or_tn/act/26/intro.md

14 lines
2.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# ପ୍ରେରିତ ୨୬ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ
ପ୍ରେରିତ ପୁସ୍ତକରେ ଏହା ପାଉଲଙ୍କ ପରିବର୍ତ୍ତନର ତୃତୀୟ ବିବରଣୀ I ଯେହେତୁ ଆଦ୍ୟ ମଣ୍ଡଳୀରେ ଏହା ଗୋଟିଏ ଗୁରୁତ୍ବପୂର୍ଣ୍ଣ ଘଟଣା, ତେଣୁକରି ପାଉଲଙ୍କ ପରିବର୍ତ୍ତନର ତିନୋଟି ବିବରଣୀ ରହିଛି I (ଦେଖ: [ପ୍ରେରିତ ୯](../09/01.md) ଓ [ପ୍ରେରିତ ](../22/01.md))
ପାଉଲ ରାଜା ଆଗ୍ରିପ୍ପାଙ୍କୁ କହିଲେ ଯେ ସେ ଯାହା କରିଥିଲେ ତାହା କାହିଁକି କରିଥିଲେ ଓ ସେଥିପାଇଁ ଶାସନକର୍ତ୍ତା ତାହାଙ୍କୁ ଦଣ୍ଡ ଦେବା ଉଚିତ ନୁହେଁ I
## ଏହି ଅଧ୍ୟାୟର ବିଶେଷ ଧାରଣା
### ଆଲୋକ ଓ ଅନ୍ଧକାର
ବାଇବଲ ବାରମ୍ବାର ଅଧାର୍ମିକ ଲୋକମାନଙ୍କ ବିଷୟରେ କହେ, ଯେଉଁ ଲୋକମାନେ ଈଶ୍ବରଙ୍କ ସନ୍ତୋଷଜନକ ବିଷୟ କରନ୍ତି ନାହିଁ; ସତେ ଯେପରି ସେମାନେ ଅନ୍ଧକାରରେ ଦରାଣ୍ଡି ହୁଅନ୍ତି I ଏହା ଆଲୋକ ବିଷୟରେ କହେ ଯେ ସତେ ଯେପରି ଏହା ପାପୀ ଲୋକମାନଙ୍କୁ ଧାର୍ମିକ ହେବାକୁ, ଅର୍ଥାତ୍ ସେମାନେ କ’ଣ ଭୁଲ୍ କରୁଛନ୍ତି ତାହା ବୁଝିବାକୁ ଓ ଈଶ୍ବରଙ୍କ ଆଜ୍ଞାପାଳନ କରିବାପାଇଁ ଆରମ୍ଭ କରିବାକୁ ସମର୍ଥ କରେ I (ଦେଖ: [[rc://*/tw/dict/bible/kt/righteous]])