or_tn/1ti/front/intro.md

57 lines
8.4 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# ୧ ତୀମଥି ପୁସ୍ତକର ପରିଚୟ
## ପ୍ରଥମ ଭାଗ: ସାଧାରଣ ପରିଚୟ
### ୧ ତୀମଥି ପୁସ୍ତକର ରୂପରେଖ
1. ନମସ୍କାର (୧:୧,)
1. ପାଉଲ ଓ ତୀମଥି
- ଭ୍ରାନ୍ତ ଶିକ୍ଷକମାନଙ୍କ ବିଷୟରେ ସତର୍କବାଣୀ (୧:୩-୧୧)
- ତାଙ୍କର ସେବାକାର୍ଯ୍ୟରେ ଖ୍ରୀଷ୍ଟ ଯାହା କରିଛନ୍ତି ସେଥିନିମନ୍ତେ ପାଉଲଙ୍କର ଧନ୍ୟବାଦାର୍ପଣ (୧:୧୨-୧୭)
- ଏହି ଆତ୍ମିକ ଯୁଦ୍ଧରେ ଲଢିବାପାଇଁ ସେ ତୀମଥିଙ୍କୁ ଆହ୍ବାନ କରନ୍ତି (୧:୧୮-)
1. ସମସ୍ତଙ୍କ ପାଇଁ ପ୍ରାର୍ଥନା (:୧-୮)
1. ମଣ୍ଡଳୀରେ ବିଭିନ୍ନ ଭୂମିକା ଓ ଦାୟିତ୍ବ (:୯-୬:)
1. ସତର୍କବାଣୀ
- ଭ୍ରାନ୍ତଶିକ୍ଷକମାନଙ୍କ ବିଷୟରେ ଦ୍ବିତୀୟ ସତର୍କବାଣୀ (୬:୩-୫)
- ଅର୍ଥ (୬:୬-୧୦)
1. ଜଣେ ଈଶ୍ବରଙ୍କ ଲୋକର ବର୍ଣ୍ଣନା (୬:୧୧-୧୬)
1. ଧନୀ ଲୋକମାନଙ୍କୁ ସୂଚନା (୬:୧୭-୧୯)
1. ତୀମଥିଙ୍କ ନିମନ୍ତେ ଶେଷ କଥା (୬:,୨୧)
### ୧ ତୀମଥି ପୁସ୍ତକକୁ କିଏ ଲେଖିଥିଲେ?
ପାଉଲ ୧ ତୀମଥି ପୁସ୍ତକକୁ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ଜଣେ ଖ୍ରୀଷ୍ଟିୟାନ ହେଲାପରେ, ସେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟସାରା ଯାତ୍ରା କରିଥିଲେ I
ଏହା ପାଉଲ ତୀମଥିଙ୍କୁ ଲେଖିଥିବା ପ୍ରଥମ ପତ୍ର I ତୀମଥି ତାହାଙ୍କର ଶିଷ୍ୟ ଓ ଘନିଷ୍ଠ ବନ୍ଧୁ ଥିଲେ I ପାଉଲ ସମ୍ଭବତଃ ଆପଣା ଜୀବନର ଶେଷ ସମୟରେ ଏହା ଲେଖିଥିଲେ I
### ୧ ତୀମଥି ପୁସ୍ତକରେ କେଉଁ ବିଷୟ ଲେଖାଅଛି?
ପାଉଲ ତୀମଥିଙ୍କୁ ଏଫିସ ନଗରରେ ସେଠାକାର ବିଶ୍ବାସୀମାନଙ୍କୁ ସାହାଯ୍ୟ କରିବା ପାଇଁ ଛାଡ଼ି ଆସିଥିଲେ I ବିଭିନ୍ନ ବିଷୟରେ ତୀମଥିଙ୍କୁ ଶିକ୍ଷା ଦେବାପାଇଁ ପାଉଲ ଏହି ପତ୍ର ଲେଖିଥିଲେ I ସେ କହିଥିବା ପ୍ରସଙ୍ଗଗୁଡିକ ମଧ୍ୟରେ ମଣ୍ଡଳୀରେ ଉପାସନା, ମଣ୍ଡଳୀ ନେତାମାନଙ୍କର ଯୋଗ୍ୟତା ଓ ଭ୍ରାନ୍ତ ଶିକ୍ଷକ ମାନଙ୍କ ବିଷୟରେ ସତର୍କବାଣୀ ଅନ୍ତର୍ଭୁକ୍ତ I ଏହି ପତ୍ର ପ୍ରମାଣ କରେ ଯେ ମଣ୍ଡଳୀଗୁଡିକ ମଧ୍ୟରେ ଜଣେ ନେତା ହେବାପାଇଁ ପାଉଲ କିପରି ତୀମଥିଙ୍କୁ ତାଲିମ ଦେଉଥିଲେ I
### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?
ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପାରିକ ଶୀର୍ଷକକୁ ନେଇ ଏହାକୁ “ ୧ ତୀମଥି” କିମ୍ବା “ପ୍ରଥମ ତୀମଥି” ବୋଲି କହିପାରନ୍ତି I କିମ୍ବା ସେମାନେ “ତୀମଥିଙ୍କ ନିକଟକୁ ପାଉଲଙ୍କର ପ୍ରଥମ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: [[rc://*/ta/man/translate/translate-names]])
## ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା
### ଶିଷ୍ୟତ୍ବ କଅଣ?
ଶିଷ୍ୟତ୍ବ ହେଉଛି ଲୋକମାନଙ୍କୁ ଖ୍ରୀଷ୍ଟଙ୍କର ଶିଷ୍ୟ ହେବା ନିମନ୍ତେ ଗଠନ କରିବାର ଏକ ପ୍ରକ୍ରିୟା I ଶିଷ୍ୟତ୍ବର ଲକ୍ଷ୍ୟ ହେଉଛି ଅନ୍ୟ ଖ୍ରୀଷ୍ଟିୟାନମାନଙ୍କୁ ଅଧିକ ଖ୍ରୀଷ୍ଟଙ୍କ ସଦୃଶ ହେବାପାଇଁ ଉତ୍ସାହିତ କରିବା I ଜଣେ ନେତା କିପରି କମ୍ ପରିପକ୍ବ ଖ୍ରୀଷ୍ଟିୟାନମାନଙ୍କୁ ତାଲିମ ଦେବା ଉଚିତ, ସେ ବିଷୟରେ ଏହି ପତ୍ର ଅନେକ ଶିକ୍ଷା ଦିଏ I (ଦେଖ: [[rc://*/tw/dict/bible/kt/disciple]])
## ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା
### ଏକବଚନ ଓ ବହୁବଚନ “ତୁମ୍ଭେ”
ଏହି ପୁସ୍ତକରେ, “ମୁଁ” ଶବ୍ଦଟି ପାଉଲଙ୍କୁ ବୁଝାଏ I ମଧ୍ୟ, “ତୁମ୍ଭେ” ଶବ୍ଦଟି ପ୍ରାୟତଃ ସବୁବେଳେ ଏକବଚନ ଥାଇ ତୀମଥିଙ୍କୁ ବୁଝାଏ I ଏହାର ବ୍ୟତିକ୍ରମଟି ହେଉଛି ୬:୨୧ I (ଦେଖ: [[rc://*/ta/man/translate/figs-exclusive]] ଓ [[rc://*/ta/man/translate/figs-you]])
### “ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଇତ୍ୟାଦିକୁ ପାଉଲ କେଉଁ ଅର୍ଥରେ କହୁଛନ୍ତି?
ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କର ଏକ ନିବିଡ଼ ସମ୍ପର୍କର ଚିନ୍ତାଧାରାକୁ ପ୍ରକାଶ କରିବା ଅର୍ଥରେ ପାଉଲ ଏସବୁ ବ୍ୟବହାର କରୁଛନ୍ତି I ଏହି ପ୍ରକାର ଭାବର ଅଧିକ ବିବରଣୀ ନିମନ୍ତେ ଦୟାକରି ରୋମୀୟ ପୁସ୍ତକର ପରିଚୟ ଅଂଶକୁ ଦେଖନ୍ତୁ I
### ୧ତୀମଥି ପୁସ୍ତକର ଶାସ୍ତ୍ରାଂଶରେ କଅଣ ସବୁ ମୁଖ୍ୟ ସମସ୍ୟା ଅଛି?
ନିମ୍ନ ପଦ ବିଷୟରେ, ଆଧୁନିକ ସଂସ୍କରଣଗୁଡିକ ପ୍ରାଚୀନ ସଂସ୍କରଣଗୁଡିକଠାରୁ ଭିନ୍ନ ମତ ପୋଷଣ କରିଥାନ୍ତି I ULT ଶାସ୍ତ୍ରାଂଶରେ ଆଧୁନିକ ଲେଖା ଅଛି ଓ ପୁରାତନ ଲେଖାକୁ ତାହା ପାଦଟୀକାରେ ଲେଖିଥାଏ I ଯଦି କୌଣସି ସାଧାରଣ ଅଞ୍ଚଳରେ ସ୍ଥାନୀୟ ଭାଷାରେ ବାଇବଲର ଅନୁବାଦ ଉପଲବ୍ଧ ଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣର ଲେଖାକୁ ବ୍ୟବହାର କରିବାକୁ ଚିନ୍ତା କରିବା ଉଚିତ I ଯଦି ନାହିଁ, ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଆଧୁନିକ ଲେଖାକୁ ବ୍ୟବହାର କରନ୍ତୁ I
* ""ଈଶ୍ବରପରାୟଣତା ଅଧିକ ଅର୍ଥ ଲାଭ କରିବାର ଏକ ମାର୍ଗ I” କେତେକ ପ୍ରାଚୀନ ସଂସ୍କରଣର ବାଇବଲରେ ଏପରି ଲେଖାଅଛି, ଈଶ୍ବରପରାୟଣତା ଅଧିକ ଅର୍ଥ ଲାଭ କରିବାର ଏକ ମାର୍ଗ: ସେହି ପ୍ରକାର ବିଷୟରୁ ଦୂରରେ ରୁହ I” (୬:୫)
(ଦେଖ: [[rc://*/ta/man/translate/translate-textvariants]])