or_tn/2th/front/intro.md

56 lines
9.3 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ଥେସଲନୀକୀୟ ପୁସ୍ତକର ପରିଚୟ
## ପ୍ରଥମ ଭାଗ: ସାଧାରଣ ପରିଚୟ
### ଥେସଲନୀକୀୟ ପୁସ୍ତକର ରୂପରେଖ
1. ଅଭିବାଦନ ଓ ଧନ୍ୟବାଦାର୍ପଣ (୧:୧-୩)
1. ତାଡନା ସମୟରେ ଖ୍ରୀଷ୍ଟିୟାନମାନଙ୍କ ଦୁଃଖଭୋଗ
-ସେମାନେ ଈଶ୍ବରଙ୍କ ରାଜ୍ୟ ଓ କ୍ଲେଶରୁ ମୁକ୍ତି ନିମନ୍ତେ ଈଶ୍ବରଙ୍କ ପ୍ରତିଜ୍ଞାର ଯୋଗ୍ୟ (୧:୪-୭)
-ଯେଉଁମାନେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରିବେ, ଈଶ୍ବର ସେମାନଙ୍କ ବିଚାର କରିବେ (୧:୮-୧୨)
1. ଖ୍ରୀଷ୍ଟଙ୍କର ଦ୍ବିତୀୟ ଆଗମନ ସମ୍ବନ୍ଧରେ କେତେକ ବିଶ୍ବାସୀମାନଙ୍କର ଭୁଲ୍ ଚିନ୍ତାଧାରା
- ଖ୍ରୀଷ୍ଟଙ୍କର ଆଗମନ ଏପର୍ଯ୍ୟନ୍ତ ହୋଇନାହିଁ (:୧-)
- ଖ୍ରୀଷ୍ଟଙ୍କର ଆଗମନ ପୂର୍ବରୁ ହେବାକୁ ଥିବା ଘଟଣାଗୁଡିକ ସମ୍ବନ୍ଧରେ ଶିକ୍ଷା (:୩-୧୨)
1. ଈଶ୍ବର ଥେସଲନୀକୀୟ ଖ୍ରୀଷ୍ଟିୟାନମାନଙ୍କୁ ଉଦ୍ଧାର କରିବେ ବୋଲି ପାଉଲଙ୍କର ଦୃଢ଼ ବିଶ୍ବାସ
- “ଅଟଳ ରହିବା”କୁ ତାହାଙ୍କର ଆହ୍ବାନ (:୧୩-୧୫)
- ତାହାଙ୍କର ପ୍ରାର୍ଥନା ଯେ ଈଶ୍ବର ସେମାନଙ୍କୁ ସାନ୍ତ୍ବନା ଦେବେ (:୧୬-୧୭)
1. ପାଉଲ ନିବେଦନ କରୁଛନ୍ତି ଯେ ଥେସଲନୀକୀୟ ବିଶ୍ବାସୀମାନେ ତାହାଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ (୩:୧-୫)
1. ଅଳସୁଆ ବିଶ୍ବାସୀମାନଙ୍କ ବିଷୟରେ ପାଉଲ ଆଜ୍ଞା ଦେଉଛନ୍ତି (୩:୬-୧୫)
1. ସମାପ୍ତି (୩:୧୬-୧୭)
### ଥେସଲନୀକୀୟ ପୁସ୍ତକ କିଏ ଲେଖିଥିଲେ?
ଥେସଲନୀକୀୟ ପୁସ୍ତକ ପାଉଲ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲାପରେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟସାରା ଯାତ୍ରା କରିଥିଲେ I
କରିନ୍ଥରେ ଥିବା ସମୟରେ ପାଉଲ ଏହି ପତ୍ର ଲେଖିଥିଲେ I
### ଥେସଲନୀକୀୟ ପୁସ୍ତକ କେଉଁ ବିଷୟରେ ଲେଖାଯାଇଛି?
ପାଉଲ ଏହି ପତ୍ରଟି ଥେସଲନୀକୀରେ ରହିଥିବା ବିଶ୍ବାସୀମାନଙ୍କୁ ଲେଖିଥିଲେ I ସେ ବିଶ୍ବାସୀମାନଙ୍କୁ ଉତ୍ସାହିତ କଲେ, କାରଣ ସେମାନେ ତାଡନାର ସମ୍ମୁଖିନ ହେଉଥିଲେ I ସେ ସେମାନଙ୍କୁ କହୁଥିଲେ ଯେ ଈଶ୍ବରଙ୍କ ସନ୍ତୋଷଜନକ ଜୀବନ କାଟିବା ନିମନ୍ତେ ଲାଗିରୁହ I ଆଉ ସେ ସେମାନଙ୍କୁ ପୁନର୍ବାର ଖ୍ରୀଷ୍ଟଙ୍କର ଆଗମନ ବିଷୟରେ ଶିକ୍ଷା ଦେବାକୁ ଚାହୁଁଥିଲେ I
### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?
ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ନେଇ ଏହାକୁ “୨ ଥେସଲନୀକୀୟ” କିମ୍ବା “ଦ୍ବିତୀୟ ଥେସଲନୀକୀୟ” ବୋଲି କହିପାରନ୍ତି I ସେମାନେ ତା’ ପରିବର୍ତ୍ତେ “ଥେସଲନୀକୀୟ ମଣ୍ଡଳୀକୁ ପାଉଲଙ୍କର ଦ୍ବିତୀୟ ପତ୍ର” କିମ୍ବା “ଥେସଲନୀକୀୟ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ପାଉଲଙ୍କର ଦ୍ବିତୀୟ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: [[rc://*/ta/man/translate/translate-names]])
## ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା
### ଯୀଶୁଙ୍କର “ଦ୍ବିତୀୟ ଆଗମନ” କଅଣ?
ପୃଥିବୀକୁ ଯୀଶୁଙ୍କର ଘଟଣାବହୁଳ ପୁନରାଗମନ ବିଷୟରେ ପାଉଲ ଏହି ପତ୍ରରେ ବହୁତ କିଛି ଲେଖିଛନ୍ତି I ଯେତେବେଳେ ଯୀଶୁ ଆସିବେ, ସେ ସମସ୍ତ ମାନବଜାତିର ବିଚାର କରିବେ I ସେ ମଧ୍ୟ ସୃଷ୍ଟି ଉପରେ ରାଜତ୍ବ କରିବେ, ଓ ସେହି ସମୟରେ ସର୍ବତ୍ର ଶାନ୍ତି ସ୍ଥାପିତ ହେବ I ପାଉଲ ମଧ୍ୟ ବୁଝାଇଛନ୍ତି ଯେ ଖ୍ରୀଷ୍ଟଙ୍କର ଆଗମନ ପୂର୍ବରୁ ଜଣେ “ଅଧର୍ମ ପୁରୁଷ” ଆସିବେ I ଏହି ପୁରୁଷ ଶୟତାନର ବାଧ୍ୟ ହୋଇ ଅନେକ ଲୋକଙ୍କୁ ଈଶ୍ବରଙ୍କ ବିରୋଧ କରିବାକୁ ପ୍ରବର୍ତ୍ତାଇବ I କିନ୍ତୁ ଯୀଶୁ ଆପଣା ଆଗମନ ସମୟରେ ଏହି ପୁରୁଷକୁ ବିନାଶ କରିବେ I
## ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା
### “ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଇତ୍ୟାଦିକୁ ପାଉଲ କେଉଁ ଅର୍ଥରେ ପ୍ରକାଶ କରୁଛନ୍ତି?
ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କର ଏକ ନିବିଡ଼ ସମ୍ପର୍କର ଚିନ୍ତାଧାରାକୁ ପ୍ରକାଶ କରିବା ଅର୍ଥରେ ପାଉଲ ଏସବୁ ବ୍ୟବହାର କରୁଛନ୍ତି I ଦୟାକରି ଏହି ପ୍ରକାର ଭାବର ଅଧିକ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟ ଅଂଶକୁ ଦେଖନ୍ତୁ I
### ଥେସଲନୀକୀୟ ପୁସ୍ତକର ଶାସ୍ତ୍ରାଂଶରେ କଅଣ ସବୁ ମୁଖ୍ୟ ସମସ୍ୟା ଅଛି?
ନିମ୍ନ ପଦଗୁଡିକ ବିଷୟରେ, ଆଧୁନିକ ସଂସ୍କରଣ ଗୁଡିକ ପ୍ରାଚୀନ ସଂସ୍କରଣ ଗୁଡିକଠାରୁ ଭିନ୍ନ ମତ ପୋଷଣ କରେ I ULT ଶାସ୍ତ୍ରାଂଶରେ ଆଧୁନିକ ଲେଖା ଅଛି ଓ ପୁରାତନ ଲେଖାକୁ ତାହା ପାଦଟୀକାରେ ଲେଖିଥାଏ I ଯଦି କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସେମାନଙ୍କ ନିଜ ଭାଷାର ବାଇବଲର ଅନୁବାଦ ଉପଲବ୍ଧ ଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣର ଲେଖାକୁ ବ୍ୟବହାର କରିବାକୁ ଚିନ୍ତା କରିବା ଉଚିତ I ଯଦି ନାହିଁ, ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଆଧୁନିକ ଲେଖାକୁ ବ୍ୟବହାର କରିବା ଉଚିତ I
* ""ଆଉ ଅଧର୍ମ ପୁରୁଷ ପ୍ରକାଶିତ ହେବ” (:୩)I ULT, UST ଓ ଅଧିକାଂଶ ଆଧୁନିକ ସଂସ୍କରଣ ଏହି ପ୍ରକାରେ ଲେଖନ୍ତି I ପ୍ରାଚୀନ ସଂସ୍କରଣ ଗୁଡିକରେ “ଆଉ ପାପର ପୁରୁଷ ପ୍ରକାଶିତ ହେବ” ବୋଲି ଲେଖାଯାଇଛି I
* ""କାରଣ ଈଶ୍ବର ... ତୁମ୍ଭମାନଙ୍କୁ ପ୍ରଥମଫଳସ୍ବରୂପେ ମନୋନୀତ କରିଅଛନ୍ତି” (:୧୩) ULT, UST ଓ ଅନ୍ୟ କେତେକ ସଂସ୍କରଣଗୁଡିକରେ ଏହି ପ୍ରକାରେ ଲେଖାଅଛି I ଅନ୍ୟ ସଂସ୍କରଣ ଗୁଡିକରେ, “କାରଣ ପରିତ୍ରାଣ ନିମନ୍ତେ ଈଶ୍ବର ତୁମ୍ଭମାନଙ୍କୁ ପ୍ରଥମେ ମନୋନୀତ କରିଅଛନ୍ତି I”
(ଦେଖ: [[rc://*/ta/man/translate/translate-textvariants]])