or_tn/2co/04/intro.md

25 lines
3.9 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# କରିନ୍ଥୀୟ ୦୪ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
ଏହି ଅଧ୍ୟାୟ “ଅତଏବ” ଶବ୍ଦ ସହିତ ଆରମ୍ଭ ହେଉଛି I ଏହା ପୂର୍ବ ଅଧ୍ୟାୟ ଶିକ୍ଷା ଦେଇଥିବା ବିଷୟକୁ ସଂଯୋଗ କରେ I ଏହି ଅଧ୍ୟାୟଗୁଡିକ କିପରି ବିଭାଜିତ ହୋଇଛି, ତାହା ପାଠକକୁ ହୁଏତ ଦ୍ବନ୍ଦ ଲାଗିପାରେ I
## ଏହି ଅଧ୍ୟାୟର ବିଶେଷ ଧାରଣା
### ସେବାକାର୍ଯ୍ୟ
ପାଉଲ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ କହି ସେମାନଙ୍କର ସେବା କରୁଛନ୍ତି I ସେ କୌଶଳ କରି ଲୋକମାନଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇବାକୁ ଉଦ୍ୟମ କରୁନାହାନ୍ତି I ଯଦି ସେମାନେ ସୁସମାଚାର ବୁଝନ୍ତି ନାହିଁ, ଏହା ଚୁଡାନ୍ତ ଭାବରେ ଆତ୍ମିକ ସମସ୍ୟା I(ଦେଖ: [[rc://*/tw/dict/bible/kt/spirit]])
## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର
### ଆଲୋକ ଓ ଅନ୍ଧକାର
ବାଇବଲ ପ୍ରାୟତଃ ଅଧାର୍ମିକ ଲୋକମାନଙ୍କ ସମ୍ବନ୍ଧରେ, ଅର୍ଥାତ୍ ଯେଉଁମାନେ ଈଶ୍ବରଙ୍କ ସନ୍ତୋଷଜନକ ଜୀବନ ଯାପନ କରନ୍ତି ନାହିଁ, ସେମାନଙ୍କ ବିଷୟରେ ଏପରି କହିଥାଏ ଯେ ସତେ ଯେପରି ସେମାନେ ଅନ୍ଧକାର ମଧ୍ୟରେ ଚାଲୁଛନ୍ତି I ଏହା ଆଲୋକ ବିଷୟରେ କହେ ଯେ ସତେ ଯେପରି ଏହା ପାପୀ ଲୋକମାନଙ୍କୁ ଧାର୍ମିକ ହେବାକୁ, ସେମାନେ ମନ୍ଦ କାର୍ଯ୍ୟ କରୁଅଛନ୍ତି ବୋଲି ବୁଝିବାକୁ ଓ ଈଶ୍ବରଙ୍କୁ ମାନିବା ନିମନ୍ତେ ଆରମ୍ଭ କରିବାକୁ ସମର୍ଥ କରିଥାଏ I(ଦେଖ: [[rc://*/tw/dict/bible/kt/righteous]])
### ଜୀବନ ଓ ମୃତ୍ୟୁ
ପାଉଲ ଏଠାରେ ଶାରୀରିକ ଜୀବନ ଓ ମୃତ୍ୟୁକୁ ଇଂଗିତ କରନ୍ତି ନାହିଁ I ଜୀବନର ଅର୍ଥ ଯାହା ଜଣେ ଖ୍ରୀଷ୍ଟିୟାନ ଯୀଶୁଙ୍କଠାରେ ପାଇଥିବା ନୂତନ ଜୀବନକୁ ବୁଝାଏ I ମୃତ୍ୟୁର ଅର୍ଥ ଯୀଶୁଙ୍କଠାରେ ବିଶ୍ବାସ କରିବା ପୂର୍ବରୁ ଜୀବନର ପୁରାତନ ମାର୍ଗକୁ ବୁଝାଏ I(ଦେଖ: [[rc://*/tw/dict/bible/kt/life]] ଓ [[rc://*/tw/dict/bible/other/death]] ଓ [[rc://*/tw/dict/bible/kt/faith]])
## ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ
### ଭରସା
ପାଉଲ ଉଦ୍ଦେଶ୍ୟମୂଳକ ଭାବରେ ଏକ ପୁନରାବୃତ୍ତିର ନମୂନା ବ୍ୟବହାର କରୁଛନ୍ତି I ସେ ଗୋଟିଏ ଉକ୍ତି କହୁଛନ୍ତି I ତାପରେ ସେ ଗୋଟିଏ ବିପରୀତ ଭଳି ଅବା ବିରୋଧାଭାସ ଭଳି କିଅବା ଗୋଟିଏ ବ୍ୟତିକ୍ରମ ବିଷୟ ଦେଇ ତାହା ଅଗ୍ରାହ୍ୟ କରୁଛନ୍ତି I ଏସବୁ ମିଳିତ ଭାବରେ ପାଠକଙ୍କୁ କଷ୍ଟକର ପରିସ୍ଥିତିରେ ଆଶା ଦେଇଥାଏ I(ଦେଖ: [[rc://*/tw/dict/bible/kt/hope]])