or_tn/1jn/front/intro.md

13 KiB
Raw Permalink Blame History

୧ମ ଯୋହନ ପୂସ୍ତକର ପରିଚୟ

ଭାଗ୧: ସାଧାରଣ ପରିଚୟ

୧ମ ଯୋହନ ପୁସ୍ତକର ରୂପରେଖା

୧. ପରିଚୟ (୧:୧-୪) ୧. ଖ୍ରୀଷ୍ଟିୟାନ ସ୍ବଭାବ (୧:୫-୩:୧୦) ୧. ପରସ୍ପରକୁ ପ୍ରେମ କରିବା ନିମନ୍ତେ ଆଜ୍ଞା (୩:୧୧-୫:୧୨) ୧. ଉପସଂହାର(୫:୧୩-୨୧)

୧ମ ଯୋହନ ପୁସ୍ତକ କିଏ ଲେଖିଥିଲେ?

ଏହି ପୁସ୍ତକ ଲେଖକଙ୍କ ନାମ ଉଲ୍ଲେଖ କରେ ନାହିଁ । ଯାହା ହେଉ, ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ସମୟଠାରୁ, ଅଧିକାଂଶ ଖ୍ରୀଷ୍ଟିୟାନମାନେ ବିଶ୍ବାସ କରନ୍ତି ଯେ ପ୍ରେରିତ ଯୋହନ ଏହି ପତ୍ରର ଲେଖକ ଥିଲେ । ସେ ମଧ୍ୟ ଯୋହନ ଲିଖିତ ସୁସମାଚାର ଲେଖିଥିଲେ ।

୧ମ ଯୋହନ ପୁସ୍ତକ କେଉଁ ବିଷୟରେ ଲେଖାଯାଇଅଛି?

ଯୋହନ ଏହି ପତ୍ର ସେହି ସମୟର ଖ୍ରୀଷ୍ଟିୟାନମାନଙ୍କ ନିକଟକୁ ଲେଖିଥିଲେ ଯେଉଁ ସମୟରେ ଭଣ୍ଡ ଶିକ୍ଷକମାନେ ସେମାନଙ୍କ ସମସ୍ୟାର କାରଣ ହେଲେ । ଯୋହନ ଏହି ପତ୍ର ଲେଖିଲେ କାରଣ ସେ ବିଶ୍ବାସୀମାନଙ୍କୁ ପାପ କରିବାଠାରୁ ଦୂରରେ ରହିବା ନିମନ୍ତେ ଚାହିଁଲେ । ସେ ଭଣ୍ଡ ଶିକ୍ଷାଠାରୁ ବିଶ୍ବାସୀମାନଙ୍କୁ ସୁରକ୍ଷିତ ରହିବା ଚାହିଁଲେ । ଏବଂ ସେ ବିଶ୍ବାସୀମାନଙ୍କୁ ନିଶ୍ଚିତ କରିବା ଚାହୁଁଥିଲେ ଯେ ସେମାନେ ପରିତ୍ରାଣ ପାଇଛନ୍ତି ।

ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ କରାଯିବା ଉଚିତ୍?

ଅନୁବାଦକମାନେ ହୁଏତ ପୁସ୍ତକକୁ ଏହାର ପାରମ୍ପାରିକ ଶୀର୍ଷକ “୧ମ ଯୋହନ” କିମ୍ବା “ପ୍ରଥମ ଯୋହନ” ନାମିତ କରିବା ନିମନ୍ତେ ମନୋନୀତ କଲେ, ଯେପରିକି “ଯୋହନଙ୍କଠାରୁ ପ୍ରଥମ ପତ୍ର” କିମ୍ବା “ଯୋହନଙ୍କ ଲିଖିତ ପ୍ରଥମ ପତ୍ର” । (ଦେଖ: rc://*/ta/man/translate/translate-names)

ଭାଗ୨: ଗୁରୁତ୍ବପୂର୍ଣ୍ଣ ଧର୍ମ ବିଶ୍ବାସ ଏବଂ ସାଂସ୍କୃତିକ ଧାରଣା

କେଉଁ ଲୋକମାନେ ଥିଲେ ଯେଉଁମାନଙ୍କ ବିରୁଦ୍ଧରେ ଯୋହନ କହୁଥିଲେ?

ଯୋହନ ସମ୍ଭବତଃ ସେହି ଲୋକମାନଙ୍କ ବିରୁଦ୍ଧରେ କହୁଥିଲେ ଯେଉଁମାନେ ଜ୍ଞାନୀ ସ୍ବରୂପେ ପରିଚିତ ଥିଲେ । ଏହି ଲୋକମାନେ ବିଶ୍ବାସ କରୁଥିଲେ ଯେ ଭୌତିକ ଜଗତ ମନ୍ଦ ଅଟେ । ଯେହେତୁ ସେମାନେ ଯୀଶୁଙ୍କୁ ଈଶ୍ବର ହେବା ବିଶ୍ବାସ କରୁଥିଲେ, ସେମାନେ ପ୍ରତ୍ୟାଖାନ କଲେ ଯେ ସେ ପ୍ରକୃତ ମନୁଷ୍ୟ ଥିଲେ । ଏହାର କାରଣରୁ ସେମାନ ବିଶ୍ବାସ କରୁଥିଲେ ଯେ ଈଶ୍ବର ମନୁଷ୍ୟ ହୋଇ ପାରିବେ ନାହିଁ ଯେହେତୁ ଭୌତିକ ଶରୀର ମନ୍ଦ ଅଟେ । (ଦେଖ: rc://*/tw/dict/bible/kt/evil)

ଭାଗ ୩: ଅନୁବାଦରେ ଗୁରୁତ୍ବପୂର୍ଣ୍ଣ ସମସ୍ୟା

୧ମ ଯୋହନରେ “ରହିବା”, “ଲାଗି ରହିବା” ଏବଂ “ଆଜ୍ଞା ପାଳନ କରିବା,” ଶବ୍ଦଗୁଡ଼ିକର ଅର୍ଥ କ’ଣ ଅଟେ?

ଯୋହନ ସର୍ବଦା “ରହିବା”, “ଲାଗି ରହିବା” ଏବଂ “ଆଜ୍ଞା ପାଳନ କରିବା” ଶବ୍ଦସମୁହ ରୂପକ ଭାବେ ବ୍ୟବହାର କରିଅଛନ୍ତି । ଯୋହନ ଜଣେ ବିଶ୍ବାସୀ ଯୀଶୁଙ୍କ ପ୍ରତି ଅଧିକ ବିଶ୍ବସ୍ତ ହେବା ଏବଂ ଯୀଶୁଙ୍କୁ ଭଲରୁପେ ଜାଣିଥିବା ବିଷୟରେ କହିଲେ ଯେପରି ବିଶ୍ବାସୀଙ୍କଠାରେ ଯୀଶୁଙ୍କ ବାକ୍ୟ “ରହିଥିଲା” । ଆହୁରି ମଧ୍ୟ, ଯୋହନ ଜଣେ ବ୍ୟକ୍ତି ଅନ୍ୟବ୍ୟକ୍ତିଙ୍କ ସହିତ ଆତ୍ମିକଭାବେ ସଂଯୁକ୍ତ ହେବା କହୁଥିଲେ ଯେପରି ଜଣେ ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କଠାରେ “ରହିଥିଲେ” । ଖ୍ରୀଷ୍ଟିୟାନମାନଙ୍କୁ ଖ୍ରୀଷ୍ଟଙ୍କଠାରେ ଓ ଈଶ୍ବରଙ୍କଠାରେ ରହିବା ନିମନ୍ତେ କୁହାଯାଇଛି । ପିତା ପୁତ୍ରଙ୍କଠାରେ “ରହିବା” କୁହାଯାଇଛି ଏବଂ ପୁତ୍ର ପିତାଙ୍କ ଠାରେ “ରହିବା” କୁହାଯାଇଛି । ପୁତ୍ର ବିଶ୍ବାସୀମାନଙ୍କଠାରେ “ରହିବା” କୁହାଯାଇଛି । ପବିତ୍ରଆତ୍ମା ମଧ୍ୟ ବିଶ୍ବାସୀମାନଙ୍କଠାରେ “ରହିବା” କୁହାଯାଇଛି ।

ଅନେକ ଅନୁବାଦକମାନେ ଏହି ବିଷୟକୁ ସେମାନଙ୍କ ନିଜ ଭାଷାରେ ସମାନ ଅର୍ଥରେ ଅନୁବାଦ କରିବା ଅସମ୍ଭବ ମନେ କରନ୍ତି । ଉଦାହରଣ ସ୍ବରୂପ, ଯୋହନ ଈଶ୍ବରଙ୍କ ସହିତ ଖ୍ରୀଷ୍ଟିୟାନମାନେ ଆତ୍ମିକତାରେ ଏକତ୍ର “ରହିବା” କଳ୍ପନାକୁ ପ୍ରକାଶ କରିବା ନିମନ୍ତେ ଚାହାନ୍ତି ଯେତେବେଳେ ସେ କହନ୍ତି, “ଯେ ଈଶ୍ବରଙ୍କଠାରେ ରହେ ସେ କହନ୍ତି” (୧ମ ଯୋହନ୨:୬)। USTରେ କହନ୍ତି, “ଯଦି ଆମ୍ଭେମାନେ କହୁଅଛୁ ଯେ ଆମ୍ଭେମାନେ ଈଶ୍ବରଙ୍କଠାରେ ଲାଗି ରହିଛୁ, ”କିନ୍ତୁ ଅନୁବାଦକମାନେ ସର୍ବଦା ଅନ୍ୟ ପ୍ରକାଶନ ବ୍ୟକ୍ତ କରନ୍ତି ଯାହା ଏହି ଧାରଣାକୁ ସହଜରେ ବ୍ୟକ୍ତ କରେ

ଏହି ପରିଛେଦରେ, “ଈଶ୍ବରଙ୍କ ବାକ୍ୟ ତୁମ୍ଭମାନଙ୍କଠାରେ ରହିଅଛି” (୧ମ ଯୋହନ୨:୧୩), USTରେ ଏହି ବିଷୟକୁ ଏପରି ବ୍ୟକ୍ତ କରାଯାଇଛି ଯେପରିକି, “ତୁମ୍ଭେମାନେ ସର୍ବଦା ଈଶ୍ବରଙ୍କ ଆଜ୍ଞା ପାଳନ କର ।” ଅନେକ ଅନୁବାଦକମାନେ ଏହି ଅନୁବାଦକୁ ଏକ ଆଦର୍ଶ ରୂପରେ ବ୍ୟବହାର କରିବା ଇଛା କରିଥାଆନ୍ତି ।

୧ମ ଯୋହନ ପୁସ୍ତକର କେଉଁ ବାକ୍ୟରେ ମୂଖ୍ୟ ସମସ୍ୟାଗୁଡ଼ିକ ରହିଛି?

କାରଣ ନିମ୍ନଲିଖିତ ପଦଗୁଡିକରେ, ବାଇବଲର କେତେକ ଆଧୁନିକ ସଂସ୍କରଣ ପୁରାତନ ସଂସ୍କରଣଠାରୁ ଭିନ୍ନ ଅଟେ । ULT ସଂସ୍କରଣ ବାଇବଲରେ ଆଧୁନିକ ଲେଖାଯାଇଅଛି ଏବଂ ପୁରାତନ ସସ୍କରଣର ବାଇବଲରେ ଏକ ପ୍ରଦତ୍ତ ଟିକ୍କା ସ୍ବରୂପେ ଲେଖାଯାଇଅଛି । ଯଦି ବାଇବଲର ଏକ ଅନୁବାଦ ସାଧାରଣତଃ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଅନୁବାଦିତ ରହିଥାଏ, ତେବେ ଅନୁବାଦକମାନେ ସେହି ସଂସ୍କରଣଗୁଡିକରେ ମିଳିଥିବା ପଠନ ବ୍ୟବହାର କରିବା ଉଚିତ । ଯଦି ନୁହେ, ଅନୁବାଦକମାନେ ଆଧୁନିକ ବାଇବଲକୁ ଅନୁକରଣ କରିବା ଉଚିତ । ଆମ୍ଭେମାନେ ଏହି ବିଷୟ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛୁ ଯଦ୍ବାରା ଆମ୍ଭମାନଙ୍କର ଆନନ୍ଦ ପୂର୍ଣ୍ଣ ହୋଇପାରେ.” (୧:୪) । ""

  • କେତେକ ପୁରାତନ ସଂସ୍କରଣରେ, ଏବଂ ଆମ୍ଭେମାନେ ଏହି ବିଷୟ ତୁମ୍ଭମାନଙ୍କ ନିକଟକୁ ଲେଖୁଅଛୁ ଯେପରି ତୁମ୍ଭମାନଙ୍କର ଆନନ୍ଦ ପୂର୍ଣ୍ଣ ହୋଇପାରେ । ""
  • ଏବଂ ତୁମ୍ଭେମାନେ ସମସ୍ତେ ସତ୍ୟକୁ ଜାଣିଅଛ” (:). ଅନ୍ୟ ଆଧୁନିକ ସଂସ୍କରଣରେ, “ଏବଂ ତୁମ୍ଭସମସ୍ତଙ୍କର ଜ୍ଞାନ ଅଛି” । “କତେକ ପୁରାତନ ସଂସ୍କରଣରେ, “ଏବଂ ତୁମ୍ଭେମାନେ ସମସ୍ତ ବିଷୟରେ ଜାଣିଅଛ । ଏହା ।""
  • ""ଏବଂ ଏହାହି ଆମ୍ଭେମାନେ ଅଟୁ !” (୩:୧) । ULT, UST, ଏବଂ ଅଧିକାଂଶ ଆଧୁନିକ ସଂସ୍କରଣରେ ଏହି ପ୍ରକାରରେ ଲେଖାଯାଇଛି । କତେକ ପୁରୁଣା ସଂସ୍କରଣଗୁଡ଼ିକ ଏହି ବାକ୍ୟକୁ ଲେଖି ନାହାନ୍ତି ।
  • ""ଏବଂ ଯେଉଁ ଆତ୍ମା ଯୀଶୁଙ୍କୁ ଈଶ୍ବରଙ୍କଠାରୁ ଆଗତ ନୁହେଁ ବୋଲି ସ୍ବୀକାର କରେ” (୪:୩) । ULT, UST, ଏବଂ ଅଧିକାଂଶ ଆଧୁନିକ ସଂସ୍କରଣରେ ଏହି ପ୍ରକାରରେ ଲେଖାଯାଇଅଛି । କେତେକ ପୁରାତନ ସଂସ୍କରଣରେ, ”ଏବଂ ଯେଉଁ ସମସ୍ତ ଆତ୍ମା ଯୀଶୁଙ୍କୁ ସ୍ବୀକାର କରେ ନାହିଁ ଯେ ସେ ଶରୀରରେ ଈଶ୍ବରଙ୍କଠାରୁ ଆଗତ ନୁହନ୍ତି”

କାରଣ ନିମ୍ନଲିଖିତ ପରିଛେଦଗୁଡ଼ିକରେ, ଅନୁବାଦକମାନଙ୍କୁ ସୂଚନା ଦିଆଯାଉଅଛି ଯେ ସେମାନେ ULTରେ ଯେପରି ଲେଖାଯାଇଅଛି ସେହିପରି ଅନୁବାଦ କରିବା ଉଚିତ । ଯାହା ହେଉ, ଯଦି ଅନୁବାଦକମାନଙ୍କ କ୍ଷେତ୍ରରେ ପୁରାତନ ବାଇବଲର ସଂସ୍କରଣରେ ଏହି ଅନୁଚ୍ଛେଦଗୁଡ଼ିକ ରହିଅଛି, ଅନୁବାଦକମାନେ ଏହାକୁ ସଯୁକ୍ତ କରି ପାରନ୍ତି । ଯଦି ଏହାକୁ ସମ୍ପୃକ୍ତ କରାଯାଇନାହିଁ, ତେବେ ଏହାକୁ ଚିହ୍ନିତ କରିବା ନିମନ୍ତେ ବର୍ଗ ବନ୍ଧନୀ ([]) ମଧ୍ୟରେ ରଖାଯିବା ଉଚିତ ଯେ ଏହା ସମ୍ଭବତଃ ୧ମ ଯୋହନର ମୁଳ ସଂସ୍କରଣ ନୁହେ ।

  • ""କାରଣ ତିନି ଜଣ ସାକ୍ଷ ଦେବେ: ଆତ୍ମା, ଜଳ, ଓ ରକ୍ତ ।ଏହି ତିନୋଟି ଚୁକ୍ତିବଦ୍ଧ ଅଟନ୍ତି.”(୫:୭-୮) । କେତେକ ପୁରାତନ ସଂସ୍କରଣରେ, “କାରଣ ସ୍ବର୍ଗରେ ତିନି ଜଣ ସାକ୍ଷ ଦେବେ: ପିତା, ବାକ୍ୟ, ଏବଂ ପବିତ୍ରଆତ୍ମା; ଏବଂ ଏହି ତିନି ଜଣ ଏକ ଅଟନ୍ତି । ଏବଂ ଏହି ତିନି ଜଣ ପୃଥିବୀରେ ସାକ୍ଷ ଦେବେ: ଆତ୍ମା, ଜଳ, ଏବଂ ରକ୍ତ; ଏବଂ ଏହି ତିନି ଜଣ ଏକ ଅଟନ୍ତି । ”

(ଦେଖ: rc://*/ta/man/translate/translate-textvariants)