# ୨ ଥେସଲନୀକୀୟ ପୁସ୍ତକର ପରିଚୟ ## ପ୍ରଥମ ଭାଗ: ସାଧାରଣ ପରିଚୟ ### ୨ ଥେସଲନୀକୀୟ ପୁସ୍ତକର ରୂପରେଖ 1. ଅଭିବାଦନ ଓ ଧନ୍ୟବାଦାର୍ପଣ (୧:୧-୩) 1. ତାଡନା ସମୟରେ ଖ୍ରୀଷ୍ଟିୟାନମାନଙ୍କ ଦୁଃଖଭୋଗ -ସେମାନେ ଈଶ୍ବରଙ୍କ ରାଜ୍ୟ ଓ କ୍ଲେଶରୁ ମୁକ୍ତି ନିମନ୍ତେ ଈଶ୍ବରଙ୍କ ପ୍ରତିଜ୍ଞାର ଯୋଗ୍ୟ (୧:୪-୭) -ଯେଉଁମାନେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରିବେ, ଈଶ୍ବର ସେମାନଙ୍କ ବିଚାର କରିବେ (୧:୮-୧୨) 1. ଖ୍ରୀଷ୍ଟଙ୍କର ଦ୍ବିତୀୟ ଆଗମନ ସମ୍ବନ୍ଧରେ କେତେକ ବିଶ୍ବାସୀମାନଙ୍କର ଭୁଲ୍ ଚିନ୍ତାଧାରା - ଖ୍ରୀଷ୍ଟଙ୍କର ଆଗମନ ଏପର୍ଯ୍ୟନ୍ତ ହୋଇନାହିଁ (୨:୧-୨) - ଖ୍ରୀଷ୍ଟଙ୍କର ଆଗମନ ପୂର୍ବରୁ ହେବାକୁ ଥିବା ଘଟଣାଗୁଡିକ ସମ୍ବନ୍ଧରେ ଶିକ୍ଷା (୨:୩-୧୨) 1. ଈଶ୍ବର ଥେସଲନୀକୀୟ ଖ୍ରୀଷ୍ଟିୟାନମାନଙ୍କୁ ଉଦ୍ଧାର କରିବେ ବୋଲି ପାଉଲଙ୍କର ଦୃଢ଼ ବିଶ୍ବାସ - “ଅଟଳ ରହିବା”କୁ ତାହାଙ୍କର ଆହ୍ବାନ (୨:୧୩-୧୫) - ତାହାଙ୍କର ପ୍ରାର୍ଥନା ଯେ ଈଶ୍ବର ସେମାନଙ୍କୁ ସାନ୍ତ୍ବନା ଦେବେ (୨:୧୬-୧୭) 1. ପାଉଲ ନିବେଦନ କରୁଛନ୍ତି ଯେ ଥେସଲନୀକୀୟ ବିଶ୍ବାସୀମାନେ ତାହାଙ୍କ ନିମନ୍ତେ ପ୍ରାର୍ଥନା କରନ୍ତୁ (୩:୧-୫) 1. ଅଳସୁଆ ବିଶ୍ବାସୀମାନଙ୍କ ବିଷୟରେ ପାଉଲ ଆଜ୍ଞା ଦେଉଛନ୍ତି (୩:୬-୧୫) 1. ସମାପ୍ତି (୩:୧୬-୧୭) ### ୨ ଥେସଲନୀକୀୟ ପୁସ୍ତକ କିଏ ଲେଖିଥିଲେ? ୨ ଥେସଲନୀକୀୟ ପୁସ୍ତକ ପାଉଲ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲାପରେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟସାରା ଯାତ୍ରା କରିଥିଲେ I କରିନ୍ଥରେ ଥିବା ସମୟରେ ପାଉଲ ଏହି ପତ୍ର ଲେଖିଥିଲେ I ### ୨ ଥେସଲନୀକୀୟ ପୁସ୍ତକ କେଉଁ ବିଷୟରେ ଲେଖାଯାଇଛି? ପାଉଲ ଏହି ପତ୍ରଟି ଥେସଲନୀକୀରେ ରହିଥିବା ବିଶ୍ବାସୀମାନଙ୍କୁ ଲେଖିଥିଲେ I ସେ ବିଶ୍ବାସୀମାନଙ୍କୁ ଉତ୍ସାହିତ କଲେ, କାରଣ ସେମାନେ ତାଡନାର ସମ୍ମୁଖିନ ହେଉଥିଲେ I ସେ ସେମାନଙ୍କୁ କହୁଥିଲେ ଯେ ଈଶ୍ବରଙ୍କ ସନ୍ତୋଷଜନକ ଜୀବନ କାଟିବା ନିମନ୍ତେ ଲାଗିରୁହ I ଆଉ ସେ ସେମାନଙ୍କୁ ପୁନର୍ବାର ଖ୍ରୀଷ୍ଟଙ୍କର ଆଗମନ ବିଷୟରେ ଶିକ୍ଷା ଦେବାକୁ ଚାହୁଁଥିଲେ I ### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ? ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ନେଇ ଏହାକୁ “୨ ଥେସଲନୀକୀୟ” କିମ୍ବା “ଦ୍ବିତୀୟ ଥେସଲନୀକୀୟ” ବୋଲି କହିପାରନ୍ତି I ସେମାନେ ତା’ ପରିବର୍ତ୍ତେ “ଥେସଲନୀକୀୟ ମଣ୍ଡଳୀକୁ ପାଉଲଙ୍କର ଦ୍ବିତୀୟ ପତ୍ର” କିମ୍ବା “ଥେସଲନୀକୀୟ ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ପାଉଲଙ୍କର ଦ୍ବିତୀୟ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: [[rc://*/ta/man/translate/translate-names]]) ## ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା ### ଯୀଶୁଙ୍କର “ଦ୍ବିତୀୟ ଆଗମନ” କଅଣ? ପୃଥିବୀକୁ ଯୀଶୁଙ୍କର ଘଟଣାବହୁଳ ପୁନରାଗମନ ବିଷୟରେ ପାଉଲ ଏହି ପତ୍ରରେ ବହୁତ କିଛି ଲେଖିଛନ୍ତି I ଯେତେବେଳେ ଯୀଶୁ ଆସିବେ, ସେ ସମସ୍ତ ମାନବଜାତିର ବିଚାର କରିବେ I ସେ ମଧ୍ୟ ସୃଷ୍ଟି ଉପରେ ରାଜତ୍ବ କରିବେ, ଓ ସେହି ସମୟରେ ସର୍ବତ୍ର ଶାନ୍ତି ସ୍ଥାପିତ ହେବ I ପାଉଲ ମଧ୍ୟ ବୁଝାଇଛନ୍ତି ଯେ ଖ୍ରୀଷ୍ଟଙ୍କର ଆଗମନ ପୂର୍ବରୁ ଜଣେ “ଅଧର୍ମ ପୁରୁଷ” ଆସିବେ I ଏହି ପୁରୁଷ ଶୟତାନର ବାଧ୍ୟ ହୋଇ ଅନେକ ଲୋକଙ୍କୁ ଈଶ୍ବରଙ୍କ ବିରୋଧ କରିବାକୁ ପ୍ରବର୍ତ୍ତାଇବ I କିନ୍ତୁ ଯୀଶୁ ଆପଣା ଆଗମନ ସମୟରେ ଏହି ପୁରୁଷକୁ ବିନାଶ କରିବେ I ## ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା ### “ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଇତ୍ୟାଦିକୁ ପାଉଲ କେଉଁ ଅର୍ଥରେ ପ୍ରକାଶ କରୁଛନ୍ତି? ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କର ଏକ ନିବିଡ଼ ସମ୍ପର୍କର ଚିନ୍ତାଧାରାକୁ ପ୍ରକାଶ କରିବା ଅର୍ଥରେ ପାଉଲ ଏସବୁ ବ୍ୟବହାର କରୁଛନ୍ତି I ଦୟାକରି ଏହି ପ୍ରକାର ଭାବର ଅଧିକ ବିବରଣୀ ନିମନ୍ତେ ରୋମୀୟ ପୁସ୍ତକର ପରିଚୟ ଅଂଶକୁ ଦେଖନ୍ତୁ I ### ୨ ଥେସଲନୀକୀୟ ପୁସ୍ତକର ଶାସ୍ତ୍ରାଂଶରେ କଅଣ ସବୁ ମୁଖ୍ୟ ସମସ୍ୟା ଅଛି? ନିମ୍ନ ପଦଗୁଡିକ ବିଷୟରେ, ଆଧୁନିକ ସଂସ୍କରଣ ଗୁଡିକ ପ୍ରାଚୀନ ସଂସ୍କରଣ ଗୁଡିକଠାରୁ ଭିନ୍ନ ମତ ପୋଷଣ କରେ I ULT ଶାସ୍ତ୍ରାଂଶରେ ଆଧୁନିକ ଲେଖା ଅଛି ଓ ପୁରାତନ ଲେଖାକୁ ତାହା ପାଦଟୀକାରେ ଲେଖିଥାଏ I ଯଦି କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସେମାନଙ୍କ ନିଜ ଭାଷାର ବାଇବଲର ଅନୁବାଦ ଉପଲବ୍ଧ ଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣର ଲେଖାକୁ ବ୍ୟବହାର କରିବାକୁ ଚିନ୍ତା କରିବା ଉଚିତ I ଯଦି ନାହିଁ, ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଆଧୁନିକ ଲେଖାକୁ ବ୍ୟବହାର କରିବା ଉଚିତ I * ""ଆଉ ଅଧର୍ମ ପୁରୁଷ ପ୍ରକାଶିତ ହେବ” (୨:୩)I ULT, UST ଓ ଅଧିକାଂଶ ଆଧୁନିକ ସଂସ୍କରଣ ଏହି ପ୍ରକାରେ ଲେଖନ୍ତି I ପ୍ରାଚୀନ ସଂସ୍କରଣ ଗୁଡିକରେ “ଆଉ ପାପର ପୁରୁଷ ପ୍ରକାଶିତ ହେବ” ବୋଲି ଲେଖାଯାଇଛି I * ""କାରଣ ଈଶ୍ବର ... ତୁମ୍ଭମାନଙ୍କୁ ପ୍ରଥମଫଳସ୍ବରୂପେ ମନୋନୀତ କରିଅଛନ୍ତି” (୨:୧୩) ULT, UST ଓ ଅନ୍ୟ କେତେକ ସଂସ୍କରଣଗୁଡିକରେ ଏହି ପ୍ରକାରେ ଲେଖାଅଛି I ଅନ୍ୟ ସଂସ୍କରଣ ଗୁଡିକରେ, “କାରଣ ପରିତ୍ରାଣ ନିମନ୍ତେ ଈଶ୍ବର ତୁମ୍ଭମାନଙ୍କୁ ପ୍ରଥମେ ମନୋନୀତ କରିଅଛନ୍ତି I” (ଦେଖ: [[rc://*/ta/man/translate/translate-textvariants]])