ସମସ୍ୟା ଅଛି?

  • ""ଏଫିସରେ” (୧:୧)I କେତେକ ପ୍ରାଚୀନ ହସ୍ତଲିପିରେ ଏହି ସବୁ ଭାବ ନାହିଁ, କିନ୍ତୁ ସମ୍ଭବତଃ ମୂଳ ପତ୍ରରେ ତାହା ଥିଲା I ULT, UST ଓ ଅନେକ ଆଧୁନିକ ସଂସ୍କରଣ ଏହାକୁ ଅନ୍ତର୍ଭୁକ୍ତ କରନ୍ତି I
  • ""କାରଣ ଆମ୍ଭେମାନେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅଟୁ” (୫:୩୦)I ULT ଓ USTକୁ ମିଶାଇ, ଅଧିକାଂଶ ଆଧୁନିକ ସଂସ୍କରଣ ଗୁଡିକରେ ଏପରି ଲେଖାଯାଇଛି I କେତେକ ପ୍ରାଚୀନ ସଂସ୍କରଣରେ ଲେଖାଅଛି,”କାରଣ ଆମ୍ଭେମାନେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ଅସ୍ଥି ଅଟୁ I” ଅନୁବାଦକମାନେ ଦ୍ବିତୀୟ ଲେଖାଟିକୁ ମନୋନୀତ କରିପାରନ୍ତି, ଯଦି ସେମାନଙ୍କ ଅଞ୍ଚଳରେ ଥିବା ସଂସ୍କରଣ ଗୁଡିକରେ ସେପରି ଲେଖାଅଛି I ଯଦି ଅନୁବାଦକମାନେ ଦ୍ବିତୀୟ ଲେଖାକୁ ମନୋନୀତ କରନ୍ତି, ତେବେ ଏଫିସୀୟ ପୁସ୍ତକର ମୂଳ ଲେଖାରେ ସମ୍ଭବତଃ ତାହା ଉଲ୍ଲେଖ ନାହିଁ ବୋଲି ସୂଚାଇ ସେମାନେ ଅତିରିକ୍ତ ଶବ୍ଦଗୁଡିକ ବର୍ଗ ବନ୍ଧନୀ[]ରେ ରଖିବା ଉଚିତ I

(ଦେଖ: rc://*/ta/man/translate/translate-textvariants)