# ପ୍ରେରିତ ୨୦ ସାଧାରଣ ସୂଚନା## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ ଏହି ଅଧ୍ୟାୟରେ ଲୂକ ପାଉଲଙ୍କର ଯିରୂଶାଲମକୁ ଯିବା ପୂର୍ବରୁ ମାକିଦନିଆ ଓ ଆସିଆ ପ୍ରଦେଶରେ ଥିବା ବିଶ୍ବାସୀ ମାନଙ୍କୁ ତାଙ୍କର ଶେଷ ପରିଦର୍ଶନ ବିଷୟରେ ବର୍ଣ୍ଣନା କରୁଛନ୍ତି I ## ଏହି ଅଧ୍ୟାୟର ବିଶେଷ ଧାରଣା ### ଦୌଡ ପାଉଲ ଯୀଶୁଙ୍କପାଇଁ ଜୀବନଯାପନ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେ ଏକ ପ୍ରତିଯୋଗିତାରେ ଦୌଡୁଛନ୍ତି I ଏହା ଦ୍ବାରା ସେ କହିବାକୁ ଚାହୁଁଛନ୍ତି ଯେ କଷ୍ଟକର ସମୟ ଆସିଲେ ମଧ୍ୟ କିମ୍ବା ପ୍ରତିଯୋଗିତାରୁ ଓହରିଯିବାକୁ ଇଚ୍ଛା କରୁଥିଲେ ମଧ୍ୟ ତାଙ୍କୁ କଠିନ ପରିଶ୍ରମ କରିବାକୁ ହେବ I (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/tw/dict/bible/kt/discipline]]) ### “ଆତ୍ମାଙ୍କ ଦ୍ବାରା ଦୃଢରୂପେ ଚାଳିତ ହେଲେ” ପାଉଲ ଭାବିଥିଲେ ଯେ ଯଦିଓ ସେ ଯିରୂଶାଲମକୁ ଯିବାକୁ ଚାହୁଁ ନ ଥିଲେ, ତଥାପି ପବିତ୍ର ଆତ୍ମା ତାଙ୍କୁ ଯିରୂଶାଲମକୁ ଯାଆନ୍ତୁ ବୋଲି ଚାହୁଁଛନ୍ତି I ସେହି ଏକା ପବିତ୍ର ଆତ୍ମା ଅନ୍ୟମାନଙ୍କୁ ଜଣାଇଥିଲେ ଯେ ପାଉଲ ଯିରୂଶାଲମରେ ପହଞ୍ଚିଲେ, ଲୋକମାନେ ତାହାଙ୍କର ଅନିଷ୍ଟ କରିବାକୁ ଚେଷ୍ଟା କରିବେ I