or_tn/act/01/intro.md

36 lines
5.9 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ପ୍ରେରିତ ୦୧ ସାଧାରଣ ସୁଚନା## ସଂଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
ଏହି ଅଧ୍ୟIୟ ଏକ ଘଟଣାକୁ ଲିପିବଦ୍ଧ କରେ ଯାହା ସାଧାରଣ ଭାବରେ “ସ୍ବର୍ଗାରୋହଣ” ବୋଲି ଖ୍ୟାତ, ଯେତେବେଳେ ଯୀଶୁ ପୁନରୁତ୍ଥିତ ହୋଇ ସ୍ବର୍ଗକୁ ପ୍ରତ୍ୟାବର୍ତ୍ତନ କଲେ I ସେ ତାହାଙ୍କ “ଦ୍ବିତୀୟ ଆଗମନ” ପୂର୍ବରୁ ଆଉ ଫେରି ଆସିବେ ନାହିଁ I (ଦେଖ: [[rc://*/tw/dict/bible/kt/heaven]] ଓ [[rc://*/tw/dict/bible/kt/resurrection]])
UST ଅନ୍ୟ ଶବ୍ଦଗୁଡ଼ିକ ବ୍ୟତୀତ “ ପ୍ରିୟ ଥିୟଫିଲ” ପଦ ଉଲ୍ଲେଖ କରିଛି I ଏଇଥିପାଇଁ ଯେ ଇଂରାଜୀ କହୁଥିବା ଲୋକମାନେ ସାଧାରଣତଃ ଏହି ପ୍ରକାରେ ପତ୍ର ଆରମ୍ଭ କରନ୍ତି I ତୁମେ ତୁମ ସଂସ୍କୁତିରେ ଲୋକେ ଯେ ପ୍ରକାରେ ପତ୍ର ଆରମ୍ଭ କରନ୍ତି, ସେହି ପ୍ରକାରେ ଏହି ପୁସ୍ତକ ଆରମ୍ଭ କରିବାପାଇଁ ଇଚ୍ଛା କରିପାର I
କେତେକ ଅନୁବାଦ ପୁରାତନ ନିୟମର ଉଦ୍ଧୃତି ଗୁଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ଗୀତସଂହିତା ୧: ର ଦୁଇଟି ଉର୍ଦ୍ଧୃତାଂଶରେ ଏହା କରିଛି I
## ଏହି ଅଧ୍ୟାୟରେ ଲିଖିତ ବିଶେଷ ଚିନ୍ତାଧାରା
### ବାପ୍ତିସ୍ମ ଦେବା
ଏହି ଅଧ୍ୟାୟରେ “ବାପ୍ତିସ୍ମ ଦେବା”ର ଦୁଇଟି ଅର୍ଥ ଅଛି I ଏହା ଯୋହନଙ୍କର ଜଳ ବIପ୍ତିସ୍ମ ଓ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମକୁ ବୁଝାଏ ([ପ୍ରେରିତ ୧:୫] (../../act/01/05.md)). (ଦେଖ: [[rc://*/tw/dict/bible/kt/baptize]])
### “ସେ ଈଶ୍ବରଙ୍କ ରାଜ୍ୟ ବିଷୟରେ କହିଥିଲେ”
କେତେକ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଯେତେବେଳେ ଯୀଶୁ “ଈଶ୍ବରଙ୍କ ରାଜ୍ୟ ବିଷୟରେ କହିଲେ,” ସେ ଆପଣା ଶିଷ୍ୟମାନଙ୍କୁ ବୁଝାଇଥିଲେ ଯେ କାହିଁକି ତାହାଙ୍କ ମୃତ୍ୟୁ ପୁର୍ବରୁ ଈଶ୍ବରଙ୍କ ରାଜ୍ୟ ଉପସ୍ଥିତ ହେଲା ନାହିଁ I ଅନ୍ୟମାନେ ବିଶ୍ବାସ କରନ୍ତି ଯେ ଯୀଶୁ ଜୀବିତ ଥିବା ସମୟରେ ହିଁ ଈଶ୍ବରଙ୍କ ରାଜ୍ୟ ଆରମ୍ଭ ହୋଇଥିଲା ଓ ଏଠାରେ ଯୀଶୁ ବୁଝାଉଛନ୍ତି ଯେ ଏହା ଏକ ନୂତନ ରୂପରେ ଆରମ୍ଭ ହେଉଥିଲା I
## ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ
## ଦ୍ବାଦଶ ଶିଷ୍ୟ
ନିମ୍ନରେ ଦ୍ବାଦଶ ଶିଷ୍ୟମାନଙ୍କର ତାଲିକାଗୁଡ଼ିକ ଦିଆଗଲା:
ମାଥିଉରେ:
ଶିମୋନ (ପିତର), ଆନ୍ଦ୍ରିୟ, ଜେବଦିଙ୍କ ପୁତ୍ର ଯାକୁବ, ଜେବଦିଙ୍କ ପୁତ୍ର ଯୋହନ, ଫିଲିପ୍ପ, ବର୍ଥଲମି, ଥୋମା, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦିୟ, ଉଦ୍ଯୋଗୀ ଶିମୋନ ଓ ଈଷ୍କରିୟୋଥ ଯିହୂଦା I ମାର୍କରେ: ଶିମୋନ (ପିତର), ଆନ୍ଦ୍ରିୟ, ଜେବଦିଙ୍କ ପୁତ୍ର ଯାକୁବ ଓ ଜେବଦିଙ୍କ ପୁତ୍ର ଯୋହନ ( ଯେଉଁମାନଙ୍କୁ ସେ ବିନେରିଗୋଷ୍, ଅର୍ଥାତ୍ ମେଘନାଦର ପୁତ୍ର ବୋଲି ନାମ ଦେଲେ), ଫିଲିପ୍ପ, ବର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥବ୍ଦିୟ, ଉଦ୍ଯୋଗୀ ଶିମୋନ ଓ ଈଷ୍କରିୟୋଥ ଯିହୂଦା I
ଲୂକରେ: ଶିମୋନ (ପିତର), ଆନ୍ଦ୍ରିୟ, ଯାକୁବ, ଯୋହନ, ଫିଲିପ୍ପ, ବର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥବ୍ଦିୟ, ଶିମୋନ (ଯାହାଙ୍କୁ ଉଦ୍ଯୋଗୀ ବୋଲି କହନ୍ତି), ଯାକୁବଙ୍କ ପୁତ୍ର ଯିହୂଦା ଓ ଈଷ୍କରିୟୋଥ ଯିହୂଦା I
ଥବ୍ଦିୟ ସମ୍ଭବତଃ ଯାକୁବଙ୍କ ପୁତ୍ର ଯିହୂଦା ଥିଲେ I
### ହକଲ୍ ଦମା
ଏହା ଏବ୍ରୀ କିମ୍ବା ଆରାମୀୟ ଭାଷାର ଏକ ଖଣ୍ଡ ବାକ୍ୟ I ଲୂକ ଗ୍ରୀକ୍ ଅକ୍ଷର ବ୍ୟବହାର କରିଥିଲେ ଯେପରି ତାଙ୍କର ପାଠକମାନେ ତାହାର ଉଚ୍ଚାରଣ ଜାଣିପାରିବେ ଓ ତାହାପରେ ସେ ତାହାର ଅର୍ଥ ବୁଝାଉଥିଲେ I ତୁମ୍ଭେମାନେ ସମ୍ଭବତଃ ତୁମ ଭାଷାର ଉଚ୍ଚାରଣ ଅନୁସାରେ ତାହାର ବନାନ କରିପାରିବ ଓ ତାପରେ ତହିଁର ଅର୍ଥ ବୁଝାଇ ଦେବ I (ଦେଖ: [[rc://*/ta/man/translate/translate-transliterate]])