or_tn/2pe/front/intro.md

50 lines
8.9 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ପିତର ପୁସ୍ତକର ପରିଚୟ
## ପ୍ରଥମ ଭାଗ: ସାଧାରଣ ପରିଚୟ
### ପିତର ପୁସ୍ତକର ରୂପରେଖ
1. ପରିଚୟ (୧:୧-)
1. ଉତ୍ତମ ଜୀବନ ଯାପନ କରିବା ନିମନ୍ତେ ସ୍ମରଣ କର, କାରଣ ଈଶ୍ବର ତାହା କରିବାକୁ ଆମ୍ଭମାନଙ୍କୁ ସକ୍ଷମ କରିଅଛନ୍ତି (୧:୩-୨୧)
1. ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କ ବାଣୀ (:୧-)
1. ଯୀଶୁଙ୍କ ଦ୍ବିତୀୟ ଆଗମନ ନିମନ୍ତେ ପ୍ରସ୍ତୁତ ହେବାକୁ ଉତ୍ସାହ ପ୍ରଦାନ (୩:୧-୧୭)
### ପିତର ପୁସ୍ତକ କିଏ ଲେଖିଥିଲେ?
ଲେଖକ ଆପଣାକୁ ଶିମୋନ ବୋଲି ପରିଚୟ ଦେଉଛନ୍ତି I ଶିମୋନ ପିତର ଜଣେ ପ୍ରେରିତ ଥିଲେ I ସେ ୧ ପିତର ପୁସ୍ତକ ମଧ୍ୟ ଲେଖିଥିଲେ I ପିତର ସମ୍ଭବତଃ ଏହି ପତ୍ର ସେ ରୋମ୍ ରେ ଗୋଟିଏ ବନ୍ଦୀଶାଳାରେ ଥିବା ସମୟରେ ଆପଣାର ଠିକ୍ ମୃତ୍ୟୁପୂର୍ବରୁ ଲେଖିଥିଲେ I ପିତର ଏହାକୁ ତାହାଙ୍କ ଦ୍ବିତୀୟ ପତ୍ର ବୋଲି କହିଥିଲେ, ସେଥିପାଇଁ ଆମ୍ଭେ ଏହାକୁ ୧ ପିତର ପରେ ଲେଖାଯାଇଥିଲା ବୋଲି କହିପାରୁ I ସେ ଏହି ପତ୍ରକୁ ତାହାଙ୍କ ପ୍ରଥମ ପତ୍ର ସଦୃଶ ସେହି ସମାନ ଶ୍ରୋତାମାନଙ୍କୁ ଲେଖୁଛନ୍ତି I ଶ୍ରୋତାମାନେ ସମ୍ଭବତଃ ସମଗ୍ର ଆସିଆ ମାଇନର ସାରା ଛିନ୍ନଭିନ୍ନ ହୋଇଥିବା ଖ୍ରୀଷ୍ଟିୟାନମାନେ ଅଟନ୍ତି I
### ପିତର ପୁସ୍ତକରେ କେଉଁ ବିଷୟ ଲେଖାଅଛି?
ଉତ୍ତମ ଜୀବନ ଯାପନ କରିବାକୁ ବିଶ୍ବାସୀମାନଙ୍କୁ ଉତ୍ସାହ ଦେବାପାଇଁ ପିତର ଏହି ପତ୍ର ଲେଖିଥିଲେ I ସେ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସେମାନଙ୍କୁ ସତର୍କ କରାଇଥିଲେ, ଯେଉଁମାନେ ଯୀଶୁ ପୁନରାଗମନ କରିବାକୁ ବିଳମ୍ବ କରୁଛନ୍ତି ବୋଲି କହୁଥିଲେ I ସେ କହୁଥିଲେ ଯେ ଯୀଶୁ ପୁନରାଗମନ କରିବାକୁ ବିଳମ୍ବ କରୁନାହାନ୍ତି I ତା’ ପରିବର୍ତ୍ତେ, ଈଶ୍ବର ଲୋକମାନଙ୍କୁ ମନପରିବର୍ତ୍ତନ କରିବାକୁ ସମୟ ଦେଉଛନ୍ତି, ଯେପରି ସେମାନେ ପରିତ୍ରାଣ ପାଇବେ I
### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?
ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ନେଇ “୨ ପିତର” କିମ୍ବା “ଦ୍ବିତୀୟ ପିତର” ବୋଲି କହିପାରନ୍ତି I କିମ୍ବା ସେମାନେ “ପିତରଙ୍କ ଦ୍ବିତୀୟ ପତ୍ର” କିଅବା “ପିତର ଲେଖିଥିବା ଦ୍ବିତୀୟ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: [[rc://*/ta/man/translate/translate-names]])
## ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା
### ପିତର କେଉଁମାନଙ୍କ ବିରୁଦ୍ଧରେ କଥା କହିଥିଲେ?
ଏହା ସମ୍ଭବ ଯେ ଯେଉଁମାନେ ବିଶେଷ ଜ୍ଞାନବାଦୀ (Gnostics) ଭାବରେ ପରିଚିତ, ସେମାନଙ୍କ ବିରୁଦ୍ଧରେ ପିତର କହିଥିଲେ I ଏହି ଶିକ୍ଷକମାନେ ସେମାନଙ୍କ ନିଜର ଲାଭ ନିମନ୍ତେ ଶାସ୍ତ୍ରର ଶିକ୍ଷାକୁ ବିକୃତ କରୁଥିଲେ I ସେମାନେ ଅଶୁଚି ଭାବରେ ଜୀବନ କାଟୁଥିଲେ ଓ ସେ ପ୍ରକାର ବିଷୟ କରିବାକୁ ଶିକ୍ଷା ଦେଉଥିଲେ I
### ଈଶ୍ବର ଶାସ୍ତ୍ରକୁ ପ୍ରେରଣା ଦେଇଥିଲେ ବୋଲି କହିବାର ଅର୍ଥ କଅଣ?
ଶାସ୍ତ୍ରର ଧର୍ମତତ୍ତ୍ବ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ I ପିତର ପାଠକମାନଙ୍କୁ ବୁଝିବାକୁ ସାହାଯ୍ୟ କରେ ଯେ ଯଦିଓ ଶାସ୍ତ୍ରର ପ୍ରତ୍ୟେକ ଲେଖକ ଆପଣା ଶୈଳୀ ଅନୁସାରେ ଲେଖୁଥିଲେ, ତଥାପି ଈଶ୍ବର ହିଁ ପ୍ରକୃତ ଲେଖକ ଥିଲେ (୧:-୨୧)I
## ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା
### “ତୁମ୍ଭେମାନେ”ର ଏକବଚନ ଓ ବହୁବଚନ
ଏହି ପୁସ୍ତକରେ “ମୁଁ” ଶବ୍ଦଟି ପିତରଙ୍କୁ ବୁଝାଏ I ମଧ୍ୟ “ତୁମ୍ଭେମାନେ” ଶବ୍ଦଟି ସବୁବେଳେ ବହୁବଚନ ଅଟେ ଓ ପିତରଙ୍କ ଶ୍ରୋତାମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-exclusive]] ଓ [[rc://*/ta/man/translate/figs-you]])
### ପିତରର ଶାସ୍ତ୍ରାଂଶରେ କଅଣସବୁ ମୁଖ୍ୟ ସମସ୍ୟା ଅଛି?
ତଳ ପଦଗୁଡିକ ନିମନ୍ତେ, ବାଇବଲର କେତେକ ନୂତନ ସଂସ୍କରଣ ପୁରାତନ ସଂସ୍କରଣ ଗୁଡିକଠାରୁ ଭିନ୍ନ ଅଟେ I ULT ଶାସ୍ତ୍ରାଂଶରେ ଆଧୁନିକ ଲେଖା ଅଛି ଓ ପୁରାତନ ଲେଖା ପାଦଟୀକାରେ ଉଲ୍ଲେଖ ଅଛି I ଯଦି କୌଣସି ସାଧାରଣ ଅଞ୍ଚଳରେ ସ୍ଥାନୀୟ ଭାଷାରେ ବାଇବଲର ଅନୁବାଦ ଉପଲବ୍ଧ ଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣର ଲେଖାକୁ ବ୍ୟବହାର କରିବାକୁ ଚିନ୍ତା କରିବା ଉଚିତ I ଯଦି ନାହିଁ, ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଆଧୁନିକ ଲେଖାକୁ ବ୍ୟବହାର କରିବା ଉଚିତ I
* ""ବିଚାର ଦିନ ପର୍ଯ୍ୟନ୍ତ ଅନ୍ଧକାରମୟ ଗହ୍ବରରେ ରଖାଯିବା” (:୪) I କେତେକ ଆଧୁନିକ ଓ ପୁରାତନ ସଂସ୍କରଣରେ, “ବିଚାର ଦିନ ପର୍ଯ୍ୟନ୍ତ ଅନ୍ଧକାରମୟ ଗହ୍ବରର କୁଣ୍ଡରେ ରଖାଯିବ” ବୋଲି ଲେଖାଅଛି I
* ""ତୁମ୍ଭମାନଙ୍କ ସହିତ ଭୋଜନପାନ କରୁଥିବା ସମୟରେ ସେମାନେ ସେମାନଙ୍କ ଭ୍ରଷ୍ଟ କଳ୍ପନାର କାର୍ଯ୍ୟକୁ ଉପଭୋଗ କରନ୍ତି” (:୧୩) I କେତେକ ସଂସ୍କରଣରେ, “ତୁମ୍ଭମାନଙ୍କ ସହିତ ପ୍ରେମ ଭୋଜରେ ଭୋଜନପାନ କରୁଥିବା ସମୟରେ ସେମାନେ ସେମାନଙ୍କ ଭ୍ରଷ୍ଟ କଳ୍ପନାର କାର୍ଯ୍ୟକୁ ଉପଭୋଗ କରନ୍ତି” ବୋଲି ଲେଖାଅଛି I
* “ବିୟୋର” (:୧୫) I କେତେକ ଅନ୍ୟ ସଂସ୍କରଣରେ “ବୋସୋର” ବୋଲି ଲେଖାଅଛି I
* ""ପୁଣି ମୌଳିକବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁସବୁ ଦଗ୍ଧ ହେବ” (୩:୧୦) I ଅନ୍ୟ ସଂସ୍କରଣ ଗୁଡିକରେ ଲେଖାଅଛି, “ପୁଣି ମୌଳିକବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ଦଗ୍ଧ ହେବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ କର୍ମସବୁ ଦଗ୍ଧ ହେବ I”
(ଦେଖ: [[rc://*/ta/man/translate/translate-textvariants]])