or_tn/2co/04/intro.md

3.9 KiB
Raw Permalink Blame History

କରିନ୍ଥୀୟ ୦୪ ସାଧାରଣ ସୂଚନା

ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ଏହି ଅଧ୍ୟାୟ “ଅତଏବ” ଶବ୍ଦ ସହିତ ଆରମ୍ଭ ହେଉଛି I ଏହା ପୂର୍ବ ଅଧ୍ୟାୟ ଶିକ୍ଷା ଦେଇଥିବା ବିଷୟକୁ ସଂଯୋଗ କରେ I ଏହି ଅଧ୍ୟାୟଗୁଡିକ କିପରି ବିଭାଜିତ ହୋଇଛି, ତାହା ପାଠକକୁ ହୁଏତ ଦ୍ବନ୍ଦ ଲାଗିପାରେ I

ଏହି ଅଧ୍ୟାୟର ବିଶେଷ ଧାରଣା

ସେବାକାର୍ଯ୍ୟ

ପାଉଲ ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ବିଷୟରେ କହି ସେମାନଙ୍କର ସେବା କରୁଛନ୍ତି I ସେ କୌଶଳ କରି ଲୋକମାନଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଇବାକୁ ଉଦ୍ୟମ କରୁନାହାନ୍ତି I ଯଦି ସେମାନେ ସୁସମାଚାର ବୁଝନ୍ତି ନାହିଁ, ଏହା ଚୁଡାନ୍ତ ଭାବରେ ଆତ୍ମିକ ସମସ୍ୟା I(ଦେଖ: rc://*/tw/dict/bible/kt/spirit)

ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

ଆଲୋକ ଓ ଅନ୍ଧକାର

ବାଇବଲ ପ୍ରାୟତଃ ଅଧାର୍ମିକ ଲୋକମାନଙ୍କ ସମ୍ବନ୍ଧରେ, ଅର୍ଥାତ୍ ଯେଉଁମାନେ ଈଶ୍ବରଙ୍କ ସନ୍ତୋଷଜନକ ଜୀବନ ଯାପନ କରନ୍ତି ନାହିଁ, ସେମାନଙ୍କ ବିଷୟରେ ଏପରି କହିଥାଏ ଯେ ସତେ ଯେପରି ସେମାନେ ଅନ୍ଧକାର ମଧ୍ୟରେ ଚାଲୁଛନ୍ତି I ଏହା ଆଲୋକ ବିଷୟରେ କହେ ଯେ ସତେ ଯେପରି ଏହା ପାପୀ ଲୋକମାନଙ୍କୁ ଧାର୍ମିକ ହେବାକୁ, ସେମାନେ ମନ୍ଦ କାର୍ଯ୍ୟ କରୁଅଛନ୍ତି ବୋଲି ବୁଝିବାକୁ ଓ ଈଶ୍ବରଙ୍କୁ ମାନିବା ନିମନ୍ତେ ଆରମ୍ଭ କରିବାକୁ ସମର୍ଥ କରିଥାଏ I(ଦେଖ: rc://*/tw/dict/bible/kt/righteous)

ଜୀବନ ଓ ମୃତ୍ୟୁ

ପାଉଲ ଏଠାରେ ଶାରୀରିକ ଜୀବନ ଓ ମୃତ୍ୟୁକୁ ଇଂଗିତ କରନ୍ତି ନାହିଁ I ଜୀବନର ଅର୍ଥ ଯାହା ଜଣେ ଖ୍ରୀଷ୍ଟିୟାନ ଯୀଶୁଙ୍କଠାରେ ପାଇଥିବା ନୂତନ ଜୀବନକୁ ବୁଝାଏ I ମୃତ୍ୟୁର ଅର୍ଥ ଯୀଶୁଙ୍କଠାରେ ବିଶ୍ବାସ କରିବା ପୂର୍ବରୁ ଜୀବନର ପୁରାତନ ମାର୍ଗକୁ ବୁଝାଏ I(ଦେଖ: [[rc:///tw/dict/bible/kt/life]] ଓ [[rc:///tw/dict/bible/other/death]] ଓ rc://*/tw/dict/bible/kt/faith)

ଏହି ଅଧ୍ୟାୟରେ ଥିବା ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

ଭରସା

ପାଉଲ ଉଦ୍ଦେଶ୍ୟମୂଳକ ଭାବରେ ଏକ ପୁନରାବୃତ୍ତିର ନମୂନା ବ୍ୟବହାର କରୁଛନ୍ତି I ସେ ଗୋଟିଏ ଉକ୍ତି କହୁଛନ୍ତି I ତାପରେ ସେ ଗୋଟିଏ ବିପରୀତ ଭଳି ଅବା ବିରୋଧାଭାସ ଭଳି କିଅବା ଗୋଟିଏ ବ୍ୟତିକ୍ରମ ବିଷୟ ଦେଇ ତାହା ଅଗ୍ରାହ୍ୟ କରୁଛନ୍ତି I ଏସବୁ ମିଳିତ ଭାବରେ ପାଠକଙ୍କୁ କଷ୍ଟକର ପରିସ୍ଥିତିରେ ଆଶା ଦେଇଥାଏ I(ଦେଖ: rc://*/tw/dict/bible/kt/hope)