translationCore-Create-BCS_.../en_tn_57-TIT.tsv

58 KiB
Raw Blame History

1BookChapterVerseIDSupportReferenceOrigQuoteOccurrenceGLQuoteOccurrenceNote
2TITfrontintrom2jl0# ତୀତସ୍ ପୁସ୍ତକର ପରିଚୟ
## ପ୍ରଥମ ଭାଗ: ସାଧାରଣ ପରିଚୟ

### ତୀତସ୍ ପୁସ୍ତକର ରୂପରେଖ

1. ପାଉଲ ତୀତସଙ୍କୁ ଈଶ୍ବର ପରାୟଣ ନେତାମାନଙ୍କୁ ନିଯୁକ୍ତ କରିବାକୁ ଉପଦେଶ ଦେଉଛନ୍ତି (୧:୧-୧୬)
1. ଲୋକମାନଙ୍କୁ ଈଶ୍ବର ପରାୟଣ ଜୀବନ ଯାପନ କରିବା ନିମନ୍ତେ ତାଲିମ ଦେବାକୁ ପାଉଲ ତୀତସଙ୍କୁ ଉପଦେଶ ଦେଉଛନ୍ତି (:୧-୩:୧୧)
1. ଆପଣାର କିଛି ଯୋଜନା ବିଷୟରେ କହି ଓ ବିଶ୍ବାସୀମାନଙ୍କୁ ନମସ୍କାର ଜଣାଇ ପାଉଲ ପତ୍ରଟି ସମାପ୍ତ କରୁଛନ୍ତି (୩:୧୨-୧୫)

### ତୀତସ୍ ପୁସ୍ତକକୁ କିଏ ଲେଖିଥିଲେ?

ପାଉଲ ତୀତସ୍ ପୁସ୍ତକ ଲେଖିଥିଲେ I ପାଉଲ ତାର୍ଷ ନଗରର ଲୋକ ଥିଲେ I ତାହାଙ୍କ ବାଲ୍ୟ ଜୀବନରେ ସେ ଶାଉଲ ଭାବରେ ପରିଚିତ ଥିଲେ I ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲ ଜଣେ ଫାରୂଶୀ ଥିଲେ I ସେ ଖ୍ରୀଷ୍ଟିୟାନମାନଙ୍କୁ ତାଡନା କରୁଥିଲେ I ସେ ଜଣେ ଖ୍ରୀଷ୍ଟିୟାନ ହେଲାପରେ ଲୋକମାନଙ୍କୁ ଯୀଶୁଙ୍କ ବିଷୟରେ କହି କହି ଅନେକ ଥର ରୋମ୍ ସାମ୍ରାଜ୍ୟସାରା ଯାତ୍ରା କରିଥିଲେ I

### ତୀତସ୍ ପୁସ୍ତକରେ କେଉଁ ବିଷୟ ଲେଖାଅଛି?

ପାଉଲ ଆପଣା ସହକର୍ମୀ ତୀତସଙ୍କୁ ଏହା ଲେଖିଥିଲେ, ଯିଏ କି କ୍ରୀତୀ ଦ୍ବୀପର ମଣ୍ଡଳୀ ଗୁଡିକୁ ନେତୃତ୍ବ ପ୍ରଦାନ କରୁଥିଲେ I ପାଉଲ ତାହାଙ୍କୁ ମଣ୍ଡଳୀର ନେତାମାନଙ୍କୁ ବାଛିବା ବିଷୟରେ ଉପଦେଶ ଦେଇଥିଲେ I ପାଉଲ ମଧ୍ୟ ବର୍ଣ୍ଣନା କରିଥିଲେ ଯେ ବିଶ୍ବାସୀମାନେ କିପରି ପରସ୍ପର ସହିତ ବ୍ୟବହାର କରିବା ଉଚିତ I ଆଉ ସେ ସମସ୍ତଙ୍କୁ ଈଶ୍ବରଙ୍କ ସନ୍ତୋଷଜନକ ମାର୍ଗରେ ଜୀବନ ଯାପନ କରିବା ନିମନ୍ତେ ଉତ୍ସାହିତ କରିଥିଲେ I

### ଏହି ପୁସ୍ତକର ଶୀର୍ଷକ କିପରି ଅନୁବାଦ ହେବା ଉଚିତ?

ଅନୁବାଦକମାନେ ଏହି ପୁସ୍ତକକୁ ଏହାର ପାରମ୍ପରିକ ଶୀର୍ଷକକୁ ନେଇ ଏହାକୁ “ତୀତସ୍” ବୋଲି କହିପାରନ୍ତି I କିମ୍ବା ସେମାନେ “ତୀତସ୍ ଙ୍କ ନିକଟକୁ ପାଉଲଙ୍କର ପତ୍ର” କିଅବା “ତୀତସ୍ ଙ୍କ ନିକଟକୁ ଗୋଟିଏ ପତ୍ର” ବୋଲି ଆହୁରି ସ୍ପଷ୍ଟ ଏକ ଶୀର୍ଷକ ମନୋନୀତ କରିପାରନ୍ତି I (ଦେଖ: [[rc://en/ta/man/translate/translate-names]])

## ଦ୍ବିତୀୟ ଭାଗ: ଗୁରୁତ୍ବପୂର୍ଣ୍ଣ ଧର୍ମଗତ ଓ ସାଂସ୍କୃତିକ ଧାରଣା

### ମଣ୍ଡଳୀରେ ଲୋକମାନେ କିପରି ଭୂମିକା ନେଇ ସେବା କରିପାରିବେ?

ଜଣେ ସ୍ତ୍ରୀ ଲୋକ ଅବା ଜଣେ ଛାଡପତ୍ର ପାଇଥିବା ଲୋକ ମଣ୍ଡଳୀର ନେତୃତ୍ବ ସ୍ଥାନରେ ଥାଇ ସେବା କରିପାରିବ କି ନାହିଁ, ସେ ବିଷୟରେ ତୀତସ୍ ପୁସ୍ତକରେ କିଛି ଶିକ୍ଷା ଅଛି I ପଣ୍ଡିତମାନେ ଏହି ଶିକ୍ଷାର ଅର୍ଥ ବିଷୟରେ ଏକମତ ନୁହନ୍ତି I ଏହି ପୁସ୍ତକ ଅନୁବାଦ କରିବା ପୂର୍ବରୁ ଏହି ବିଷୟଗୁଡିକ ଉପରେ ଅଧିକ କିଛି ଅଧ୍ୟୟନ କରିବା ଆବଶ୍ୟକ ହୋଇପାରେ I

## ତୃତୀୟ ଭାଗ:ଅନୁବାଦ ସମ୍ବନ୍ଧୀୟ ମୁଖ୍ୟ ସମସ୍ୟା

### ଏକବଚନ ଓ ବହୁବଚନ “ତୁମ୍ଭେ”
ଏହି ପୁସ୍ତକରେ, “ମୁଁ” ଶବ୍ଦଟି ପାଉଲଙ୍କୁ ବୁଝାଏ I ମଧ୍ୟ, “ତୁମ୍ଭେ” ଶବ୍ଦଟି ପ୍ରାୟତଃ ସବୁବେଳେ ଏକବଚନ ଥାଇ ତୀତସଙ୍କୁ ବୁଝାଏ I ଏହାର ବ୍ୟତିକ୍ରମଟି ହେଉଛି ୩:୧୫ I (ଦେଖ: [[rc://en/ta/man/translate/figs-exclusive]] ଓ [[rc://en/ta/man/translate/figs-you]])

### “ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବର”ର ଅର୍ଥ କଅଣ?

ଏହି ପତ୍ରରେ ଏହା ଗୋଟିଏ ସାଧାରଣ ବାକ୍ୟାଂଶ I ଈଶ୍ବର କିପରି ତାହାଙ୍କ ବିରୁଦ୍ଧରେ ପାପ କରିଥିବା ପାପୀମାନଙ୍କୁ ଖ୍ରୀଷ୍ଟଙ୍କଠାରେ କ୍ଷମା କଲେ, ତାହା ପାଠକମାନେ ଚିନ୍ତା କରନ୍ତୁ ବୋଲି ପାଉଲ ଏହା ଲେଖିଛନ୍ତି I ଆଉ ସେମାନଙ୍କୁ କ୍ଷମାକରିବା ଦ୍ବାରା ସମସ୍ତ ଲୋକଙ୍କ ବିଚାର କରିବା ସମୟରେ ଦଣ୍ଡ ପାଇବାରୁ ସେ ସେମାନଙ୍କୁ ଉଦ୍ଧାର କରିଛନ୍ତି I ଏହି ପତ୍ରରେ ଥିବା ସେହି ଏକାପରି ବାକ୍ୟାଂଶ ହେଉଛି, “ଆମ୍ଭମାନଙ୍କ ମହାନ୍ ଈଶ୍ବର ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟ I”

3TIT1introc7me0# ତୀତସ୍ ୦୧ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ପାଉଲ ୧-୪ ପଦରେ ଔପଚାରିକଭାବରେ ପତ୍ରଟିର ପରିଚୟ ଦିଅନ୍ତି I ପ୍ରାଚୀନ ନିକଟପ୍ରାଚ୍ୟ ଅଞ୍ଚଳର ଲେଖକମାନେ ପ୍ରାୟତଃ ପତ୍ରଗୁଡିକ ଏହି ପ୍ରକାର ଭାବରେ ଆରମ୍ଭ କରୁଥିଲେ I

୬-୯ ପଦରେ, ପାଉଲ ମଣ୍ଡଳୀର ଜଣେ ପ୍ରାଚୀନ ହେବା ନିମନ୍ତେ କି କି ଗୁଣର ଆବଶ୍ୟକ, ତା’ର ଏକ ତାଲିକା ଦେଉଛନ୍ତି I (ଦେଖ: rc://en/ta/man/translate/figs-abstractnouns) ପାଉଲ ସେହିପରି ଏକ ତାଲିକା ୧ ତୀମଥି ୩ ଅଧ୍ୟାୟରେ ଦେଉଛନ୍ତି I

## ଏହି ଅଧ୍ୟାୟର ବିଶେଷ ଧାରଣା

### ପ୍ରାଚୀନ

ମଣ୍ଡଳୀର ନେତାମାନଙ୍କ ନିମନ୍ତେ ମଣ୍ଡଳୀ ବିଭିନ୍ନ ଉପାଧି ବ୍ୟବହାର କରିଅଛି I କେତେକ ଉପାଧି ପ୍ରାଚୀନ, ସେବକ, ପାଳକ ଓ ଅଧ୍ୟକ୍ଷ ଭାବରେ ପରିଚିତ I

## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

### ଉଚିତ, ହୋଇପାରେ, ନିଶ୍ଚୟ ହେବା ଆବଶ୍ୟକ
ULT ବିଭିନ୍ନ ଆବଶ୍ୟକତା ଓ ଦାୟିତ୍ବକୁ ବୁଝାଇବାପାଇଁ ବିଭିନ୍ନ ଶବ୍ଦ ବ୍ୟବହାର କରିଥାଏ I ଏହି କ୍ରିୟାଗୁଡିକର ତହିଁ ସହିତ ସମ୍ପୃକ୍ତ ବିଭିନ୍ନ ସ୍ତରର ଗୁରୁତ୍ବ ରହିଛି I ଏହି ପ୍ରକାର ସୁକ୍ଷ୍ମ ପାର୍ଥକ୍ୟକୁ ଅନୁବାଦ କରିବା କଷ୍ଟକର ହୋଇଥାଏ I UST ଏହି କ୍ରିୟାଗୁଡିକୁ ଅଧିକ ସାଧାରଣ ଭାବରେ ଅନୁବାଦ କରିଥାଏ I

4TIT11rtc9κατὰ πίστιν1for the faith ofବିଶ୍ବାସକୁ ବଳବାନ୍ କରିବା ସକାଶେ
5TIT11fyf8τῆς κατ’ εὐσέβειαν1that agrees with godlinessଯାହା ଈଶ୍ବରଙ୍କ ସମ୍ଭ୍ରମ ନିମନ୍ତେ ଯୋଗ୍ୟ
6TIT12r2gjπρὸ χρόνων αἰωνίων1before all the ages of timeସମୟର ଆରମ୍ଭ ପୂର୍ବରୁ
7TIT13b22hκαιροῖς ἰδίοις1At the right timeଯଥା ସମୟରେ
8TIT13swi9figs-metaphorἐφανέρωσεν ... τὸν λόγον αὐτοῦ1he revealed his wordପାଉଲ ଈଶ୍ବରଙ୍କ ବାକ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହାକୁ ଦୃଶ୍ୟଭାବରେ ଲୋକମାନଙ୍କୁ ଦେଖାଇ ଦିଆଯାଇପାରିବ I ବିକଳ୍ପ ଅନୁବାଦ: “ସେ ମୋତେ ତାହାଙ୍କର ସମ୍ବାଦ ବୁଝିବାକୁ ଦେଲେ” (ଦେଖ: [[rc://en/ta/man/translate/figs-metaphor]])
9TIT13m41uὃ ἐπιστεύθην ἐγὼ1he trusted me to deliverସେ ମୋ’ଠାରେ ଭରସା କଲେ କିମ୍ବା “ସେ ମୋତେ ପ୍ରଚାର କରିବାକୁ ଦାୟିତ୍ବ ଦେଲେ”
10TIT13dpn4τοῦ Σωτῆρος ἡμῶν Θεοῦ1God our Saviorଆମ୍ଭମାନଙ୍କ ତ୍ରାଣକାର୍ତ୍ତା ଈଶ୍ବର
11TIT14gu55figs-metaphorγνησίῳ τέκνῳ1a true sonଯଦିଓ ତୀତସ୍ ପାଉଲଙ୍କର ଜନ୍ମଗତ ପୁତ୍ର ନ ଥଲେ, ତଥାପି ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରୁଥିଲେ I ତେଣୁ, ଖ୍ରୀଷ୍ଟରେ, ପାଉଲ ତୀତସଙ୍କୁ ଆପଣାର ନିଜ ପୁତ୍ର ବୋଲି ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେ ମୋ ପ୍ରତି ଜଣେ ପୁତ୍ର ସଦୃଶ” (ଦେଖ: [[rc://en/ta/man/translate/figs-metaphor]])
12TIT14wx6cκοινὴν πίστιν1our common faithପାଉଲ ଖ୍ରୀଷ୍ଟଙ୍କଠାରେ ଥିବା ସେହି ସମାନ ବିଶ୍ବାସକୁ ପ୍ରକାଶ କରୁଛନ୍ତି, ଯାହା ସେମାନଙ୍କ ଉଭୟଙ୍କଠାରେ ଥିଲା I ବିକଳ୍ପ ଅନୁବାଦ: “ଯେଉଁ ଶିକ୍ଷାକୁ ଆମ୍ଭେ ଉଭୟ ବିଶ୍ବାସ କରୁଥିଲୁ”
13TIT14h93tfigs-ellipsisχάρις καὶ εἰρήνη1Grace and peaceଏହା ପାଉଲଙ୍କର ସାଧାରଣ ଭାବେ ବ୍ୟବହାର କରୁଥିବା ଅଭିବାଦନ I ତୁମେ ବୁଝିହେଉଥିବା ସୂଚନାକୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରିପାରିବ I ବିକଳ୍ପ ଅନୁବାଦ: “ତୁମ୍ଭେ ଆନ୍ତରିକ ଭାବେ ଦୟା ଓ ଶାନ୍ତି ଅନୁଭବ କରୁଥାଅ” (ଦେଖ: [[rc://en/ta/man/translate/figs-ellipsis]])
14TIT14s3yrΧριστοῦ Ἰησοῦ τοῦ Σωτῆρος ἡμῶν1Christ Jesus our Saviorଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁ
15TIT15ew8hτούτου χάριν1For this purposeସେଥିପାଇଁ
16TIT15lh9bἀπέλιπόν σε ἐν Κρήτῃ1I left you in Creteମୁଁ ତୁମ୍ଭକୁ କ୍ରୀତୀରେ ରହିବାକୁ କହିଥିଲି
17TIT15ga62ἵνα τὰ λείποντα ἐπιδιορθώσῃ1that you might set in order things not yet completeଯେପରି ତୁମ୍ଭେ ଆବଶ୍ୟକ ଥିବା କାର୍ଯ୍ୟକୁ ସମାପ୍ତ କରିବ
18TIT15b52uκαταστήσῃς ... πρεσβυτέρους1ordain eldersପ୍ରାଚୀନମାନଙ୍କୁ ନିଯୁକ୍ତ କର କିମ୍ବା “ପ୍ରାଚୀନମାନଙ୍କୁ ମନୋନୀତ କର”
19TIT15p56wπρεσβυτέρους1eldersଆଦ୍ୟ ଖ୍ରୀଷ୍ଟିୟ ମଣ୍ଡଳୀରେ, ପ୍ରାଚୀନମାନେ ବିଶ୍ବାସୀମାନଙ୍କ ସମାବେଶକୁ ଆତ୍ମିକ ନେତୃତ୍ବ ଦେଉଥିଲେ
20TIT16wja40Connecting Statement:କ୍ରୀତୀ ଦ୍ବୀପର ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ କହିଲାପରେ, ପାଉଲ ପ୍ରାଚୀନମାନଙ୍କ ଆବଶ୍ୟକ ଯୋଗ୍ୟତା ବିଷୟରେ କହୁଛନ୍ତି I
21TIT16jen8εἴ τίς ἐστιν ἀνέγκλητος ... ἀνήρ1An elder must be without blame, the husband“ନିର୍ଦ୍ଦୋଷ” ହେବାର ଅର୍ଥ ହେଉଛି କୌଣସି ମନ୍ଦ ବିଷୟ କରୁ ନ ଥିବା ଲୋକଭାବରେ ପରିଚିତ ଥିବା I ବିକଳ୍ପ ଅନୁବାଦ: “ଜଣେ ପ୍ରାଚୀନର କୁଖ୍ୟାତି ନ ଥିବା ଆବଶ୍ୟକ ଓ ସେ ଜଣେ ସ୍ବାମୀ ହୋଇଥିବା ଉଚିତ”
22TIT16q6uyfigs-explicitμιᾶς γυναικὸς ἀνήρ1the husband of one wifeଏହାର ଅର୍ଥ ହେଉଛି ଯେ ତାଙ୍କର ଏକମାତ୍ର ସ୍ତ୍ରୀ ଥିବ, ଅର୍ଥାତ୍, ତାଙ୍କର ଆଉ ଅନ୍ୟ ସ୍ତ୍ରୀ କି ଉପପତ୍ନୀ ନ ଥିବେ I ଏହା ମଧ୍ୟ ସୂଚିତ କରିପାରେ ଯେ ସେ ବ୍ୟଭିଚାର କରୁନାହିଁ କି କୌଣସି ପୂର୍ବ ସ୍ତ୍ରୀକୁ ଛାଡପତ୍ର ଦେଇନାହିଁ I ବିକଳ୍ପ ଅନୁବାଦ: “ଜଣେ ଲୋକ ଯାହାର କେବଳ ଏକମାତ୍ର ସ୍ତ୍ରୀ ଅଛି” କିମ୍ବା “ଜଣେ ଲୋକ ଯେ କି ଆପଣା ସ୍ତ୍ରୀ ପ୍ରତି ବିଶ୍ବସ୍ତ ଅଟେ” (ଦେଖ: [[rc://en/ta/man/translate/figs-explicit]])
23TIT16wd6qτέκνα ... πιστά1faithful childrenସମ୍ଭାବିତ ଅର୍ଥଗୁଡିକ ହେଲା ୧) ଯୀଶୁଙ୍କଠାରେ ବିଶ୍ବାସ କରୁଥିବା ସନ୍ତାନମାନେ ) ଭରସାଯୋଗ୍ୟ ସନ୍ତାନମାନେ I
24TIT17lz7xτὸν ἐπίσκοπον1overseerସେହି ସମାନ ଆତ୍ମିକ ନେତୃତ୍ବ ପଦପାଇଁ ଏହା ଆଉ ଗୋଟିଏ ନାମ, ଯାହାକୁ ପାଉଲ ୧:୬ରେ “ପ୍ରାଚୀନ” ବୋଲି ଉଲ୍ଲେଖ କରୁଛନ୍ତି I
25TIT17g2zffigs-metaphorΘεοῦ οἰκονόμον1God's household managerପାଉଲ ମଣ୍ଡଳୀ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଈଶ୍ବରଙ୍କ ପରିବାର ଓ ଅଧ୍ୟକ୍ଷଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେ ସେହି ପରିବାରର ପରିଚାଳନା ଦାୟିତ୍ବରେ ଥିବା ଜଣେ ସେବକ ଅଟନ୍ତି I (ଦେଖ: [[rc://en/ta/man/translate/figs-metaphor]])
26TIT17d6l1μὴ πάροινον1not addicted to wineଜଣେ ମଦ୍ୟପାୟୀ ନୁହନ୍ତି କିମ୍ବା “ଯେ ଅଧିକ ମଦ୍ୟପାନ କରିବା ଲୋକ ନୁହଁ”
27TIT17j1qqμὴ πλήκτην1not a brawlerଆଶୁକ୍ରୋଧୀ ନୁହନ୍ତି କିମ୍ବା “ବିବାଦପ୍ରିୟ ନୁହନ୍ତି”
28TIT18i549ἀλλὰ1Insteadପାଉଲ ଆପଣା ତର୍କକୁ ଜଣେ ପ୍ରାଚୀନ କିପରି ହେବା ଉଚିତ ନୁହଁରୁ ଜଣେ ପ୍ରାଚୀନ କିପରି ହେବା ଉଚିତରେ ପରିବର୍ତ୍ତନ କରୁଛନ୍ତି I
29TIT18vkq1φιλάγαθον1a friend of what is goodଯେ ଉତ୍ତମ ବିଷୟର ଅନୁରାଗୀ
30TIT19xwy6figs-metaphorἀντεχόμενον1hold tightly toଖ୍ରୀଷ୍ଟିୟାନ ବିଶ୍ବାସ ପ୍ରତି ଅନୁରକ୍ତ ହେବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଜଣକର ହାତରେ ବିଶ୍ବାସକୁ ଧରିବା ପରି I ବିକଳ୍ପ ଅନୁବାଦ: “ଅନୁରକ୍ତ ହୁଅ” କିମ୍ବା “ଉତ୍ତମଭାବେ ଜାଣ” (ଦେଖ: [[rc://en/ta/man/translate/figs-metaphor]])
31TIT19pzi1τῇ διδασκαλίᾳ τῇ ὑγιαινούσῃ1good teachingସେ ଈଶ୍ବରଙ୍କ ବିଷୟରେ ଯାହା ସତ୍ୟ ଓ ଅନ୍ୟ ଆତ୍ମିକ ବିଷୟସବୁ ଶିକ୍ଷାଦେବା ଉଚିତ I
32TIT110xsq90Connecting Statement:ଈଶ୍ବରଙ୍କ ବାକ୍ୟର ବିରୋଧ କରୁଥିବା ଲୋକମାନଙ୍କ ସକାଶୁ, ପାଉଲ ତୀତସଙ୍କୁ ଈଶ୍ବରଙ୍କ ବାକ୍ୟର ପ୍ରଚାର କରିବାର କାରଣସବୁ ଦେଉଛନ୍ତି ଓ ଭଣ୍ଡ ଶିକ୍ଷକମାନଙ୍କ ବିଷୟରେ ସତର୍କ କରାଉଛନ୍ତି I
33TIT110w9kkἀνυπότακτοι1rebellious peopleଏମାନେ ବିଦ୍ରୋହୀ ଲୋକେ, ଯେଉଁମାନେ ପାଉଲଙ୍କ ସୁସମାଚାରର ବାକ୍ୟକୁ ବିରୋଧ କରୁଛନ୍ତି I
34TIT110ga6nfigs-metaphorματαιολόγοι, καὶ φρεναπάται1empty talkers and deceiversଏହି ବାକ୍ୟାଂଶ ପୂର୍ବ ବାକ୍ୟାଂଶରେ ଉଲ୍ଲେଖ କରାଯାଇଥିବା ବିଦ୍ରୋହୀ ଲୋକମାନଙ୍କ ବିଷୟ ବର୍ଣ୍ଣନା କରେ I ଏଠାରେ “ଅସାର” ମୂଲ୍ୟହୀନ ନିମନ୍ତେ ଗୋଟିଏ ରୂପକ, ଓ “ଅସାର ବାକ୍ୟବାଦୀ”ମାନେ ହେଉଛନ୍ତି, ଯେଉଁମାନେ ମୂଲ୍ୟହୀନ ବା ନିର୍ବୋଧ କଥା କହନ୍ତି I ବିକଳ୍ପ ଅନୁବାଦ: “ଯେଉଁ ଲୋକମାନେ ମୂଲ୍ୟହୀନ କଥାକହି ଅନ୍ୟମାନଙ୍କୁ ପ୍ରବଞ୍ଚିତ କରନ୍ତି” (ଦେଖ: [[rc://en/ta/man/translate/figs-metaphor]])
35TIT110pu74figs-metonymyοἱ ἐκ τῆς περιτομῆς1those of the circumcisionଏହା ଖ୍ରୀଷ୍ଟିୟାନ ଯିହୂଦୀମାନଙ୍କୁ ବୁଝାଏ, ଯେଉଁମାନେ ଶିକ୍ଷା ଦେଉଥିଲେ ଯେ ଖ୍ରୀଷ୍ଟଙ୍କର ଶିଷ୍ୟ ହେବାପାଇଁ ପୁରୁଷମାନେ ସୁନ୍ନତ ହେବା ଆବଶ୍ୟକ I (ଦେଖ: [[rc://en/ta/man/translate/figs-metonymy]])
36TIT111f4iyοὓς δεῖ ἐπιστομίζειν1It is necessary to stop themସେମାନଙ୍କୁ ସେମାନଙ୍କ ଶିକ୍ଷା ବିସ୍ତାର କରିବାରୁ ନିବୃତ୍ତ କରାଯିବା ଆବଶ୍ୟକ କିମ୍ବା “ସେମାନଙ୍କ କଥା ଦ୍ବାରା ଅନ୍ୟମାନଙ୍କୁ ପ୍ରଭାବିତ କରିବାରୁ ସେମାନଙ୍କୁ ଅଟକାଇବା ଆବଶ୍ୟକ”
37TIT111tw4eἃ μὴ δεῖ1what they should not teachଖ୍ରୀଷ୍ଟ ଓ ବ୍ୟବସ୍ଥା ସମ୍ବନ୍ଧରେ ଏସବୁ ବିଷୟ ଶିକ୍ଷାଦେବା ଉପଯୁକ୍ତ ନୁହେଁ, କାରଣ ସେସବୁ ସତ୍ୟ ନୁହେଁ I
38TIT111at7cαἰσχροῦ κέρδους χάριν1for shameful profitଯାହା ସମ୍ଭ୍ରମଯୁକ୍ତ ନୁହେଁ, ଲୋକମାନେ ତାହାକରି ଅର୍ଥଲାଭ କରୁଥିବା ବିଷୟକୁ ଏହା ବୁଝାଏ I
39TIT111aqi5ὅλους οἴκους ἀνατρέπουσιν1are upsetting whole familiesସମସ୍ତ ପରିବାରକୁ ପଥଭ୍ରଷ୍ଟ କରୁଅଛନ୍ତି I ସମସ୍ୟା ଥିଲା ଯେ ସେମାନେ ସେମାନଙ୍କ ବିଶ୍ବାସକୁ ନଷ୍ଟକରି ପରିବାରଗୁଡିକୁ ବିଚଳିତ କରୁଥିଲେ I ଏହା ପରିବାରର ସଦସ୍ୟମାନଙ୍କୁ ପରସ୍ପର ସହିତ ବାଦାନୁବାଦ କରିବାକୁ ଘେନିଯାଇଥିବ I TIT 1 12 tr1j τις ἐξ αὐτῶν ἴδιος αὐτῶν προφήτης 1 One of their own prophets କ୍ରୀତୀର ହିଁ ଜଣେ ଭାବବାଦୀ କିମ୍ବା “ଆପଣାକୁ ଜଣେ ଭାବବାଦୀ ବୋଲାଉଥିବା ଜଣେ କ୍ରୀତୀବାସୀ”
40TIT112y3zbfigs-hyperboleΚρῆτες ἀεὶ ψεῦσται1Cretans are always liarsକ୍ରୀତୀବାସୀମାନେ ସର୍ବଦା ମିଥ୍ୟାବାଦୀ I ଏହା ଗୋଟିଏ ଅତିରଂଜନ, ଯାହାର ଅର୍ଥ ହେଉଛି ଯେ ଅନେକ କ୍ରୀତୀବାସୀମାନେ ମିଥ୍ୟା କହନ୍ତି I (ଦେଖ: [[rc://en/ta/man/translate/figs-hyperbole]]) TIT 1 12 h3jb figs-metaphor κακὰ θηρία 1 evil beasts ଏହି ରୂପକ କ୍ରୀତୀବାସୀମାନଙ୍କୁ ହିଂସ୍ରକ ବନ୍ୟ ପଶୁଭାବରେ ତୁଳନା କରୁଅଛି I (ଦେଖ: [[rc://en/ta/man/translate/figs-metaphor]]) TIT 1 13 fif8 δι’ ἣν αἰτίαν ἔλεγχε αὐτοὺς ἀποτόμως 1 Therefore, correct them severely ସଂଶୋଧନ କରିବା ସମୟରେ ତୁମ୍ଭେ କଠୋର ଭାଷା ବ୍ୟବହାର କରିବା ଉଚିତ, ଯେପରି କ୍ରୀତୀବାସୀମାନେ ବୁଝିପାରିବେ I
41TIT113je3rἵνα ὑγιαίνωσιν ἐν τῇ πίστει1so that they may be sound in the faithଯେପରି ସେମାନେ ଏକ ବଳିଷ୍ଠ ବିଶ୍ବାସ ଲାଭ କରିବେ କିମ୍ବା “ଯେପରି ସେମାନଙ୍କ ବିଶ୍ବାସ ବାସ୍ତବ ହୋଇପାରିବ”
42TIT114p28iἸουδαϊκοῖς μύθοις1Jewish mythsଏହା ଯିହୂଦୀମାନଙ୍କର ଭ୍ରାନ୍ତ ଶିକ୍ଷାକୁ ବୁଝାଏ I
43TIT114m4a5figs-metaphorἀποστρεφομένων τὴν ἀλήθειαν1turn away from the truthପାଉଲ ସତ୍ୟ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯେଉଁଥିରୁ ଜଣେ ବିମୁଖ ହୋଇପାରିବ ବା ଯାହାକୁ ଜଣେ ଏଡାଇ ଦେଇପାରିବ I ବିକଳ୍ପ ଅନୁବାଦ: “ସତ୍ୟକୁ ଅଗ୍ରାହ୍ୟ କରନ୍ତି” (ଦେଖ: [[rc://en/ta/man/translate/figs-metaphor]])
44TIT115qtb9πάντα καθαρὰ τοῖς καθαροῖς1To those who are pure, all things are pureଯଦି ଲୋକମାନେ ଅନ୍ତରରେ ଶୁଚି ଅଟନ୍ତି, ସେମାନେ କରୁଥିବା ସବୁ ବିଷୟ ଶୁଚି ହେବ
45TIT115nx42τοῖς καθαροῖς1To those who are pureଯେଉଁମାନେ ଈଶ୍ବରଙ୍କ ନିକଟରେ ଗ୍ରହଣଯୋଗ୍ୟ
46TIT115n3wkfigs-metaphorτοῖς ... μεμιαμμένοις καὶ ἀπίστοις, οὐδὲν καθαρόν1to those who are corrupt and unbelieving, nothing is pureପାଉଲ ପାପୀମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ଶାରୀରିକଭାବରେ ମଇଳା ଅଟନ୍ତି I ବିକଳ୍ପ ଅନୁବାଦ: “ଯଦି ଲୋକମାନେ ନୈତିକଭାବରେ ଅଶୁଚି ଓ ବିଶ୍ବାସ କରୁନାହାନ୍ତି, ତେବେ ସେମାନେ କୌଣସି ଶୁଚି ବିଷୟ କରିପାରିବେ ନାହିଁ” (ଦେଖ: [[rc://en/ta/man/translate/figs-metaphor]])
47TIT116i3l2τοῖς ... ἔργοις ἀρνοῦνται1they deny him by their actionsସେମାନେ କିପରି ଜୀବନ ଯାପନ କରୁଛନ୍ତି, ତାହା ପ୍ରମାଣ କରିବ ଯେ ସେମାନେ ତାହାଙ୍କୁ ଜାଣନ୍ତି ନାହିଁ
48TIT116ja47βδελυκτοὶ ὄντες1They are detestableସେମାନେ ଘୃଣାଯୋଗ୍ୟ ଅଟନ୍ତି
49TIT2introh3il0# ତୀତସ୍ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା

### ଲିଙ୍ଗଗତ ଭୂମିକା

ଏହି ଅନୁଚ୍ଛେଦକୁ ଏହାର ଐତିହାସିକ ଓ ସାଂସ୍କୃତିକ ପରିପ୍ରେକ୍ଷୀରେ କିପରି ବୁଝିବାକୁ ହେବ ତାହା ନେଇ ପଣ୍ଡିତମାନେ ବିଭକ୍ତ ହୋଇଥାନ୍ତି I କେତେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ପୁରୁଷ ଓ ସ୍ତ୍ରୀମାନେ ସବୁ ବିଷୟରେ ସମ୍ପୂର୍ଣ୍ଣଭାବରେ ସମାନ ଅଟନ୍ତି I ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ପୁରୁଷ ଓ ସ୍ତ୍ରୀମାନଙ୍କୁ ବୈବାହିକ ଜୀବନରେ ଓ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ଭୂମିକାରେ ସେବା କରିବା ନିମନ୍ତେ ସୃଷ୍ଟି କରିଛନ୍ତି I ଅନୁବାଦକମାନେ ସେମାନଙ୍କ ବୁଝିବା ଅନୁସାରେ ଏହି ବିଷୟକୁ ଅନୁବାଦ କଲେ କି ପ୍ରକାର ପ୍ରଭାବ ପଡ଼ିବ, ସେ ବିଷୟରେ ଯତ୍ନବାନ୍ ହେବା ଉଚିତ I

### ଦାସତ୍ବ

ପାଉଲ ଏହି ଅଧ୍ୟାୟରେ ଦାସତ୍ବ ପ୍ରଥା ଭଲ କି ମନ୍ଦ, ସେ ବିଷୟରେ ଲେଖୁନାହାନ୍ତି I ପାଉଲ ଦାସମାନଙ୍କୁ ବିଶ୍ବସ୍ତଭାବରେ ଆପଣା କର୍ତ୍ତାମାନଙ୍କର ସେବା କରିବାକୁ ଶିକ୍ଷା ଦେଉଛନ୍ତି I ସେ ସବୁ ବିଶ୍ବାସୀମାନଙ୍କୁ ଈଶ୍ବରପରାୟଣ ହେବାକୁ ଓ ସବୁ ପରିସ୍ଥିତିରେ ଯଥାର୍ଥ ଜୀବନ କାଟିବାକୁ ଶିକ୍ଷା ଦେଉଛନ୍ତି I

50TIT21lfu10Connecting Statement:ପାଉଲ ତୀତସଙ୍କୁ ଈଶ୍ବରଙ୍କ ବାକ୍ୟ ପ୍ରଚାର କରିବାର କାରଣ ଦେଉଛନ୍ତି ଓ ବୟୋଧିକ ପୁରୁଷମାନେ, ବୟୋଧିକା ସ୍ତ୍ରୀମାନେ, ଯୁବାମାନେ ଓ ଦାସ କି ସେବକମାନେ ବିଶ୍ବାସୀଭାବରେ କିପରି ଜୀବନ କାଟିବା ଉଚିତ, ତାହା ବୁଝାଉଛନ୍ତି I
51TIT21tpi2figs-explicitσὺ δὲ λάλει ἃ πρέπει1But you, speak what fitsପାଉଲ ଏହାର ବିପରୀତ ବିଷୟକୁ ସୂଚାଉଛନ୍ତି I ବିକଳ୍ପ ଅନୁବାଦ: “କିନ୍ତୁ ତୁମ୍ଭେ, ହେ ତୀତସ୍, ଭଣ୍ଡ ଶିକ୍ଷକମାନଙ୍କ ବିପରୀତରେ, ଉପଯୁକ୍ତ ବିଷୟ କହିବାକୁ ନିଶ୍ଚିତ ହୁଅ” (ଦେଖ: [[rc://en/ta/man/translate/figs-explicit]])
52TIT21ph2jτῇ ὑγιαινούσῃ διδασκαλίᾳ1with faithful instructionହିତଜନକ ଶିକ୍ଷା ସହ କିମ୍ବା “ସଠିକ୍ ଶିକ୍ଷା ସହ”
53TIT22xc6tνηφαλίους εἶναι1to be temperateସୁବୁଦ୍ଧି ହେବାକୁ କିମ୍ବା “ଆତ୍ମ-ସଂଯମୀ ହେବାକୁ”
54TIT22y3j2εἶναι ... σώφρονας1to be ... sensibleସେମାନଙ୍କ ଅଭିଳାଷ ନିୟନ୍ତ୍ରଣ ...କରିବାକୁ
55TIT22m14yfigs-abstractnounsὑγιαίνοντας τῇ πίστει, τῇ ἀγάπῃ, τῇ ὑπομονῇ1sound in faith, in love, and in perseveranceଏଠାରେ “ହିତଜନକ”ର ଅର୍ଥ ଦୃଢ଼ ଓ ଅବିଚଳିତ I ଗୁଣବାଚକ ବିଶେଷ୍ୟ “ବିଶ୍ବାସ,” “ପ୍ରେମ” ଓ ଧୈର୍ଯ୍ୟ”କୁ କ୍ରିୟାଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ସେମାନେ ଈଶ୍ବରଙ୍କ ବିଷୟରେ ସତ୍ୟ ଶିକ୍ଷାକୁ ଦୃଢ଼ଭାବରେ ବିଶ୍ବାସ କରିବା ଆବଶ୍ୟକ, ଅନ୍ୟମାନଙ୍କୁ ସତ୍ୟରେ ପ୍ରେମ କରିବା ଆବଶ୍ୟକ ଓ ଏପରିକି କଷ୍ଟକର ପରିସ୍ଥିତିରେ ମଧ୍ୟ ନିରନ୍ତର ଈଶ୍ବରଙ୍କ ସେବା କରିବା ଆବଶ୍ୟକ” (ଦେଖ: [[rc://en/ta/man/translate/figs-abstractnouns]])
56TIT23gl8eπρεσβύτιδας ὡσαύτως ἐν καταστήματι1Teach older women likewiseସେହି ପ୍ରକାରେ, ବୟୋଧିକା ସ୍ତ୍ରୀମାନଙ୍କୁ ଶିକ୍ଷା ଦିଅ କିମ୍ବା “ମଧ୍ୟ ବୟୋଧିକା ସ୍ତ୍ରୀମାନଙ୍କୁ ଶିକ୍ଷା ଦିଅ”
57TIT23v9cpδιαβόλους1slanderersଏହି ଶବ୍ଦ ଅନ୍ୟଲୋକମାନଙ୍କ ବିଷୟରେ ମନ୍ଦ କଥା, ଅର୍ଥାତ୍, ତାହା ସତ ହୋଇଥାଉ କି ନ ଥାଉ, ତାହା କହୁଥିବା ଲୋକମାନଙ୍କୁ ବୁଝାଏ I
58TIT23g9refigs-metaphorοἴνῳ πολλῷ δεδουλωμένας1or being slaves to much wineନିଜକୁ ନିୟନ୍ତ୍ରଣ କରିପାରୁ ନ ଥିବା ଓ ଅତ୍ୟଧିକ ମଦ୍ୟପାନ କରୁଥିବା ଲୋକ ବିଷୟରେ କୁହାଯାଏ ଯେ ସତେ ଯେପରି ସେ ମଦ୍ୟପାନର ଦାସ ହୋଇଅଛି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଆଉ ଅତ୍ୟଧିକ ମଦ୍ୟପାନ କରେ ନାହିଁ” କିମ୍ବା “ମଦ୍ୟପାନ ପ୍ରତି ଆସକ୍ତ ନୁହେଁ” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])
59TIT25t5v6figs-activepassiveἵνα μὴ ὁ λόγος τοῦ Θεοῦ βλασφημῆται1so that God's word may not be insultedଏଠାରେ ବାକ୍ୟ “ସମ୍ବାଦ”କୁ ବୁଝାଏ, ଯାହା ଅନ୍ୟପକ୍ଷରେ ଈଶ୍ବରଙ୍କୁ ବୁଝାଏ I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ ଯେପରି କେହି ଈଶ୍ବରଙ୍କ ବାକ୍ୟର ନିନ୍ଦା ନ କରନ୍ତି” କିମ୍ବା “ଯେପରି କେହି ତାହାଙ୍କ ସମ୍ବାଦ ବିଷୟରେ ମନ୍ଦ କଥା କହି ଈଶ୍ବରଙ୍କ ନିନ୍ଦା ନ କରନ୍ତି” (ଦେଖ: [[rc://en/ta/man/translate/figs-activepassive]] ଓ [[rc://en/ta/man/translate/figs-metonymy]]) TIT 2 6 i3hv ὡσαύτως 1 In the same way ତୀତସ୍ ବୟୋଧିକ ଲୋକମାନଙ୍କୁ ତାଲିମ ଦେବା ସଦୃଶ ଯୁବାମାନଙ୍କୁ ମଧ୍ୟ ତାଲିମ ଦେବା ଆବଶ୍ୟକ I TIT 2 7 x73u σεαυτὸν παρεχόμενος 1 present yourself as ଆପଣାକୁ ଦେଖାଅ
60TIT27ym6xτύπον καλῶν ἔργων1an example of good worksସଠିକ୍ ଓ ଉପଯୁକ୍ତ ବିଷୟ କରୁଥିବା ଜଣେ ଲୋକର ଆଦର୍ଶ
61TIT28xt6vfigs-hypoἵνα ὁ ἐξ ἐναντίας ἐντραπῇ1so that anyone who opposes you may be ashamedଏହା ଗୋଟିଏ କାଳ୍ପନିକ ପରିସ୍ଥିତିକୁ ଦେଖାଏ, ଯେଉଁଠାରେ କେହି ଜଣେ ତୀତସଙ୍କୁ ବିରୋଧ କରୁଛି ଓ ପରେ ତାହା କରିଥିବାରୁ ଲଜ୍ଜିତ ଅନୁଭବ କରୁଛି I ବିକଳ୍ପ ଅନୁବାଦ: “ଯେପରି ଯଦି କେହି ତୁମ୍ଭକୁ ବିରୋଧ କରେ, ସେ ଲଜ୍ଜିତ ହୋଇପାରେ” କିମ୍ବା “ଯେପରି ଯଦି ଲୋକମାନେ ତୁମ୍ଭକୁ ବିରୋଧ କରନ୍ତି, ସେମାନେ ଲଜ୍ଜିତ ହେବେ” (ଦେଖ: [[rc://en/ta/man/translate/figs-hypo]])
62TIT29ntp7ἰδίοις δεσπόταις1their mastersଆପଣା ଆପଣାର କର୍ତ୍ତା
63TIT29if6vἐν πᾶσιν1in everythingପ୍ରତ୍ୟେକ ପରିସ୍ଥିତିରେ କିମ୍ବା “ସବୁବେଳେ”
64TIT29id15εὐαρέστους εἶναι1please themଆପଣା ଆପଣା କର୍ତ୍ତାମାନଙ୍କୁ ଖୁସି କରନ୍ତୁ କିମ୍ବା “ଆପଣା ଆପଣା କର୍ତ୍ତାମାନଙ୍କୁ ସନ୍ତୁଷ୍ଟ କରନ୍ତୁ”
65TIT210t87jπᾶσαν πίστιν ἐνδεικνυμένους ἀγαθήν1demonstrate all good faithଦେଖାନ୍ତୁ ଯେ ସେମାନେ ଆପଣା ଆପଣା କର୍ତ୍ତାମାନଙ୍କ ଭରସାଯୋଗ୍ୟ ଅଟନ୍ତି
66TIT210h2n6ἐν πᾶσιν1in every wayସେମାନେ କରୁଥିବା ସବୁ ବିଷୟରେ
67TIT210f8jyτὴν διδασκαλίαν τὴν τοῦ Σωτῆρος ἡμῶν Θεοῦ κοσμῶσιν1they may bring credit to the teaching about God our Saviorସେମାନେ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ବିଷୟକ ଶିକ୍ଷାକୁ ଆକର୍ଷଣୀୟ କରିପାରିବେ କିମ୍ବା “ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ବିଷୟକ ଶିକ୍ଷା ଉତ୍ତମ ବୋଲି ଲୋକମାନଙ୍କୁ ବୁଝିବାକୁ ଦେବେ”
68TIT210pn93τὴν τοῦ Σωτῆρος ἡμῶν Θεοῦ1God our Saviorଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବର
69TIT211y44u0Connecting Statement:ପାଉଲ ତୀତସଙ୍କୁ ଯୀଶୁଙ୍କ ଆଗମନକୁ ଅପେକ୍ଷା କରିବାକୁ ଓ ଯୀଶୁଙ୍କ ଦ୍ବାରା ପ୍ରାପ୍ତ ଅଧିକାରକୁ ସ୍ମରଣ କରିବାକୁ ଉତ୍ସାହିତ କରୁଛନ୍ତି I
70TIT211gp2zfigs-personificationἐπεφάνη ... ἡ χάρις τοῦ Θεοῦ1the grace of God has appearedପାଉଲ ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଅନ୍ୟ ଲୋକମାନଙ୍କ ନିକଟକୁ ଯାଉଥିବା ଜଣେ ବ୍ୟକ୍ତି ଅଟନ୍ତି I (ଦେଖ: [[rc://en/ta/man/translate/figs-personification]])
71TIT212qy8kfigs-personificationπαιδεύουσα ἡμᾶς1trains usପାଉଲ ଈଶ୍ବରଙ୍କ ଅନୁଗ୍ରହ ବିଷୟରେ କହନ୍ତି ([ତିତସ୍ :୧୧] (./11.md)) ଯେ ସତେ ଯେପରି ଏହା ଜଣେ ବ୍ୟକ୍ତି ଅଟନ୍ତି ଯିଏ ଅନ୍ୟ ଲୋକମାନଙ୍କ ନିକଟକୁ ଯାଇ ପବିତ୍ର ଜୀବନ ଯାପନ କରିବା ନିମନ୍ତେ ସେମାନଙ୍କୁ ତାଲିମ ଦିଅନ୍ତି I (ଦେଖ: [[rc://en/ta/man/translate/figs-personification]])
72TIT212lxb3παιδεύουσα ἡμᾶς, ἵνα ἀρνησάμενοι τὴν ἀσέβειαν1trains us to reject godlessnessଈଶ୍ବରଙ୍କୁ ଅସମ୍ମାନ କରିବାକୁ ଶିକ୍ଷା ଦିଏ ନାହିଁ
73TIT212n3k5τὰς κοσμικὰς ἐπιθυμίας1worldly passionsଏହି ଜଗତର ବିଷୟ ନିମନ୍ତେ ଦୃଢ଼ ଅଭିଳାଷ କିମ୍ବା “ପାପପୂର୍ଣ୍ଣ କାମନା ନିମନ୍ତେ ଦୃଢ଼ ଅଭିଳାଷ”
74TIT212fk8jἐν τῷ νῦν αἰῶνι1in this ageଏହି ଜଗତରେ ବାସ କରୁଥିବା ସମୟରେ କିମ୍ବା “ଏହି ସମୟରେ”
75TIT213rz93προσδεχόμενοι1we look forward to receivingସ୍ବାଗତ କରିବାକୁ ଆମ୍ଭେମାନେ ଅପେକ୍ଷା କରୁଅଛୁ
76TIT213pss7figs-metonymyτὴν μακαρίαν ἐλπίδα, καὶ ἐπιφάνειαν τῆς δόξης τοῦ μεγάλου Θεοῦ καὶ Σωτῆρος ἡμῶν, Ἰησοῦ Χριστοῦ1our blessed hope, the appearance of the glory of our great God and Savior Jesus Christଏଠାରେ “ଗୌରବ” ସ୍ବୟଂ ଯୀଶୁଙ୍କୁ ବୁଝାଏ ଯେ କି ଗୌରବମୟ ଭାବରେ ପ୍ରକାଶିତ ହେବେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଭରସା କରୁଥିବା ଉତ୍ତମ ବିଷୟ ନିମନ୍ତେ, ଅର୍ଥାତ୍, ଆମ୍ଭମାନଙ୍କ ମହାନ୍ ଈଶ୍ବର ଓ ତ୍ରାଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କ ଗୌରବମୟ ପ୍ରକାଶନ ନିମନ୍ତେ” (ଦେଖ: [[rc://en/ta/man/translate/figs-metonymy]])
77TIT214niu4figs-explicitἔδωκεν ἑαυτὸν ὑπὲρ ἡμῶν1gave himself for usଏହା ଯୀଶୁଙ୍କର ସ୍ବେଚ୍ଛାକୃତ ମୃତ୍ୟୁଭୋଗକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ମୃତ୍ୟୁଭୋଗ କରିବାକୁ ଦେଲେ” (ଦେଖ: [[rc://en/ta/man/translate/figs-explicit]])
78TIT214gxe7figs-metaphorλυτρώσηται ἡμᾶς ἀπὸ πάσης ἀνομίας1to redeem us from all lawlessnessପାଉଲ ଯୀଶୁଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ଦାସମାନଙ୍କୁ ସେମାନଙ୍କ କର୍ତ୍ତାମାନଙ୍କଠାରୁ ମୁକ୍ତ କରୁଅଛନ୍ତି I (ଦେଖ: [[rc://en/ta/man/translate/figs-metaphor]])
79TIT214fjy1λαὸν περιούσιον1a special peopleସେ ସଞ୍ଚୟ କରୁଥିବା ଗୋଟିଏ ଲୋକ ଦଳ
80TIT214ii18ζηλωτὴν1are eagerଏକ ଦୃଢ଼ ଇଚ୍ଛା ରଖ
81TIT215b94zfigs-explicitἔλεγχε μετὰ πάσης ἐπιταγῆς1give correction with all authorityଏହି ଉକ୍ତିଟିକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ଏହି ସବୁ କାର୍ଯ୍ୟ କରୁ ନ ଥିବା ଲୋକମାନଙ୍କୁ ସମସ୍ତ ଅଧିକାର ସହ ସଂଶୋଧନ କର” (ଦେଖ: [[rc://en/ta/man/translate/figs-explicit]])
82TIT215h15yμηδείς ... περιφρονείτω1Let no oneକାହାକୁ ନ ଦିଅ
83TIT215jbu1figs-explicitσου περιφρονείτω1disregard youଏହି ଉକ୍ତିଟିକୁ ସ୍ପଷ୍ଟ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭର ବାକ୍ୟ ଶୁଣିବାକୁ ଅଗ୍ରାହ୍ୟ କରିବେ” କିମ୍ବା “ତୁମ୍ଭର ସମ୍ମାନ କରିବାକୁ ଅଗ୍ରାହ୍ୟ କରିବେ” (ଦେଖ: [[rc://en/ta/man/translate/figs-explicit]])
84TIT3introzh6x0# ତୀତସ୍ ୦୩ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

ଏହି ଅଧ୍ୟାୟରେ ପାଉଲ ତୀତସଙ୍କୁ ବ୍ୟକ୍ତିଗତ ଉପଦେଶ ଦେଉଛନ୍ତି I

୧୫ ପଦ ଔପଚାରିକ ଭାବରେ ପତ୍ରଟିକୁ ସମାପ୍ତ କରୁଛି I ଏହା ପ୍ରାଚୀନ ନିକଟପୂର୍ବ ଅଞ୍ଚଳରେ ପତ୍ରଗୁଡିକୁ ସମାପ୍ତି କରିବାର ଏକ ସାଧାରଣ ଧାରା I

## ଏହି ଅଧ୍ୟାୟର ବିଶେଷ ଧାରଣା

### ବଂଶାବଳୀ

ବଂଶାବଳୀ ହେଉଛି ଗୋଟିଏ ତାଲିକା ଯାହା ଜଣେ ଲୋକର ପୂର୍ବପୁରୁଷ ବା ପିତୃପୁରୁଷମାନଙ୍କୁ ଲିପିବଦ୍ଧ କରେ I ରାଜା ହେବା ନିମନ୍ତେ ଜଣେ ଉପଯୁକ୍ତ ବ୍ୟକ୍ତିକୁ ବାଛିବା ନିମନ୍ତେ ଯିହୂଦୀମାନେ ବଂଶାବଳୀ ବ୍ୟବହାର କରୁଥିଲେ I ସେମାନେ ଏଥିନିମନ୍ତେ ଏହା କରୁଥିଲେ, କାରଣ ଜଣେ ରାଜାଙ୍କର ପୁତ୍ର ହିଁ ସାଧାରଣତଃ ରାଜା ହୋଇପାରିବ I ସେଥିରୁ ମଧ୍ୟ ଜଣାପଡୁଥିଲା ଯେ ସେମାନେ କେଉଁ ଗୋଷ୍ଠୀ ଓ ପରିବାରରୁ ଆସିଥିଲେ I ଉଦାହରଣ ସ୍ବରୂପ, ଯାଜକମାନେ ଲେବୀ ଗୋଷ୍ଠୀରୁ ଓ ହାରୋଣଙ୍କ ପରିବାରରୁ ଆସୁଥିଲେ I

85TIT31y9tr0Connecting Statement:କ୍ରୀତୀରେ ତାହାଙ୍କ ଦାୟିତ୍ବରେ ଥିବା ପ୍ରାଚୀନମାନଙ୍କୁ ଓ ଲୋକମାନଙ୍କୁ କିପରି ଶିକ୍ଷା ଦେବାକୁ ହେବ, ସେ ବିଷୟରେ ପାଉଲ ତୀତସଙ୍କୁ ଉପଦେଶ ଦେବା ଜାରିରଖିଛନ୍ତି I
86TIT31j2saὑπομίμνῃσκε αὐτοὺς ... ὑποτάσσεσθαι1Remind them to submitଆମ୍ଭର ଲୋକମାନଙ୍କୁ ସେମାନେ ପୂର୍ବରୁ ଜାଣିଥିବା ବିଷୟ ପୁନର୍ବାର କୁହ ଯେ ସେମାନେ ବଶୀଭୂତ ହୁଅନ୍ତୁ, କିମ୍ବା “ବଶୀଭୂତ ହେବା ନିମନ୍ତେ ସେମାନଙ୍କୁ ବାରମ୍ବାର ସ୍ମରଣ କରାଅ”
87TIT31w3fyἀρχαῖς, ἐξουσίαις, ὑποτάσσεσθαι, πειθαρχεῖν1submit to rulers and authorities, to obey themରାଜନୈତିକ ଓ ସରକାରୀ ଅଧିକାରୀ କହିବା ପ୍ରକାରେ କାର୍ଯ୍ୟ କର ଏବଂ ସେମାନଙ୍କର ବାଧ୍ୟ ହୁଅ
88TIT31wa9xἀρχαῖς ἐξουσίαις1rulers and authoritiesଏହି ପଦଗୁଡିକର ଅର୍ଥ ଏକାପରି ଓ ସରକାରରେ ଅଧିକାରପ୍ରାପ୍ତ ସମସ୍ତଙ୍କୁ ଅନ୍ତର୍ଭୁକ୍ତ କରିବାପାଇଁ ଏଠାରେ ଏକତ୍ର ଭାବରେ ବ୍ୟବହାର କରାଯାଇଛି I
89TIT31in7uπρὸς πᾶν ἔργον ἀγαθὸν ἑτοίμους εἶναι1be ready for every good workସୁଯୋଗ ଥିବା ସମୟରେ ସତ୍କର୍ମ କରିବାପାଇଁ ପ୍ରସ୍ତୁତ ରୁହ
90TIT32lug7βλασφημεῖν1to revileମନ୍ଦ କଥା କହିବାକୁ
91TIT33m9zdγάρ ποτε καὶ ἡμεῖς1For once we ourselvesଏହାର କାରଣ ହେଉଛି, ଆମ୍ଭେମାନେ ମଧ୍ୟ ପୂର୍ବେ
92TIT33me7bποτε1onceପୂର୍ବ ସମୟରେ ବା “କୌଣସି ସମୟରେ” କିମ୍ବା “ଆଗରୁ”
93TIT33bl8eἡμεῖς1we ourselvesଏପରିକି ଆମ୍ଭେମାନେ କିମ୍ବା “ଆମ୍ଭେମାନେ ମଧ୍ୟ”
94TIT33rrx9ἦμεν ... ἀνόητοι1were thoughtlessନିର୍ବୋଧ ଥିଲୁ କିମ୍ବା “ଅଜ୍ଞାନ ଥିଲୁ”
95TIT33qt8ffigs-personificationπλανώμενοι, δουλεύοντες ἐπιθυμίαις καὶ ἡδοναῖς ποικίλαις1We were led astray and enslaved by various passions and pleasuresକୁଅଭିଳାଷ ଓ ସୁଖଭୋଗ ବିଷୟରେ କୁହାଯାଏ ଯେ ସତେ ଯେପରି ସେଗୁଡ଼ିକ ଲୋକମାନଙ୍କ ଉପରେ କର୍ତ୍ତା ଅଟନ୍ତି ଓ ସେମାନଙ୍କୁ ମିଥ୍ୟାକହି ସେମାନଙ୍କୁ ଆପଣାର ଦାସ କରିଅଛନ୍ତି I ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ବିଭିନ୍ନ ପ୍ରକାର କୁଅଭିଳାଷ ଓ ସୁଖଭୋଗ ଆମ୍ଭମାନଙ୍କୁ ମିଥ୍ୟା କହି ଆମ୍ଭମାନଙ୍କୁ ଭ୍ରାନ୍ତ ପଥରେ ନେଇଯାଇଥିଲା” କିମ୍ବା “ଆମ୍ଭେମାନେ ଆପଣା ଆପଣାକୁ ବିଭିନ୍ନ ପ୍ରକାର କୁଅଭିଳାଷ ଓ ସୁଖଭୋଗର ମିଥ୍ୟାକୁ ବିଶ୍ବାସ କରିବାକୁ ଦେଇଥିଲୁ ଓ ତା’ପରେ ଆମ୍ଭମାନଙ୍କ ଅନୁଭବକୁ ଆୟତ୍ତ କରିପାରି ନ ଥିଲୁ କି ଆମ୍ଭମାନଙ୍କୁ ସୁଖ ଦେବ ବୋଲି ଭାବିଥିବା ବିଷୟକୁ ଅଟକାଇ ପାରି ନ ଥିଲୁ” (ଦେଖ: [[rc://en/ta/man/translate/figs-personification]] ଓ [[rc://en/ta/man/translate/figs-activepassive]])
96TIT33tl5nἐπιθυμίαις1passionsକୁଅଭିଳାଷ କିମ୍ବା “ଅଭିଳାଷ”
97TIT33dec4figs-hendiadysἐν κακίᾳ καὶ φθόνῳ διάγοντες1We lived in evil and envyଏଠାରେ “ମନ୍ଦତା” ଓ “ଈର୍ଷା” ପାପ ନିମନ୍ତେ ଏକାପରି ଶବ୍ଦ ଅଟେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସର୍ବଦା ମନ୍ଦ କାର୍ଯ୍ୟ କରୁଥିଲୁ ଓ ଅନ୍ୟମାନଙ୍କର ଯାହା ଅଛି, ତାହା ପାଇବାକୁ ଚାହୁଁଥିଲୁ” (ଦେଖ: [[rc://en/ta/man/translate/figs-hendiadys]])
98TIT33y5lpστυγητοί1We were detestableଆମ୍ଭେମାନେ ଅନ୍ୟମାନଙ୍କ ଘୃଣାର ପାତ୍ର ଥିଲୁ
99TIT34ba5afigs-personificationὅτε ... ἡ χρηστότης καὶ ἡ φιλανθρωπία ἐπεφάνη τοῦ Σωτῆρος ἡμῶν, Θεοῦ1when the kindness of God our Savior and his love for mankind appearedଈଶ୍ବରଙ୍କ ଦୟା ଓ ପ୍ରେମ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେସବୁ ଆମ୍ଭମାନଙ୍କ ଦୃଷ୍ଟିକୁ ଆସିଥିବା ଲୋକମାନେ ଅଟନ୍ତି I (ଦେଖ: [[rc://en/ta/man/translate/figs-personification]])
100TIT35n4ugκατὰ τὸ αὐτοῦ ἔλεος1by his mercyଯେହେତୁ ସେ ଆମ୍ଭମାନଙ୍କ ପ୍ରତି ଦୟା କଲେ
101TIT35k1a6figs-metaphorλουτροῦ παλινγενεσίας1washing of new birthପାପୀମାନଙ୍କ ପାଇଁ ଈଶ୍ବରଙ୍କ କ୍ଷମା ବିଷୟରେ ପାଉଲ ସମ୍ଭବତଃ କହୁଛନ୍ତି ଯେ ସତେ ଯେପରି ସେ ଶାରୀରିକ ଭାବରେ ସେମାନଙ୍କୁ ଧୋଇଦେଉଛନ୍ତି I ସେ ମଧ୍ୟ ଈଶ୍ବରଙ୍କ ନିକଟକୁ ଫେରୁଥିବା ପାପୀମାନଙ୍କ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ପୁନର୍ଜନ୍ମ ପ୍ରାପ୍ତ ହୋଇଛନ୍ତି I (ଦେଖ: [[rc://en/ta/man/translate/figs-metaphor]])
102TIT36fby9figs-metaphorοὗ ἐξέχεεν ἐφ’ ἡμᾶς πλουσίως1whom God richly poured on usନୂତନ ନିୟମର ଲେଖକମାନେ ପବିତ୍ର ଆତ୍ମାଙ୍କ ବିଷୟରେ ଏପରି କହିବା ସ୍ବାଭାବିକ ଥିଲା ଯେ ସେ ଗୋଟିଏ ତରଳ ପଦାର୍ଥ ସଦୃଶ, ଯାହାଙ୍କୁ ଈଶ୍ବର ବହୁ ପରିମାଣରେ ଢାଳିଦେବେ I ବିକଳ୍ପ ଅନୁବାଦ: “ଯାହାଙ୍କୁ ଈଶ୍ବର ଆମ୍ଭମାନଙ୍କୁ ପ୍ରଚୁରରୂପେ ଦେଇଅଛନ୍ତି” (ଦେଖ: [[rc://en/ta/man/translate/figs-metaphor]])
103TIT36q9zeδιὰ Ἰησοῦ Χριστοῦ τοῦ Σωτῆρος ἡμῶν1through our Savior Jesus Christଯେତେବେଳେ ଯୀଶୁ ଆମ୍ଭମାନଙ୍କୁ ପରିତ୍ରାଣ କଲେ
104TIT37di3gfigs-activepassiveδικαιωθέντες1having been justifiedଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଯେହେତୁ ଈଶ୍ବର ଆମ୍ଭମାନଙ୍କୁ ପାପରହିତ ବୋଲି ଘୋଷଣା କଲେ” (ଦେଖ: [[rc://en/ta/man/translate/figs-activepassive]])
105TIT37q1cmfigs-metaphorκληρονόμοι γενηθῶμεν κατ’ ἐλπίδα ζωῆς αἰωνίου1we might become heirs with the certain hope of eternal lifeଈଶ୍ବର ପ୍ରତିଜ୍ଞା କରିଥିବା ଲୋକମାନଙ୍କ ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ଜଣେ ପରିବାରର ସଦସ୍ୟଙ୍କଠାରୁ ଧନ ଓ ସମ୍ପତ୍ତି ଅଧିକାର କରିବେ I (ଦେଖ: [[rc://en/ta/man/translate/figs-metaphor]])
106TIT38j8mdὁ λόγος1This messageଏହା ଈଶ୍ବର ଯୀଶୁଙ୍କ ଦ୍ବାରା [ତୀତସ୍ ୩:୭](../03/07.md) ବିଶ୍ବାସୀମାନଙ୍କୁ ପବିତ୍ର ଆତ୍ମା ଦେବା ବିଷୟକୁ ବୁଝାଏ I
107TIT38kqm6φροντίζωσιν καλῶν ἔργων προΐστασθαι1may be careful to engage themselves in good worksଯେପରି ସତ୍କର୍ମ କରିବାକୁ ଚାହିଁବେ
108TIT39tzh90Connecting Statement:ପାଉଲ ତୀତସଙ୍କୁ ବୁଝାଉଛନ୍ତି ଯେ ସେ କଅଣ ଏଡାଇବା ଉଚିତ ଓ ବିଶ୍ବାସୀମାନଙ୍କ ମଧ୍ୟରେ କଳହ ସୃଷ୍ଟି କରୁଥିବା ଲୋକମାନଙ୍କ ପ୍ରତି କିପରି ବ୍ୟବହାର କରିବା ଆବଶ୍ୟକ I
109TIT39j1hfδὲ περιΐστασο1But avoidସେଥିପାଇଁ ଏଡ଼ାଅ କିମ୍ବା “ଅତଏବ, ଏଡ଼ାଅ”
110TIT39xnf9μωρὰς ζητήσεις1foolish debatesଗୁରୁତ୍ବହୀନ ବିଷୟ ଗୁଡିକ ସମ୍ବନ୍ଧରେ ବାଦାନୁବାଦ
111TIT39qk66γενεαλογίας1genealogiesଏହା ପରିବାର ଜ୍ଞାତି ସମ୍ପର୍କର ଅଧ୍ୟୟନ
112TIT39xu7fἔρεις1strifeବାଦାନୁବାଦ ବା କଳହ
113TIT39ky3nνομικὰς1the lawମୋଶାଙ୍କ ବ୍ୟବସ୍ଥା
114TIT310x3fhἄνθρωπον ... παραιτοῦ1Reject anyoneସେମାନଙ୍କଠାରୁ ଅନ୍ତର ହୁଅ
115TIT310xzx1μετὰ μίαν καὶ δευτέραν νουθεσίαν1after one or two warningsଥରେ କିମ୍ବା ଦୁଇଥର ସେହି ଲୋକକୁ ସତର୍କ କରାଇଲା ଉତ୍ତାରେ
116TIT311r7pcὁ τοιοῦτος1such a personଏହିପରି ଲୋକ
117TIT311inh5figs-metaphorἐξέστραπται1has turned from the right wayଦୋଷ କରୁଥିବା ଲୋକ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେ ପଥ ଭ୍ରଷ୍ଟ ହୋଇଅଛି I (ଦେଖ: [[rc://en/ta/man/translate/figs-metaphor]])
118TIT311p81kὢν αὐτοκατάκριτος1condemns himselfସେ ଆପଣା ଉପରକୁ ଦଣ୍ଡ ଆଣିଅଛି
119TIT312z7i40Connecting Statement:କ୍ରୀତୀରେ ପ୍ରାଚୀନମାନଙ୍କୁ ନିଯୁକ୍ତ କଲାପରେ କଅଣ କରିବାକୁ ହେବ, ପାଉଲ ତାହା ତୀତସଙ୍କୁ କହି ଓ ତାହାଙ୍କ ସହିତ ଥିବା ଲୋକମାନଙ୍କଠାରୁ ନମସ୍କାର ଦେଇ ପତ୍ରଟିକୁ ସମାପ୍ତ କରୁଛନ୍ତି I
120TIT312mba6ὅταν πέμψω1When I sendମୁଁ ପଠାଇଲା ପରେ
121TIT312c32wtranslate-namesἈρτεμᾶν ... Τυχικόν1Artemas ... Tychicusଏସବୁ ପୁରୁଷ ଲୋକମାନଙ୍କ ନାମ I (ଦେଖ: [[rc://en/ta/man/translate/translate-names]])
122TIT312knt1σπούδασον ἐλθεῖν1hurry and comeଶୀଘ୍ର ଆସ
123TIT312gdw9παραχειμάσαι1spend the winterଶୀତ କାଳ କ୍ଷେପଣ କରିବି
124TIT313a46ftranslate-namesΖηνᾶν1Zenasଏସବୁ ପୁରୁଷ ଲୋକମାନଙ୍କ ନାମ I (ଦେଖ: [[rc://en/ta/man/translate/translate-names]])
125TIT313j496σπουδαίως πρόπεμψο1Do everything you can to sendପଠାଇବାକୁ ବିଳମ୍ବ କର ନାହିଁ
126TIT313s757καὶ Ἀπολλῶν1and Apollosଆଉ ମଧ୍ୟ ଆପଲ୍ଲଙ୍କୁ ପଠାଇଦିଅ
127TIT314v7wg0Connecting Statement:ଜୀନା ଓ ଆପଲ୍ଲଙ୍କ ଅଭାବ ପୂରଣ କରିବା କାହିଁକି ଗୁରୁତ୍ବପୂର୍ଣ୍ଣ, ପାଉଲ ତାହା ବୁଝାଉଛନ୍ତି I
128TIT314fw98οἱ ἡμέτεροι1Our peopleପାଉଲ କ୍ରୀତୀରେ ଥିବା ବିଶ୍ବାସୀମାନଙ୍କୁ ଉଲ୍ଲେଖ କରୁଛନ୍ତି I
129TIT314tn24εἰς τὰς ἀναγκαίας χρείας1that provide for urgent needsଯେଉଁ ଲୋକମାନେ ଅତି ଶୀଘ୍ର ଗୁରୁତ୍ବପୂର୍ଣ୍ଣ ବିଷୟଗୁଡିକ ଆବଶ୍ୟକ କରନ୍ତି, ସେମାନଙ୍କୁ ସାହାଯ୍ୟ କରିବାକୁ ସକ୍ଷମ କରିବ
130TIT314mji4figs-doublenegativesεἰς τὰς ἀναγκαίας χρείας, ἵνα μὴ ὦσιν ἄκαρποι1needs, and so not be unfruitfulଲୋକମାନେ ସତ୍କର୍ମ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଫଳ ଧାରଣ କରୁଥିବା ବୃକ୍ଷ I ଏହି ଦ୍ବେତ ନକରାତ୍ମକ ବିଷୟର ଅର୍ଥ ହେଉଛି ସେମାନେ ଫଳବାନ୍ ବା ଉତ୍ପାଦନକାରୀ ହେବା ଉଚିତ I ବିକଳ୍ପ ଅନୁବାଦ: “ପ୍ରୟୋଜନୀୟ ବିଷୟ; ଏହିପ୍ରକାରେ ସେମାନେ ଫଳବାନ୍ ହେବେ” କିମ୍ବା “ପ୍ରୟୋଜନୀୟ ବିଷୟ, ଆଉ ସେମାନେ ସତ୍କର୍ମ କରିବେ” (ଦେଖ: [[rc://en/ta/man/translate/figs-doublenegatives]])
131TIT315j3y20General Information:ପାଉଲ ତୀତସଙ୍କୁ ଲେଖୁଥିବା ପତ୍ର ଶେଷ କରୁଛନ୍ତି I
132TIT315k1saοἱ μετ’ πάντες1All thoseସମସ୍ତ ଲୋକମାନେ
133TIT315f4vcτοὺς φιλοῦντας ἡμᾶς ἐν πίστει1those who love us in faithସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଆମ୍ଭମାନଙ୍କୁ ପ୍ରେମ କରୁଥିବା ବିଶ୍ବାସୀମାନେ” କିମ୍ବା ) “ଆମ୍ଭମାନଙ୍କୁ ପ୍ରେମ କରୁଥିବା ବିଶ୍ବାସୀମାନେ, କାରଣ ଆମ୍ଭେମାନଙ୍କର ମଧ୍ୟ ସେହି ସମାନ ବିଶ୍ବାସ ରହିଛି”
134TIT315kx83ἡ χάρις μετὰ πάντων ὑμῶν1Grace be with all of youଏହା ଗୋଟିଏ ସ୍ବାଭାବିକ ଖ୍ରୀଷ୍ଟିୟାନ ନମସ୍କାର I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଅନୁଗ୍ରହ ତୁମ୍ଭର ସହବର୍ତ୍ତୀ ହେଉ” କିମ୍ବା “ମୁଁ ପ୍ରାର୍ଥନା କରୁଛି ଯେ ଈଶ୍ବର ତୁମ୍ଭ ସମସ୍ତଙ୍କ ପ୍ରତି ଅନୁଗ୍ରହ କରିବେ”