or_tn/act/05/intro.md

1.5 KiB

ପ୍ରେରିତ ୦୫ ସାଧାରଣ ସୂଚନା

ଏହି ଅଧ୍ୟାୟରେ ଥିବା ବିଶେଷ ଧାରଣା

”ପବିତ୍ର ଆତ୍ମାଙ୍କୁ ମିଥ୍ୟା କହିବାପାଇଁ ଶୟତାନ ତୁମ୍ଭ ହୃଦୟକୁ ପରିପୂର୍ଣ୍ଣ କଲା”

ସେମାନେ ଭୁମି ବିକ୍ରୟ କରି ମିଥ୍ୟା କହିବାକୁ ନିଷ୍ପତ୍ତି ନେବା ସମୟରେ ହନନିୟ ଓ ଶଫୀରା ପ୍ରକୃତରେ ଖ୍ରୀଷ୍ଟିୟାନ ଥିଲେ କି ନାହିଁ କେହି ନିଶ୍ଚିତ ରୂପେ ଜାଣନ୍ତି ନାହିଁ (ପ୍ରେରିତ ୫:୧-୧୦) କାରଣ ଲୂକ ତାହା କହନ୍ତି ନାହିଁ I କିନ୍ତୁ ପିତର ଜାଣନ୍ତି ଯେ ସେମାନେ ବିଶ୍ବାସୀମାନଙ୍କୁ ମିଥ୍ୟା କହିଥିଲେ, ଓ ସେ ଜାଣିଥିଲେ ଯେ ସେମାନେ ଶୟତାନକୁ ଶୁଣି ତା’ର ବାଧ୍ୟ ହେଲେ I

ସେମାନେ ଯେତେବେଳେ ବିଶ୍ବାସୀମାନଙ୍କୁ ମିଥ୍ୟା କହିଲେ, ସେମାନେ ମଧ୍ୟ ପବିତ୍ର ଆତ୍ମାଙ୍କୁ ମିଥ୍ୟା କହିଲେ I ଏହାର କାରଣ ହେଉଛି ଯେ ପବିତ୍ର ଆତ୍ମା ବିଶ୍ବାସୀମାନଙ୍କ ଅନ୍ତରରେ ବାସ କରନ୍ତି I