or_tn/1ti/front/intro.md

8.4 KiB
Raw Permalink Blame History

୧ ତୀମଥି ପୁସ୍ତକର ପରିଚୟ

ପ୍ରଥମ ଭାଗ: ସାଧାରଣ ପରିଚୟ

୧ ତୀମଥି ପୁସ୍ତକର ରୂପରେଖ

  1. ନମସ୍କାର (୧:୧,)
  2. ପାଉଲ ଓ ତୀମଥି
  • ଭ୍ରାନ୍ତ ଶିକ୍ଷକମାନଙ୍କ ବିଷୟରେ ସତର୍କବାଣୀ (୧:୩-୧୧)
  • ତାଙ୍କର ସେବାକାର୍ଯ୍ୟରେ ଖ୍ରୀଷ୍ଟ ଯାହା କରିଛନ୍ତି ସେଥିନିମନ୍ତେ ପାଉଲଙ୍କର ଧନ୍ୟବାଦାର୍ପଣ (୧:୧୨-୧୭)
  • ଏହି ଆତ୍ମିକ ଯୁଦ୍ଧରେ ଲଢିବାପାଇଁ ସେ ତୀମଥିଙ୍କୁ ଆହ୍ବାନ କରନ୍ତି (୧:୧୮-)
  1. ସମସ୍ତଙ୍କ ପାଇଁ ପ୍ରାର୍ଥନା (:୧-୮)
  2. ମଣ୍ଡଳୀରେ ବିଭିନ୍ନ ଭୂମିକା ଓ ଦାୟିତ୍ବ (:୯-୬:)
  3. ସତର୍କବାଣୀ
  • ଭ୍ରାନ୍ତଶିକ୍ଷକମାନଙ୍କ ବିଷୟରେ ଦ୍ବିତୀୟ ସତର୍କବାଣୀ (୬:୩-୫)
  • ଅର୍ଥ (୬:୬-୧୦)
  1. ଜଣେ ଈଶ୍ବରଙ୍କ ଲୋକର ବର୍ଣ୍ଣନା (୬:୧୧-୧୬)
  2. ଧନୀ ଲୋକମାନଙ୍କୁ ସୂଚନା (୬:୧୭-୧୯)
  3. ତୀମଥିଙ୍କ ନିମନ୍ତେ ଶେଷ କଥା (୬:,୨୧)

୧ ତୀମଥି ପୁସ୍ତକକୁ କିଏ ଲେଖିଥିଲେ?

ପାଉଲ ୧ ତୀମଥି ପୁସ୍ତକକୁ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ଜଣେ ଖ୍ରୀଷ୍ଟିୟାନ ହେଲାପରେ, ସେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟସାରା ଯାତ୍ରା କରିଥିଲେ I

ଏହା ପାଉଲ ତୀମଥିଙ୍କୁ ଲେଖିଥିବା ପ୍ରଥମ ପତ୍ର I ତୀମଥି ତାହାଙ୍କର ଶିଷ୍ୟ ଓ ଘନିଷ୍ଠ ବନ୍ଧୁ ଥିଲେ I ପାଉଲ ସମ୍ଭବତଃ ଆପଣା ଜୀବନର ଶେଷ ସମୟରେ ଏହା ଲେଖିଥିଲେ I

୧ ତୀମଥି ପୁସ୍ତକରେ କେଉଁ ବିଷୟ ଲେଖାଅଛି?

ପାଉଲ ତୀମଥିଙ୍କୁ ଏଫିସ ନଗରରେ ସେଠାକାର ବିଶ୍ବାସୀମାନଙ୍କୁ ସାହାଯ୍ୟ କରିବା ପାଇଁ ଛାଡ଼ି ଆସିଥିଲେ I ବିଭିନ୍ନ ବିଷୟରେ ତୀମଥିଙ୍କୁ ଶିକ୍ଷା ଦେବାପାଇଁ ପାଉଲ ଏହି ପତ୍ର ଲେଖିଥିଲେ I ସେ କହିଥିବା ପ୍ରସଙ୍ଗଗୁଡିକ ମଧ୍ୟରେ ମଣ୍ଡଳୀରେ ଉପାସନା, ମଣ୍ଡଳୀ ନେତାମାନଙ୍କର ଯୋଗ୍ୟତା ଓ ଭ୍ରାନ୍ତ ଶିକ୍ଷକ ମାନଙ୍କ ବିଷୟରେ ସତର୍କବାଣୀ ଅନ୍ତର୍ଭୁକ୍ତ I ଏହି ପତ୍ର ପ୍ରମାଣ କରେ ଯେ ମଣ୍ଡଳୀଗୁଡିକ ମଧ୍ୟରେ ଜଣେ ନେତା ହେବାପାଇଁ ପାଉଲ କିପରି ତୀମଥିଙ୍କୁ ତାଲିମ ଦେଉଥିଲେ I

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପାରିକ ଶୀର୍ଷକକୁ ନେଇ ଏହାକୁ “ ୧ ତୀମଥି” କିମ୍ବା “ପ୍ରଥମ ତୀମଥି” ବୋଲି କହିପାରନ୍ତି I କିମ୍ବା ସେମାନେ “ତୀମଥିଙ୍କ ନିକଟକୁ ପାଉଲଙ୍କର ପ୍ରଥମ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: rc://*/ta/man/translate/translate-names)

ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

ଶିଷ୍ୟତ୍ବ କଅଣ?

ଶିଷ୍ୟତ୍ବ ହେଉଛି ଲୋକମାନଙ୍କୁ ଖ୍ରୀଷ୍ଟଙ୍କର ଶିଷ୍ୟ ହେବା ନିମନ୍ତେ ଗଠନ କରିବାର ଏକ ପ୍ରକ୍ରିୟା I ଶିଷ୍ୟତ୍ବର ଲକ୍ଷ୍ୟ ହେଉଛି ଅନ୍ୟ ଖ୍ରୀଷ୍ଟିୟାନମାନଙ୍କୁ ଅଧିକ ଖ୍ରୀଷ୍ଟଙ୍କ ସଦୃଶ ହେବାପାଇଁ ଉତ୍ସାହିତ କରିବା I ଜଣେ ନେତା କିପରି କମ୍ ପରିପକ୍ବ ଖ୍ରୀଷ୍ଟିୟାନମାନଙ୍କୁ ତାଲିମ ଦେବା ଉଚିତ, ସେ ବିଷୟରେ ଏହି ପତ୍ର ଅନେକ ଶିକ୍ଷା ଦିଏ I (ଦେଖ: rc://*/tw/dict/bible/kt/disciple)

ତୃତୀୟ ଭାଗ: ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା

ଏକବଚନ ଓ ବହୁବଚନ “ତୁମ୍ଭେ”

ଏହି ପୁସ୍ତକରେ, “ମୁଁ” ଶବ୍ଦଟି ପାଉଲଙ୍କୁ ବୁଝାଏ I ମଧ୍ୟ, “ତୁମ୍ଭେ” ଶବ୍ଦଟି ପ୍ରାୟତଃ ସବୁବେଳେ ଏକବଚନ ଥାଇ ତୀମଥିଙ୍କୁ ବୁଝାଏ I ଏହାର ବ୍ୟତିକ୍ରମଟି ହେଉଛି ୬:୨୧ I (ଦେଖ: [[rc:///ta/man/translate/figs-exclusive]] ଓ [[rc:///ta/man/translate/figs-you]])

“ଖ୍ରୀଷ୍ଟଙ୍କଠାରେ” ଓ “ପ୍ରଭୁଙ୍କଠାରେ” ଇତ୍ୟାଦିକୁ ପାଉଲ କେଉଁ ଅର୍ଥରେ କହୁଛନ୍ତି?

ଖ୍ରୀଷ୍ଟ ଓ ବିଶ୍ବାସୀମାନଙ୍କର ଏକ ନିବିଡ଼ ସମ୍ପର୍କର ଚିନ୍ତାଧାରାକୁ ପ୍ରକାଶ କରିବା ଅର୍ଥରେ ପାଉଲ ଏସବୁ ବ୍ୟବହାର କରୁଛନ୍ତି I ଏହି ପ୍ରକାର ଭାବର ଅଧିକ ବିବରଣୀ ନିମନ୍ତେ ଦୟାକରି ରୋମୀୟ ପୁସ୍ତକର ପରିଚୟ ଅଂଶକୁ ଦେଖନ୍ତୁ I

୧ତୀମଥି ପୁସ୍ତକର ଶାସ୍ତ୍ରାଂଶରେ କଅଣ ସବୁ ମୁଖ୍ୟ ସମସ୍ୟା ଅଛି?

ନିମ୍ନ ପଦ ବିଷୟରେ, ଆଧୁନିକ ସଂସ୍କରଣଗୁଡିକ ପ୍ରାଚୀନ ସଂସ୍କରଣଗୁଡିକଠାରୁ ଭିନ୍ନ ମତ ପୋଷଣ କରିଥାନ୍ତି I ULT ଶାସ୍ତ୍ରାଂଶରେ ଆଧୁନିକ ଲେଖା ଅଛି ଓ ପୁରାତନ ଲେଖାକୁ ତାହା ପାଦଟୀକାରେ ଲେଖିଥାଏ I ଯଦି କୌଣସି ସାଧାରଣ ଅଞ୍ଚଳରେ ସ୍ଥାନୀୟ ଭାଷାରେ ବାଇବଲର ଅନୁବାଦ ଉପଲବ୍ଧ ଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣର ଲେଖାକୁ ବ୍ୟବହାର କରିବାକୁ ଚିନ୍ତା କରିବା ଉଚିତ I ଯଦି ନାହିଁ, ଅନୁବାଦକମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ଆଧୁନିକ ଲେଖାକୁ ବ୍ୟବହାର କରନ୍ତୁ I

  • ""ଈଶ୍ବରପରାୟଣତା ଅଧିକ ଅର୍ଥ ଲାଭ କରିବାର ଏକ ମାର୍ଗ I” କେତେକ ପ୍ରାଚୀନ ସଂସ୍କରଣର ବାଇବଲରେ ଏପରି ଲେଖାଅଛି, ଈଶ୍ବରପରାୟଣତା ଅଧିକ ଅର୍ଥ ଲାଭ କରିବାର ଏକ ମାର୍ଗ: ସେହି ପ୍ରକାର ବିଷୟରୁ ଦୂରରେ ରୁହ I” (୬:୫)

(ଦେଖ: rc://*/ta/man/translate/translate-textvariants)