# ପ୍ରେରିତ ୨୩ ସାଧାରଣ ସୂଚନା ## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ କେତେକ ଅନୁବାଦ ପୁରାତନ ନିୟମର ଉଦ୍ଧୃତି ଗୁଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ୨୩:୫ର ଉଦ୍ଧୃତି ସମ୍ବନ୍ଧରେ ଏହା କରିଛି I ## ଏହି ଅଧ୍ୟାୟର ବିଶେଷ ଧାରଣା ### ମୃତମାନଙ୍କର ପୁନରୁତ୍ଥାନ ଫାରୁଶୀମାନେ ବିଶ୍ବାସ କରୁଥିଲେ ଯେ ମୃତ୍ୟୁଭୋଗ କଲା ପରେ ଲୋକମାନେ ପୁନର୍ବାର ଜୀବିତ ହେବେ ଓ ଇଶ୍ବର ସେମାନଙ୍କୁ ପୁରଷ୍କାର ଦେବେ କିମ୍ବା ଦଣ୍ଡ ଦେବେ I ସାଦ୍ଦୁକୀମାନେ ବିଶ୍ବାସ କରୁଥିଲେ ଯେ ଥରେ ଲୋକମାନେ ମୃତ୍ୟୁଭୋଗ କଲା ପରେ, ସେମାନେ ମୃତ ହୋଇ ହିଁ ରହିବେ ଓ କଦାପି ପୁନର୍ଜୀବିତ ହେବେ ନାହିଁ I (ଦେଖ: [[rc://*/tw/dict/bible/other/raise]] ଓ [[rc://*/tw/dict/bible/other/reward]]) ### “ଗୋଟିଏ ଅଭିଶାପ ବୋଲି କହିଲେ” କେତେକ ଯିହୂଦୀ ଈଶ୍ବରଙ୍କ ନିକଟରେ ଶପଥ କରିଥିଲେ ଯେ ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ ସେମାନେ ଖାଇବେ ନାହିଁ କି ପିଇବେ ନାହିଁ ଓ ସେମାନେ ଈଶ୍ବରଙ୍କୁ ନିବେଦନ କରିଥିଲେ ଯେ ସେମାନେ ଶପଥ କରିଥିବା ବିଷୟ ନ କଲେ ଇଶ୍ବର ସେମାନଙ୍କୁ ଦଣ୍ଡ ଦିଅନ୍ତୁ I ### ରୋମୀୟ ନାଗରିକ ପଦ ରୋମୀୟମାନେ ଭାବୁଥିଲେ ଯେ ସେମାନେ କେବଳ ରୋମୀୟମାନଙ୍କୁ ଯଥାର୍ଥ ଭାବରେ ବ୍ୟବହାର କରିବେ I ଯେଉଁମାନେ ରୋମୀୟ ନାଗରିକ ନୁହନ୍ତି, ସେମାନଙ୍କ ପ୍ରତି ସେମାନେ ଯାହା ଇଚ୍ଛା ତାହା କରିପାରିବେ, କିନ୍ତୁ ଅନ୍ୟ ରୋମୀୟମାନଙ୍କ ପାଇଁ ସେମାନଙ୍କୁ ଆଇନ୍ ମାନିବାକୁ ପଡିବ I କେତେକ ଲୋକ ଜନ୍ମରୁ ରୋମୀୟ ନାଗରିକ ଥିଲେ, ଅନ୍ୟମାନେ ରୋମୀୟ ସରକାରକୁ ଅର୍ଥ ଦେଉଥିଲେ ଯେପରି ସେମାନେ ରୋମୀୟ ନାଗରିକ ହୋଇପାରିବେ I ଜଣେ ଅଣରୋମୀୟ ନାଗରିକକୁ ବ୍ୟବହାର କଲାପରି ଯଦି ଜଣେ ରୋମୀୟ ନାଗରିକ ପ୍ରତି ବ୍ୟବହାର କରିଥାନ୍ତେ, ତେବେ ହୁଏତ “ପ୍ରଧାନ ସେନାପତି” ଦଣ୍ଡ ପାଇଥାନ୍ତେ I ## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାରଗୁଡ଼ିକ ### ଶୁକ୍ଳି କରଣ ଯେତେବେଳେ ଜଣେ ମନ୍ଦ କିମ୍ବା ଅଶୁଚି ଅବା ଅଧାର୍ମିକ ବ୍ୟକ୍ତି ନିଜକୁ ଉତ୍ତମ କିମ୍ବା ଶୁଚି ପରି ଦେଖାଇଥାଏ ସେପରି ବ୍ୟକ୍ତି ନିମନ୍ତେ ଧର୍ମଶାସ୍ତ୍ରରେ ବ୍ୟବହୃତ ହେଉଥିବା ଏହା ଏକ ସାଧାରଣ ରୂପକ ଅଟେ I (ଦେଖ: [[rc://*/ta/man/translate/figs-metaphor]])