# ପ୍ରେରିତ ୨୬ ସାଧାରଣ ସୂଚନା ## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ ପ୍ରେରିତ ପୁସ୍ତକରେ ଏହା ପାଉଲଙ୍କ ପରିବର୍ତ୍ତନର ତୃତୀୟ ବିବରଣୀ I ଯେହେତୁ ଆଦ୍ୟ ମଣ୍ଡଳୀରେ ଏହା ଗୋଟିଏ ଗୁରୁତ୍ବପୂର୍ଣ୍ଣ ଘଟଣା, ତେଣୁକରି ପାଉଲଙ୍କ ପରିବର୍ତ୍ତନର ତିନୋଟି ବିବରଣୀ ରହିଛି I (ଦେଖ: [ପ୍ରେରିତ ୯](../09/01.md) ଓ [ପ୍ରେରିତ ୨୨](../22/01.md)) ପାଉଲ ରାଜା ଆଗ୍ରିପ୍ପାଙ୍କୁ କହିଲେ ଯେ ସେ ଯାହା କରିଥିଲେ ତାହା କାହିଁକି କରିଥିଲେ ଓ ସେଥିପାଇଁ ଶାସନକର୍ତ୍ତା ତାହାଙ୍କୁ ଦଣ୍ଡ ଦେବା ଉଚିତ ନୁହେଁ I ## ଏହି ଅଧ୍ୟାୟର ବିଶେଷ ଧାରଣା ### ଆଲୋକ ଓ ଅନ୍ଧକାର ବାଇବଲ ବାରମ୍ବାର ଅଧାର୍ମିକ ଲୋକମାନଙ୍କ ବିଷୟରେ କହେ, ଯେଉଁ ଲୋକମାନେ ଈଶ୍ବରଙ୍କ ସନ୍ତୋଷଜନକ ବିଷୟ କରନ୍ତି ନାହିଁ; ସତେ ଯେପରି ସେମାନେ ଅନ୍ଧକାରରେ ଦରାଣ୍ଡି ହୁଅନ୍ତି I ଏହା ଆଲୋକ ବିଷୟରେ କହେ ଯେ ସତେ ଯେପରି ଏହା ପାପୀ ଲୋକମାନଙ୍କୁ ଧାର୍ମିକ ହେବାକୁ, ଅର୍ଥାତ୍ ସେମାନେ କ’ଣ ଭୁଲ୍ କରୁଛନ୍ତି ତାହା ବୁଝିବାକୁ ଓ ଈଶ୍ବରଙ୍କ ଆଜ୍ଞାପାଳନ କରିବାପାଇଁ ଆରମ୍ଭ କରିବାକୁ ସମର୍ଥ କରେ I (ଦେଖ: [[rc://*/tw/dict/bible/kt/righteous]])