or_tn/act/20/intro.md

2.0 KiB
Raw Permalink Blame History

ପ୍ରେରିତ ସାଧାରଣ ସୂଚନା## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ଏହି ଅଧ୍ୟାୟରେ ଲୂକ ପାଉଲଙ୍କର ଯିରୂଶାଲମକୁ ଯିବା ପୂର୍ବରୁ ମାକିଦନିଆ ଓ ଆସିଆ ପ୍ରଦେଶରେ ଥିବା ବିଶ୍ବାସୀ ମାନଙ୍କୁ ତାଙ୍କର ଶେଷ ପରିଦର୍ଶନ ବିଷୟରେ ବର୍ଣ୍ଣନା କରୁଛନ୍ତି I

ଏହି ଅଧ୍ୟାୟର ବିଶେଷ ଧାରଣା

ଦୌଡ

ପାଉଲ ଯୀଶୁଙ୍କପାଇଁ ଜୀବନଯାପନ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେ ଏକ ପ୍ରତିଯୋଗିତାରେ ଦୌଡୁଛନ୍ତି I ଏହା ଦ୍ବାରା ସେ କହିବାକୁ ଚାହୁଁଛନ୍ତି ଯେ କଷ୍ଟକର ସମୟ ଆସିଲେ ମଧ୍ୟ କିମ୍ବା ପ୍ରତିଯୋଗିତାରୁ ଓହରିଯିବାକୁ ଇଚ୍ଛା କରୁଥିଲେ ମଧ୍ୟ ତାଙ୍କୁ କଠିନ ପରିଶ୍ରମ କରିବାକୁ ହେବ I (ଦେଖ: [[rc:///ta/man/translate/figs-metaphor]] ଓ [[rc:///tw/dict/bible/kt/discipline]])

“ଆତ୍ମାଙ୍କ ଦ୍ବାରା ଦୃଢରୂପେ ଚାଳିତ ହେଲେ”

ପାଉଲ ଭାବିଥିଲେ ଯେ ଯଦିଓ ସେ ଯିରୂଶାଲମକୁ ଯିବାକୁ ଚାହୁଁ ନ ଥିଲେ, ତଥାପି ପବିତ୍ର ଆତ୍ମା ତାଙ୍କୁ ଯିରୂଶାଲମକୁ ଯାଆନ୍ତୁ ବୋଲି ଚାହୁଁଛନ୍ତି I ସେହି ଏକା ପବିତ୍ର ଆତ୍ମା ଅନ୍ୟମାନଙ୍କୁ ଜଣାଇଥିଲେ ଯେ ପାଉଲ ଯିରୂଶାଲମରେ ପହଞ୍ଚିଲେ, ଲୋକମାନେ ତାହାଙ୍କର ଅନିଷ୍ଟ କରିବାକୁ ଚେଷ୍ଟା କରିବେ I