or_tn/1jn/02/intro.md

3.6 KiB
Raw Permalink Blame History

୧ମ ଯୋହନ ଅଧ୍ୟାୟ ସାଧାରଣ ଟିପ୍ପଣୀ

ଏହି ଅଧ୍ୟାୟର ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ

ଭଣ୍ଡ ଖ୍ରୀଷ୍ଟ

ଏହି ଅଧ୍ୟାୟରେ ଯୋହନ ଜଣେ ନିର୍ଦ୍ଧିଷ୍ଟ ଭଣ୍ଡ ଖ୍ରୀଷ୍ଟ ବିରୋଧି ଏବଂ ଅନେକ ଖ୍ରୀଷ୍ଟାରୀମାନଙ୍କ ବିଷୟରେ ଲେଖନ୍ତି । “ଭଣ୍ଡ ଖ୍ରାଷ୍ଟ”ର ଅର୍ଥ “ଖ୍ରୀଷ୍ଟଙ୍କୁ ବିରୋଧ କରିବା”। ଭଣ୍ଡ ଖ୍ରୀଷ୍ଟ ଜଣେ ବ୍ୟକ୍ତି ଅଟନ୍ତି ଯେ ଶେଷ ସମୟରେ ଆସିବେ ଏବଂ ଯୀଶୁଙ୍କ କାର୍ଯ୍ୟକୁ ଅନୁସରଣ କରିବେ, କିନ୍ତୁ ସେ ଏହା ମନ୍ଦ ଉଦେଶ୍ବରେ କରିବ । ଏହି ବ୍ୟକ୍ତି ଆସିବା ପୁର୍ବରୁ, ଅନେକ ଲୋକ ଖ୍ରୀଷ୍ଟଙ୍କ ବିରୁଦ୍ଧରେ କାର୍ଯ୍ୟ କରିବେ; ସେମାନଙ୍କୁ ମଧ୍ୟ “ଭଣ୍ଡଖ୍ରୀଷ୍ଟ” କୁହାଯାଏ । (ଦେଖ: [[rc:///tw/dict/bible/kt/antichrist]] ଏବଂ [[rc:///tw/dict/bible/kt/lastday]] ଏବଂ rc://*/tw/dict/bible/kt/evil)

ଏହି ଅଧ୍ୟାୟରେ ଗୁରୁତ୍ବପୂର୍ଣ୍ଣ ଶଦ୍ଦ ଚିତ୍ରଗୁଡ଼ିକ

ରୂପକ

ଏହି ଅଧ୍ୟାୟରେ ଅନେକ ସମାନଭାବ ରୂପକ ବ୍ୟବହାର କରାଯାଇଅଛି ।

ଈଶ୍ବରଙ୍କଠାରେ ରହିବା ଗୋଟିଏ ରୂପକ ସ୍ବରୂପ ଈଶ୍ବରଙ୍କ ସହଭାଗିତାରେ ରହିବା ଅର୍ଥକୁ ପ୍ରକାଶ କରେ । ଈଶ୍ବରଙ୍କ ବାକ୍ୟ ଓ ସତ୍ୟ ଲୋକମାନଙ୍କଠାରେ ରହିବା ଗୋଟିଏ ରୂପକ ଅଟେ କାରଣ ଈଶ୍ବରଙ୍କ ବାକ୍ୟକୁ ଜାଣିବା ଏବଂ ପାଳନ କରିବା ଅର୍ଥକୁ ପ୍ରକାଶ କରେ ।

ଚାଲିବା ଏକ ରୂପକ ଅଟେ ଯାହା ସ୍ବଭାବର ଅର୍ଥକୁ ପ୍ରକାଶ କରେ । ଜଣେ ଲୋକ କେଉଁଠିକୁ ଯାଉଛି ତାହା ସେ ଜାଣେ ନାହିଁ ଏକ ରୂପକ ଅଟେ ଯାହା କେଉଁ ପ୍ରକାରରେ ଆଚରଣ କରିବା ବା ବ୍ୟବହାର କରିବା ବିଷୟରେ ଜାଣେ ନାହିଁ । ଝୁଣ୍ଟି ପଡିବା ପାପ କରିବା ନିମନ୍ତେ ଏକ ରୂପକ ଅଟେ ଯାହା ପାପ କରିବା ଅର୍ଥକୁ ପ୍ରକାଶ କରେ ।

ଆଲୋକ ଏକ ରୂପକ ଅଟେ ଯାହା ଜାଣିବା ଓ ସଠିକ୍ କାର୍ଯ୍ୟ କରିବା ଅର୍ଥକୁ ପ୍ରକାଶ କରିଥାଏ । ଅନ୍ଧକାର ଏବଂ ଦୃଷ୍ଟିହୀନତା ଏକ ରୂପକ ଅଟେ ଯାହା ସଠିକ୍ ବିଷୟରେ ଅଜ୍ଞାତ ରହିବା ଏବଂ ଭୂଲ୍ କର୍ଯ୍ୟ କରିବା ଅର୍ଥକୁ ପ୍ରକାଶ କରେ ।

ଲୋକମାନଙ୍କୁ ବିପଥଗାମୀ କରିବା ଏକ ରୂପକ ଅଟେ ଯାହା ସତ୍ୟ ନୁହେଁ ତାହା ଲୋକମାନଙ୍କୁ ଶିକ୍ଷା ଦେବା ଅର୍ଥକୁ ପ୍ରକାଶ କରେ । (ଦେଖ: rc://*/ta/man/translate/figs-metaphor)