140 lines
58 KiB
Plaintext
140 lines
58 KiB
Plaintext
Book Chapter Verse ID SupportReference OrigQuote Occurrence GLQuote OccurrenceNote

TIT front intro m2jl 0 # ତୀତସ୍ ପୁସ୍ତକର ପରିଚୟ
## ପ୍ରଥମ ଭାଗ: ସାଧାରଣ ପରିଚୟ

### ତୀତସ୍ ପୁସ୍ତକର ରୂପରେଖ

1. ପାଉଲ ତୀତସଙ୍କୁ ଈଶ୍ବର ପରାୟଣ ନେତାମାନଙ୍କୁ ନିଯୁକ୍ତ କରିବାକୁ ଉପଦେଶ ଦେଉଛନ୍ତି (୧:୧-୧୬)
1. ଲୋକମାନଙ୍କୁ ଈଶ୍ବର ପରାୟଣ ଜୀବନ ଯାପନ କରିବା ନିମନ୍ତେ ତାଲିମ ଦେବାକୁ ପାଉଲ ତୀତସଙ୍କୁ ଉପଦେଶ ଦେଉଛନ୍ତି (୨:୧-୩:୧୧)
1. ଆପଣାର କିଛି ଯୋଜନା ବିଷୟରେ କହି ଓ ବିଶ୍ବାସୀମାନଙ୍କୁ ନମସ୍କାର ଜଣାଇ ପାଉଲ ପତ୍ରଟି ସମାପ୍ତ କରୁଛନ୍ତି (୩:୧୨-୧୫)

### ତୀତସ୍ ପୁସ୍ତକକୁ କିଏ ଲେଖିଥିଲେ?

ପାଉଲ ତୀତସ୍ ପୁସ୍ତକ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲାପରେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟସାରା ଯାତ୍ରା କରିଥିଲେ I

### ତୀତସ୍ ପୁସ୍ତକରେ କେଉଁ ବିଷୟ ଲେଖାଅଛି?

ପାଉଲ ଆପଣା ସହକର୍ମୀ ତୀତସଙ୍କୁ ଏହା ଲେଖିଥିଲେ, ଯିଏ କି କ୍ରୀତୀ ଦ୍ବୀପର ମଣ୍ଡଳୀ ଗୁଡିକୁ ନେତୃତ୍ବ ପ୍ରଦାନ କରୁଥିଲେ I ପାଉଲ ତାହାଙ୍କୁ ମଣ୍ଡଳୀର ନେତାମାନଙ୍କୁ ବାଛିବା ବିଷୟରେ ଉପଦେଶ ଦେଇଥିଲେ I ପାଉଲ ମଧ୍ୟ ବର୍ଣ୍ଣନା କରିଥିଲେ ଯେ ବିଶ୍ବାସୀମାନେ କିପରି ପରସ୍ପର ସହିତ ବ୍ୟବହାର କରିବା ଉଚିତ I ଆଉ ସେ ସମସ୍ତଙ୍କୁ ଈଶ୍ବରଙ୍କ ସନ୍ତୋଷଜନକ ମାର୍ଗରେ ଜୀବନ ଯାପନ କରିବା ନିମନ୍ତେ ଉତ୍ସାହିତ କରିଥିଲେ I

### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକକୁ ନେଇ ଏହାକୁ “ତୀତସ୍” ବୋଲି କହିପାରନ୍ତି I କିମ୍ବା ସେମାନେ “ତୀତସ୍ ଙ୍କ ନିକଟକୁ ପାଉଲଙ୍କର ପତ୍ର” କିଅବା “ତୀତସ୍ ଙ୍କ ନିକଟକୁ ଗୋଟିଏ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: [[rc://en/ta/man/translate/translate-names]])

## ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

### ମଣ୍ଡଳୀରେ ଲୋକମାନେ କିପରି ଭୂମିକା ନେଇ ସେବା କରିପାରିବେ?

ଜଣେ ସ୍ତ୍ରୀ ଲୋକ ଅବା ଜଣେ ଛାଡପତ୍ର ପାଇଥିବା ଲୋକ ମଣ୍ଡଳୀର ନେତୃତ୍ବ ସ୍ଥାନରେ ଥାଇ ସେବା କରିପାରିବ କି ନାହିଁ, ସେ ବିଷୟରେ ତୀତସ୍ ପୁସ୍ତକରେ କିଛି ଶିକ୍ଷା ଅଛି I ପଣ୍ଡିତମାନେ ଏହି ଶିକ୍ଷାର ଅର୍ଥ ବିଷୟରେ ଏକମତ ନୁହନ୍ତି I ଏହି ପୁସ୍ତକ ଅନୁବାଦ କରିବା ପୂର୍ବରୁ ଏହି ବିଷୟଗୁଡିକ ଉପରେ ଅଧିକ କିଛି ଅଧ୍ୟୟନ କରିବା ଆବଶ୍ୟକ ହୋଇପାରେ I

## ତୃତୀୟ ଭାଗ:ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା

### ଏକବଚନ ଓ ବହୁବଚନ “ତୁମ୍ଭେ”
ଏହି ପୁସ୍ତକରେ, “ମୁଁ” ଶବ୍ଦଟି ପାଉଲଙ୍କୁ ବୁଝାଏ I ମଧ୍ୟ, “ତୁମ୍ଭେ” ଶବ୍ଦଟି ପ୍ରାୟତଃ ସବୁବେଳେ ଏକବଚନ ଥାଇ ତୀତସଙ୍କୁ ବୁଝାଏ I ଏହାର ବ୍ୟତିକ୍ରମଟି ହେଉଛି ୩:୧୫ I (ଦେଖ: [[rc://en/ta/man/translate/figs-exclusive]] ଓ [[rc://en/ta/man/translate/figs-you]])

### “ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବର”ର ଅର୍ଥ କଅଣ?

ଏହି ପତ୍ରରେ ଏହା ଗୋଟିଏ ସାଧାରଣ ବାକ୍ୟାଂଶ I ଈଶ୍ବର କିପରି ତାହାଙ୍କ ବିରୁଦ୍ଧରେ ପାପ କରିଥିବା ପାପୀମାନଙ୍କୁ ଖ୍ରୀଷ୍ଟଙ୍କଠାରେ କ୍ଷମା କଲେ, ତାହା ପାଠକମାନେ ଚିନ୍ତା କରନ୍ତୁ ବୋଲି ପାଉଲ ଏହା ଲେଖିଛନ୍ତି I ଆଉ ସେମାନଙ୍କୁ କ୍ଷମାକରିବା ଦ୍ବାରା ସମସ୍ତ ଲୋକଙ୍କ ବିଚାର କରିବା ସମୟରେ ଦଣ୍ଡ ପାଇବାରୁ ସେ ସେମାନଙ୍କୁ ଉଦ୍ଧାର କରିଛନ୍ତି I ଏହି ପତ୍ରରେ ଥିବା ସେହି ଏକାପରି ବାକ୍ୟାଂଶ ହେଉଛି, “ଆମ୍ଭମାନଙ୍କ ମହାନ୍ ଈଶ୍ବର ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟ I”

TIT 1 intro c7me 0 # ତୀତସ୍ ୦୧ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ପାଉଲ ୧-୪ ପଦରେ ଔପଚାରିକଭାବରେ ପତ୍ରଟିର ପରିଚୟ ଦିଅନ୍ତି I ପ୍ରାଚୀନ ନିକଟପ୍ରାଚ୍ୟ ଅଞ୍ଚଳର ଲେଖକମାନେ ପ୍ରାୟତଃ ପତ୍ରଗୁଡିକ ଏହି ପ୍ରକାର ଭାବରେ ଆରମ୍ଭ କରୁଥିଲେ I

୬-୯ ପଦରେ, ପାଉଲ ମଣ୍ଡଳୀର ଜଣେ ପ୍ରାଚୀନ ହେବା ନିମନ୍ତେ କି କି ଗୁଣର ଆବଶ୍ୟକ, ତା’ର ଏକ ତାଲିକା ଦେଉଛନ୍ତି I (ଦେଖ: rc://en/ta/man/translate/figs-abstractnouns) ପାଉଲ ସେହିପରି ଏକ ତାଲିକା ୧ ତୀମଥି ୩ ଅଧ୍ୟାୟରେ ଦେଉଛନ୍ତି I

## ଏହି ଅଧ୍ୟାୟର ବିଶେଷ ଧାରଣା

### ପ୍ରାଚୀନ

ମଣ୍ଡଳୀର ନେତାମାନଙ୍କ ନିମନ୍ତେ ମଣ୍ଡଳୀ ବିଭିନ୍ନ ଉପାଧି ବ୍ୟବହାର କରିଅଛି I କେତେକ ଉପାଧି ପ୍ରାଚୀନ, ସେବକ, ପାଳକ ଓ ଅଧ୍ୟକ୍ଷ ଭାବରେ ପରିଚିତ I

## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

### ଉଚିତ, ହୋଇପାରେ, ନିଶ୍ଚୟ ହେବା ଆବଶ୍ୟକ
ULT ବିଭିନ୍ନ ଆବଶ୍ୟକତା ଓ ଦାୟିତ୍ବକୁ ବୁଝାଇବାପାଇଁ ବିଭିନ୍ନ ଶବ୍ଦ ବ୍ୟବହାର କରିଥାଏ I ଏହି କ୍ରିୟାଗୁଡିକର ତହିଁ ସହିତ ସମ୍ପୃକ୍ତ ବିଭିନ୍ନ ସ୍ତରର ଗୁରୁତ୍ବ ରହିଛି I ଏହି ପ୍ରକାର ସୁକ୍ଷ୍ମ ପାର୍ଥକ୍ୟକୁ ଅନୁବାଦ କରିବା କଷ୍ଟକର ହୋଇଥାଏ I UST ଏହି କ୍ରିୟାଗୁଡିକୁ ଅଧିକ ସାଧାରଣ ଭାବରେ ଅନୁବାଦ କରିଥାଏ I

TIT 1 1 rtc9 κατὰ πίστιν 1 for the faith of ବିଶ୍ବାସକୁ ବଳବାନ୍ କରିବା ସକାଶେ

TIT 1 1 fyf8 τῆς κατ’ εὐσέβειαν 1 that agrees with godliness ଯାହା ଈଶ୍ବରଙ୍କ ସମ୍ଭ୍ରମ ନିମନ୍ତେ ଯୋଗ୍ୟ

TIT 1 2 r2gj πρὸ χρόνων αἰωνίων 1 before all the ages of time ସମୟର ଆରମ୍ଭ ପୂର୍ବରୁ

TIT 1 3 b22h καιροῖς ἰδίοις 1 At the right time ଯଥା ସମୟରେ

TIT 1 3 swi9 figs-metaphor ἐφανέρωσεν ... τὸν λόγον αὐτοῦ 1 he revealed his word ପାଉଲ ଈଶ୍ବରଙ୍କ ବାକ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହାକୁ ଦୃଶ୍ୟଭାବରେ ଲୋକମାନଙ୍କୁ ଦେଖାଇ ଦିଆଯାଇପାରିବ I ବିକଳ୍ପ ଅନୁବାଦ: “ସେ ମୋତେ ତାହାଙ୍କର ସମ୍ବାଦ ବୁଝିବାକୁ ଦେଲେ” (ଦେଖ: [[rc://en/ta/man/translate/figs-metaphor]])

TIT 1 3 m41u ὃ ἐπιστεύθην ἐγὼ 1 he trusted me to deliver ସେ ମୋ’ଠାରେ ଭରସା କଲେ କିମ୍ବା “ସେ ମୋତେ ପ୍ରଚାର କରିବାକୁ ଦାୟିତ୍ବ ଦେଲେ”

TIT 1 3 dpn4 τοῦ Σωτῆρος ἡμῶν Θεοῦ 1 God our Savior ଆମ୍ଭମାନଙ୍କ ତ୍ରାଣକାର୍ତ୍ତା ଈଶ୍ବର

TIT 1 4 gu55 figs-metaphor γνησίῳ τέκνῳ 1 a true son ଯଦିଓ ତୀତସ୍ ପାଉଲଙ୍କର ଜନ୍ମଗତ ପୁତ୍ର ନ ଥଲେ, ତଥାପି ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିଲେ I ତେଣୁ, ଖ୍ରୀଷ୍ଟରେ, ପାଉଲ ତୀତସଙ୍କୁ ଆପଣାର ନିଜ ପୁତ୍ର ବୋଲି ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେ ମୋ ପ୍ରତି ଜଣେ ପୁତ୍ର ସଦୃଶ” (ଦେଖ: [[rc://en/ta/man/translate/figs-metaphor]])

TIT 1 4 wx6c κοινὴν πίστιν 1 our common faith ପାଉଲ ଖ୍ରୀଷ୍ଟଙ୍କଠାରେ ଥିବା ସେହି ସମାନ ବିଶ୍ବାସକୁ ପ୍ରକାଶ କରୁଛନ୍ତି, ଯାହା ସେମାନଙ୍କ ଉଭୟଙ୍କଠାରେ ଥିଲା I ବିକଳ୍ପ ଅନୁବାଦ: “ଯେଉଁ ଶିକ୍ଷାକୁ ଆମ୍ଭେ ଉଭୟ ବିଶ୍ବାସ କରୁଥିଲୁ”

TIT 1 4 h93t figs-ellipsis χάρις καὶ εἰρήνη 1 Grace and peace ଏହା ପାଉଲଙ୍କର ସାଧାରଣ ଭାବେ ବ୍ୟବହାର କରୁଥିବା ଅଭିବାଦନ I ତୁମେ ବୁଝିହେଉଥିବା ସୂଚନାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରିପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ଆନ୍ତରିକ ଭାବେ ଦୟା ଓ ଶାନ୍ତି ଅନୁଭବ କରୁଥାଅ” (ଦେଖ: [[rc://en/ta/man/translate/figs-ellipsis]])

TIT 1 4 s3yr Χριστοῦ Ἰησοῦ τοῦ Σωτῆρος ἡμῶν 1 Christ Jesus our Savior ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁ

TIT 1 5 ew8h τούτου χάριν 1 For this purpose ସେଥିପାଇଁ

TIT 1 5 lh9b ἀπέλιπόν σε ἐν Κρήτῃ 1 I left you in Crete ମୁଁ ତୁମ୍ଭକୁ କ୍ରୀତୀରେ ରହିବାକୁ କହିଥିଲି

TIT 1 5 ga62 ἵνα τὰ λείποντα ἐπιδιορθώσῃ 1 that you might set in order things not yet complete ଯେପରି ତୁମ୍ଭେ ଆବଶ୍ୟକ ଥିବା କାର୍ଯ୍ୟକୁ ସମାପ୍ତ କରିବ

TIT 1 5 b52u καταστήσῃς ... πρεσβυτέρους 1 ordain elders ପ୍ରାଚୀନମାନଙ୍କୁ ନିଯୁକ୍ତ କର କିମ୍ବା “ପ୍ରାଚୀନମାନଙ୍କୁ ମନୋନୀତ କର”

TIT 1 5 p56w πρεσβυτέρους 1 elders ଆଦ୍ୟ ଖ୍ରୀଷ୍ଟିୟ ମଣ୍ଡଳୀରେ, ପ୍ରାଚୀନମାନେ ବିଶ୍ବାସୀମାନଙ୍କ ସମାବେଶକୁ ଆତ୍ମିକ ନେତୃତ୍ବ ଦେଉଥିଲେ

TIT 1 6 wja4 0 Connecting Statement: କ୍ରୀତୀ ଦ୍ବୀପର ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ କହିଲାପରେ, ପାଉଲ ପ୍ରାଚୀନମାନଙ୍କ ଆବଶ୍ୟକ ଯୋଗ୍ୟତା ବିଷୟରେ କହୁଛନ୍ତି I

TIT 1 6 jen8 εἴ τίς ἐστιν ἀνέγκλητος ... ἀνήρ 1 An elder must be without blame, the husband “ନିର୍ଦ୍ଦୋଷ” ହେବାର ଅର୍ଥ ହେଉଛି କୌଣସି ମନ୍ଦ ବିଷୟ କରୁ ନ ଥିବା ଲୋକଭାବରେ ପରିଚିତ ଥିବା I ବିକଳ୍ପ ଅନୁବାଦ: “ଜଣେ ପ୍ରାଚୀନର କୁଖ୍ୟାତି ନ ଥିବା ଆବଶ୍ୟକ ଓ ସେ ଜଣେ ସ୍ବାମୀ ହୋଇଥିବା ଉଚିତ”

TIT 1 6 q6uy figs-explicit μιᾶς γυναικὸς ἀνήρ 1 the husband of one wife ଏହାର ଅର୍ଥ ହେଉଛି ଯେ ତାଙ୍କର ଏକମାତ୍ର ସ୍ତ୍ରୀ ଥିବ, ଅର୍ଥାତ୍, ତାଙ୍କର ଆଉ ଅନ୍ୟ ସ୍ତ୍ରୀ କି ଉପପତ୍ନୀ ନ ଥିବେ I ଏହା ମଧ୍ୟ ସୂଚିତ କରିପାରେ ଯେ ସେ ବ୍ୟଭିଚାର କରୁନାହିଁ କି କୌଣସି ପୂର୍ବ ସ୍ତ୍ରୀକୁ ଛାଡପତ୍ର ଦେଇନାହିଁ I ବିକଳ୍ପ ଅନୁବାଦ: “ଜଣେ ଲୋକ ଯାହାର କେବଳ ଏକମାତ୍ର ସ୍ତ୍ରୀ ଅଛି” କିମ୍ବା “ଜଣେ ଲୋକ ଯେ କି ଆପଣା ସ୍ତ୍ରୀ ପ୍ରତି ବିଶ୍ବସ୍ତ ଅଟେ” (ଦେଖ: [[rc://en/ta/man/translate/figs-explicit]])

TIT 1 6 wd6q τέκνα ... πιστά 1 faithful children ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ସନ୍ତାନମାନେ ୨) ଭରସାଯୋଗ୍ୟ ସନ୍ତାନମାନେ I

TIT 1 7 lz7x τὸν ἐπίσκοπον 1 overseer ସେହି ସମାନ ଆତ୍ମିକ ନେତୃତ୍ବ ପଦପାଇଁ ଏହା ଆଉ ଗୋଟିଏ ନାମ, ଯାହାକୁ ପାଉଲ ୧:୬ରେ “ପ୍ରାଚୀନ” ବୋଲି ଉଲ୍ଲେଖ କରୁଛନ୍ତି I

TIT 1 7 g2zf figs-metaphor Θεοῦ οἰκονόμον 1 God's household manager ପାଉଲ ମଣ୍ଡଳୀ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଈଶ୍ବରଙ୍କ ପରିବାର ଓ ଅଧ୍ୟକ୍ଷଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେ ସେହି ପରିବାରର ପରିଚାଳନା ଦାୟିତ୍ବରେ ଥିବା ଜଣେ ସେବକ ଅଟନ୍ତି I (ଦେଖ: [[rc://en/ta/man/translate/figs-metaphor]])

TIT 1 7 d6l1 μὴ πάροινον 1 not addicted to wine ଜଣେ ମଦ୍ୟପାୟୀ ନୁହନ୍ତି କିମ୍ବା “ଯେ ଅଧିକ ମଦ୍ୟପାନ କରିବା ଲୋକ ନୁହଁ”

TIT 1 7 j1qq μὴ πλήκτην 1 not a brawler ଆଶୁକ୍ରୋଧୀ ନୁହନ୍ତି କିମ୍ବା “ବିବାଦପ୍ରିୟ ନୁହନ୍ତି”

TIT 1 8 i549 ἀλλὰ 1 Instead ପାଉଲ ଆପଣା ତର୍କକୁ ଜଣେ ପ୍ରାଚୀନ କିପରି ହେବା ଉଚିତ ନୁହଁରୁ ଜଣେ ପ୍ରାଚୀନ କିପରି ହେବା ଉଚିତରେ ପରିବର୍ତ୍ତନ କରୁଛନ୍ତି I

TIT 1 8 vkq1 φιλάγαθον 1 a friend of what is good ଯେ ଉତ୍ତମ ବିଷୟର ଅନୁରାଗୀ

TIT 1 9 xwy6 figs-metaphor ἀντεχόμενον 1 hold tightly to ଖ୍ରୀଷ୍ଟିୟାନ ବିଶ୍ବାସ ପ୍ରତି ଅନୁରକ୍ତ ହେବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଜଣକର ହାତରେ ବିଶ୍ବାସକୁ ଧରିବା ପରି I ବିକଳ୍ପ ଅନୁବାଦ: “ଅନୁରକ୍ତ ହୁଅ” କିମ୍ବା “ଉତ୍ତମଭାବେ ଜାଣ” (ଦେଖ: [[rc://en/ta/man/translate/figs-metaphor]])

TIT 1 9 pzi1 τῇ διδασκαλίᾳ τῇ ὑγιαινούσῃ 1 good teaching ସେ ଈଶ୍ବରଙ୍କ ବିଷୟରେ ଯାହା ସତ୍ୟ ଓ ଅନ୍ୟ ଆତ୍ମିକ ବିଷୟସବୁ ଶିକ୍ଷାଦେବା ଉଚିତ I

TIT 1 10 xsq9 0 Connecting Statement: ଈଶ୍ବରଙ୍କ ବାକ୍ୟର ବିରୋଧ କରୁଥିବା ଲୋକମାନଙ୍କ ସକାଶୁ, ପାଉଲ ତୀତସଙ୍କୁ ଈଶ୍ବରଙ୍କ ବାକ୍ୟର ପ୍ରଚାର କରିବାର କାରଣସବୁ ଦେଉଛନ୍ତି ଓ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କ କରାଉଛନ୍ତି I

TIT 1 10 w9kk ἀνυπότακτοι 1 rebellious people ଏମାନେ ବିଦ୍ରୋହୀ ଲୋକେ, ଯେଉଁମାନେ ପାଉଲଙ୍କ ସୁସମାଚାରର ବାକ୍ୟକୁ ବିରୋଧ କରୁଛନ୍ତି I

TIT 1 10 ga6n figs-metaphor ματαιολόγοι, καὶ φρεναπάται 1 empty talkers and deceivers ଏହି ବାକ୍ୟାଂଶ ପୂର୍ବ ବାକ୍ୟାଂଶରେ ଉଲ୍ଲେଖ କରାଯାଇଥିବା ବିଦ୍ରୋହୀ ଲୋକମାନଙ୍କ ବିଷୟ ବର୍ଣ୍ଣନା କରେ I ଏଠାରେ “ଅସାର” ମୂଲ୍ୟହୀନ ନିମନ୍ତେ ଗୋଟିଏ ରୂପକ, ଓ “ଅସାର ବାକ୍ୟବାଦୀ”ମାନେ ହେଉଛନ୍ତି, ଯେଉଁମାନେ ମୂଲ୍ୟହୀନ ବା ନିର୍ବୋଧ କଥା କହନ୍ତି I ବିକଳ୍ପ ଅନୁବାଦ: “ଯେଉଁ ଲୋକମାନେ ମୂଲ୍ୟହୀନ କଥାକହି ଅନ୍ୟମାନଙ୍କୁ ପ୍ରବଞ୍ଚିତ କରନ୍ତି” (ଦେଖ: [[rc://en/ta/man/translate/figs-metaphor]])

TIT 1 10 pu74 figs-metonymy οἱ ἐκ τῆς περιτομῆς 1 those of the circumcision ଏହା ଖ୍ରୀଷ୍ଟିୟାନ ଯିହୂଦୀମାନଙ୍କୁ ବୁଝାଏ, ଯେଉଁମାନେ ଶିକ୍ଷା ଦେଉଥିଲେ ଯେ ଖ୍ରୀଷ୍ଟଙ୍କର ଶିଷ୍ୟ ହେବାପାଇଁ ପୁରୁଷମାନେ ସୁନ୍ନତ ହେବା ଆବଶ୍ୟକ I (ଦେଖ: [[rc://en/ta/man/translate/figs-metonymy]])

TIT 1 11 f4iy οὓς δεῖ ἐπιστομίζειν 1 It is necessary to stop them ସେମାନଙ୍କୁ ସେମାନଙ୍କ ଶିକ୍ଷା ବିସ୍ତାର କରିବାରୁ ନିବୃତ୍ତ କରାଯିବା ଆବଶ୍ୟକ କିମ୍ବା “ସେମାନଙ୍କ କଥା ଦ୍ବାରା ଅନ୍ୟମାନଙ୍କୁ ପ୍ରଭାବିତ କରିବାରୁ ସେମାନଙ୍କୁ ଅଟକାଇବା ଆବଶ୍ୟକ”

TIT 1 11 tw4e ἃ μὴ δεῖ 1 what they should not teach ଖ୍ରୀଷ୍ଟ ଓ ବ୍ୟବସ୍ଥା ସମ୍ବନ୍ଧରେ ଏସବୁ ବିଷୟ ଶିକ୍ଷାଦେବା ଉପଯୁକ୍ତ ନୁହେଁ, କାରଣ ସେସବୁ ସତ୍ୟ ନୁହେଁ I

TIT 1 11 at7c αἰσχροῦ κέρδους χάριν 1 for shameful profit ଯାହା ସମ୍ଭ୍ରମଯୁକ୍ତ ନୁହେଁ, ଲୋକମାନେ ତାହାକରି ଅର୍ଥଲାଭ କରୁଥିବା ବିଷୟକୁ ଏହା ବୁଝାଏ I

TIT 1 11 aqi5 ὅλους οἴκους ἀνατρέπουσιν 1 are upsetting whole families "ସମସ୍ତ ପରିବାରକୁ ପଥଭ୍ରଷ୍ଟ କରୁଅଛନ୍ତି I ସମସ୍ୟା ଥିଲା ଯେ ସେମାନେ ସେମାନଙ୍କ ବିଶ୍ବାସକୁ ନଷ୍ଟକରି ପରିବାରଗୁଡିକୁ ବିଚଳିତ କରୁଥିଲେ I ଏହା ପରିବାରର ସଦସ୍ୟମାନଙ୍କୁ ପରସ୍ପର ସହିତ ବାଦାନୁବାଦ କରିବାକୁ ଘେନିଯାଇଥିବ I

TIT 1 12 tr1j τις ἐξ αὐτῶν ἴδιος αὐτῶν προφήτης 1 One of their own prophets କ୍ରୀତୀର ହିଁ ଜଣେ ଭାବବାଦୀ କିମ୍ବା “ଆପଣାକୁ ଜଣେ ଭାବବାଦୀ ବୋଲାଉଥିବା ଜଣେ କ୍ରୀତୀବାସୀ”"

TIT 1 12 y3zb figs-hyperbole Κρῆτες ἀεὶ ψεῦσται 1 Cretans are always liars "କ୍ରୀତୀବାସୀମାନେ ସର୍ବଦା ମିଥ୍ୟାବାଦୀ I ଏହା ଗୋଟିଏ ଅତିରଂଜନ, ଯାହାର ଅର୍ଥ ହେଉଛି ଯେ ଅନେକ କ୍ରୀତୀବାସୀମାନେ ମିଥ୍ୟା କହନ୍ତି I (ଦେଖ: [[rc://en/ta/man/translate/figs-hyperbole]])

TIT 1 12 h3jb figs-metaphor κακὰ θηρία 1 evil beasts ଏହି ରୂପକ କ୍ରୀତୀବାସୀମାନଙ୍କୁ ହିଂସ୍ରକ ବନ୍ୟ ପଶୁଭାବରେ ତୁଳନା କରୁଅଛି I (ଦେଖ: [[rc://en/ta/man/translate/figs-metaphor]])

TIT 1 13 fif8 δι’ ἣν αἰτίαν ἔλεγχε αὐτοὺς ἀποτόμως 1 Therefore, correct them severely ସଂଶୋଧନ କରିବା ସମୟରେ ତୁମ୍ଭେ କଠୋର ଭାଷା ବ୍ୟବହାର କରିବା ଉଚିତ, ଯେପରି କ୍ରୀତୀବାସୀମାନେ ବୁଝିପାରିବେ I"

TIT 1 13 je3r ἵνα ὑγιαίνωσιν ἐν τῇ πίστει 1 so that they may be sound in the faith ଯେପରି ସେମାନେ ଏକ ବଳିଷ୍ଠ ବିଶ୍ବାସ ଲାଭ କରିବେ କିମ୍ବା “ଯେପରି ସେମାନଙ୍କ ବିଶ୍ବାସ ବାସ୍ତବ ହୋଇପାରିବ”

TIT 1 14 p28i Ἰουδαϊκοῖς μύθοις 1 Jewish myths ଏହା ଯିହୂଦୀମାନଙ୍କର ଭ୍ରାନ୍ତ ଶିକ୍ଷାକୁ ବୁଝାଏ I

TIT 1 14 m4a5 figs-metaphor ἀποστρεφομένων τὴν ἀλήθειαν 1 turn away from the truth ପାଉଲ ସତ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯେଉଁଥିରୁ ଜଣେ ବିମୁଖ ହୋଇପାରିବ ବା ଯାହାକୁ ଜଣେ ଏଡାଇ ଦେଇପାରିବ I ବିକଳ୍ପ ଅନୁବାଦ: “ସତ୍ୟକୁ ଅଗ୍ରାହ୍ୟ କରନ୍ତି” (ଦେଖ: [[rc://en/ta/man/translate/figs-metaphor]])

TIT 1 15 qtb9 πάντα καθαρὰ τοῖς καθαροῖς 1 To those who are pure, all things are pure ଯଦି ଲୋକମାନେ ଅନ୍ତରରେ ଶୁଚି ଅଟନ୍ତି, ସେମାନେ କରୁଥିବା ସବୁ ବିଷୟ ଶୁଚି ହେବ

TIT 1 15 nx42 τοῖς καθαροῖς 1 To those who are pure ଯେଉଁମାନେ ଈଶ୍ବରଙ୍କ ନିକଟରେ ଗ୍ରହଣଯୋଗ୍ୟ

TIT 1 15 n3wk figs-metaphor τοῖς ... μεμιαμμένοις καὶ ἀπίστοις, οὐδὲν καθαρόν 1 to those who are corrupt and unbelieving, nothing is pure ପାଉଲ ପାପୀମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ଶାରୀରିକଭାବରେ ମଇଳା ଅଟନ୍ତି I ବିକଳ୍ପ ଅନୁବାଦ: “ଯଦି ଲୋକମାନେ ନୈତିକଭାବରେ ଅଶୁଚି ଓ ବିଶ୍ବାସ କରୁନାହାନ୍ତି, ତେବେ ସେମାନେ କୌଣସି ଶୁଚି ବିଷୟ କରିପାରିବେ ନାହିଁ” (ଦେଖ: [[rc://en/ta/man/translate/figs-metaphor]])

TIT 1 16 i3l2 τοῖς ... ἔργοις ἀρνοῦνται 1 they deny him by their actions ସେମାନେ କିପରି ଜୀବନ ଯାପନ କରୁଛନ୍ତି, ତାହା ପ୍ରମାଣ କରିବ ଯେ ସେମାନେ ତାହାଙ୍କୁ ଜାଣନ୍ତି ନାହିଁ

TIT 1 16 ja47 βδελυκτοὶ ὄντες 1 They are detestable ସେମାନେ ଘୃଣାଯୋଗ୍ୟ ଅଟନ୍ତି

TIT 2 intro h3il 0 # ତୀତସ୍ ୦୨ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା

### ଲିଙ୍ଗଗତ ଭୂମିକା

ଏହି ଅନୁଚ୍ଛେଦକୁ ଏହାର ଐତିହାସିକ ଓ ସାଂସ୍କୃତିକ ପରିପ୍ରେକ୍ଷୀରେ କିପରି ବୁଝିବାକୁ ହେବ ତାହା ନେଇ ପଣ୍ଡିତମାନେ ବିଭକ୍ତ ହୋଇଥାନ୍ତି I କେତେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ପୁରୁଷ ଓ ସ୍ତ୍ରୀମାନେ ସବୁ ବିଷୟରେ ସମ୍ପୂର୍ଣ୍ଣଭାବରେ ସମାନ ଅଟନ୍ତି I ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ପୁରୁଷ ଓ ସ୍ତ୍ରୀମାନଙ୍କୁ ବୈବାହିକ ଜୀବନରେ ଓ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ଭୂମିକାରେ ସେବା କରିବା ନିମନ୍ତେ ସୃଷ୍ଟି କରିଛନ୍ତି I ଅନୁବାଦକମାନେ ସେମାନଙ୍କ ବୁଝିବା ଅନୁସାରେ ଏହି ବିଷୟକୁ ଅନୁବାଦ କଲେ କି ପ୍ରକାର ପ୍ରଭାବ ପଡ଼ିବ, ସେ ବିଷୟରେ ଯତ୍ନବାନ୍ ହେବା ଉଚିତ I

### ଦାସତ୍ବ

ପାଉଲ ଏହି ଅଧ୍ୟାୟରେ ଦାସତ୍ବ ପ୍ରଥା ଭଲ କି ମନ୍ଦ, ସେ ବିଷୟରେ ଲେଖୁନାହାନ୍ତି I ପାଉଲ ଦାସମାନଙ୍କୁ ବିଶ୍ବସ୍ତଭାବରେ ଆପଣା କର୍ତ୍ତାମାନଙ୍କର ସେବା କରିବାକୁ ଶିକ୍ଷା ଦେଉଛନ୍ତି I ସେ ସବୁ ବିଶ୍ବାସୀମାନଙ୍କୁ ଈଶ୍ବରପରାୟଣ ହେବାକୁ ଓ ସବୁ ପରିସ୍ଥିତିରେ ଯଥାର୍ଥ ଜୀବନ କାଟିବାକୁ ଶିକ୍ଷା ଦେଉଛନ୍ତି I

TIT 2 1 lfu1 0 Connecting Statement: ପାଉଲ ତୀତସଙ୍କୁ ଈଶ୍ବରଙ୍କ ବାକ୍ୟ ପ୍ରଚାର କରିବାର କାରଣ ଦେଉଛନ୍ତି ଓ ବୟୋଧିକ ପୁରୁଷମାନେ, ବୟୋଧିକା ସ୍ତ୍ରୀମାନେ, ଯୁବାମାନେ ଓ ଦାସ କି ସେବକମାନେ ବିଶ୍ବାସୀଭାବରେ କିପରି ଜୀବନ କାଟିବା ଉଚିତ, ତାହା ବୁଝାଉଛନ୍ତି I

TIT 2 1 tpi2 figs-explicit σὺ δὲ λάλει ἃ πρέπει 1 But you, speak what fits ପାଉଲ ଏହାର ବିପରୀତ ବିଷୟକୁ ସୂଚାଉଛନ୍ତି I ବିକଳ୍ପ ଅନୁବାଦ: “କିନ୍ତୁ ତୁମ୍ଭେ, ହେ ତୀତସ୍, ଭଣ୍ଡ ଶିକ୍ଷକମାନଙ୍କ ବିପରୀତରେ, ଉପଯୁକ୍ତ ବିଷୟ କହିବାକୁ ନିଶ୍ଚିତ ହୁଅ” (ଦେଖ: [[rc://en/ta/man/translate/figs-explicit]])

TIT 2 1 ph2j τῇ ὑγιαινούσῃ διδασκαλίᾳ 1 with faithful instruction ହିତଜନକ ଶିକ୍ଷା ସହ କିମ୍ବା “ସଠିକ୍ ଶିକ୍ଷା ସହ”

TIT 2 2 xc6t νηφαλίους εἶναι 1 to be temperate ସୁବୁଦ୍ଧି ହେବାକୁ କିମ୍ବା “ଆତ୍ମ-ସଂଯମୀ ହେବାକୁ”

TIT 2 2 y3j2 εἶναι ... σώφρονας 1 to be ... sensible ସେମାନଙ୍କ ଅଭିଳାଷ ନିୟନ୍ତ୍ରଣ ...କରିବାକୁ

TIT 2 2 m14y figs-abstractnouns ὑγιαίνοντας τῇ πίστει, τῇ ἀγάπῃ, τῇ ὑπομονῇ 1 sound in faith, in love, and in perseverance ଏଠାରେ “ହିତଜନକ”ର ଅର୍ଥ ଦୃଢ଼ ଓ ଅବିଚଳିତ I ଗୁଣବାଚକ ବିଶେଷ୍ୟ “ବିଶ୍ବାସ,” “ପ୍ରେମ” ଓ ଧୈର୍ଯ୍ୟ”କୁ କ୍ରିୟାଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ସେମାନେ ଈଶ୍ବରଙ୍କ ବିଷୟରେ ସତ୍ୟ ଶିକ୍ଷାକୁ ଦୃଢ଼ଭାବରେ ବିଶ୍ବାସ କରିବା ଆବଶ୍ୟକ, ଅନ୍ୟମାନଙ୍କୁ ସତ୍ୟରେ ପ୍ରେମ କରିବା ଆବଶ୍ୟକ ଓ ଏପରିକି କଷ୍ଟକର ପରିସ୍ଥିତିରେ ମଧ୍ୟ ନିରନ୍ତର ଈଶ୍ବରଙ୍କ ସେବା କରିବା ଆବଶ୍ୟକ” (ଦେଖ: [[rc://en/ta/man/translate/figs-abstractnouns]])

TIT 2 3 gl8e πρεσβύτιδας ὡσαύτως ἐν καταστήματι 1 Teach older women likewise ସେହି ପ୍ରକାରେ, ବୟୋଧିକା ସ୍ତ୍ରୀମାନଙ୍କୁ ଶିକ୍ଷା ଦିଅ କିମ୍ବା “ମଧ୍ୟ ବୟୋଧିକା ସ୍ତ୍ରୀମାନଙ୍କୁ ଶିକ୍ଷା ଦିଅ”

TIT 2 3 v9cp διαβόλους 1 slanderers ଏହି ଶବ୍ଦ ଅନ୍ୟଲୋକମାନଙ୍କ ବିଷୟରେ ମନ୍ଦ କଥା, ଅର୍ଥାତ୍, ତାହା ସତ ହୋଇଥାଉ କି ନ ଥାଉ, ତାହା କହୁଥିବା ଲୋକମାନଙ୍କୁ ବୁଝାଏ I

TIT 2 3 g9re figs-metaphor οἴνῳ πολλῷ δεδουλωμένας 1 or being slaves to much wine ନିଜକୁ ନିୟନ୍ତ୍ରଣ କରିପାରୁ ନ ଥିବା ଓ ଅତ୍ୟଧିକ ମଦ୍ୟପାନ କରୁଥିବା ଲୋକ ବିଷୟରେ କୁହାଯାଏ ଯେ ସତେ ଯେପରି ସେ ମଦ୍ୟପାନର ଦାସ ହୋଇଅଛି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଅତ୍ୟଧିକ ମଦ୍ୟପାନ କରେ ନାହିଁ” କିମ୍ବା “ମଦ୍ୟପାନ ପ୍ରତି ଆସକ୍ତ ନୁହେଁ” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])

TIT 2 5 t5v6 figs-activepassive ἵνα μὴ ὁ λόγος τοῦ Θεοῦ βλασφημῆται 1 so that God's word may not be insulted "ଏଠାରେ ବାକ୍ୟ “ସମ୍ବାଦ”କୁ ବୁଝାଏ, ଯାହା ଅନ୍ୟପକ୍ଷରେ ଈଶ୍ବରଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ ଯେପରି କେହି ଈଶ୍ବରଙ୍କ ବାକ୍ୟର ନିନ୍ଦା ନ କରନ୍ତି” କିମ୍ବା “ଯେପରି କେହି ତାହାଙ୍କ ସମ୍ବାଦ ବିଷୟରେ ମନ୍ଦ କଥା କହି ଈଶ୍ବରଙ୍କ ନିନ୍ଦା ନ କରନ୍ତି” (ଦେଖ: [[rc://en/ta/man/translate/figs-activepassive]] ଓ [[rc://en/ta/man/translate/figs-metonymy]])

TIT 2 6 i3hv ὡσαύτως 1 In the same way ତୀତସ୍ ବୟୋଧିକ ଲୋକମାନଙ୍କୁ ତାଲିମ ଦେବା ସଦୃଶ ଯୁବାମାନଙ୍କୁ ମଧ୍ୟ ତାଲିମ ଦେବା ଆବଶ୍ୟକ I

TIT 2 7 x73u σεαυτὸν παρεχόμενος 1 present yourself as ଆପଣାକୁ ଦେଖାଅ"

TIT 2 7 ym6x τύπον καλῶν ἔργων 1 an example of good works ସଠିକ୍ ଓ ଉପଯୁକ୍ତ ବିଷୟ କରୁଥିବା ଜଣେ ଲୋକର ଆଦର୍ଶ

TIT 2 8 xt6v figs-hypo ἵνα ὁ ἐξ ἐναντίας ἐντραπῇ 1 so that anyone who opposes you may be ashamed ଏହା ଗୋଟିଏ କାଳ୍ପନିକ ପରିସ୍ଥିତିକୁ ଦେଖାଏ, ଯେଉଁଠାରେ କେହି ଜଣେ ତୀତସଙ୍କୁ ବିରୋଧ କରୁଛି ଓ ପରେ ତାହା କରିଥିବାରୁ ଲଜ୍ଜିତ ଅନୁଭବ କରୁଛି I ବିକଳ୍ପ ଅନୁବାଦ: “ଯେପରି ଯଦି କେହି ତୁମ୍ଭକୁ ବିରୋଧ କରେ, ସେ ଲଜ୍ଜିତ ହୋଇପାରେ” କିମ୍ବା “ଯେପରି ଯଦି ଲୋକମାନେ ତୁମ୍ଭକୁ ବିରୋଧ କରନ୍ତି, ସେମାନେ ଲଜ୍ଜିତ ହେବେ” (ଦେଖ: [[rc://en/ta/man/translate/figs-hypo]])

TIT 2 9 ntp7 ἰδίοις δεσπόταις 1 their masters ଆପଣା ଆପଣାର କର୍ତ୍ତା

TIT 2 9 if6v ἐν πᾶσιν 1 in everything ପ୍ରତ୍ୟେକ ପରିସ୍ଥିତିରେ କିମ୍ବା “ସବୁବେଳେ”

TIT 2 9 id15 εὐαρέστους εἶναι 1 please them ଆପଣା ଆପଣା କର୍ତ୍ତାମାନଙ୍କୁ ଖୁସି କରନ୍ତୁ କିମ୍ବା “ଆପଣା ଆପଣା କର୍ତ୍ତାମାନଙ୍କୁ ସନ୍ତୁଷ୍ଟ କରନ୍ତୁ”

TIT 2 10 t87j πᾶσαν πίστιν ἐνδεικνυμένους ἀγαθήν 1 demonstrate all good faith ଦେଖାନ୍ତୁ ଯେ ସେମାନେ ଆପଣା ଆପଣା କର୍ତ୍ତାମାନଙ୍କ ଭରସାଯୋଗ୍ୟ ଅଟନ୍ତି

TIT 2 10 h2n6 ἐν πᾶσιν 1 in every way ସେମାନେ କରୁଥିବା ସବୁ ବିଷୟରେ

TIT 2 10 f8jy τὴν διδασκαλίαν τὴν τοῦ Σωτῆρος ἡμῶν Θεοῦ κοσμῶσιν 1 they may bring credit to the teaching about God our Savior ସେମାନେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ବିଷୟକ ଶିକ୍ଷାକୁ ଆକର୍ଷଣୀୟ କରିପାରିବେ କିମ୍ବା “ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ବିଷୟକ ଶିକ୍ଷା ଉତ୍ତମ ବୋଲି ଲୋକମାନଙ୍କୁ ବୁଝିବାକୁ ଦେବେ”

TIT 2 10 pn93 τὴν τοῦ Σωτῆρος ἡμῶν Θεοῦ 1 God our Savior ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବର

TIT 2 11 y44u 0 Connecting Statement: ପାଉଲ ତୀତସଙ୍କୁ ଯୀଶୁଙ୍କ ଆଗମନକୁ ଅପେକ୍ଷା କରିବାକୁ ଓ ଯୀଶୁଙ୍କ ଦ୍ବାରା ପ୍ରାପ୍ତ ଅଧିକାରକୁ ସ୍ମରଣ କରିବାକୁ ଉତ୍ସାହିତ କରୁଛନ୍ତି I

TIT 2 11 gp2z figs-personification ἐπεφάνη ... ἡ χάρις τοῦ Θεοῦ 1 the grace of God has appeared ପାଉଲ ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଅନ୍ୟ ଲୋକମାନଙ୍କ ନିକଟକୁ ଯାଉଥିବା ଜଣେ ବ୍ୟକ୍ତି ଅଟନ୍ତି I (ଦେଖ: [[rc://en/ta/man/translate/figs-personification]])

TIT 2 12 qy8k figs-personification παιδεύουσα ἡμᾶς 1 trains us ପାଉଲ ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କହନ୍ତି ([ତିତସ୍ ୨:୧୧] (./11.md)) ଯେ ସତେ ଯେପରି ଏହା ଜଣେ ବ୍ୟକ୍ତି ଅଟନ୍ତି ଯିଏ ଅନ୍ୟ ଲୋକମାନଙ୍କ ନିକଟକୁ ଯାଇ ପବିତ୍ର ଜୀବନ ଯାପନ କରିବା ନିମନ୍ତେ ସେମାନଙ୍କୁ ତାଲିମ ଦିଅନ୍ତି I (ଦେଖ: [[rc://en/ta/man/translate/figs-personification]])

TIT 2 12 lxb3 παιδεύουσα ἡμᾶς, ἵνα ἀρνησάμενοι τὴν ἀσέβειαν 1 trains us to reject godlessness ଈଶ୍ବରଙ୍କୁ ଅସମ୍ମାନ କରିବାକୁ ଶିକ୍ଷା ଦିଏ ନାହିଁ

TIT 2 12 n3k5 τὰς κοσμικὰς ἐπιθυμίας 1 worldly passions ଏହି ଜଗତର ବିଷୟ ନିମନ୍ତେ ଦୃଢ଼ ଅଭିଳାଷ କିମ୍ବା “ପାପପୂର୍ଣ୍ଣ କାମନା ନିମନ୍ତେ ଦୃଢ଼ ଅଭିଳାଷ”

TIT 2 12 fk8j ἐν τῷ νῦν αἰῶνι 1 in this age ଏହି ଜଗତରେ ବାସ କରୁଥିବା ସମୟରେ କିମ୍ବା “ଏହି ସମୟରେ”

TIT 2 13 rz93 προσδεχόμενοι 1 we look forward to receiving ସ୍ବାଗତ କରିବାକୁ ଆମ୍ଭେମାନେ ଅପେକ୍ଷା କରୁଅଛୁ

TIT 2 13 pss7 figs-metonymy τὴν μακαρίαν ἐλπίδα, καὶ ἐπιφάνειαν τῆς δόξης τοῦ μεγάλου Θεοῦ καὶ Σωτῆρος ἡμῶν, Ἰησοῦ Χριστοῦ 1 our blessed hope, the appearance of the glory of our great God and Savior Jesus Christ ଏଠାରେ “ଗୌରବ” ସ୍ବୟଂ ଯୀଶୁଙ୍କୁ ବୁଝାଏ ଯେ କି ଗୌରବମୟ ଭାବରେ ପ୍ରକାଶିତ ହେବେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଭରସା କରୁଥିବା ଉତ୍ତମ ବିଷୟ ନିମନ୍ତେ, ଅର୍ଥାତ୍, ଆମ୍ଭମାନଙ୍କ ମହାନ୍ ଈଶ୍ବର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଗୌରବମୟ ପ୍ରକାଶନ ନିମନ୍ତେ” (ଦେଖ: [[rc://en/ta/man/translate/figs-metonymy]])

TIT 2 14 niu4 figs-explicit ἔδωκεν ἑαυτὸν ὑπὲρ ἡμῶν 1 gave himself for us ଏହା ଯୀଶୁଙ୍କର ସ୍ବେଚ୍ଛାକୃତ ମୃତ୍ୟୁଭୋଗକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ମୃତ୍ୟୁଭୋଗ କରିବାକୁ ଦେଲେ” (ଦେଖ: [[rc://en/ta/man/translate/figs-explicit]])

TIT 2 14 gxe7 figs-metaphor λυτρώσηται ἡμᾶς ἀπὸ πάσης ἀνομίας 1 to redeem us from all lawlessness ପାଉଲ ଯୀଶୁଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ଦାସମାନଙ୍କୁ ସେମାନଙ୍କ କର୍ତ୍ତାମାନଙ୍କଠାରୁ ମୁକ୍ତ କରୁଅଛନ୍ତି I (ଦେଖ: [[rc://en/ta/man/translate/figs-metaphor]])

TIT 2 14 fjy1 λαὸν περιούσιον 1 a special people ସେ ସଞ୍ଚୟ କରୁଥିବା ଗୋଟିଏ ଲୋକ ଦଳ

TIT 2 14 ii18 ζηλωτὴν 1 are eager ଏକ ଦୃଢ଼ ଇଚ୍ଛା ରଖ

TIT 2 15 b94z figs-explicit ἔλεγχε μετὰ πάσης ἐπιταγῆς 1 give correction with all authority ଏହି ଉକ୍ତିଟିକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ସବୁ କାର୍ଯ୍ୟ କରୁ ନ ଥିବା ଲୋକମାନଙ୍କୁ ସମସ୍ତ ଅଧିକାର ସହ ସଂଶୋଧନ କର” (ଦେଖ: [[rc://en/ta/man/translate/figs-explicit]])

TIT 2 15 h15y μηδείς ... περιφρονείτω 1 Let no one କାହାକୁ ନ ଦିଅ

TIT 2 15 jbu1 figs-explicit σου περιφρονείτω 1 disregard you ଏହି ଉକ୍ତିଟିକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭର ବାକ୍ୟ ଶୁଣିବାକୁ ଅଗ୍ରାହ୍ୟ କରିବେ” କିମ୍ବା “ତୁମ୍ଭର ସମ୍ମାନ କରିବାକୁ ଅଗ୍ରାହ୍ୟ କରିବେ” (ଦେଖ: [[rc://en/ta/man/translate/figs-explicit]])

TIT 3 intro zh6x 0 # ତୀତସ୍ ୦୩ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ଏହି ଅଧ୍ୟାୟରେ ପାଉଲ ତୀତସଙ୍କୁ ବ୍ୟକ୍ତିଗତ ଉପଦେଶ ଦେଉଛନ୍ତି I

୧୫ ପଦ ଔପଚାରିକ ଭାବରେ ପତ୍ରଟିକୁ ସମାପ୍ତ କରୁଛି I ଏହା ପ୍ରାଚୀନ ନିକଟପୂର୍ବ ଅଞ୍ଚଳରେ ପତ୍ରଗୁଡିକୁ ସମାପ୍ତି କରିବାର ଏକ ସାଧାରଣ ଧାରା I

## ଏହି ଅଧ୍ୟାୟର ବିଶେଷ ଧାରଣା

### ବଂଶାବଳୀ

ବଂଶାବଳୀ ହେଉଛି ଗୋଟିଏ ତାଲିକା ଯାହା ଜଣେ ଲୋକର ପୂର୍ବପୁରୁଷ ବା ପିତୃପୁରୁଷମାନଙ୍କୁ ଲିପିବଦ୍ଧ କରେ I ରାଜା ହେବା ନିମନ୍ତେ ଜଣେ ଉପଯୁକ୍ତ ବ୍ୟକ୍ତିକୁ ବାଛିବା ନିମନ୍ତେ ଯିହୂଦୀମାନେ ବଂଶାବଳୀ ବ୍ୟବହାର କରୁଥିଲେ I ସେମାନେ ଏଥିନିମନ୍ତେ ଏହା କରୁଥିଲେ, କାରଣ ଜଣେ ରାଜାଙ୍କର ପୁତ୍ର ହିଁ ସାଧାରଣତଃ ରାଜା ହୋଇପାରିବ I ସେଥିରୁ ମଧ୍ୟ ଜଣାପଡୁଥିଲା ଯେ ସେମାନେ କେଉଁ ଗୋଷ୍ଠୀ ଓ ପରିବାରରୁ ଆସିଥିଲେ I ଉଦାହରଣ ସ୍ବରୂପ, ଯାଜକମାନେ ଲେବୀ ଗୋଷ୍ଠୀରୁ ଓ ହାରୋଣଙ୍କ ପରିବାରରୁ ଆସୁଥିଲେ I

TIT 3 1 y9tr 0 Connecting Statement: କ୍ରୀତୀରେ ତାହାଙ୍କ ଦାୟିତ୍ବରେ ଥିବା ପ୍ରାଚୀନମାନଙ୍କୁ ଓ ଲୋକମାନଙ୍କୁ କିପରି ଶିକ୍ଷା ଦେବାକୁ ହେବ, ସେ ବିଷୟରେ ପାଉଲ ତୀତସଙ୍କୁ ଉପଦେଶ ଦେବା ଜାରିରଖିଛନ୍ତି I

TIT 3 1 j2sa ὑπομίμνῃσκε αὐτοὺς ... ὑποτάσσεσθαι 1 Remind them to submit ଆମ୍ଭର ଲୋକମାନଙ୍କୁ ସେମାନେ ପୂର୍ବରୁ ଜାଣିଥିବା ବିଷୟ ପୁନର୍ବାର କୁହ ଯେ ସେମାନେ ବଶୀଭୂତ ହୁଅନ୍ତୁ, କିମ୍ବା “ବଶୀଭୂତ ହେବା ନିମନ୍ତେ ସେମାନଙ୍କୁ ବାରମ୍ବାର ସ୍ମରଣ କରାଅ”

TIT 3 1 w3fy ἀρχαῖς, ἐξουσίαις, ὑποτάσσεσθαι, πειθαρχεῖν 1 submit to rulers and authorities, to obey them ରାଜନୈତିକ ଓ ସରକାରୀ ଅଧିକାରୀ କହିବା ପ୍ରକାରେ କାର୍ଯ୍ୟ କର ଏବଂ ସେମାନଙ୍କର ବାଧ୍ୟ ହୁଅ

TIT 3 1 wa9x ἀρχαῖς ἐξουσίαις 1 rulers and authorities ଏହି ପଦଗୁଡିକର ଅର୍ଥ ଏକାପରି ଓ ସରକାରରେ ଅଧିକାରପ୍ରାପ୍ତ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବାପାଇଁ ଏଠାରେ ଏକତ୍ର ଭାବରେ ବ୍ୟବହାର କରାଯାଇଛି I

TIT 3 1 in7u πρὸς πᾶν ἔργον ἀγαθὸν ἑτοίμους εἶναι 1 be ready for every good work ସୁଯୋଗ ଥିବା ସମୟରେ ସତ୍କର୍ମ କରିବାପାଇଁ ପ୍ରସ୍ତୁତ ରୁହ

TIT 3 2 lug7 βλασφημεῖν 1 to revile ମନ୍ଦ କଥା କହିବାକୁ

TIT 3 3 m9zd γάρ ποτε καὶ ἡμεῖς 1 For once we ourselves ଏହାର କାରଣ ହେଉଛି, ଆମ୍ଭେମାନେ ମଧ୍ୟ ପୂର୍ବେ

TIT 3 3 me7b ποτε 1 once ପୂର୍ବ ସମୟରେ ବା “କୌଣସି ସମୟରେ” କିମ୍ବା “ଆଗରୁ”

TIT 3 3 bl8e ἡμεῖς 1 we ourselves ଏପରିକି ଆମ୍ଭେମାନେ କିମ୍ବା “ଆମ୍ଭେମାନେ ମଧ୍ୟ”

TIT 3 3 rrx9 ἦμεν ... ἀνόητοι 1 were thoughtless ନିର୍ବୋଧ ଥିଲୁ କିମ୍ବା “ଅଜ୍ଞାନ ଥିଲୁ”

TIT 3 3 qt8f figs-personification πλανώμενοι, δουλεύοντες ἐπιθυμίαις καὶ ἡδοναῖς ποικίλαις 1 We were led astray and enslaved by various passions and pleasures କୁଅଭିଳାଷ ଓ ସୁଖଭୋଗ ବିଷୟରେ କୁହାଯାଏ ଯେ ସତେ ଯେପରି ସେଗୁଡ଼ିକ ଲୋକମାନଙ୍କ ଉପରେ କର୍ତ୍ତା ଅଟନ୍ତି ଓ ସେମାନଙ୍କୁ ମିଥ୍ୟାକହି ସେମାନଙ୍କୁ ଆପଣାର ଦାସ କରିଅଛନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବିଭିନ୍ନ ପ୍ରକାର କୁଅଭିଳାଷ ଓ ସୁଖଭୋଗ ଆମ୍ଭମାନଙ୍କୁ ମିଥ୍ୟା କହି ଆମ୍ଭମାନଙ୍କୁ ଭ୍ରାନ୍ତ ପଥରେ ନେଇଯାଇଥିଲା” କିମ୍ବା “ଆମ୍ଭେମାନେ ଆପଣା ଆପଣାକୁ ବିଭିନ୍ନ ପ୍ରକାର କୁଅଭିଳାଷ ଓ ସୁଖଭୋଗର ମିଥ୍ୟାକୁ ବିଶ୍ବାସ କରିବାକୁ ଦେଇଥିଲୁ ଓ ତା’ପରେ ଆମ୍ଭମାନଙ୍କ ଅନୁଭବକୁ ଆୟତ୍ତ କରିପାରି ନ ଥିଲୁ କି ଆମ୍ଭମାନଙ୍କୁ ସୁଖ ଦେବ ବୋଲି ଭାବିଥିବା ବିଷୟକୁ ଅଟକାଇ ପାରି ନ ଥିଲୁ” (ଦେଖ: [[rc://en/ta/man/translate/figs-personification]] ଓ [[rc://en/ta/man/translate/figs-activepassive]])

TIT 3 3 tl5n ἐπιθυμίαις 1 passions କୁଅଭିଳାଷ କିମ୍ବା “ଅଭିଳାଷ”

TIT 3 3 dec4 figs-hendiadys ἐν κακίᾳ καὶ φθόνῳ διάγοντες 1 We lived in evil and envy ଏଠାରେ “ମନ୍ଦତା” ଓ “ଈର୍ଷା” ପାପ ନିମନ୍ତେ ଏକାପରି ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସର୍ବଦା ମନ୍ଦ କାର୍ଯ୍ୟ କରୁଥିଲୁ ଓ ଅନ୍ୟମାନଙ୍କର ଯାହା ଅଛି, ତାହା ପାଇବାକୁ ଚାହୁଁଥିଲୁ” (ଦେଖ: [[rc://en/ta/man/translate/figs-hendiadys]])

TIT 3 3 y5lp στυγητοί 1 We were detestable ଆମ୍ଭେମାନେ ଅନ୍ୟମାନଙ୍କ ଘୃଣାର ପାତ୍ର ଥିଲୁ

TIT 3 4 ba5a figs-personification ὅτε ... ἡ χρηστότης καὶ ἡ φιλανθρωπία ἐπεφάνη τοῦ Σωτῆρος ἡμῶν, Θεοῦ 1 when the kindness of God our Savior and his love for mankind appeared ଈଶ୍ବରଙ୍କ ଦୟା ଓ ପ୍ରେମ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେସବୁ ଆମ୍ଭମାନଙ୍କ ଦୃଷ୍ଟିକୁ ଆସିଥିବା ଲୋକମାନେ ଅଟନ୍ତି I (ଦେଖ: [[rc://en/ta/man/translate/figs-personification]])

TIT 3 5 n4ug κατὰ τὸ αὐτοῦ ἔλεος 1 by his mercy ଯେହେତୁ ସେ ଆମ୍ଭମାନଙ୍କ ପ୍ରତି ଦୟା କଲେ

TIT 3 5 k1a6 figs-metaphor λουτροῦ παλινγενεσίας 1 washing of new birth ପାପୀମାନଙ୍କ ପାଇଁ ଈଶ୍ବରଙ୍କ କ୍ଷମା ବିଷୟରେ ପାଉଲ ସମ୍ଭବତଃ କହୁଛନ୍ତି ଯେ ସତେ ଯେପରି ସେ ଶାରୀରିକ ଭାବରେ ସେମାନଙ୍କୁ ଧୋଇଦେଉଛନ୍ତି I ସେ ମଧ୍ୟ ଈଶ୍ବରଙ୍କ ନିକଟକୁ ଫେରୁଥିବା ପାପୀମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ପୁନର୍ଜନ୍ମ ପ୍ରାପ୍ତ ହୋଇଛନ୍ତି I (ଦେଖ: [[rc://en/ta/man/translate/figs-metaphor]])

TIT 3 6 fby9 figs-metaphor οὗ ἐξέχεεν ἐφ’ ἡμᾶς πλουσίως 1 whom God richly poured on us ନୂତନ ନିୟମର ଲେଖକମାନେ ପବିତ୍ର ଆତ୍ମାଙ୍କ ବିଷୟରେ ଏପରି କହିବା ସ୍ବାଭାବିକ ଥିଲା ଯେ ସେ ଗୋଟିଏ ତରଳ ପଦାର୍ଥ ସଦୃଶ, ଯାହାଙ୍କୁ ଈଶ୍ବର ବହୁ ପରିମାଣରେ ଢାଳିଦେବେ I ବିକଳ୍ପ ଅନୁବାଦ: “ଯାହାଙ୍କୁ ଈଶ୍ବର ଆମ୍ଭମାନଙ୍କୁ ପ୍ରଚୁରରୂପେ ଦେଇଅଛନ୍ତି” (ଦେଖ: [[rc://en/ta/man/translate/figs-metaphor]])

TIT 3 6 q9ze διὰ Ἰησοῦ Χριστοῦ τοῦ Σωτῆρος ἡμῶν 1 through our Savior Jesus Christ ଯେତେବେଳେ ଯୀଶୁ ଆମ୍ଭମାନଙ୍କୁ ପରିତ୍ରାଣ କଲେ

TIT 3 7 di3g figs-activepassive δικαιωθέντες 1 having been justified ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ବର ଆମ୍ଭମାନଙ୍କୁ ପାପରହିତ ବୋଲି ଘୋଷଣା କଲେ” (ଦେଖ: [[rc://en/ta/man/translate/figs-activepassive]])

TIT 3 7 q1cm figs-metaphor κληρονόμοι γενηθῶμεν κατ’ ἐλπίδα ζωῆς αἰωνίου 1 we might become heirs with the certain hope of eternal life ଈଶ୍ବର ପ୍ରତିଜ୍ଞା କରିଥିବା ଲୋକମାନଙ୍କ ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ଜଣେ ପରିବାରର ସଦସ୍ୟଙ୍କଠାରୁ ଧନ ଓ ସମ୍ପତ୍ତି ଅଧିକାର କରିବେ I (ଦେଖ: [[rc://en/ta/man/translate/figs-metaphor]])

TIT 3 8 j8md ὁ λόγος 1 This message ଏହା ଈଶ୍ବର ଯୀଶୁଙ୍କ ଦ୍ବାରା [ତୀତସ୍ ୩:୭](../03/07.md) ବିଶ୍ବାସୀମାନଙ୍କୁ ପବିତ୍ର ଆତ୍ମା ଦେବା ବିଷୟକୁ ବୁଝାଏ I

TIT 3 8 kqm6 φροντίζωσιν καλῶν ἔργων προΐστασθαι 1 may be careful to engage themselves in good works ଯେପରି ସତ୍କର୍ମ କରିବାକୁ ଚାହିଁବେ

TIT 3 9 tzh9 0 Connecting Statement: ପାଉଲ ତୀତସଙ୍କୁ ବୁଝାଉଛନ୍ତି ଯେ ସେ କଅଣ ଏଡାଇବା ଉଚିତ ଓ ବିଶ୍ବାସୀମାନଙ୍କ ମଧ୍ୟରେ କଳହ ସୃଷ୍ଟି କରୁଥିବା ଲୋକମାନଙ୍କ ପ୍ରତି କିପରି ବ୍ୟବହାର କରିବା ଆବଶ୍ୟକ I

TIT 3 9 j1hf δὲ περιΐστασο 1 But avoid ସେଥିପାଇଁ ଏଡ଼ାଅ କିମ୍ବା “ଅତଏବ, ଏଡ଼ାଅ”

TIT 3 9 xnf9 μωρὰς ζητήσεις 1 foolish debates ଗୁରୁତ୍ବହୀନ ବିଷୟ ଗୁଡିକ ସମ୍ବନ୍ଧରେ ବାଦାନୁବାଦ

TIT 3 9 qk66 γενεαλογίας 1 genealogies ଏହା ପରିବାର ଜ୍ଞାତି ସମ୍ପର୍କର ଅଧ୍ୟୟନ

TIT 3 9 xu7f ἔρεις 1 strife ବାଦାନୁବାଦ ବା କଳହ

TIT 3 9 ky3n νομικὰς 1 the law ମୋଶାଙ୍କ ବ୍ୟବସ୍ଥା

TIT 3 10 x3fh ἄνθρωπον ... παραιτοῦ 1 Reject anyone ସେମାନଙ୍କଠାରୁ ଅନ୍ତର ହୁଅ

TIT 3 10 xzx1 μετὰ μίαν καὶ δευτέραν νουθεσίαν 1 after one or two warnings ଥରେ କିମ୍ବା ଦୁଇଥର ସେହି ଲୋକକୁ ସତର୍କ କରାଇଲା ଉତ୍ତାରେ

TIT 3 11 r7pc ὁ τοιοῦτος 1 such a person ଏହିପରି ଲୋକ

TIT 3 11 inh5 figs-metaphor ἐξέστραπται 1 has turned from the right way ଦୋଷ କରୁଥିବା ଲୋକ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ପଥ ଭ୍ରଷ୍ଟ ହୋଇଅଛି I (ଦେଖ: [[rc://en/ta/man/translate/figs-metaphor]])

TIT 3 11 p81k ὢν αὐτοκατάκριτος 1 condemns himself ସେ ଆପଣା ଉପରକୁ ଦଣ୍ଡ ଆଣିଅଛି

TIT 3 12 z7i4 0 Connecting Statement: କ୍ରୀତୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କଲାପରେ କଅଣ କରିବାକୁ ହେବ, ପାଉଲ ତାହା ତୀତସଙ୍କୁ କହି ଓ ତାହାଙ୍କ ସହିତ ଥିବା ଲୋକମାନଙ୍କଠାରୁ ନମସ୍କାର ଦେଇ ପତ୍ରଟିକୁ ସମାପ୍ତ କରୁଛନ୍ତି I

TIT 3 12 mba6 ὅταν πέμψω 1 When I send ମୁଁ ପଠାଇଲା ପରେ

TIT 3 12 c32w translate-names Ἀρτεμᾶν ... Τυχικόν 1 Artemas ... Tychicus ଏସବୁ ପୁରୁଷ ଲୋକମାନଙ୍କ ନାମ I (ଦେଖ: [[rc://en/ta/man/translate/translate-names]])

TIT 3 12 knt1 σπούδασον ἐλθεῖν 1 hurry and come ଶୀଘ୍ର ଆସ

TIT 3 12 gdw9 παραχειμάσαι 1 spend the winter ଶୀତ କାଳ କ୍ଷେପଣ କରିବି

TIT 3 13 a46f translate-names Ζηνᾶν 1 Zenas ଏସବୁ ପୁରୁଷ ଲୋକମାନଙ୍କ ନାମ I (ଦେଖ: [[rc://en/ta/man/translate/translate-names]])

TIT 3 13 j496 σπουδαίως πρόπεμψο 1 Do everything you can to send ପଠାଇବାକୁ ବିଳମ୍ବ କର ନାହିଁ

TIT 3 13 s757 καὶ Ἀπολλῶν 1 and Apollos ଆଉ ମଧ୍ୟ ଆପଲ୍ଲଙ୍କୁ ପଠାଇଦିଅ

TIT 3 14 v7wg 0 Connecting Statement: ଜୀନା ଓ ଆପଲ୍ଲଙ୍କ ଅଭାବ ପୂରଣ କରିବା କାହିଁକି ଗୁରୁତ୍ବପୂର୍ଣ୍ଣ, ପାଉଲ ତାହା ବୁଝାଉଛନ୍ତି I

TIT 3 14 fw98 οἱ ἡμέτεροι 1 Our people ପାଉଲ କ୍ରୀତୀରେ ଥିବା ବିଶ୍ବାସୀମାନଙ୍କୁ ଉଲ୍ଲେଖ କରୁଛନ୍ତି I

TIT 3 14 tn24 εἰς τὰς ἀναγκαίας χρείας 1 that provide for urgent needs ଯେଉଁ ଲୋକମାନେ ଅତି ଶୀଘ୍ର ଗୁରୁତ୍ବପୂର୍ଣ୍ଣ ବିଷୟଗୁଡିକ ଆବଶ୍ୟକ କରନ୍ତି, ସେମାନଙ୍କୁ ସାହାଯ୍ୟ କରିବାକୁ ସକ୍ଷମ କରିବ

TIT 3 14 mji4 figs-doublenegatives εἰς τὰς ἀναγκαίας χρείας, ἵνα μὴ ὦσιν ἄκαρποι 1 needs, and so not be unfruitful ଲୋକମାନେ ସତ୍କର୍ମ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଫଳ ଧାରଣ କରୁଥିବା ବୃକ୍ଷ I ଏହି ଦ୍ବେତ ନକରାତ୍ମକ ବିଷୟର ଅର୍ଥ ହେଉଛି ସେମାନେ ଫଳବାନ୍ ବା ଉତ୍ପାଦନକାରୀ ହେବା ଉଚିତ I ବିକଳ୍ପ ଅନୁବାଦ: “ପ୍ରୟୋଜନୀୟ ବିଷୟ; ଏହିପ୍ରକାରେ ସେମାନେ ଫଳବାନ୍ ହେବେ” କିମ୍ବା “ପ୍ରୟୋଜନୀୟ ବିଷୟ, ଆଉ ସେମାନେ ସତ୍କର୍ମ କରିବେ” (ଦେଖ: [[rc://en/ta/man/translate/figs-doublenegatives]])

TIT 3 15 j3y2 0 General Information: ପାଉଲ ତୀତସଙ୍କୁ ଲେଖୁଥିବା ପତ୍ର ଶେଷ କରୁଛନ୍ତି I

TIT 3 15 k1sa οἱ μετ’ πάντες 1 All those ସମସ୍ତ ଲୋକମାନେ

TIT 3 15 f4vc τοὺς φιλοῦντας ἡμᾶς ἐν πίστει 1 those who love us in faith ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଆମ୍ଭମାନଙ୍କୁ ପ୍ରେମ କରୁଥିବା ବିଶ୍ବାସୀମାନେ” କିମ୍ବା ୨) “ଆମ୍ଭମାନଙ୍କୁ ପ୍ରେମ କରୁଥିବା ବିଶ୍ବାସୀମାନେ, କାରଣ ଆମ୍ଭେମାନଙ୍କର ମଧ୍ୟ ସେହି ସମାନ ବିଶ୍ବାସ ରହିଛି”

TIT 3 15 kx83 ἡ χάρις μετὰ πάντων ὑμῶν 1 Grace be with all of you ଏହା ଗୋଟିଏ ସ୍ବାଭାବିକ ଖ୍ରୀଷ୍ଟିୟାନ ନମସ୍କାର I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଅନୁଗ୍ରହ ତୁମ୍ଭର ସହବର୍ତ୍ତୀ ହେଉ” କିମ୍ବା “ମୁଁ ପ୍ରାର୍ଥନା କରୁଛି ଯେ ଈଶ୍ବର ତୁମ୍ଭ ସମସ୍ତଙ୍କ ପ୍ରତି ଅନୁଗ୍ରହ କରିବେ”