or_tn/eph/02/intro.md

5.0 KiB
Raw Permalink Blame History

ଏଫିସୀୟ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ଏହି ଅଧ୍ୟାୟ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ ସ୍ଥାପନ କରିବା ପୂର୍ବରୁ ଜଣେ ଖ୍ରୀଷ୍ଟିୟାନର ଜୀବନ କିପରିଥିଲା, ସେ ବିଷୟ ଉପରେ କେନ୍ଦ୍ରୀଭୂତ ଅଟେ I ତତ୍ପରେ ପାଉଲ “ଖ୍ରୀଷ୍ଟଙ୍କଠାରେ” ଜଣେ ଖ୍ରୀଷ୍ଟିୟାନର ନୂତନ ପରିଚୟଠାରୁ ତାହାର ପୂର୍ବ ଜୀବନଯାପନର ଧାରା କିପରି ଭିନ୍ନ ଅଟେ, ସେ ବିଷୟରେ ବୁଝାଇବାକୁ ଏହି ସୂଚନା ବ୍ୟବହାର କରୁଛନ୍ତି I (ଦେଖ: rc://*/tw/dict/bible/kt/faith)

ଏହି ଅଧ୍ୟାୟର ବିଶେଷ ଧାରଣା

ଏକ ଶରୀର

ଏହି ଅଧ୍ୟାୟରେ ପାଉଲ ମଣ୍ଡଳୀ ବିଷୟରେ ଶିକ୍ଷା ଦେଉଛନ୍ତି I ମଣ୍ଡଳୀ ଦୁଇଟି ଭିନ୍ନ ଭିନ୍ନ ଲୋକଦଳ (ଯିହୂଦୀ ଓ ବିଜାତି)କୁ ନେଇ ଗଠିତ ହୋଇଥିଲା I ସେମାନେ ବର୍ତ୍ତମାନ ଗୋଟିଏ “ଶରୀର” ଅଟନ୍ତି I ମଣ୍ଡଳୀକୁ ଖ୍ରୀଷ୍ଟଙ୍କର ଶରୀର ବୋଲି ମଧ୍ୟ କୁହାଯାଏ I ଯିହୂଦୀ ଓ ବିଜାତିମାନେ ଖ୍ରୀଷ୍ଟଙ୍କଠାରେ ସମ୍ମିଳିତ ଅଟନ୍ତି I

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

“ଅପରାଧ ଓ ପାପରେ ମୃତ”

ପାଉଲ ଶିକ୍ଷା ଦେଉଛନ୍ତି ଯେ ଯେଉଁମାନେ ଖ୍ରୀଷ୍ଟିୟାନ ନୁହନ୍ତି, ସେମାନେ ସେମାନଙ୍କର ପାପରେ “ମୃତ” ଅଟନ୍ତି I ପାପ ସେମାନଙ୍କୁ ବନ୍ଧନରେ ରଖେ ଅବା ଦାସ କରି ରଖେ I ଏହା ସେମାନଙ୍କୁ ଆତ୍ମିକଭାବରେ “ମୃତ’ କରିଦିଏ I ପାଉଲ ଲେଖୁଛନ୍ତି ଯେ ଈଶ୍ବର ଖ୍ରୀଷ୍ଟିୟାନମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଜୀବିତ କରନ୍ତି I (ଦେଖ: [[rc:///tw/dict/bible/other/death]], [[rc:///tw/dict/bible/kt/sin]] ଓ [[rc:///tw/dict/bible/kt/faith]] ଓ [[rc:///ta/man/translate/figs-metaphor]])

ଜାଗତିକ ଜୀବନର ବର୍ଣ୍ଣନା

ଅଣ ଖ୍ରୀଷ୍ଟିୟାନମାନେ କିପରି କାର୍ଯ୍ୟ କରନ୍ତି, ସେ ବିଷୟ ବୁଝାଇବାକୁ ପାଉଲ ବିଭିନ୍ନ ଉପାୟ ବ୍ୟବହାର କରୁଛନ୍ତି I ସେମାନେ “ଏହି ଜଗତର ମାର୍ଗ ଅନୁଯାୟୀ ଜୀବନଯାପନ କରିଅଛନ୍ତି” ଓ “ଆକାଶ ମଣ୍ଡଳର ଅଧିପତିର ବଶରେ ଜୀବନଯାପନ କରୁଅଛନ୍ତି,”ଆପଣା ଆପଣାର ମନ୍ଦ ଅଭିଳାଷକୁ ପୂର୍ଣ୍ଣ କରୁଅଛନ୍ତି” ଓ “ଶରୀର ଓ ମନର କାମନାକୁ ପୂର୍ଣ୍ଣ କରୁଅଛନ୍ତି I”

ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

“ଏହା ଈଶ୍ବରଙ୍କ ଦାନ”

କେତେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ଏଠାରେ “ଏହା” ପରିତ୍ରାଣ ପ୍ରାପ୍ତ ହେବା ବିଷୟକୁ ବୁଝାଏ I ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ବିଶ୍ବାସ ହେଉଛି ଈଶ୍ବରଙ୍କ ଦାନ I ଗ୍ରୀକ୍ ଭାଷାର କାଳର ପ୍ରୟୋଗ ଅନୁସାରେ, ଏଠାରେ “ଏହା” ଅଧିକ ଭାବରେ ବିଶ୍ବାସଦ୍ବାରା ଈଶ୍ବରଙ୍କ ଅନୁଗ୍ରହରେ ପରିତ୍ରାଣ ପ୍ରାପ୍ତ ହେବା ବିଷୟକୁ ବୁଝାଏ I

ଶରୀର

ଏହା ଗୋଟିଏ ଜଟିଳ ସମସ୍ୟା I “ଶରୀର” ସମ୍ଭବତଃ ଗୋଟିଏ ରୂପକ ଯାହା ଜଣେ ବ୍ୟକ୍ତିର ପାପପୂର୍ଣ୍ଣ ସ୍ବଭାବକୁ ବୁଝାଏ I “ଶରୀର ସମ୍ବନ୍ଧରେ ବିଜାତି” ବାକ୍ୟାଂଶଟି ସୂଚାଇଦିଏ ଯେ ଏଫିସୀୟମାନେ ପୂର୍ବରେ ଈଶ୍ବରବିହୀନ ହୋଇ ଜୀବନ ଯାପନ କରୁଥିଲେ I ଏହି ପଦରେ “ଶରୀର” ମନୁଷ୍ୟର ପାର୍ଥିବ ଅଙ୍ଗ ପ୍ରତ୍ୟଙ୍ଗକୁ ମଧ୍ୟ ବୁଝାଏ I (ଦେଖ: rc://*/tw/dict/bible/kt/flesh)