or_tn/2ti/02/22.md

20 lines
3.2 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Flee youthful lusts
ଯୌବନକାଳର ଅଭିଳାଷ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବିପଜ୍ଜନକ ବ୍ୟକ୍ତି ବା ପଶୁ, ଯେଉଁଥିରୁ ତୀମଥି ପଳାୟନ କରିବା ଉଚିତ I ବିକଳ୍ପ ଅନୁବାଦ: “ଯୌବନକାଳର ସମସ୍ତ ଅଭିଳାଷକୁ ସମ୍ପୂର୍ଣ୍ଣ ଭାବରେ ଏଡ଼ାଇଦିଅ” କିମ୍ବା “ଯୁବା ଲୋକମାନେ ଦୃଢ଼ ଇଚ୍ଛା କରୁଥିବା ମନ୍ଦ କାର୍ଯ୍ୟ କରିବାକୁ ସମ୍ପୂର୍ଣ୍ଣ ଭାବରେ ମନା କର” (ଦେଖ: [[rc://*/ta/man/translate/figs-metaphor]])
# Pursue righteousness
ଏଠାରେ “ଅନୁଗାମୀ ହୁଅ”ର ଅର୍ଥ “ପଳାୟନ” କରିବାର ବିପରୀତ ଅଟେ I ପାଉଲ ଧାର୍ମିକତା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ନିକଟକୁ ତୀମଥି ଧାଇଁଯିବା ଉଚିତ, କାରଣ ଏହା ତାଙ୍କର ମଙ୍ଗଳ କରିବ I ବିକଳ୍ପ ଅନୁବାଦ: “ଧାର୍ମିକତା ପ୍ରାପ୍ତିପାଇଁ ଯଥାସାଧ୍ୟ ଚେଷ୍ଟା କର” କିମ୍ବା “ଧାର୍ମିକତାର ଅନ୍ବେଷଣ କର” (ଦେଖ: [[rc://*/ta/man/translate/figs-metaphor]])
# with those
ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପାଉଲ ଚାହୁଁଛନ୍ତି ଯେ ତୀମଥି ଧାର୍ମିକତା, ବିଶ୍ବାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହେବାରେ ଅନ୍ୟ ବିଶ୍ବାସୀମାନଙ୍କ ସହିତ ସଂଯୁକ୍ତ ହୁଅନ୍ତୁ, କିମ୍ବା ) ପାଉଲ ଚାହୁଁଛନ୍ତି ଯେ ତୀମଥି ଶାନ୍ତିରେ ରହି ଅନ୍ୟ ବିଶ୍ବାସୀମାନଙ୍କ ସହ ବାକ୍ ଯୁଦ୍ଧ ନ କରନ୍ତୁ I
# those who call on the Lord
ଏଠାରେ “ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା” ଗୋଟିଏ ରୂଢ଼ି ଅଟେ ଯାହାର ଅର୍ଥ ପ୍ରଭୁଙ୍କଠାରେ ଭରସା କରି ତାହାଙ୍କର ଉପାସନା କରିବା I ବିକଳ୍ପ ଅନୁବାଦ: “ଯେଉଁମାନେ ପ୍ରଭୁଙ୍କର ଉପାସନା କରନ୍ତି” (ଦେଖ: [[rc://*/ta/man/translate/figs-idiom]])
# out of a clean heart
ଏଠାରେ “ଶୁଚି” ଗୋଟିଏ ରୂପକ, ଯାହାର ଅର୍ଥ ପବିତ୍ର ବା ବିଶ୍ବସ୍ତ I ଆଉ, ଏଠାରେ “ହୃଦୟ” ଶବ୍ଦଟି “ଭାବନା” ବା “ଆବେଗ” ର ଏକ ଅନ୍ୟନାମ I ବିକଳ୍ପ ଅନୁବାଦ: “ବିଶ୍ବସ୍ତ ମନ ନେଇ” ବା “ବିଶ୍ବସ୍ତତାର ସହ”(ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-metonymy]])