or_tn/eph/02/intro.md

28 lines
5.0 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଏଫିସୀୟ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
ଏହି ଅଧ୍ୟାୟ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ ସ୍ଥାପନ କରିବା ପୂର୍ବରୁ ଜଣେ ଖ୍ରୀଷ୍ଟିୟାନର ଜୀବନ କିପରିଥିଲା, ସେ ବିଷୟ ଉପରେ କେନ୍ଦ୍ରୀଭୂତ ଅଟେ I ତତ୍ପରେ ପାଉଲ “ଖ୍ରୀଷ୍ଟଙ୍କଠାରେ” ଜଣେ ଖ୍ରୀଷ୍ଟିୟାନର ନୂତନ ପରିଚୟଠାରୁ ତାହାର ପୂର୍ବ ଜୀବନଯାପନର ଧାରା କିପରି ଭିନ୍ନ ଅଟେ, ସେ ବିଷୟରେ ବୁଝାଇବାକୁ ଏହି ସୂଚନା ବ୍ୟବହାର କରୁଛନ୍ତି I (ଦେଖ: [[rc://*/tw/dict/bible/kt/faith]])
## ଏହି ଅଧ୍ୟାୟର ବିଶେଷ ଧାରଣା
### ଏକ ଶରୀର
ଏହି ଅଧ୍ୟାୟରେ ପାଉଲ ମଣ୍ଡଳୀ ବିଷୟରେ ଶିକ୍ଷା ଦେଉଛନ୍ତି I ମଣ୍ଡଳୀ ଦୁଇଟି ଭିନ୍ନ ଭିନ୍ନ ଲୋକଦଳ (ଯିହୂଦୀ ଓ ବିଜାତି)କୁ ନେଇ ଗଠିତ ହୋଇଥିଲା I ସେମାନେ ବର୍ତ୍ତମାନ ଗୋଟିଏ “ଶରୀର” ଅଟନ୍ତି I ମଣ୍ଡଳୀକୁ ଖ୍ରୀଷ୍ଟଙ୍କର ଶରୀର ବୋଲି ମଧ୍ୟ କୁହାଯାଏ I ଯିହୂଦୀ ଓ ବିଜାତିମାନେ ଖ୍ରୀଷ୍ଟଙ୍କଠାରେ ସମ୍ମିଳିତ ଅଟନ୍ତି I
## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର
### “ଅପରାଧ ଓ ପାପରେ ମୃତ”
ପାଉଲ ଶିକ୍ଷା ଦେଉଛନ୍ତି ଯେ ଯେଉଁମାନେ ଖ୍ରୀଷ୍ଟିୟାନ ନୁହନ୍ତି, ସେମାନେ ସେମାନଙ୍କର ପାପରେ “ମୃତ” ଅଟନ୍ତି I ପାପ ସେମାନଙ୍କୁ ବନ୍ଧନରେ ରଖେ ଅବା ଦାସ କରି ରଖେ I ଏହା ସେମାନଙ୍କୁ ଆତ୍ମିକଭାବରେ “ମୃତ’ କରିଦିଏ I ପାଉଲ ଲେଖୁଛନ୍ତି ଯେ ଈଶ୍ବର ଖ୍ରୀଷ୍ଟିୟାନମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଜୀବିତ କରନ୍ତି I (ଦେଖ: [[rc://*/tw/dict/bible/other/death]], [[rc://*/tw/dict/bible/kt/sin]] ଓ [[rc://*/tw/dict/bible/kt/faith]] ଓ [[rc://*/ta/man/translate/figs-metaphor]])
### ଜାଗତିକ ଜୀବନର ବର୍ଣ୍ଣନା
ଅଣ ଖ୍ରୀଷ୍ଟିୟାନମାନେ କିପରି କାର୍ଯ୍ୟ କରନ୍ତି, ସେ ବିଷୟ ବୁଝାଇବାକୁ ପାଉଲ ବିଭିନ୍ନ ଉପାୟ ବ୍ୟବହାର କରୁଛନ୍ତି I ସେମାନେ “ଏହି ଜଗତର ମାର୍ଗ ଅନୁଯାୟୀ ଜୀବନଯାପନ କରିଅଛନ୍ତି” ଓ “ଆକାଶ ମଣ୍ଡଳର ଅଧିପତିର ବଶରେ ଜୀବନଯାପନ କରୁଅଛନ୍ତି,”ଆପଣା ଆପଣାର ମନ୍ଦ ଅଭିଳାଷକୁ ପୂର୍ଣ୍ଣ କରୁଅଛନ୍ତି” ଓ “ଶରୀର ଓ ମନର କାମନାକୁ ପୂର୍ଣ୍ଣ କରୁଅଛନ୍ତି I”
## ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ
### “ଏହା ଈଶ୍ବରଙ୍କ ଦାନ”
କେତେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ଏଠାରେ “ଏହା” ପରିତ୍ରାଣ ପ୍ରାପ୍ତ ହେବା ବିଷୟକୁ ବୁଝାଏ I ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ବିଶ୍ବାସ ହେଉଛି ଈଶ୍ବରଙ୍କ ଦାନ I ଗ୍ରୀକ୍ ଭାଷାର କାଳର ପ୍ରୟୋଗ ଅନୁସାରେ, ଏଠାରେ “ଏହା” ଅଧିକ ଭାବରେ ବିଶ୍ବାସଦ୍ବାରା ଈଶ୍ବରଙ୍କ ଅନୁଗ୍ରହରେ ପରିତ୍ରାଣ ପ୍ରାପ୍ତ ହେବା ବିଷୟକୁ ବୁଝାଏ I
### ଶରୀର
ଏହା ଗୋଟିଏ ଜଟିଳ ସମସ୍ୟା I “ଶରୀର” ସମ୍ଭବତଃ ଗୋଟିଏ ରୂପକ ଯାହା ଜଣେ ବ୍ୟକ୍ତିର ପାପପୂର୍ଣ୍ଣ ସ୍ବଭାବକୁ ବୁଝାଏ I “ଶରୀର ସମ୍ବନ୍ଧରେ ବିଜାତି” ବାକ୍ୟାଂଶଟି ସୂଚାଇଦିଏ ଯେ ଏଫିସୀୟମାନେ ପୂର୍ବରେ ଈଶ୍ବରବିହୀନ ହୋଇ ଜୀବନ ଯାପନ କରୁଥିଲେ I ଏହି ପଦରେ “ଶରୀର” ମନୁଷ୍ୟର ପାର୍ଥିବ ଅଙ୍ଗ ପ୍ରତ୍ୟଙ୍ଗକୁ ମଧ୍ୟ ବୁଝାଏ I (ଦେଖ: [[rc://*/tw/dict/bible/kt/flesh]])