# Flee youthful lusts ଯୌବନକାଳର ଅଭିଳାଷ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବିପଜ୍ଜନକ ବ୍ୟକ୍ତି ବା ପଶୁ, ଯେଉଁଥିରୁ ତୀମଥି ପଳାୟନ କରିବା ଉଚିତ I ବିକଳ୍ପ ଅନୁବାଦ: “ଯୌବନକାଳର ସମସ୍ତ ଅଭିଳାଷକୁ ସମ୍ପୂର୍ଣ୍ଣ ଭାବରେ ଏଡ଼ାଇଦିଅ” କିମ୍ବା “ଯୁବା ଲୋକମାନେ ଦୃଢ଼ ଇଚ୍ଛା କରୁଥିବା ମନ୍ଦ କାର୍ଯ୍ୟ କରିବାକୁ ସମ୍ପୂର୍ଣ୍ଣ ଭାବରେ ମନା କର” (ଦେଖ: [[rc://*/ta/man/translate/figs-metaphor]]) # Pursue righteousness ଏଠାରେ “ଅନୁଗାମୀ ହୁଅ”ର ଅର୍ଥ “ପଳାୟନ” କରିବାର ବିପରୀତ ଅଟେ I ପାଉଲ ଧାର୍ମିକତା ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ନିକଟକୁ ତୀମଥି ଧାଇଁଯିବା ଉଚିତ, କାରଣ ଏହା ତାଙ୍କର ମଙ୍ଗଳ କରିବ I ବିକଳ୍ପ ଅନୁବାଦ: “ଧାର୍ମିକତା ପ୍ରାପ୍ତିପାଇଁ ଯଥାସାଧ୍ୟ ଚେଷ୍ଟା କର” କିମ୍ବା “ଧାର୍ମିକତାର ଅନ୍ବେଷଣ କର” (ଦେଖ: [[rc://*/ta/man/translate/figs-metaphor]]) # with those ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପାଉଲ ଚାହୁଁଛନ୍ତି ଯେ ତୀମଥି ଧାର୍ମିକତା, ବିଶ୍ବାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହେବାରେ ଅନ୍ୟ ବିଶ୍ବାସୀମାନଙ୍କ ସହିତ ସଂଯୁକ୍ତ ହୁଅନ୍ତୁ, କିମ୍ବା ୨) ପାଉଲ ଚାହୁଁଛନ୍ତି ଯେ ତୀମଥି ଶାନ୍ତିରେ ରହି ଅନ୍ୟ ବିଶ୍ବାସୀମାନଙ୍କ ସହ ବାକ୍ ଯୁଦ୍ଧ ନ କରନ୍ତୁ I # those who call on the Lord ଏଠାରେ “ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା” ଗୋଟିଏ ରୂଢ଼ି ଅଟେ ଯାହାର ଅର୍ଥ ପ୍ରଭୁଙ୍କଠାରେ ଭରସା କରି ତାହାଙ୍କର ଉପାସନା କରିବା I ବିକଳ୍ପ ଅନୁବାଦ: “ଯେଉଁମାନେ ପ୍ରଭୁଙ୍କର ଉପାସନା କରନ୍ତି” (ଦେଖ: [[rc://*/ta/man/translate/figs-idiom]]) # out of a clean heart ଏଠାରେ “ଶୁଚି” ଗୋଟିଏ ରୂପକ, ଯାହାର ଅର୍ଥ ପବିତ୍ର ବା ବିଶ୍ବସ୍ତ I ଆଉ, ଏଠାରେ “ହୃଦୟ” ଶବ୍ଦଟି “ଭାବନା” ବା “ଆବେଗ” ର ଏକ ଅନ୍ୟନାମ I ବିକଳ୍ପ ଅନୁବାଦ: “ବିଶ୍ବସ୍ତ ମନ ନେଇ” ବା “ବିଶ୍ବସ୍ତତାର ସହ”(ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-metonymy]])