or_tn/2th/01/intro.md

2.4 KiB
Raw Permalink Blame History

ଥେସଲନୀକୀୟ ୦୧ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

୧- ପଦ ଔପଚାରିକଭାବରେ ପତ୍ରଟିର ପରିଚୟ ଦିଅନ୍ତି I ପ୍ରାଚୀନ ଜଗତର ନିକଟବର୍ତ୍ତୀ ପୂର୍ବାଞ୍ଚଳର ପତ୍ରଗୁଡିକରେ ଏହି ପ୍ରକାର ପରିଚୟ ଦେଖିବାକୁ ମିଳୁଥିଲା I

ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଦ୍ବନ୍ଦମୂଳକ ସତ୍ୟତା

ଗୋଟିଏ ଦ୍ବନ୍ଦମୂଳକ ସତ୍ୟତା ହେଉଛି ଏକ ସତ୍ୟ ଉକ୍ତି, ଯାହା କିଛି ଅସମ୍ଭବ ବିଷୟକୁ ବର୍ଣ୍ଣନା କଲା ଭଳି ଜଣାପଡ଼େ I ୪-୫ ପଦରେ ଗୋଟିଏ ଦ୍ବନ୍ଦମୂଳକ ସତ୍ୟତା ଦେଖିବାକୁ ମିଳେ: “ତୁମ୍ଭମାନଙ୍କ ସମସ୍ତ ତାଡନା ମଧ୍ୟରେ ତୁମ୍ଭମାନଙ୍କର ଧୈର୍ଯ୍ୟ ଓ ବିଶ୍ବାସ ବିଷୟରେ ଆମ୍ଭେମାନେ ଆଲୋଚନା କରୁଅଛୁ I ତୁମ୍ଭେମାନେ ସହ୍ୟ କରୁଥିବା କ୍ଲେଶ ସବୁ ବିଷୟରେ ଆମ୍ଭେମାନେ ଆଲୋଚନା କରୁଅଛୁ I ଏହା ଈଶ୍ବରଙ୍କ ଧର୍ମମୟ ନ୍ୟାୟ ବିଚାରର ଏକ ଲକ୍ଷଣ ଅଟେ I” ଲୋକମାନେ ସାଧାରଣତଃ ଭାବିବେ ନାହିଁ ଯେ ଈଶ୍ବରଙ୍କଠାରେ ବିଶ୍ବାସକରି ତାଡନା ପ୍ରାପ୍ତ ହେବା ଈଶ୍ବରଙ୍କ ଧର୍ମମୟ ନ୍ୟାୟ ବିଚାରର ଏକ ଲକ୍ଷଣ I କିନ୍ତୁ ୫-୧୦ ପଦରେ, ପାଉଲ ବୁଝାଉଛନ୍ତି ଯେ ଯେଉଁମାନେ ତାହାଙ୍କଠାରେ ବିଶ୍ବାସ କରନ୍ତି, ଈଶ୍ବର ସେମାନଙ୍କୁ କିପରି ପୁରସ୍କାର ଦେବେ ଓ ଯେଉଁମାନେ ସେମାନଙ୍କୁ କ୍ଲେଶ ଦେଉଛନ୍ତି, ସେ ସେମାନଙ୍କୁ ଦଣ୍ଡ ଦେବେ I ( ଥେସଲନୀକୀୟ ୧:୪-୫)