or_tn/act/23/intro.md

3.8 KiB

ପ୍ରେରିତ ୨୩ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ ପୁରାତନ ନିୟମର ଉଦ୍ଧୃତି ଗୁଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ୨୩:୫ର ଉଦ୍ଧୃତି ସମ୍ବନ୍ଧରେ ଏହା କରିଛି I

ଏହି ଅଧ୍ୟାୟର ବିଶେଷ ଧାରଣା

ମୃତମାନଙ୍କର ପୁନରୁତ୍ଥାନ

ଫାରୁଶୀମାନେ ବିଶ୍ବାସ କରୁଥିଲେ ଯେ ମୃତ୍ୟୁଭୋଗ କଲା ପରେ ଲୋକମାନେ ପୁନର୍ବାର ଜୀବିତ ହେବେ ଓ ଇଶ୍ବର ସେମାନଙ୍କୁ ପୁରଷ୍କାର ଦେବେ କିମ୍ବା ଦଣ୍ଡ ଦେବେ I ସାଦ୍ଦୁକୀମାନେ ବିଶ୍ବାସ କରୁଥିଲେ ଯେ ଥରେ ଲୋକମାନେ ମୃତ୍ୟୁଭୋଗ କଲା ପରେ, ସେମାନେ ମୃତ ହୋଇ ହିଁ ରହିବେ ଓ କଦାପି ପୁନର୍ଜୀବିତ ହେବେ ନାହିଁ I (ଦେଖ: [[rc:///tw/dict/bible/other/raise]] ଓ [[rc:///tw/dict/bible/other/reward]])

“ଗୋଟିଏ ଅଭିଶାପ ବୋଲି କହିଲେ”

କେତେକ ଯିହୂଦୀ ଈଶ୍ବରଙ୍କ ନିକଟରେ ଶପଥ କରିଥିଲେ ଯେ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ ସେମାନେ ଖାଇବେ ନାହିଁ କି ପିଇବେ ନାହିଁ ଓ ସେମାନେ ଈଶ୍ବରଙ୍କୁ ନିବେଦନ କରିଥିଲେ ଯେ ସେମାନେ ଶପଥ କରିଥିବା ବିଷୟ ନ କଲେ ଇଶ୍ବର ସେମାନଙ୍କୁ ଦଣ୍ଡ ଦିଅନ୍ତୁ I

ରୋମୀୟ ନାଗରିକ ପଦ

ରୋମୀୟମାନେ ଭାବୁଥିଲେ ଯେ ସେମାନେ କେବଳ ରୋମୀୟମାନଙ୍କୁ ଯଥାର୍ଥ ଭାବରେ ବ୍ୟବହାର କରିବେ I ଯେଉଁମାନେ ରୋମୀୟ ନାଗରିକ ନୁହନ୍ତି, ସେମାନଙ୍କ ପ୍ରତି ସେମାନେ ଯାହା ଇଚ୍ଛା ତାହା କରିପାରିବେ, କିନ୍ତୁ ଅନ୍ୟ ରୋମୀୟମାନଙ୍କ ପାଇଁ ସେମାନଙ୍କୁ ଆଇନ୍ ମାନିବାକୁ ପଡିବ I କେତେକ ଲୋକ ଜନ୍ମରୁ ରୋମୀୟ ନାଗରିକ ଥିଲେ, ଅନ୍ୟମାନେ ରୋମୀୟ ସରକାରକୁ ଅର୍ଥ ଦେଉଥିଲେ ଯେପରି ସେମାନେ ରୋମୀୟ ନାଗରିକ ହୋଇପାରିବେ I ଜଣେ ଅଣରୋମୀୟ ନାଗରିକକୁ ବ୍ୟବହାର କଲାପରି ଯଦି ଜଣେ ରୋମୀୟ ନାଗରିକ ପ୍ରତି ବ୍ୟବହାର କରିଥାନ୍ତେ, ତେବେ ହୁଏତ “ପ୍ରଧାନ ସେନାପତି” ଦଣ୍ଡ ପାଇଥାନ୍ତେ I

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାରଗୁଡ଼ିକ

ଶୁକ୍ଳି କରଣ

ଯେତେବେଳେ ଜଣେ ମନ୍ଦ କିମ୍ବା ଅଶୁଚି ଅବା ଅଧାର୍ମିକ ବ୍ୟକ୍ତି ନିଜକୁ ଉତ୍ତମ କିମ୍ବା ଶୁଚି ପରି ଦେଖାଇଥାଏ ସେପରି ବ୍ୟକ୍ତି ନିମନ୍ତେ ଧର୍ମଶାସ୍ତ୍ରରେ ବ୍ୟବହୃତ ହେଉଥିବା ଏହା ଏକ ସାଧାରଣ ରୂପକ ଅଟେ I (ଦେଖ: rc://*/ta/man/translate/figs-metaphor)