or_tn/act/04/intro.md

3.9 KiB

ପ୍ରେରିତ ୦୪ ସାଧାରଣ ସୂଚନା

ସଂଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ କବିତାଗୁଡିକର ପ୍ରତିଟି ଧାଡି ପଢ଼ିବାପାଇଁ ସହଜ କରିବା ନିମନ୍ତେ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ ଏହା କରିଥାଏ ଯାହା ୪:୨୫-୨୬ରେ ପୁରାତନ ନିୟମରୁ ଉର୍ଦ୍ଧୃତ କରାଯାଇଛି I

ଏହି ଅଧ୍ୟାୟରେ ଥିବା ବିଶେଷ ଧାରଣା

ଏକତା

ପ୍ରଥମ ଖ୍ରୀଷ୍ଟିୟାନମାନେ ଏକତାରେ ରହିବାକୁ ଅଧିକ ଚାହୁଁଥିଲେ I ସେମାନେ ସମାନ ବିଷୟକୁ ବିଶ୍ବାସ କରି ଓ ସେମାନଙ୍କର ସମସ୍ତ ସମ୍ପତ୍ତିକୁ ବାଣ୍ଟି ଅଭାବରେ ଥିବା ଲୋକମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ I

”ଅଦ୍ଭୁତ ଚିହ୍ନ ଓ ଲକ୍ଷଣ”

ଏହି ବାକ୍ୟାଂଶ ସେହିସବୁ ବିଷୟକୁ ବୁଝାଏ, ଯାହା କେବଳ ଈଶ୍ବର ହିଁ କରିପାରିବେ I ଖ୍ରୀଷ୍ଟିୟାନମାନେ ଚାହୁଁଥିଲେ ଯେ ଈଶ୍ବର ତାହାସବୁ କରନ୍ତୁ ଯାହା କେବଳ ସେ ହିଁ କରିପାରିବେ, ଯେପରି ଲୋକମାନେ ବିଶ୍ବାସ କରିବେ ଯେ ସେମାନେ ଯୀଶୁଙ୍କ ବିଷୟରେ ଯାହା କହୁଥିଲେ ତାହା ସତ୍ୟ ଅଟେ I

ଏହି ଅଧ୍ୟାୟରେ ଥିବା ମୁଖ୍ୟ ଅଳଙ୍କାର

କୋଣର ପ୍ରଧାନ ପ୍ରସ୍ତର

କୋଣର ପ୍ରଧାନ ପ୍ରସ୍ତର ହେଉଛି ପଥରର ପ୍ରଥମ ଖଣ୍ଡ ଯାହା ଲୋକମାନେ ଗୃହ ନିର୍ମାଣ କରିବାସମୟରେ ପକାଉଥିଲେ I ଏହା କୌଣସି ବିଷୟର ଅତି ଗୁରୁତ୍ବପୂର୍ଣ୍ଣ ଅଂଶର ଏକ ରୂପକ, ଯେଉଁ ଅଂଶ ଉପରେ ସମସ୍ତ ବିଷୟ ନିର୍ଭର କରେ I ଯୀଶୁ ମଣ୍ଡଳୀର କୋଣର ପ୍ରଧାନ ପ୍ରସ୍ତର ଅଟନ୍ତି ବୋଲି କହିବାର ଅର୍ଥ ମଣ୍ଡଳୀରେ କୌଣସି ବିଷୟ ଯୀଶୁଙ୍କଠାରୁ ଅଧିକ ଗୁରୁତ୍ବପୂର୍ଣ୍ଣ ନୁହେଁ ଏବଂ ମଣ୍ଡଳୀର ସମସ୍ତ ବିଷୟ ଯୀଶୁଙ୍କ ଉପରେ ନିର୍ଭର କରେ I (ଦେଖ: [[rc:///ta/man/translate/figs-metaphor]] and [[rc:///tw/dict/bible/kt/faith]])

ଏହି ଅଧ୍ୟାୟରେ ଥିବା ଅନ୍ୟାନ୍ୟ ସମ୍ଭାବିତ ଅନୁବାଦ ଜନିତ ପ୍ରତିବନ୍ଧକ

ନାମ

”ଯାହାଙ୍କ ଦ୍ବାରା ଆମ୍ଭମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଇନାହିଁ” (ପ୍ରେରିତ ୪:୧୨). ଏହି ସବୁ ବାକ୍ୟ ଦ୍ବାରା ପିତର କହୁଛନ୍ତି ଯେ ପୃଥିବୀରେ ରହିଥିବା ଅବା ପୃଥିବୀରେ ରହିବାକୁ ଥିବା ଅନ୍ୟ କୌଣସି ବ୍ୟକ୍ତି ଲୋକମାନଙ୍କର ପରିତ୍ରାଣ କରିପାରିବ ନାହିଁ I”