or_tn/act/01/intro.md

5.9 KiB
Raw Permalink Blame History

ପ୍ରେରିତ ୦୧ ସାଧାରଣ ସୁଚନା## ସଂଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ଏହି ଅଧ୍ୟIୟ ଏକ ଘଟଣାକୁ ଲିପିବଦ୍ଧ କରେ ଯାହା ସାଧାରଣ ଭାବରେ “ସ୍ବର୍ଗାରୋହଣ” ବୋଲି ଖ୍ୟାତ, ଯେତେବେଳେ ଯୀଶୁ ପୁନରୁତ୍ଥିତ ହୋଇ ସ୍ବର୍ଗକୁ ପ୍ରତ୍ୟାବର୍ତ୍ତନ କଲେ I ସେ ତାହାଙ୍କ “ଦ୍ବିତୀୟ ଆଗମନ” ପୂର୍ବରୁ ଆଉ ଫେରି ଆସିବେ ନାହିଁ I (ଦେଖ: [[rc:///tw/dict/bible/kt/heaven]] ଓ [[rc:///tw/dict/bible/kt/resurrection]])

UST ଅନ୍ୟ ଶବ୍ଦଗୁଡ଼ିକ ବ୍ୟତୀତ “ ପ୍ରିୟ ଥିୟଫିଲ” ପଦ ଉଲ୍ଲେଖ କରିଛି I ଏଇଥିପାଇଁ ଯେ ଇଂରାଜୀ କହୁଥିବା ଲୋକମାନେ ସାଧାରଣତଃ ଏହି ପ୍ରକାରେ ପତ୍ର ଆରମ୍ଭ କରନ୍ତି I ତୁମେ ତୁମ ସଂସ୍କୁତିରେ ଲୋକେ ଯେ ପ୍ରକାରେ ପତ୍ର ଆରମ୍ଭ କରନ୍ତି, ସେହି ପ୍ରକାରେ ଏହି ପୁସ୍ତକ ଆରମ୍ଭ କରିବାପାଇଁ ଇଚ୍ଛା କରିପାର I

କେତେକ ଅନୁବାଦ ପୁରାତନ ନିୟମର ଉଦ୍ଧୃତି ଗୁଡିକୁ ଲେଖା ମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ଗୀତସଂହିତା ୧: ର ଦୁଇଟି ଉର୍ଦ୍ଧୃତାଂଶରେ ଏହା କରିଛି I

ଏହି ଅଧ୍ୟାୟରେ ଲିଖିତ ବିଶେଷ ଚିନ୍ତାଧାରା

ବାପ୍ତିସ୍ମ ଦେବା

ଏହି ଅଧ୍ୟାୟରେ “ବାପ୍ତିସ୍ମ ଦେବା”ର ଦୁଇଟି ଅର୍ଥ ଅଛି I ଏହା ଯୋହନଙ୍କର ଜଳ ବIପ୍ତିସ୍ମ ଓ ପବିତ୍ର ଆତ୍ମାଙ୍କର ବାପ୍ତିସ୍ମକୁ ବୁଝାଏ ([ପ୍ରେରିତ ୧:୫] (../../act/01/05.md)). (ଦେଖ: rc://*/tw/dict/bible/kt/baptize)

“ସେ ଈଶ୍ବରଙ୍କ ରାଜ୍ୟ ବିଷୟରେ କହିଥିଲେ”

କେତେକ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ଯେତେବେଳେ ଯୀଶୁ “ଈଶ୍ବରଙ୍କ ରାଜ୍ୟ ବିଷୟରେ କହିଲେ,” ସେ ଆପଣା ଶିଷ୍ୟମାନଙ୍କୁ ବୁଝାଇଥିଲେ ଯେ କାହିଁକି ତାହାଙ୍କ ମୃତ୍ୟୁ ପୁର୍ବରୁ ଈଶ୍ବରଙ୍କ ରାଜ୍ୟ ଉପସ୍ଥିତ ହେଲା ନାହିଁ I ଅନ୍ୟମାନେ ବିଶ୍ବାସ କରନ୍ତି ଯେ ଯୀଶୁ ଜୀବିତ ଥିବା ସମୟରେ ହିଁ ଈଶ୍ବରଙ୍କ ରାଜ୍ୟ ଆରମ୍ଭ ହୋଇଥିଲା ଓ ଏଠାରେ ଯୀଶୁ ବୁଝାଉଛନ୍ତି ଯେ ଏହା ଏକ ନୂତନ ରୂପରେ ଆରମ୍ଭ ହେଉଥିଲା I

ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଦ୍ବାଦଶ ଶିଷ୍ୟ

ନିମ୍ନରେ ଦ୍ବାଦଶ ଶିଷ୍ୟମାନଙ୍କର ତାଲିକାଗୁଡ଼ିକ ଦିଆଗଲା:

ମାଥିଉରେ:

ଶିମୋନ (ପିତର), ଆନ୍ଦ୍ରିୟ, ଜେବଦିଙ୍କ ପୁତ୍ର ଯାକୁବ, ଜେବଦିଙ୍କ ପୁତ୍ର ଯୋହନ, ଫିଲିପ୍ପ, ବର୍ଥଲମି, ଥୋମା, ମାଥିଉ, ଆଲଫିଙ୍କ ପୁତ୍ର ଯାକୁବ, ଥଦ୍ଦିୟ, ଉଦ୍ଯୋଗୀ ଶିମୋନ ଓ ଈଷ୍କରିୟୋଥ ଯିହୂଦା I ମାର୍କରେ: ଶିମୋନ (ପିତର), ଆନ୍ଦ୍ରିୟ, ଜେବଦିଙ୍କ ପୁତ୍ର ଯାକୁବ ଓ ଜେବଦିଙ୍କ ପୁତ୍ର ଯୋହନ ( ଯେଉଁମାନଙ୍କୁ ସେ ବିନେରିଗୋଷ୍, ଅର୍ଥାତ୍ ମେଘନାଦର ପୁତ୍ର ବୋଲି ନାମ ଦେଲେ), ଫିଲିପ୍ପ, ବର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥବ୍ଦିୟ, ଉଦ୍ଯୋଗୀ ଶିମୋନ ଓ ଈଷ୍କରିୟୋଥ ଯିହୂଦା I

ଲୂକରେ: ଶିମୋନ (ପିତର), ଆନ୍ଦ୍ରିୟ, ଯାକୁବ, ଯୋହନ, ଫିଲିପ୍ପ, ବର୍ଥଲମି, ମାଥିଉ, ଥୋମା, ଆଲଫିଙ୍କ ପୁତ୍ର ଯାକୁବ, ଥବ୍ଦିୟ, ଶିମୋନ (ଯାହାଙ୍କୁ ଉଦ୍ଯୋଗୀ ବୋଲି କହନ୍ତି), ଯାକୁବଙ୍କ ପୁତ୍ର ଯିହୂଦା ଓ ଈଷ୍କରିୟୋଥ ଯିହୂଦା I

ଥବ୍ଦିୟ ସମ୍ଭବତଃ ଯାକୁବଙ୍କ ପୁତ୍ର ଯିହୂଦା ଥିଲେ I

ହକଲ୍ ଦମା

ଏହା ଏବ୍ରୀ କିମ୍ବା ଆରାମୀୟ ଭାଷାର ଏକ ଖଣ୍ଡ ବାକ୍ୟ I ଲୂକ ଗ୍ରୀକ୍ ଅକ୍ଷର ବ୍ୟବହାର କରିଥିଲେ ଯେପରି ତାଙ୍କର ପାଠକମାନେ ତାହାର ଉଚ୍ଚାରଣ ଜାଣିପାରିବେ ଓ ତାହାପରେ ସେ ତାହାର ଅର୍ଥ ବୁଝାଉଥିଲେ I ତୁମ୍ଭେମାନେ ସମ୍ଭବତଃ ତୁମ ଭାଷାର ଉଚ୍ଚାରଣ ଅନୁସାରେ ତାହାର ବନାନ କରିପାରିବ ଓ ତାପରେ ତହିଁର ଅର୍ଥ ବୁଝାଇ ଦେବ I (ଦେଖ: rc://*/ta/man/translate/translate-transliterate)