or_tn/2pe/front/intro.md

8.9 KiB
Raw Permalink Blame History

ପିତର ପୁସ୍ତକର ପରିଚୟ

ପ୍ରଥମ ଭାଗ: ସାଧାରଣ ପରିଚୟ

ପିତର ପୁସ୍ତକର ରୂପରେଖ

  1. ପରିଚୟ (୧:୧-)
  2. ଉତ୍ତମ ଜୀବନ ଯାପନ କରିବା ନିମନ୍ତେ ସ୍ମରଣ କର, କାରଣ ଈଶ୍ବର ତାହା କରିବାକୁ ଆମ୍ଭମାନଙ୍କୁ ସକ୍ଷମ କରିଅଛନ୍ତି (୧:୩-୨୧)
  3. ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କ ବାଣୀ (:୧-)
  4. ଯୀଶୁଙ୍କ ଦ୍ବିତୀୟ ଆଗମନ ନିମନ୍ତେ ପ୍ରସ୍ତୁତ ହେବାକୁ ଉତ୍ସାହ ପ୍ରଦାନ (୩:୧-୧୭)

ପିତର ପୁସ୍ତକ କିଏ ଲେଖିଥିଲେ?

ଲେଖକ ଆପଣାକୁ ଶିମୋନ ବୋଲି ପରିଚୟ ଦେଉଛନ୍ତି I ଶିମୋନ ପିତର ଜଣେ ପ୍ରେରିତ ଥିଲେ I ସେ ୧ ପିତର ପୁସ୍ତକ ମଧ୍ୟ ଲେଖିଥିଲେ I ପିତର ସମ୍ଭବତଃ ଏହି ପତ୍ର ସେ ରୋମ୍ ରେ ଗୋଟିଏ ବନ୍ଦୀଶାଳାରେ ଥିବା ସମୟରେ ଆପଣାର ଠିକ୍ ମୃତ୍ୟୁପୂର୍ବରୁ ଲେଖିଥିଲେ I ପିତର ଏହାକୁ ତାହାଙ୍କ ଦ୍ବିତୀୟ ପତ୍ର ବୋଲି କହିଥିଲେ, ସେଥିପାଇଁ ଆମ୍ଭେ ଏହାକୁ ୧ ପିତର ପରେ ଲେଖାଯାଇଥିଲା ବୋଲି କହିପାରୁ I ସେ ଏହି ପତ୍ରକୁ ତାହାଙ୍କ ପ୍ରଥମ ପତ୍ର ସଦୃଶ ସେହି ସମାନ ଶ୍ରୋତାମାନଙ୍କୁ ଲେଖୁଛନ୍ତି I ଶ୍ରୋତାମାନେ ସମ୍ଭବତଃ ସମଗ୍ର ଆସିଆ ମାଇନର ସାରା ଛିନ୍ନଭିନ୍ନ ହୋଇଥିବା ଖ୍ରୀଷ୍ଟିୟାନମାନେ ଅଟନ୍ତି I

ପିତର ପୁସ୍ତକରେ କେଉଁ ବିଷୟ ଲେଖାଅଛି?

ଉତ୍ତମ ଜୀବନ ଯାପନ କରିବାକୁ ବିଶ୍ବାସୀମାନଙ୍କୁ ଉତ୍ସାହ ଦେବାପାଇଁ ପିତର ଏହି ପତ୍ର ଲେଖିଥିଲେ I ସେ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସେମାନଙ୍କୁ ସତର୍କ କରାଇଥିଲେ, ଯେଉଁମାନେ ଯୀଶୁ ପୁନରାଗମନ କରିବାକୁ ବିଳମ୍ବ କରୁଛନ୍ତି ବୋଲି କହୁଥିଲେ I ସେ କହୁଥିଲେ ଯେ ଯୀଶୁ ପୁନରାଗମନ କରିବାକୁ ବିଳମ୍ବ କରୁନାହାନ୍ତି I ତା’ ପରିବର୍ତ୍ତେ, ଈଶ୍ବର ଲୋକମାନଙ୍କୁ ମନପରିବର୍ତ୍ତନ କରିବାକୁ ସମୟ ଦେଉଛନ୍ତି, ଯେପରି ସେମାନେ ପରିତ୍ରାଣ ପାଇବେ I

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକ ନେଇ “୨ ପିତର” କିମ୍ବା “ଦ୍ବିତୀୟ ପିତର” ବୋଲି କହିପାରନ୍ତି I କିମ୍ବା ସେମାନେ “ପିତରଙ୍କ ଦ୍ବିତୀୟ ପତ୍ର” କିଅବା “ପିତର ଲେଖିଥିବା ଦ୍ବିତୀୟ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: rc://*/ta/man/translate/translate-names)

ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

ପିତର କେଉଁମାନଙ୍କ ବିରୁଦ୍ଧରେ କଥା କହିଥିଲେ?

ଏହା ସମ୍ଭବ ଯେ ଯେଉଁମାନେ ବିଶେଷ ଜ୍ଞାନବାଦୀ (Gnostics) ଭାବରେ ପରିଚିତ, ସେମାନଙ୍କ ବିରୁଦ୍ଧରେ ପିତର କହିଥିଲେ I ଏହି ଶିକ୍ଷକମାନେ ସେମାନଙ୍କ ନିଜର ଲାଭ ନିମନ୍ତେ ଶାସ୍ତ୍ରର ଶିକ୍ଷାକୁ ବିକୃତ କରୁଥିଲେ I ସେମାନେ ଅଶୁଚି ଭାବରେ ଜୀବନ କାଟୁଥିଲେ ଓ ସେ ପ୍ରକାର ବିଷୟ କରିବାକୁ ଶିକ୍ଷା ଦେଉଥିଲେ I

ଈଶ୍ବର ଶାସ୍ତ୍ରକୁ ପ୍ରେରଣା ଦେଇଥିଲେ ବୋଲି କହିବାର ଅର୍ଥ କଅଣ?

ଶାସ୍ତ୍ରର ଧର୍ମତତ୍ତ୍ବ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ I ପିତର ପାଠକମାନଙ୍କୁ ବୁଝିବାକୁ ସାହାଯ୍ୟ କରେ ଯେ ଯଦିଓ ଶାସ୍ତ୍ରର ପ୍ରତ୍ୟେକ ଲେଖକ ଆପଣା ଶୈଳୀ ଅନୁସାରେ ଲେଖୁଥିଲେ, ତଥାପି ଈଶ୍ବର ହିଁ ପ୍ରକୃତ ଲେଖକ ଥିଲେ (୧:-୨୧)I

ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା

“ତୁମ୍ଭେମାନେ”ର ଏକବଚନ ଓ ବହୁବଚନ

ଏହି ପୁସ୍ତକରେ “ମୁଁ” ଶବ୍ଦଟି ପିତରଙ୍କୁ ବୁଝାଏ I ମଧ୍ୟ “ତୁମ୍ଭେମାନେ” ଶବ୍ଦଟି ସବୁବେଳେ ବହୁବଚନ ଅଟେ ଓ ପିତରଙ୍କ ଶ୍ରୋତାମାନଙ୍କୁ ବୁଝାଏ I (ଦେଖ: [[rc:///ta/man/translate/figs-exclusive]] ଓ [[rc:///ta/man/translate/figs-you]])

ପିତରର ଶାସ୍ତ୍ରାଂଶରେ କଅଣସବୁ ମୁଖ୍ୟ ସମସ୍ୟା ଅଛି?

ତଳ ପଦଗୁଡିକ ନିମନ୍ତେ, ବାଇବଲର କେତେକ ନୂତନ ସଂସ୍କରଣ ପୁରାତନ ସଂସ୍କରଣ ଗୁଡିକଠାରୁ ଭିନ୍ନ ଅଟେ I ULT ଶାସ୍ତ୍ରାଂଶରେ ଆଧୁନିକ ଲେଖା ଅଛି ଓ ପୁରାତନ ଲେଖା ପାଦଟୀକାରେ ଉଲ୍ଲେଖ ଅଛି I ଯଦି କୌଣସି ସାଧାରଣ ଅଞ୍ଚଳରେ ସ୍ଥାନୀୟ ଭାଷାରେ ବାଇବଲର ଅନୁବାଦ ଉପଲବ୍ଧ ଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣର ଲେଖାକୁ ବ୍ୟବହାର କରିବାକୁ ଚିନ୍ତା କରିବା ଉଚିତ I ଯଦି ନାହିଁ, ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଆଧୁନିକ ଲେଖାକୁ ବ୍ୟବହାର କରିବା ଉଚିତ I

  • ""ବିଚାର ଦିନ ପର୍ଯ୍ୟନ୍ତ ଅନ୍ଧକାରମୟ ଗହ୍ବରରେ ରଖାଯିବା” (:୪) I କେତେକ ଆଧୁନିକ ଓ ପୁରାତନ ସଂସ୍କରଣରେ, “ବିଚାର ଦିନ ପର୍ଯ୍ୟନ୍ତ ଅନ୍ଧକାରମୟ ଗହ୍ବରର କୁଣ୍ଡରେ ରଖାଯିବ” ବୋଲି ଲେଖାଅଛି I
  • ""ତୁମ୍ଭମାନଙ୍କ ସହିତ ଭୋଜନପାନ କରୁଥିବା ସମୟରେ ସେମାନେ ସେମାନଙ୍କ ଭ୍ରଷ୍ଟ କଳ୍ପନାର କାର୍ଯ୍ୟକୁ ଉପଭୋଗ କରନ୍ତି” (:୧୩) I କେତେକ ସଂସ୍କରଣରେ, “ତୁମ୍ଭମାନଙ୍କ ସହିତ ପ୍ରେମ ଭୋଜରେ ଭୋଜନପାନ କରୁଥିବା ସମୟରେ ସେମାନେ ସେମାନଙ୍କ ଭ୍ରଷ୍ଟ କଳ୍ପନାର କାର୍ଯ୍ୟକୁ ଉପଭୋଗ କରନ୍ତି” ବୋଲି ଲେଖାଅଛି I
  • “ବିୟୋର” (:୧୫) I କେତେକ ଅନ୍ୟ ସଂସ୍କରଣରେ “ବୋସୋର” ବୋଲି ଲେଖାଅଛି I
  • ""ପୁଣି ମୌଳିକବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁସବୁ ଦଗ୍ଧ ହେବ” (୩:୧୦) I ଅନ୍ୟ ସଂସ୍କରଣ ଗୁଡିକରେ ଲେଖାଅଛି, “ପୁଣି ମୌଳିକବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ଦଗ୍ଧ ହେବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ କର୍ମସବୁ ଦଗ୍ଧ ହେବ I”

(ଦେଖ: rc://*/ta/man/translate/translate-textvariants)